Dharitri News
ବ୍ରହ୍ମପୁର

ଏନକାଉଣ୍ଟରରେ ଆହତ ଜିତେନ୍ଦ୍ର କୋର୍ଟ ଚାଲାଣ

ଭଞ୍ଜନଗର, ୨୯।୧୨ (ଡି.ଏନ.ଏ.) - ଗଞ୍ଜାମ ଜିଲା ପୋଲିସ ଭଞ୍ଜନଗର ଥାନା ନିଧିଆପଲ୍ଲୀ-ଗାଲେରି ରାସ୍ତାରେ ୮ ତାରିଖରେ ଏନକାଉଣ୍ଟର କରି ହିଞ୍ଜିଳିକାଟୁ ଥାନା ଅଞ୍ଚଳର ଜିତେନ୍ଦ୍ର ନାୟକ ଓ ଝାଡ଼ଖଣ୍ଡର ପିଏଲଏଫଆଇ ସଭ୍ୟ ବବୁଲ ପାଶ୍ୱୱାନଙ୍କୁ କାବୁ କରିଥିଲା। ଆହତ ଜିତେନ୍ଦ୍ର କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ପୋଲିସ ଶୁକ୍ରବାର ତାଙ୍କୁ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ଉତ୍କଳ କେଶରୀ ଦାସ କହିଛନ୍ତି। ଅନ୍ୟପକ୍ଷରେ ବବୁଲ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିିତ୍ସିତ ହେଉଛନ୍ତି। ଜିତେନ୍ଦ୍ର ଓ ବବୁଲ ଜଣେ ବନ୍ଦୀଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏହି ମାମଲାରେ ସମ୍ପୃକ୍ତ ଆସିକା ଏନଏସିର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ପୋଲେଇ ପୂର୍ବରୁ ଗିରଫ ହୋଇ ଭଞ୍ଜନଗର ଜେଲରେ ଅଛନ୍ତି। ନଭେମ୍ବର ୭ ତାରିଖରେ ଆସିକାର ପ୍ରତାପ ପୋଲେଇଙ୍କୁ ବସ୍‌ ଭିତରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ରବି ନାହାକ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା । ରବି ଆସିକା ଜେଲରେ ବନ୍ଦୀ ରହିଛନ୍ତି। ତାଙ୍କୁ ହତ୍ୟା କରିବା ପାଇଁ ପ୍ରତାପଙ୍କ ସମ୍ପର୍କୀୟ ଭାଇ ସୂର୍ଯ୍ୟ ଷଡ଼ଯନ୍ତ୍ର କରିଥିଲେ। ସେ ଏଥିପାଇଁ ଜିତେନ୍ଦ୍ରଙ୍କ ସହ ଯୋଗାଯୋଗ କରିଥିଲେ। ଜିତେନ୍ଦ୍ର ଝାଡ଼ଖଣ୍ଡରୁ ଆସି ରାଉରକେଲାରେ ରହୁଥିବା ବବୁଲଙ୍କ ସହ ତାଙ୍କର ସାକ୍ଷାତ କରାଇଥିଲେ। ଜେଲରୁ କୋର୍ଟକୁ ନେବା ସମୟରେ ରବିଙ୍କୁ ହତ୍ୟା କରାଯିବା ଯୋଜନା ହୋଇଥିଲା। ଝାଡ଼ଖଣ୍ଡ ପୋଲିସ ବବୁଲର ଗତିବିଧି ଜାଣି ଓଡ଼ିଶା ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲା। ଗଞ୍ଜାମ ପୋଲିସ ଏନକାଉଣ୍ଟର କରି ଜିତେନ୍ଦ୍ର ଓ ବବୁଲଙ୍କୁ କାବୁ କରିଥିଲା। ପରେ ବାଉଁଶଲୁଣ୍ଡିରୁ ସୂର୍ଯ୍ୟଙ୍କୁ ଗିରଫ କରାଯାଇଥିଲା।

