ବ୍ରହ୍ମପୁର

ଜାନିବିଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

ଜାନିବିଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ

ବ୍ରହ୍ମପୁର ଅଫିସ, ୨୯।୧୨- ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳର ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ପ୍ରସ୍ତାବିତ ଜାନିବିଲି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ୨୦୧୬ ନଭେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଏହାର ବର୍ଷେ ବିତିଛି। ଅଗ୍ରଗତି ଧିମା ହୋଇଯାଇଛି। ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ନିମନ୍ତେ କ୍ୟାବିନେଟ ମଞ୍ଜୁରୀ ପରେ ବଜେଟରେ ୪୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ରକଳ୍ପ ନିମାଣ କାର୍ଯ୍ୟ ସରିଲେ ବ୍ରହ୍ମପୁରକୁ ଦୈନିକ ୧୨୫ ଏମଏଲଡି ପାଣି ଯୋଗାଣ ହୋଇପାରିବ। ଫଳରେ ଦୀର୍ଘ ବର୍ଷର ଜଳ ସଙ୍କଟର ସ୍ଥାୟୀ ସମାଧାନ ହେବ। ଗଞ୍ଜାମ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଶୁକ୍ରବାର ବ୍ରହ୍ମପୁରରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏଥିରେ ବିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ, ବ୍ରହ୍ମପୁର ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜନସ୍ବାସ୍ଥ୍ୟ ବିଭାଗରଇଞ୍ଜିନିୟରମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳନିର୍ଦ୍ଦେଶ ଦେଇଥିଲେ। ପ୍ରତିଦିନ ରାସ୍ତା କଡରେ ୪୦୦ ମିଟର ଭୂତଳ ପାଇପ ବିଛାଇବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଯେଉଁ ସବୁ ସମସ୍ୟା ରହିଛି ତାହାକୁ ବିଭିନ୍ନ ବିଭାଗର ସମନ୍ବୟ ମଧ୍ୟରେ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବ୍ରହ୍ମପୁରରେ କାର୍ଯ୍ୟକାରୀ ହୋଉଥିବା ଓଡିଆରପି (ଓଡିଶା ଡିଜାଷ୍ଟର ରିକୋଭରି ପ୍ରୋଜେକ୍ଟ) କାର୍ଯ୍ୟର ମଧ୍ୟ ଜିଲାପଳ ସମୀକ୍ଷା କରିଥିଲେ।

All Right Reserved By

ବ୍ରହ୍ମପୁର

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ,୧୮।୭(ଡି.ଏନ.ଏ.)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସହରକୁ ଲାଗିଥିବା ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଆସନ୍ତା ୨୦ରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପରେ ଋଷିକୁଲ୍ୟା ନଦୀତଟବର୍ତ୍ତୀ ଅଞ୍ଚଳ ପୁରୁଣାବନ୍ଧ, ପୋଡ଼ମପେଟା, ନିଉପୋଡ଼ମପେଟା ଏବଂ ଋଷିକୁଲ୍ୟା ବ୍ରିଜ ନିକଟବର୍ତ୍ତୀ ଦାମୋଦରପୁର ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

ସମବାୟ ଆପଣଙ୍କ ଦ୍ୱାରରେ

ସମବାୟ ଆପଣଙ୍କ ଦ୍ୱାରରେ

ପାଟପୁର,୧୮।୭(ଡି.ଏନ.ଏ.)- ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ଲିମିଟେଡ ପାଟପୁର ଶାଖା ଅନ୍ତର୍ଗତ ମୌଳାଭଣଞ୍ଜା ପ୍ରାଥମିକ ସେବା ସମବାୟ ସମିତି ପରିସରରେ ଚାଷୀ ସଚେତନତା କାର୍ଯ୍ୟକ୍ରମ ସମବାୟ ଆପଣଙ୍କ ଦ୍ୱାରରେ ଅନୁଷ୍ଠିତ ହୋଇଯାଇଛି।

