ବ୍ରହ୍ମପୁର

ବ୍ୟବସାୟୀଙ୍କ ଗଳା କାଟିବା ମାମଲା, ଜଣେ ଗିରଫ

ଫୁଲବାଣୀ ଅଫିସ,୨୯।୧୨- ଜଣେ ବ୍ୟବସାୟୀଙ୍କୁ ଗତ ରବିବାର ରାତିରେ ବାଟରେ ଅଟକାଇ ଲୁଟ ଉଦ୍ୟମ କରିବା ଏବଂ ପରେ ତାଙ୍କ ଗଳାକାଟି ଦେବା ଘଟଣାରେ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଖେତାପାଜୁର ଭବାନୀ ଶଙ୍କର ମାଝି ଓରଫ ରାଜା। ପୋଲିସ ସୂଚନା ଅନୁଯାୟୀ, କେନ୍ଦୁପଦର ଅଞ୍ଚଳର କାହ୍ନୁ ଚରଣ ପଣ୍ଡା ରବିବାର ରାତି ପ୍ରାୟ ୯ଟାରେ ଗୋଚ୍ଛାପଡାରେ ଥିବା ତାଙ୍କ ସାର ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଦଡ଼କି ଛକ ପାଖରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ୫୦୦ ଟଙ୍କା ଲୁଟି ନେବା ସହ ଗଳାକୁ ଛୁରିରେ ଆକ୍ରମଣ କରି ପଳାଇଥିଲେ। କୌଣସି ପ୍ରକାରେ କାହ୍ନୁ ନିକଟସ୍ଥ ଜାମୁଝରୀ ଗ୍ରାମକୁ ଯାଇ ତାଙ୍କର ଜଣେ ସାଙ୍ଗ ଘରକୁ ଯାଇ ଘଟଣା ବିଷୟରେ କହିଥିଲେ। ସେଠାରୁ କାହ୍ନୁଙ୍କୁ ଫୁଲବାଣୀ ମେଡିକାଲକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଥିଲା। ଏ ନେଇ ଥାନାରେ ନଂ.୧୦୬/୧୭ ରେ ମାମଲା ରୁଜୁ ହୋଇଛି।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୨।୪- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ରବିବାର ସକାଳ ୫ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରେ ଚଢ଼ାଉ କରି ତାଙ୍କ ଲାପଟପ୍‌, ଡାଏରୀ ଜବତ କରିବା ସହ ତାଙ୍କୁ ଉଠାଇ ନେଇଛି। ସୂଚନାଯୋଗ୍ୟ, ମେହେର ଭଇଁଷା କଲେଜରେ ଅଧ୍ୟାପକ ଭାବେ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ଗୋଟିଏ ରାତିରେ ୮ ହଜାରରୁ ଊର୍ଦ୍ଧ୍ୱ କଇଁଛଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ,୨୨। ୪ଓଡିଶାରେ ଦେବୀ ନଦୀ ମୁହାଣ, ଗହୀରମଥା ଓ ଋଷିକୁଲ୍ୟା ମୁହାଣ କଇଁଛଙ୍କ ଅଣ୍ଡାଦାନର ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ତେଣୁ ଚଳିତବର୍ଷ ଏଠାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ମାତ୍ରାଧିକଭାବେ ବୃଦ୍ଧି ପାଇଛି। ସାଧାରଣତଃ ଫେବୃୟାରୀ ମାସରେ କଇଁଛଙ୍କ ଅଣ୍ଡାଦାନ ସମୟ ରହିଥିବା ବେଳେ ଏବେ ଋଷିକୁଲ୍ୟା ମୁହାଣରେ ହଜାର ହଜାର ସଂଖ୍ୟାର କଇଁଛ ଅଣ୍ଡାଦାନ ପାଇଁ ପହଞ୍ଚୁଛନ୍ତି। ଯାହା ରାଜ୍ୟରେ ଏପରି ଘଟଣା ରେକର୍ଡ ବୋଲି କୁହାଯାଉଛି।