ବ୍ରହ୍ମପୁର

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ବ୍ରହ୍ମପୁର ଅଫିସ,୨୧।୧-ଖୋର୍ଦ୍ଧା ରେଳ ଡିଭିଜିନ ଅନ୍ତର୍ଗତ ଜଟଣୀଠାରୁ ଏକ ଟ୍ରେନରେ ଲୁଟ୍‌ ଯୋଜନା କରୁଥିବା ୫ ଯୁବକଙ୍କୁ ଖୋର୍ଦ୍ଧା ଜିଆରପି ପୋଲିସ ଗିରଫ କରିଛି। ସେମାନେ ହେଲେ ନୂଆଦିଲ୍ଲୀ ସୁଲତାନପୁରୀ ଅଞ୍ଚଳର ସୁନୀଲ କୁମାର, ହରିୟାଣାର ଭନାବୀ ବେହେରା, ପଶ୍ଚିମ ନୂଆଦିଲ୍ଲୀର ବିଜେନ୍ଦ୍ର କୁମାର, ରାଜେଶ କୁମାର ଓ ସୁଲତାନପୁରୀର ରବୀନ୍ଦ୍ର। ସେମାନଙ୍କ ନିକଟରୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ରେଳ ଟିକେଟ୍‌, ଖଣ୍ଡା, ଛୁରି, ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଓ ନଗଦ ଟଙ୍କା ୨୦ ହଜାର ୭୦୦ ଟଙ୍କା ଜବତ କରାଯାଇଛି।

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁର ଅଫିସ,୨୧।୧-ଗଞ୍ଜାମ କେନାଇନ୍‌ ସଂଘ ତରଫରୁ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ଠାରେ ରବିବାର ପ୍ରଥମ ଥର ପାଇଁ ଅଲ୍‌ ବ୍ରିଡ଼୍‌ ଓପନ୍‌ ଡଗ୍‌ ଶୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର, ସମ୍ବଲପୁର, କଟକ, ଭୁବନେଶ୍ୱର ଏବଂ ଇଚ୍ଛାପୁରରୁ ୨୫ପ୍ରଜାତିର କୁକୁର ଭାଗନେଇଥିଲେ।

ପୂର୍ବତନ ମେୟରଙ୍କ ଗାଡ଼ିକୁ ଗୁଳି ମାଡ଼ ଘଟଣା: ରାଜନୈତିକ ଦଳର ସମ୍ପୃକ୍ତି ନେଇ ଖୋଲୁଛି ଗୁମର

ବ୍ରହ୍ମପୁର ଅଫିସ,୨୧।୧-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପୂର୍ବତନ ମେୟର ତଥା ଭାଜପା ନେତା ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କ ଗାଡି ଉପରକୁ ଗୁରୁବାର ହୋଇଥିବା ଗୁଳି ମାଡ ଘଟଣାର ତଦନ୍ତ କରି ପୋଲିସ ଅନେକ ତଥ୍ୟ ହାସଲ କରିପାରିଛି। ଘଟଣା ଦିନ ପିଣ୍ଟୁ ଯେଉଁ ଭୋଜିକୁ ଯାଇ ଉକ୍ତ ଗାଡିରେ ଫେରୁଥିଲେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେଥିରେ ଗୋଟିଏ ଗୁଳି ବାଜିଥିବା ତଦନ୍ତ ବେଳେ ଜଣାପଡିଛି। ସେହି ଗାଡି ହିଁ ଗୁଳିମାଡ ଘଟଣାର ପର୍ଦ୍ଦାଫାଶ କରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ନୀଳକଣ୍ଠନଗର ଠାରେ ଏକ ଭୋଜିକୁ ଯାଇ ପିଣ୍ଟୁ ତାଙ୍କର ସମର୍ଥକ ରଞ୍ଜନ ଦାସଙ୍କ କାରରେ ଫେରୁଥିଲେ। ସେତିକିବେଳେ କିଛି ଦୁର୍ବୃର୍ତ୍ତ ଅତର୍କିତ ଭାବେ ଉକ୍ତ କାର୍‌ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ମାଡ କରିଥିଲେ। ସେହି କାରକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଥିଲା। ସେତେବେଳେ କାର୍‌ରେ ଗୁଳି ମାଡ ଚିହ୍ନ ରହିଥିଲା। ଅନ୍ୟପକ୍ଷରେ ଉକ୍ତ ଘଟଣା ପଛରେ ରାଜନୈତିକ ଦଳର ହାତ ରହିଥିବା କୁହାଯାଉଛି। ଘଟଣା ଘଟିବା ସମୟର କିଛି ସିଟି ଟିଭି ଫୁଟେଜ୍‌ ପୋଲିସ ପାଇପାରିଛି। ତାହାକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଆଗେଇଛି।

ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ଶତବାର୍ଷିକୀ ମହୋତ୍ସବ

ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ଶତବାର୍ଷିକୀ ମହୋତ୍ସବ

ବ୍ରହ୍ମପୁର ଅଫିସ,୨୧ ।୧-ରାଜ୍ୟର ପୁରାତନ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ (ବିସିସିବି)ର ଶତବାର୍ଷିକୀ ମହୋତ୍ସବ ଏହାର ମୁଖ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଥିଲା। ବ୍ରିଟିଶ ସରକାର ଅମଳରେ ଓ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ବେଳେ ୧୯୧୬ ଅକ୍ଟୋବର ୮ରେ ଗଞ୍ଜାମ ଜିଲା ସମବାୟ ବ୍ୟାଙ୍କିଙ୍ଗ ୟୁନିୟନ ପ୍ରତିଷ୍ଠା ହୋଇଥିଲା। ୨୦ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠନ ହେବାରୁନାମ ପରିବର୍ତ୍ତନ କରାଯାଇ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ନାମରେ ନାମିତ କରାଯିବା ସହିତ ୧୯୩୬ ସେମ୍ବର୧୨ରେ ନୂଆ ରେଜିଷ୍ଟ୍ରେଶନ କରାଗଲା। ଏହାର ନଂ ଜେ-୩୯୫ ହୋଇଥିଲା। ବ୍ୟାଙ୍କ ପରିସୀମାରେ ଗଞ୍ଜାମର ଅର୍ଦ୍ଧେକ ଅଞ୍ଚଳ ଏବଂ ସମ୍ପୂର୍ଣ୍ଣ ଗଜପତି ଜିଲା ରହିଛି। ଧାନ ସମେତ ବିଭିନ୍ନ ଫସଲ ଉପତ୍ଦନ ପାଇଁ ସବୁ ବର୍ଷ ହଜାର ହଜାର ଚାଷୀ ସଭ୍ୟଙ୍କୁ ପର୍ଯ୍ୟାପ୍ତ ପରିମାଣର କୃଷି ଋଣ ଲଗାଣ କରି ସମବାୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରୁଛି। ୧୯୯୦ ଦଶକର ଦ୍ୱିତୀୟ ଭାଗରେ ଏହି ବ୍ୟାଙ୍କ ଲଗାତର ଭାବେ ୪ ଥର ଜାତୀୟ ପୁରସ୍କାର ପାଇଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ପୁରସ୍କାର ପ୍ରଦାନ କରିଥିଲେ। ୧୦୦ ବର୍ଷ ପୂରଣର ବର୍ଷକ ପରେ ବ୍ୟାଙ୍କ ପାଳିଛି ଶତବାର୍ଷିକୀ ମହୋତ୍ସବ। ସ

ଜାଲ୍‌ ପ୍ରମାଣ ପତ୍ର ମହଙ୍ଗା ପଡିଲା: ସିମନବାଡି ସମିତି ସଭ୍ୟ ପଦ ରଦ୍ଦ

ଜାଲ୍‌ ପ୍ରମାଣ ପତ୍ର ମହଙ୍ଗା ପଡିଲା: ସିମନବାଡି ସମିତି ସଭ୍ୟ ପଦ ରଦ୍ଦ

ବାଲିଗୁଡା,୨୧।୧(ଡି.ଏନ.ଏ.)-ବାଲିଗୁଡା ସିଭିଲ ଜଜ୍‌ ସିନିୟର ଡିଭିଜନ ରାଜୀବ ଲୋଚନ ସାହୁଙ୍କ ଖଣ୍ଡପୀଠରେ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ସମିତି ସଭ୍ୟାଙ୍କ ପଦରଦ୍ଦ ହୋଇଛି।

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ବାର୍‌ହା ଶିକାର: ୨ ଶିକାରୀ ଗିରଫ

ଆସିକା,୨୧।୧ (ଡି.ଏନ୍‌.ଏ.)-ଆସିକା ବନାଞ୍ଚଳର ଧରାକୋଟ ବ୍ଲକ ଅନ୍ତର୍ଗତ ଝରପାରୀ ଗ୍ରାମ ନିକଟରୁ ରବିବାର ସକାଳ ପ୍ରାୟ ୮ଟାରେ ବନ ବିଭାଗ କର୍ମଚାରୀମାନେ ଗୋଟିଏ ମୃତ ବାର୍‌ହା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ କଳାସୁତା ଗ୍ରାମର ସତ୍ୟବାନ ପ୍ରଧାନ ଓ ବୁଗୁଡା ବନାଞ୍ଚଳର ବାଲିପଦର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ରମେଶ ସ୍ବାଇଁ। ସେମାନେ ଝରପାରୀ ଗ୍ରାମ ମାଛଖାଇ ଚିହ୍ନଟ ଜଙ୍ଗଲରେ ଖାଦ୍ୟରେ ବିସ୍ଫୋରକ ଦେଇ ବାର୍‌ହା ଶିକାର କରିଥିଲେ।