ଗୋଲାମୁଣ୍ଡୁଳା ବନ୍ଧ ନିଲାମ ବାତିଲ ପାଇଁ ଜିଲାପାଳଙ୍କୁ ଅଭିଯୋଗ

ବୁଗୁଡ଼ା,୧୮।୭(ଡି.ଏନ.ଏ.)- ବୁଗୁଡ଼ା ଏନ୍‌ଏସି ଗୋଲାମୁଣ୍ଡୁଳା ବନ୍ଧକୁ ମାଛ ଚାଷ ପାଇଁ କରାଯିବାକୁ ଥିବା ନିଲାମ ବାତିଲ ପାଇଁ ଗ୍ରାମବାସୀମାନେ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହିତ ଭଞ୍ଜନଗର ଉପଜିଲାପାଳ, ପୋଲସରା ବିଧାୟକ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି।

ହେରା ପଞ୍ଚମୀରେ ବାମନ, ନୃସିଂହ ଅବତାର

ହେରା ପଞ୍ଚମୀରେ ବାମନ, ନୃସିଂହ ଅବତାର

ଶେରଗଡ,୧୮।୭,(ଡି.ଏନ୍‌.ଏ.)- ଘୋଷଯାତ୍ରାରେ ଯାଇ ଚତୁର୍ଦ୍ଦାମୂର୍ତ୍ତି ଏବେ ଆଡପ ମଣ୍ଡପରେ ବିଜେ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ପାଳିତ ହେବ। ଏହି ଅବସରରେ ବୁଧବାର ଠାକୁରଙ୍କୁ ବାମନ ଓ ନୃସିଂହ ବେଶରେ ସଜାଯାଇଛି। ଜନ୍ମ ବେଦୀରେ ଠାକୁରଙ୍କ ଏହି ବେଶ ଦେଖିବାକୁ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରଥଯାତ୍ରା କମିଟି ଓ ପୋଲିସ ପକ୍ଷରୁ ସ୍ବେଛାସେବୀ, ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

ମଦ ଜବତ ୨ ଗିରଫ

ମଦ ଜବତ ୨ ଗିରଫ

ଶେରଗଡ,୧୮।୭(ଡି.ଏନ୍‌.ଏ.)- ଶେରଗଡ ପୋଲିସ ମଙ୍ଗଳବାର ଦେଶୀମଦ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାମହରି ସାହୁ ଓ ଜନାର୍ଦ୍ଦନ ପାଢୀ। ଶେରାଙ୍କୁଡା ଗ୍ରାମରେ ରାମହରିଙ୍କ ଦୋକାନରେ ପୋଲିସ ମଙ୍ଗଳବାର ରାତିରେ ଚଢାଉ କରିଥିଲା।

ଶେରଗଡରେ ବିଭିନ୍ନ ବ୍ୟାଙ୍କରେ ସୁରକ୍ଷା ଯାଞ୍ଚ

ଶେରଗଡ,୧୮।୭(ଡି.ଏନ୍‌.ଏ.)- ଶେରଗଡ ପୋଲିସ ପକ୍ଷରୁ ବୁଧବାର ଶେରଗଡ ବ୍ଲକରେ ଥିବା ବିଭିନ୍ନ ବ୍ୟାଙ୍କଗୁଡିକର ସୁରକ୍ଷା ଯାଞ୍ଚ କରାଯାଇଛି ା ଏହି ଯାଞ୍ଚ ସମୟରେ ବ୍ୟାଙ୍କ ଲକର ସୁବିଧା, ଏଟିଏମ୍‌ରେ ଗାର୍ଡ ମୁତୟନ, ଗ୍ରାହକଙ୍କ ସୁରକ୍ଷା ଦିଗରେ ବ୍ୟାଙ୍କ ଗୁଡିକ ପଦକ୍ଷେପ ନେଉଛନ୍ତିି ନା ନାହିଁ, ଟଙ୍କା ଉଠାଣ ଜମା ସମୟରେ ବ୍ୟାଙ୍କ କର୍ତ୍ତୁପକ୍ଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଛନ୍ତି ନା ନାହିଁ ସେ ବିଷୟରେ ଆଲୋଚନା କରାଯାଇଥିଲା।