ଚାକିରି ଲୋଭ ଦେଖାଇ ୨ ଛାତ୍ରଙ୍କୁ ରାଜ୍ୟ ବାହାରକୁ ଚାଲାଣ ଅଭିଯୋଗ

ଆର.ଉଦୟଗିରି,୨୧।୪(ଡି.ଏନ.ଏ)- ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସୁମାଡ଼ ଗ୍ରାମର ବୀରେନ କରାଡ଼ଙ୍କ ପୁଅ ବୁଲୁ ଏବଂ ସଞ୍ଜୀବଙ୍କୁ ସେହି ଗ୍ରାମର ଜଣେ ଯୁବକ ଚାକିରି ଲୋଭ ଦେଖାଇ ବାହାର ରାଜ୍ୟକୁ ପଠାଇ ଦେଇଥିବା ତାଙ୍କ ବାପା ବିରେନ୍‌ ଆର.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି।

ବନରକ୍ଷୀ ଆକ୍ରମଣ ମାମଲା, ୩ଗିରଫ

ଭଞ୍ଜନଗର,୨୧।୪(ଡି.ଏନ.ଏ)- ଗାଲେରୀ ଫାଣ୍ଡି ଅନ୍ତର୍ଗତ ହରିଗଡ଼ ବନରକ୍ଷୀ ପ୍ରଦୀପ ଭୂୟଁାଙ୍କୁ ଆକ୍ରମଣ ମାମଲାରେ ପୋଲିସ ଶନିବାର ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଲ୍ଲୀର ପ୍ରସନ୍ନ ଗୌଡ଼ ଓ ଚାହାଳିର ପ୍ରଶାନ୍ତ ମଳିକ ଏବଂ ସୁଦର୍ଶନ ମଳିକ। ଶନିବାର ରାତିରେ ଗିରଫ ୩ଜଣଙ୍କୁ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି।

ଇଶାଣେଶ୍ୱର ମହାଦେବଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ ନରେନ୍ଦ୍ରାନନ୍ଦ ସରସ୍ବତୀ

ଇଶାଣେଶ୍ୱର ମହାଦେବଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ ନରେନ୍ଦ୍ରାନନ୍ଦ ସରସ୍ବତୀ

କନିଷି,୨୧।୪(ଡି.ଏନ.ଏ)- ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଗ୍ରାମସ୍ଥିତ ଅଷ୍ଟଶମ୍ବୁ ଶ୍ରୀ ଇଶାଣେଶ୍ୱର ମହାଦେବଙ୍କୁ କାଶୀ ସୁମେରୁ ପୀଠାଧିଶ୍ୱର ଶଙ୍କରାଚାର୍ଯ୍ୟ ନରେନ୍ଦ୍ରାନନ୍ଦ ସରସ୍ବତୀ ମହାରାଜ ଶୁକ୍ରବାର ସନ୍ଧ୍ୟାରେ ଦର୍ଶନ କରିଥିଲେ। ଶତାଧିକ ମହିଳା ପୁରୁଷ ତାଙ୍କୁ ପଟୁଆରରେ ମନ୍ଦିରକୁ ପାଛୋଟି ନେଇଥିଲେ।

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଆସିକା,୨୧।୪(ଡି.ଏନ୍‌.ଏ.)- ଆସିକା ସରକାରୀ ଡାକ୍ତରଖାନା ସଂଲଗ୍ନ ଓଭର ବ୍ରିଜ୍‌ ତଳୁ ଶନିବାର ଅପରାହ୍ନ ପ୍ରାୟ ୩ଟାବେଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କର ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହ ଜବତ କରି ଆସିକା ସରକାରୀ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛନ୍ତି। କେଉଁ ପରିସ୍ଥିତିରେ ବୃଦ୍ଧଙ୍କ ମୃତ୍ୟୁ ଘଟିଲା ଓ ତାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ।

