ଉପକୂଳ ଓଡିଶା

ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତ ହେଲା ନକ୍ସା

 ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତ ହେଲା ନକ୍ସା
ପାରାଦୀପ,୨୯।୧୨(ସ୍ବ.ପ୍ର.) ପାରାଦୀପ ସମୁଦ୍ର ବେଳାଭୂମି ରାସ୍ତା ପାର୍ଶ୍ୱରେ ସାଇନ୍ସ ପାର୍କ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାର ଏହି ପାର୍କ ପାରାଦୀପ ପୌର ପରିଷଦ ନିର୍ମାଣ କରୁଛି। ଏହାର ନିର୍ମାଣ କାମ ଆର ଆଣ୍ଡ ବି ଉପରେ ନ୍ୟସ୍ତ ଅଛି। ପ୍ରାୟ ୩କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁଥିବା ଏହି ସାଇନ୍ସ ପାର୍କ ପାଇଁ ଶୁକ୍ରବାର ଆର ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀମାନେ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ କରିବା ସହିତ ପ୍ରକଳ୍ପ ସ୍ଥାନ ଅନୁଧ୍ୟାନ କରିଛନ୍ତି। ସମ୍ପ୍ରତି ପ୍ରକଳ୍ପ ସ୍ଥାନ (ସର୍କିଟ ହାଉସ ପାଖ)ରେ ବାଲି ପକାଯାଉଛି। ଆଉ ମାତ୍ର ୬୦ଦିନ (ଫେବୃୟାରୀ ୨୮) ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବ। ହାଇଦ୍ରାବାଦଠାରେ ଛାତ୍ରୀଛାତ୍ରଙ୍କ ପାଇଁ ଯେଭଳି ସାଇନ୍ସ ପାର୍କ ହୋଇଛି ସେହିଧରଣର ଏକ ପାର୍କ ପାରାଦୀପରେ ହେବ। ୧ ଏକର ଜାଗାରେ ହେବାକୁ ଥିବା ଏହି ପାର୍କ ଯୋଗୁ ପାରାଦୀପ ପର୍ଯ୍ୟଟନ କ୍ଷେତ୍ରରେ ଆଉ ପାଦେ ଆଗେଇବ ବୋଲି ପୌର ପାଳିକା ପକ୍ଷରୁ କୁହାଯାଇଛି। ସମ୍ପ୍ରତି ପାରାଦୀପରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦର ସମେତ ମହାନଦୀ ମୂହାଣ, ମାଛଧରା ବନ୍ଦର, ପଥରବନ୍ଧ, ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି, ବିଜୁ ମିନାର, ଜଳଜୀବ ସଂଗ୍ରହାଳୟ, ବତୀଘର, ଡପ୍‌ଲର ରାଡ଼ାର ଭଳି ଆକର୍ଷଣୀୟ ସ୍ଥାନ ରହିଛି। ଗତ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ପାରାଦୀପ ଗସ୍ତରେ ଆସିଥିବାବେଳେ ଏଠାରେ ସାଇନ୍ସ ପାର୍କ ନିର୍ମାଣ ପାଇଁ କହିଥିଲେ। ଉକ୍ତ ପାର୍କ ପାଇଁ ପୌର ପାଳିକା ସ୍ବଳ୍ପ ପ୍ରବେଶ କର ନେବ। ଏହା ଏକ ବିକାଶମୁଖି କାମ ହେବ ବୋଲି ପୌର ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ଏହି ସାଇନ୍ସ ପାର୍କ ପାଇଁ ବାଲି ଉଠାଣକୁ ନେଇ ଭାଜପା ପକ୍ଷରୁ ଗତ ୧୫ଦିନ ହେଲା ବିରୋଧ କରାଯାଉଛି। ସମୁଦ୍ର ବେଳାଭୂମି ସିଆରଜେଡ୍‌ (କୋଷ୍ଟାଲ ରେଗୁଲେଶନ ଜୋନ) ଅଞ୍ଚଳରୁ ପୌରପାଳିକା ବେଆଇନ ଭାବେ ବାଲି ଉଠାଉଛି ବୋଲି ଭାଜପା ନେତା ଗତିକୃଷ୍ଣ ଶତପଥୀ ମେରାଇନ ଥାନାରେ ଅଭିଯୋଗ କରିବା ସହ ଧାରଣା ଦେଇଥିଲେ। ଏପରିକି ଶୁକ୍ରବାର ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ବାଲି ଉଠାଣ ପ୍ରସଙ୍ଗରେ ପ୍ରକଳ୍ପ କରୁଥିବା ଆର ଆଣ୍ଡ୍‌ ବି ନିର୍ବାହୀ ଯନ୍ତ୍ରୀ ଦୀପକ ତ୍ରିପାଠୀଙ୍କ ମତ ହେଲା ସମୁଦ୍ର ବେଳାଭୂମି ସିଆରଜେଡ୍‌ରୁ ବାଲିଉଠା ନେଇ ଯେଉଁ ଅଭିଯୋଗ ହେଉଛି ତାହା ଭୁଲ। ଆମେ ସେହି ସିଆରଜେଡ୍‌ ୧ରୁ ବାଲି ଉଠାଇ ମାତ୍ର ୩୦ମିଟର ବ୍ୟବଧାନ ସିଆରଜେଡ୍‌ ୨ ଅଞ୍ଚଳରେ ଭରଣା କରୁଛୁ। ଏହି ବାଲି କେହି ବ୍ୟକ୍ତିଗତ ଭାବେ ନିଜ କାମରେ ଲଗାଉନାହିଁ। ସରକାରଙ୍କ ଏକ ବିକାଶମୂଳକ କାର୍ଯ୍ୟରେ ଏହା ଲାଗୁଛି।
All Right Reserved By