ଜିଡିସିଏ ନିର୍ବାଚନ ମାମଲା, ଶୁଣାଣି ଶେଷ:ରାୟ ୨୦ରେ

ବ୍ରହ୍ମପୁର ଅଫିସ, ୧୮।୭: ଗଞ୍ଜାମ ଜିଲା କ୍ରିକେଟ ସଂଘ (ଜିଡିସିଏ)ର ନିର୍ବାଚନକୁ ନେଇ ବିବାଦ ବଢିବାରେ ଲାଗିଛି। ଜିଲା କୋର୍ଟରେ ରୁଜୁ ହୋଇଥିବା ୩ଟି ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ମାମଲାର ରାୟ ପ୍ରକାଶ ପାଇବ। ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପାତ୍ର ନିର୍ବାଚନର ବାଇ ଲ ଏବଂ କେଉଁମାନେ ଏହାର ସଦସ୍ୟ ରହିଛନ୍ତି ବୋଲି କୋର୍ଟଠାରୁ ଜାଣିବାକୁ ଚାହିଁଥିଲେ। ସେହିଭଳି ଡବ୍ଲ୍ୟୁ.ଭି. ରାଜା ନିର୍ବାଚନ ବାତିଲ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ରମଣୀ ରଞ୍ଜନ ମହାନ୍ତି ନିର୍ବାଚନ ସମ୍ପର୍କରେ କୋର୍ଟକୁ ଅବଗତ କରିଥିଲେ। ମଙ୍ଗଳବାର ସମସ୍ତ ପକ୍ଷର ଯୁକ୍ତି ଶୁଣାଯାଇଥିଲା। ଆସନ୍ତା ୨୦ ତାରିଖରେ ଜିଲା କୋର୍ଟରେ ମାମଲାର ରାୟ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ବର୍ତ୍ତମାନ ସଂଘର ନିର୍ବାଚନ ଚାଲୁ ରହିଛି। ଗତ ୧୫ ଓ ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ ହୋଇଛି। ୧୧ଟି ପଦବୀ ପାଇଁ ୧୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଧରାପଡ଼ିଲା ଜାଲିଆତି: ଶିକ୍ଷକଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୧୮ା୭- ବହୁ ପୂର୍ବରୁ ମୃତ୍ୟୁ ଘଟି ସାରିଥିଲା। ହେଲେ ନିଜ ଅଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରରୁ ମିଥ୍ୟା ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରି ସମ୍ପର୍କୀୟଙ୍କ ନାମରେ ବୀମା କମ୍ପାନୀରୁ ଟଙ୍କା ଠକି ନେବା ପାଇଁ ଯୋଜନା କରୁଥିବା ଦୁଇ ଠକ ଓ ସେମାନଙ୍କୁ ସାହାଯ୍ୟ କରୁଥିବା ସମ୍ପୃକ୍ତ ବୀମା କମ୍ପାନୀର ୨ ଏଜେଣ୍ଟଙ୍କୁ ପୋଲିସ ଗିରଫ କରିଛି। ଏ ସମ୍ବନ୍ଧରେ ମଙ୍ଗଳବାର ଟାଉନ ଥାନାଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଦୁଇଟି ପୃଥକ ମାମଲା ଟାଉନ ଥାନାରେ ରୁଜୁ ହୋଇ ମୋଟ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା କହିଛି। ସେମାନେ ହେଉଛନ୍ତି ଗଜପତି ଜିଲା ମୋହନାର ପ୍ରଫୁଲ୍ଲ ମାଝୀ ଓ ଏଜେଣ୍ଟ ଗଞ୍ଜାମ ଜିଲା ରମ୍ଭାର ପ୍ରଭାତ କୁମାର ପୃଷ୍ଟି। ସେହିପରି ଆଉ ଏକ ମାମଲାରେ ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳର ସୁଦାମ ନାହାକ ଓ ସେହି ଅଞ୍ଚଳର ଏଜେଣ୍ଟ ମୁନା ପାତ୍ର। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ହିତାଧିକାରୀ