 ବସ ଚାପାରେ ଜଣେ ମୃତ

ବସ ଚାପାରେ ଜଣେ ମୃତ

ବୁଗୁଡ଼ା,୨୧।୧(ଡି.ଏନ.ଏ.)-ବୁଗୁଡ଼ା ଥାନା ଏକଡ଼ାଳ ଶିବ ମନ୍ଦିର ନିକଟ ମୁଖ୍ୟ ସଡ଼କରେ ରବିବାର ସନ୍ଧ୍ୟାରେ ବସ ଚକା ମାଡ଼ି ଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ କଞ୍ଚୁଡ଼ୁ ଗ୍ରାମର ପଞ୍ଚାନନ ପାତ୍ର (୪୫) । ଘଟଣାସ୍ଥଳରେ ବୁଗୁଡ଼ା ଓ ବାଲିପଦର ପୋଲିସ ପହଞ୍ଚତ୍ ଘଟଣାର ଅନୁସନ୍ଧାନ ଚଳାଇଛି ।

ତାରସିଂ ବନାଞ୍ଚଳରେ ବାଘ ଆତଙ୍କ

ଭଞ୍ଜନଗର,୨୧।୧(ଡି.ଏନ.ଏ.)-ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ କିଛିଦିନ ହେବ ଚିତା ବାଘ ଆତଙ୍କ ଦେଖାଦେଇଛି । ଶନିବାର ସନ୍ଧ୍ୟାରେ ବାଘ ଢ଼େପସାହି ଅଞ୍ଚଳରେ ଏକ ମାଙ୍କଡ଼କୁ ମାରି ଖାଇଦେଇଥିବା ରବିବାର ସକାଳେ ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ରେଞ୍ଜର ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ବାଘର ପାଦ ଚିହ୍ନ ଠାବ କରି ପାରିନାହାନ୍ତି ।

ଦାରିଙ୍ଗବାଡିରେ ସର୍ବନିମ୍ନ ୭, ସର୍ବାଧିକ ୮.୦୫ ତାପମାତ୍ରା ରେକର୍ଡ

ଦାରିଙ୍ଗବାଡିରେ ସର୍ବନିମ୍ନ ୭, ସର୍ବାଧିକ ୮.୦୫ ତାପମାତ୍ରା ରେକର୍ଡ

ଦାରିଙ୍ଗବାଡି,୨୧।୧ (ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଅବ୍ୟାହତ ରହିଛି । ସକାଳ ୮ଟାରେ ତାପମାତ୍ରା ରେକର୍ଡ଼ ସଂଗ୍ରହ କରାଯିବା ବେଳେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରହିଥିବା ବେଳେ ସନ୍ଧ୍ୟା ୫ଟାରେ ସର୍ବାଧିକ ତାପମାତ୍ରା ୮.୦୫ ଡିଗ୍ରୀ ରେକର୍ଡ଼ କରାଯାଇଛି ।

ଚୁଲି ନିଆଁରେ ମହିଳା ଗୁରୁତର

ଚୁଲି ନିଆଁରେ ମହିଳା ଗୁରୁତର

ଦାରିଙ୍ଗବାଡି, ୨୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡିରେ ରବିବାର ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି।

ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକୋତ୍ସବ

ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକୋତ୍ସବ

ଭଞ୍ଜନଗର,୨୧।୧(ଡି.ଏନ୍‌.ଏ.): ଘୁମୁସର ଗବେଷଣା ପ୍ରତିଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ନୂଆ ଜେଟି ନିର୍ମାଣ, ପଥରବନ୍ଧେଇ ଉପରେ ଗୁରୁତ୍ୱ

ଛତ୍ରପୁର,୨୦।୧(ଡି.ଏନ.ଏ.)- ଗୋପାଳପୁର ପୋର୍ଟରେ ଥିବା ମତ୍ସ୍ୟ ବିଭାଗ ଜେଟିର ଚ୍ୟାନେଲ ଖନନ ୧୫ ଦିନ ହେଲା ଚାଲିଛି। ଏହି କାମ କିଭଳି ଚାଲିଛି ସେସମ୍ପର୍କରେ ଜାଣିବାକୁ ଶନିବାର ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ ସେଠାକୁ ଯାଇ ପରିଦର୍ଶନ କରିଛନ୍ତି। ଚ୍ୟାନେଲ ପୋତି ହୋଇ ଯାଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ଆସିବାରେ ଅସୁବିଧାର ହେଉଛି। ଫଳରେ ମାଛ ମାରିବାକୁ ଡଙ୍ଗାରେ ଯିବାକୁ ଅସୁବିଧା ହେଉଛି।