ବ୍ରହ୍ମପୁର

ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ଡକାୟତି ଯୋଜନା ପଣ୍ଡ, ୬ ଗିରଫ


ଆସିକା,୨୯।୧୨ (ଡି.ଏନ୍‌.ଏ.)- ଆସିକା -ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥର କରେଇ ଛକ ନିକଟରେ ଡକାୟତି ଯୋଜନା କରୁଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୬ ଯୁବକଙ୍କୁ ଗିରଫ କରିଛି। ଏମାନେ ହେଲେ ଆସିକା ଥାନା ଅନ୍ତର୍ଗତ ନୂଆଗାଁର ଜିତେନ୍ଦ୍ର ସ୍ବାଇଁ, କାର୍ତ୍ତିକେଶ୍ୱର ନାହାକ, ଭୋଳା ନାହାକ। ସୋରଡା କଇଠପଲ୍ଲୀ ସାହିର ପ୍ରଦୀପ ଦାସ, ରାଜେନ୍ଦ୍ର ଦାସ ଓ କବିସୂର୍ଯ୍ୟନଗରର ରବୀନ୍ଦ୍ର କୁମାର ଦଳାଇ। ସେମାନଙ୍କ ନିକଟରୁ ୬ ବାଇକ୍‌, ୪ ମୋବାଇଲ୍‌, ଖଣ୍ଡା, ବୋମା ଆଦି ଜବତ କରାଯାଇଛି। ଅଭିଯୁକ୍ତମାନେ ଏକ ବଡଧରଣର ଡକାୟତି ଲାଗି ଯୋଜନା କରୁଥିଲାବେଳେ ପୋଲିସ ପାଟ୍ରୋଲିଂ ଦଳ ହାବୁଡରେ ପଡିଥିବା ଆସିକା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଆସିକା ଥାନାରେ ୩୦୨/୧୭ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି।

All Right Reserved By

Model This Week

Model This Week

ବ୍ରହ୍ମପୁର

ବଟେଶ୍ୱର ପୀଠର ବିକାଶ ନେଇ ୧.୪୭ କୋଟିର ପ୍ରସ୍ତାବ

ବଟେଶ୍ୱର ପୀଠର ବିକାଶ ନେଇ ୧.୪୭ କୋଟିର ପ୍ରସ୍ତାବ

ଛତ୍ରପୁର,୨୬।୪(ଡି.ଏନ.ଏ.) ଗଞ୍ଜାମ ବ୍ଲକ କଣ୍ଟିଆଗଡ ନିକଟ ବଟେଶ୍ୱର ପୀଠ ଓ ବୋରିଗାଁର ଝାଡେଶ୍ୱର ପୀଠର ବିକାଶ କରାଯିବ। ଏଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ୨ ପୀଠ ପରିଦର୍ଶନ କରି କ’ଣ ସବୁ ବିକାଶ କରାଯିବ ସେ ଉପରେ ଆଲୋଚନା କରିଛନ୍ତି।

୬୯ ଦେଶୀମଦ ଭାଟି ବନ୍ଦ ନିର୍ଦ୍ଦେଶ

୬୯ ଦେଶୀମଦ ଭାଟି ବନ୍ଦ ନିର୍ଦ୍ଦେଶ

ଛତ୍ରପୁର,୨୬।୪(ଡି.ଏନ.ଏ.) ଗଞ୍ଜାମ ଜିଲାରେ ୬୯ଟି ଦେଶୀମଦ ଭାଟି ବନ୍ଦ କରାଯିବ। ଜିଲାରେ ୭୪ଟି ମଦଭାଟି ରହିଛି। ଗ୍ରୀନ୍‌ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଏପରି ବନ୍ଦ କରାଯିବ। ବହୁପୂର୍ବରୁ ଗ୍ରୀନ୍‌ ଟ୍ରିବ୍ୟୁନାଲ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଜମି ଜବରଦଖଲ ହଟିଲା

ଜମି ଜବରଦଖଲ ହଟିଲା

ଦାରିଙ୍ଗବାଡ଼ି,୨୬ା୪(ଡି.ଏନ.ଏ.) ଦାରିଙ୍ଗବାଡ଼ି ବ୍ଲକ ଗଦାପୁରରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରୁ ପ୍ରଶାସନ ପକ୍ଷରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୂର୍ବରୁ ଉକ୍ତ ଜମିକୁ ଏକାଧିକ ଲୋକ ଦଖଲ କରି ରଖିଥିଲେ।