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ହିତାଧିକାରୀ

ହିଞ୍ଜିଳିକାଟୁ,୧୮ା୭(ଡ଼ି.ଏନ୍‌.ଏ.) - ହିଞ୍ଜିଳିକାଟୁ ବ୍ଲକ ସାମ୍ନାରେ ବାସଗୃହ କାର୍ଯ୍ୟାଦେଶ ଦାବି କରି ମଙ୍ଗଳବାର ୪ଜଣ ହିତାଧିକାରୀ ଆମରଣ ଅନଶନ ଧାରଣା ଦେଇଥିଲେ। ଧାରଣାର ୨ଘଣ୍ଟା ପରେ ବ୍ଲକ ଅଧ୍ୟକ୍ଷ ଏନ୍‌. ରଘୁନାଥ, ତହସିଲଦାର ପ୍ରିୟରଞ୍ଜନ ପୃଷ୍ଟି, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅତିରିକ୍ତ ବିଡିଓ ଧରଣୀଧର ଭୂୟଁା ପ୍ରମୁଖ ପହଞ୍ଚତ୍ ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ହିତାଧିକାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ପ୍ରକୃତ ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ହଟିଥିଲେ।

ବନ୍ଧୁକ ଦେଖାଇ ଅଧ୍ୟାପିକାଙ୍କ ଘରୁ ଲୁଟ୍‌

ପାଟପୁର,୧୮ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ପାଟପୁର ଥାନା ଜୟନଗର ଗ୍ରାମରେ ଦ୍ୱିପ୍ରହରରେ କେତେକ ଦୁର୍ବୃତ୍ତ ଅଧ୍ୟାପିକାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଲୁଟି ନେଇଥିବା ପାଟପୁର ଥାନାରେ ଅଭିଯୋଗ ହୋଇଛି। ଥାନା ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା ସୁଦେଷ୍ଣା ଚୌଧୁରୀ ଜୟନଗରସ୍ଥିତ ଭଡ଼ାଘରେ ଏକା ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଘରର ଗ୍ରୀଲ ବାଡ଼େଇଥିଲେ। ଅଧ୍ୟାପିକା ଚୌଧୁରୀ ଗ୍ରୀଲ ଖୋଲିବା ପରେ ଦୁର୍ବୃତ୍ତମାନେ ଅଚାନକ ପିସ୍ତଲ ଦେଖାଇ ଘର ଭିତରେ ପ୍ରବେଶ କରିଥିଲେ। ଅଧ୍ୟାପିକାଙ୍କୁ ଭୟଭୀତ କରି ତାଙ୍କ ଘରେ ଥିବା ଗଡରେଜରୁ ୧୨ ତୋଳା ସୁନା ସହ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ। ପରେ ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ।