ଉପକୂଳ ଓଡିଶା

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ଟ୍ରେନ୍‌ରେ କଟି ମହିଳାଙ୍କ ମୃତ୍ୟୁ

ନିରାକାରପୁର,୧୦ା୧୨(ଡି.ଏନ.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ରେଳଷ୍ଟେଶନର ଉତ୍ତର ପାର୍ଶ୍ୱ ରେଳଧାରଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ବେଳେ ପଲାସା-ପାରାଦୀପ ଟ୍ରେନ୍‌ରେ ଚଢୁଥିବା ବେଳେ ଗୋଡ଼ ଖସିଯିବାରୁ ସେ ଗୁରୁତର ହୋଇଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଖୋର୍ଦ୍ଧା ସରକାରୀ ମେଡ଼ିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନବନିର୍ମାଣ କୃଷକ ସଙ୍ଗଠନର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୧୦ା୧୨- ଚାଷୀମାନଙ୍କୁ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଭୁବନେଶ୍ୱର କାର୍ଯ୍ୟାଳୟଠାରେ ୯ ଦିନ ଧରି ଅନଶନରେ ବସିଛନ୍ତି।

କୃଷକ ସଂଗଠନର ସତ୍ୟାଗ୍ରହ

କୃଷକ ସଂଗଠନର ସତ୍ୟାଗ୍ରହ

କେନ୍ଦ୍ରାପଡା ଅଫିସ, ୧୦ା୧୨- ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆରମ୍ଭ ହୋଇଛି।

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

ଅସଙ୍ଗଠିତ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଆଇନ ଅଣାଯାଉ

କେନ୍ଦ୍ରାପଡା ଅଫିସ, ୧୦ା୧୨- ଘରୋଇ କାର୍ଯ୍ୟରେ ନିୟୋଜିତ ମହିଳା ଓ ପୁରୁଷ ଶ୍ରମିକ ବହୁ ସମୟରେ ମାଲିକଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଛନ୍ତି ।