ମଦ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ, ୧୧ ଗିରଫ

ମଦ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ, ୧୧ ଗିରଫ

ଆସିକା,୨୫।୪ (ଡି.ଏନ୍‌.ଏ.)- ଆସିକା ଅଞ୍ଚଳର ମଦ ବ୍ୟବସାୟୀଙ୍କୁ ହତ୍ୟା କରି ତାଙ୍କ ସାମ୍ରାଜ୍ୟ ହାତେଇବାକୁ ଚାଲିଥିବା ଏକ ଷଡ଼ଯନ୍ତ୍ରକୁ ପୋଲିସ ପଣ୍ଡ କରିଛି ା ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ମଙ୍ଗଳବାର ଅପରାହ୍ନରେ ଆସିକା ସହର ଉପକଣ୍ଠ ଝଗଡେଇ ଗୁମ୍ଫା ନିକଟରୁ ୬ ଜଣଙ୍କୁ ପୋଲିସ କାବୁ କରିଥିଲା।

ପୃଥକ୍‌ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ଅଞ୍ଚଳରେ ପୃଥକ୍‌ ଦୁର୍ଘଟଣାରେ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ସୂର୍ଯ୍ୟ ନାରାୟଣ ପ୍ରଧାନ (୪୫) ଓ ହିଞ୍ଜିଳିକାଟୁ ପାଟଣାସାହିର ଗଙ୍ଗା ଦାସ (୩୦)। ଗୁରୁତର ଆହତ ଜଣକ ହେଲେ ଛତ୍ରପୁରର ଧର୍ମେନ୍ଦ୍ର ଦାସ (୨୬)।

ଟିଟିଇଙ୍କୁ ମାଡ଼ ଘଟଣା: ଜିଆରପି ଥାନାଧିକାରୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୨୫।୪- ଟିଟିଇଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ରହ୍ମପୁର ଜିଆରପି ଥାନାଧିକାରୀ ରାଜେନ୍ଦ୍ର କୁମାର ମୁଣ୍ଡାଙ୍କୁ ବୁଧବାର ଏଡିଜେ-୧ କୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୨୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ସହିତ ମାମଲାରେ ପୋଲିସକୁ ସହାୟତା କରିବା ଓ ଥାନାରେ ହାଜର ହେବାକୁ ଏଡିଜେ-୧ ଜଜ୍‌ ରେଖାପ୍ରସାଦ ରାୟ ପ୍ରକାଶ କରିଛନ୍ତି।

ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ

ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ରାଜାସାହି କଳିଙ୍ଗ ବୈଶ୍ୟ ସମାଜ ସଂଘ ଗୃହରେ ପୋଚିଲିମା ମହିଳା ସଂଘ ପକ୍ଷରୁ ଜାତିର ଆରାଧ୍ୟ ଦେବୀ ମା’ ବାସବୀ କନ୍ୟକା ପରମେଶ୍ୱରୀଙ୍କ ଜନ୍ମୋତ୍ସବ ବୁଧବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି।

ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ,୨୫।୪-କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ବୁଧବାର ସକାଳେ ମାଶ୍ରିପଡା ଛକରେ ଚଢ଼ାଉ କରି ଏକ କାର୍‌ ସହ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ଜି.ଉଦୟଗିରିର ତୁମୁସିଙ୍ଗିଆର ଲଛମନ ନାୟକ। କାର ନଂ(ଓଆର ୦୨ ବିୱାଇ ୭୨୪୮)ରେ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିବା ନେଇ ପୋଲିସକୁ ଖବର ମିଳିଥିଲା। ସକାଳ ପ୍ରାୟ ୬.୧୫ ମିନିଟରେ ପୋଲିସ ମାଶ୍ରିପଡା-କେଲାପଡା ରାସ୍ତା ମାଶ୍ରିପଡା ଛକରେ ଏକ କାରକୁ ଅଟକାଇଥିଲା। ଯାଞ୍ଚ ବେଳେ ସେଥିରୁ ୪୫ କେଜି ୪୦୦ଗ୍ରାମ ଗଞ୍ଜେଇ ମିଳିଥିଲା। ପୋଲିସ ଗଞ୍ଜେଇ ସହ ଗାଡି ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରି ନଂ. ୩୪/୧୮ରେ ମାମଲା ରୁଜୁ କରିଛି।