ବିପଦସଙ୍କୁଳ ଅବସ୍ଥାରେ ପଢୁଛନ୍ତିି ଛାତ୍ରୀଛାତ୍ର

ବିପଦସଙ୍କୁଳ ଅବସ୍ଥାରେ ପଢୁଛନ୍ତିି ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୮ା୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ତେରାବାଡ଼ି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଛପର ଗତ ମେ’ ମାସ ୨୬ତାରିଖ କାଳବୈଶାଖୀରେ ଉଡ଼ିଯାଇଛି। ଫଳରେ ଏବେ ଲଗାଣ ବର୍ଷା ହେବାରୁ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ସମସ୍ୟା ଉପୁଜିଛି। ଏନେଇ ବିଦ୍ୟାଳୟର କର୍ତ୍ତୃପକ୍ଷ ମନିଟରିଂ କାରିବାକୁ ଆସୁଥିବା ସିଆରସିସି ରମେଶ ପ୍ରଧାନଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଏହା ପଞ୍ଚାୟତ ମରାମତି କରିବ ବୋଲି କହି ସିଆରସିସି ପ୍ରଧାନ ନୀରବ ରହିଥିବା ପ୍ରଧାନ ଶିକ୍ଷକ ବିନୟ କୁମାର ବାରିକ କହିଛନ୍ତିି। ସେ ଏ କଥା ଶୁଣି ସରପଞ୍ଚଙ୍କୁ ଜଣାଇଥିଲେ। ଅକ୍ଟୋବରରେ ଅନୁଦାନ ଆସିଲେ ମରାମତି କରାଯିବ ବୋଲି ସରପଞ୍ଚ କହିଛନ୍ତି। ତେରାବାଡ଼ିର ୧ନଂ. ଓ୍ବାର୍ଡ଼ ସଭ୍ୟ ବିଶୋପ ଦିଗାଳ ଏବଂ ୨ନଂ. ଓ୍ବାର୍ଡ଼ସଭ୍ୟ ସୀମାଞ୍ଚଳ ପ୍ରଧାନ ପଞ୍ଚାୟତ ମାସିକ ବୈଠକରେ ଅଭିଯୋଗ କରିଥିଲେ ସୁଦ୍ଧା ଅଦ୍ୟାବଧି ମରାମତି କରାଯାଇନାହିଁ। ଲଗାଣ ବର୍ଷା ଯୋଗୁ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସିବାକୁ ନାରାଜ ହେବା ସହ ଅଭିଭାବକମାନେ ପିଲାଙ୍କୁ ପଠାଇବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପ୍ରଧାନ ଶିକ୍ଷକ ବାରିକ ନିଜ ପାଣ୍ଠିରୁ ଏକ ପଲଥିନ୍‌ ଆଣି ଘର ଉପରେ ପକାଇବା ପରେ ବିଦ୍ୟାଳୟକୁ ଛାତ୍ରୀଛାତ୍ର ଆସୁଥିବା ଜଣାପଡିଛି।

୬ ପ୍ରକାର ମାଛ ନମୁନା ସଂଗ୍ରହ

୬ ପ୍ରକାର ମାଛ ନମୁନା ସଂଗ୍ରହ

ବ୍ରହ୍ମପୁର ଅଫିସ,୧୮ା୭- ମାଛକୁ ସତେଜ ରଖିବା ପାଇଁ ଫର୍ମାଲିନ ନାମକ ବିଷାକ୍ତ ପଦାର୍ଥ ମିଶାଯାଉଛି। ଏ ନେଇ ଅଭିଯୋଗ ପରେ ବ୍ରହ୍ମପୁରରେ ଯାଞ୍ଚ ଆରମ୍ଭ ହୋଇଛି। ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ (ଏଫ୍‌ଏସ୍‌ଓ) ତପସ୍ବିନୀ ବେହେରାଙ୍କ ନେତୃତ୍ୱରେ ଗଠିତ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ଅପରାହ୍ନରେ କୋର୍ଟପେଟାସ୍ଥିତ ମର୍ଦ୍ଦରାଜ ଭେଣ୍ଡିଂଜୋନ୍‌ ମାଛ ମାର୍କେଟରେ ଅଚାନକ ଚଢାଉ କରି ମାଛନମୁନା ସଂଗ୍ରହ କରିଛନ୍ତି। ତେବେ ସଂକ୍ରାନ୍ତି ହେତୁ ମାର୍କେଟର ଅଧିକାଂଶ ଦୋକାନ ବନ୍ଦ ରହିଥିବାରୁ ମାତ୍ର ଦୁଇଟି ହୋଲ୍‌ସେଲ୍‌ ଦୋକାନରୁ ୬ ପ୍ରକାରର ମାଛ ନମୁନା ସଂଗ୍ରହ କରାଯାଇଥିବା ଏଫ୍‌ଏସ୍‌ଓ ବେହେରା ସୂଚନା ଦେଇଛନ୍ତି। ବୁଧବାର ପୁଣି ଏହି ଯାଞ୍ଚ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

Model This Week

ରୂପେଶ