ରୋଗୀ କଲ୍ୟାଣ ସମିତି ବୈଠକ

ରୋଗୀ କଲ୍ୟାଣ ସମିତି ବୈଠକ

ଶେରଗଡ,୨୧।୪(ଡି.ଏନ୍‌.ଏ.)- ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଶନିବାର ଡାକ୍ତରଖାନା ପରିସରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ସାରସ ସ୍ବାଇଁ ଉପସ୍ଥିତି ଥିଲେ।

ସରସ୍ବତୀ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ସରସ୍ବତୀ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ

ପୋଲସରା,୨୧।୪(ଡି.ଏନ.ଏ)- ପୋଲସରା ସହର ତୋଟାସାହିସ୍ଥିତ ମା ସରସ୍ବତୀ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ପୁରୀର ସଂଯୋଜକ କମଳାକାନ୍ତ ମହାରାଜ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ସମାଜରେ ଶିକ୍ଷା ହେଉଛି ମଣିଷର ବଳ, ଶିକ୍ଷା ଦ୍ୱାରା ହିଁ ମଣିଷ ଆଗକୁ ବଢ଼ିପାରିବ ବୋଲି କହିଥିଲେ।

କୂଅରୁ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

କୂଅରୁ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପୋଲସରା,୨୧।୪(ଡି.ଏନ.ଏ)- ପୋଲସରା ସହରସ୍ଥିତ ରତନେଇ ସାହିରେ ଶନିବାର ପୂର୍ବାହ୍ନରେ କୂଅରେ ପଡିଯାଇଥିବା ଜଣେ ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ସେ ହେଲେ ରତନେଇ ସାହିର ବନିତା ପ୍ରଧାନ। ବନିତା କୂଅରୁ ପାଣି କାଢ଼ୁଥିବାବେଳେ ଅସାବଧାନତା ବଶତଃ ଖସି ପଡ଼ିଥିଲେ।

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ମହାଯଜ୍ଞ ପୁର୍ଣ୍ଣାହୁତି

ଦିଗପହଣ୍ଡି,୨୧।୪(ଡି.ଏନ.ଏ)-ଦିଗପହଣ୍ଡି-ପୋଡ଼ାମାରି ମୁଖ୍ୟରାସ୍ତାର ବିଦ୍ୟୁତ ସବଷ୍ଟେଶନ ନିକଟରେ ଥିବା ପଞ୍ଚଗୁରୁ ସେବାଶ୍ରମ ପରିସରରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଚାଲିଥିବା ମହାଯଜ୍ଞ ଶୁକ୍ରବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଯାଇଛି। ସୋମବାର ଠାରୁ ଶୁକ୍ରବାର ୫ ଦିନ ବ୍ୟାପୀ ପ୍ରତିଷ୍ଠା ମହୋତ୍ସବରେ ଗଞ୍ଜାମ-ଗଜପତି ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ସାଧୁସନ୍ଥ ବିଦ୍ୱାନ ଯୋଗ ଦେଇଥିଲେ।

ଆମ ପୋଲିସ ସମିତି ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ

ଆମ ପୋଲିସ ସମିତି ପକ୍ଷରୁ ଜଳଛତ୍ର ଉଦ୍‌ଘାଟିତ

ପାଟପୁର,୨୧।୪(ଡି.ଏନ.ଏ)- ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଶୁକ୍ରବାର ଥାନା ସମ୍ମୁଖରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି। ସାନଖେମୁଣ୍ଡି ତହସିଲଦାର ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା ଉଦ୍‌ଘାଟନ କରିଥିବାବେଳେ ଥାନା ଆଇଆଇସି ରମେଶ କୁମାର ପ୍ରଧାନଙ୍କ ସମେତ ଆମ ପୋଲିସ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

୩ ବାଲ୍ୟ ବିବାହ ରୋକିଲା ପ୍ରଶାସନ

୩ ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଆସିକା,୨୧।୪(ଡି.ଏନ୍‌.ଏ.)- ଆସିକା ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଶନିବାର ଆସିକା ବ୍ଲକର ବାଲିସିରା ଗ୍ରାମରେ ୩ଟି ବାଲ୍ୟ ବିବାହକୁ ରୋକାଯାଇଛି।