ସଡ଼କ ସୁରକ୍ଷା ସଚେତନତା ରଥ ପରିକ୍ରମା

ଆର.ଉଦୟଗିରି,୨୫।୪(ଡି.ଏନ.ଏ.)-ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲା ସଡ଼କ ପରିବହନ ଦ୍ୱାରା ପ୍ରସ୍ତୁତ ସଚେତନତା ରଥ ଗଜପତି ଜିଲା ଆର.ଉଦୟଗିରି ଥାନାରେ ବୁଧବାର ଶୁଭାରମ୍ଭ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ସ୍ଥାନୀୟ ନୋଡାଲ ଏବଂ ହାଇସ୍କୁଲ ଛାତ୍ରୀ ସଡ଼କ ସୁରକ୍ଷା ନିମନ୍ତେ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଚାର ପତ୍ର ଓ ବ୍ୟାନଜର ଲଗାଇ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ତହସିଲଦାର ସୋମନାଥ ମାଝି ଉଦ୍‌ଘାଟନ କରିଥିଲେ । ଆଇଆଇସି ପ୍ରଭାକର ପଣ୍ଡାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ନିଶା ସେବନ କରି ଗାଡ଼ି ଚାଳନା ନ କରିବା, ହେଲମେଟ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା ଏବଂ ଟ୍ରାଫିକ ନିୟମ ପାଳନ ଆଦି ସମ୍ପର୍କରେ ବୁଝାଇଥିଲେ । ଥାନାର ସମସ୍ତ କର୍ମଚାରୀ ଓ ଶିକ୍ଷକମାନେ ସହଯୋଗ କରିଥିଲେ ।

ଉତ୍‌ଥାନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଜି.ଉଦୟଗିରି,୨୫।୪(ଡି.ଏନ.ଏ.)-ଜି.ଉଦୟଗିରି ହବାକ୍‌ ହାଇସ୍କୁଲରେ ଗତ ୧୭ ତାରିଖରୁ ଚାଲିଥିବା ଉତ୍‌ଥାନ ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି। ୩ଟି ପର୍ଯ୍ୟାୟରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଯେପରି ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାଠକୁ ଠିକ୍‌ ଭାବେ ହାସଲ କରିବେ ସେ ସମ୍ପର୍କରେ ଏକ ପ୍ରତିକାରମୂଳକ ତାଲିମ ଦିଆଯାଇଥିଲା।

ବି.କରଡ଼ାବାଡି ପଞ୍ଚାୟତ: ନୂଆ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ବି.କରଡ଼ାବାଡି ପଞ୍ଚାୟତ: ନୂଆ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ବୁଗୁଡ଼ା,୨୫।୪(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ବି.କରଡ଼ାବାଡି ପଞ୍ଚାୟତର ନୂତନ ସରପଞ୍ଚ ଭାବେ ବିଷ୍ଣୁପ୍ରିୟା ନାୟକ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଗୁଡ଼ା ପ୍ରଥମଶ୍ରେଣୀ ଅଦାଲତର ଆଦେଶ ଏବଂ ଗଞ୍ଜାମ ଜିଲାପାଳଙ୍କ ଚିଠି (ନଂ.୬୯୪/ଜିପି୨୪.୪.୧୮) ଓ ବୁଗୁଡ଼ା ବିଡିଓଙ୍କ ଚିଠି (ନଂ.୯୮୬/୨୪.୪.୧୮) ପ୍ରକାରେ ବିଷ୍ଣୁପ୍ରିୟା ସରପଞ୍ଚ ହୋଇଛନ୍ତି। ଅଦାଲତ ସୋମବାର ବି. କରଡ଼ାବାଡ଼ିର ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବା ସହ ସର୍ବାଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବିଷ୍ଣୁପ୍ରିୟାଙ୍କୁ ସରପଞ୍ଚ ଦାୟିତ୍ୱ ଦେବାକୁ ଆଦେଶ ଦେଇଥିଲେ।

ବିଶ୍ୱ ମ୍ୟାଲେରିଆ ଦିବସ

ବିଶ୍ୱ ମ୍ୟାଲେରିଆ ଦିବସ

ତୁମୁଡିବନ୍ଧ,୨୫।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର କୁର୍ତ୍ତୁମଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ମ୍ୟାଲେରିଆ ଦିବସ ବୁଧବାର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୁର୍ତ୍ତୁମଗଡ ସରପଞ୍ଚ ବିସନ୍ତି ମଳିକ, ସମ୍ମାନୀତ ଅତିଥିଭାବେ ବରିଷ୍ଠ ନାଗରୀକ ତଥା ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ମଳିକ, ହାଇହୋପ୍‌ ସୋସାଇଟର ସମ୍ପାଦକ ଲିଙ୍ଗରାଜ ପ୍ରଧାନ ଓ ନ୍ୟୁ ଭିଜନ ଅଫ୍‌ ଇଣ୍ଡିଆର ସଭାପତି ବରଦା ପ୍ରସନ୍ନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।