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

କମ୍ପାନୀ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା

ସୁକିନ୍ଦା,୧୦ା୧୨(ଡି.ଏନ.ଏ.)-ଆଦିବାସୀ ନାବାଳିକାଙ୍କୁ ସ୍ବାସ୍ଥ୍ୟସେବା ଅବହେଳା ଅଭିଯୋଗରେ ସୋମବାର ଗୋବରଘାଟିସ୍ଥିତ ଟାଟା ମେଡିକାଲ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି। 

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜିଲାସ୍ତରୀୟ ନିଯୁକ୍ତିମେଳା ୨୪ରେ

ଜଗତ୍‌ସିଂହପୁର ଅଫିସ,୧୦ା୧୨- ଜିଲାସ୍ତରୀୟ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ସୋମବାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ଯୁବକଙ୍କୁ ରୋଜଗାର ଦାବି

ଯୁବକଙ୍କୁ ରୋଜଗାର ଦାବି

ଜଗତସିଂହପୁର ଅଫିସ୍‌, ୧୦।୧୨: ଯୁବକଙ୍କ ରୋଜଗାର ଦାବିରେ ପିସିସି ବିରୋଧରେ ଜଗତସିଂହପୁର ଜିଲା ଭାଜପା ଶାଖା ପକ୍ଷରୁ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତରୀଙ୍କ କାର୍ଯ୍ୟାଳୟ ସମ୍ମ୍‌ୁଖରେ ବିକ୍ଷୋଭ କରାଯାଇଛି। 

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଗଣଧାରଣା

ଜଗତସିଂହପୁର ଅଫିସ୍‌, ୧୦।୧୨: ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଚାଷୀ ନେତା ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ କରି ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଗଣଧାରଣାରେ ବସିଛନ୍ତି। 

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ରାସ୍ତା ନିର୍ମାଣ ଦାବିରେ ବିଶାଳ ଗଣଧାରଣା

ଯାଜପୁର ଅଫିସ, ୧୦।୧୨: ଯାଜପୁର ଜିଲା ଚଣ୍ଡିଖୋଲରୁ ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥକୁ ୪ ଥାକିଆ ରାସ୍ତା ନିର୍ମାଣ ଦାବିରେ ସୋମବାର ବ୍ରାହ୍ମଣୀ ବ୍ରିଜ ନିକଟରେ ବିଶାଳ ଗଣଧାରଣା ଦିଆଯାଇଛି।

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଯାଜପୁର ଅଫିସ/ଛତିଆ, ୧୦।୧୨: ୧୬ ନମ୍ବର ଜାତୀୟ ରାଜପଥର ଛତିଆ  ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳ ୭ଟା ସମୟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର ଭାବେ ଆହତ ହୋଇଛନ୍ତି। 

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ : କେରଳ ପୋଲିସ ଟିମ୍‌ ଚାମ୍ପିୟନ

ନୟାଗଡ଼ ଅଫିସ,୧୦ା୧୨- ଶେଷରେ କେରଳ ପୋଲିସ ଟିମ୍‌ ହୋଇଛି ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ୍‌ ୨୦୧୮ର ଚାମ୍ପିୟନ୍‌। ୭ଟି ଦଳକୁ ପଛରେ ପକାଇ ଏହି ଟିମ୍‌ ହାସଲ କରିଛି ଚାମ୍ପିୟନ୍‌ ଟ୍ରଫି। ଅନ୍ୟପକ୍ଷରେ ସାଇ ହଷ୍ଟେଲ କଟକ ଦଳ ରନର୍ସଅପରେ ସନ୍ତୁଷ୍ଟ ହୋଇଛି। 

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ସଡ଼କ ଦୁର୍ଘଟଣାରେ ୪ ବାଳକ ଗୁରୁତର

ଭାପୁର,୧୦ା୧୨(ଡି.ଏନ୍‌.ଏ.)- ଫତେଗଡ ଥାନା ଚକ୍ରଧରପ୍ରସାଦ ପଞ୍ଚାୟତର ୪ଜଣ ନାବାଳକ ରବିବାର ବାଇକ୍‌ ଯୋଗେ ସାଇମନ୍ଦିର ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଛନ୍ତି।