ସମ୍ବଲପୁର

ଘୋଷଣାରେ ସୀମିତ ଝାରସୁଗୁଡାରୁ ବିମାନ ସେବା

ଘୋଷଣାରେ ସୀମିତ ଝାରସୁଗୁଡାରୁ ବିମାନ ସେବା



ଝାରସୁଗୁଡା ଅଫିସ,୨୯। ୧୨- ରିଜିଓନାଲ ଏୟାର କନେକ୍ଟିଭିଟି ସ୍କିମ୍‌(ଆରସିଏସ୍‌) ଅଧୀନ ଉଡାନ୍‌ ଯୋଜନାରେ ଝାରସୁଗୁଡାରୁ ବିମାନ ସେବା ଆରମ୍ଭ ନେଇ ହୋଇଥିବା ଘୋଷଣା ଘୁଞ୍ଚି ଘୁଞ୍ଚି ଚାଲିଛି। ପ୍ରଥମେ ଘୋଷଣା ହୋଇଥିଲା ଝାରସୁଗୁଡ଼ାରେ ସେପ୍ଟେମ୍ବରରେ ବିମାନ ସେବା ଆରମ୍ଭ ହେବ। ଏହା ବିଫଳ ହେବାପରେ ଯୋଜନା ଆରମ୍ଭର ତାରିଖ ନିରନ୍ତର ଭାବେ ବଦଳି ଚାଲିଛି। ସେପ୍ଟେମ୍ବର ପରେ ଅକ୍ଟୋବର, ନଭେମ୍ବର, ଡିସେମ୍ବର ଏବଂ ଜାନୁୟାରୀରେ ଝାରସୁଗୁଡାରୁ ବିମାନ ସେବା ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା। ହେଲେ ଦୁଇଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ପୁନଶ୍ଚ ଦିନ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ଏହି ସେବା ଫେବ୍ରୁୟାରୀରୁ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ହେଲେ ପୂର୍ବରୁ ୬ଟି ତାରିଖ ଘୋଷଣା କରାଯାଇଥିବା ବେଳେ ଏଥର ଏହି ଘୋଷଣାକୁ ନେଇ ଲୋକ ଖୁସିବ୍ୟକ୍ତ କରିନାହାନ୍ତି। ପ୍ରତ୍ୟେକ ମାସରେ ଧାର୍ଯ୍ୟ ତାରିଖ ବଦଳିବା କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ଏବଂ ସନ୍ତୋଷଜନକ ଉତ୍ତର ମଧ୍ୟ ମିଳିପାରୁ ନାହିଁ। ଏ ବାବଦରେ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ମୁହଁ ଖୋଲି ନାହାନ୍ତି।
ଝାରସୁଗୁଡାରୁ ବିମାନ ସେବା ପ୍ରଦାନ ପାଇଁ ସୁଯୋଗ ପାଇଥିବା ସଂସ୍ଥା ଏୟାର ଓଡ଼ିଶା ଏପର୍ଯ୍ୟନ୍ତ ବିମାନବନ୍ଦର ପରିଦର୍ଶନ କରିନାହିଁ। କେବଳ ଭୁବନେଶ୍ୱର ଏବଂ ଦିଲ୍ଲୀରେ ନିଜର ଆଲୋଚନା ଓ ସମୀକ୍ଷା ଜାରି ରଖିଛି। ଏପରି କି ଝାରସୁଗୁଡ଼ା ବିମାନବନ୍ଦରରେ କଉଁ ସୁବିଧା ଉପଲବ୍ଧ ସେ ବିଷୟରେ ମଧ୍ୟ ସଂସ୍ଥା ଅବଗତ ହୋଇ ନାହିଁ। ବିମାନ ଚଳାଚଳକୁ ନିୟନ୍ତ୍ରଣ କରିବା, ଯାତ୍ରୀସେବା ବ୍ୟବସ୍ଥିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ଉଡାନ ଆରମ୍ଭ କରିବା ପାଇଁ ଯେଉଁସବୁ ସୁବିଧା ଆବଶ୍ୟକ ତାହା ଶେଷ ହୋଇଛି ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ମନୋଜ କୁମାର କହିଛନ୍ତି। ଏହାସହ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(ଏଏଆଇ)ର ଏକ ଟିମ୍‌ ଝାରସୁଗୁଡା ବିମାନବନ୍ଦର ଅନୁଧ୍ୟାନ କରି ଇତିମଧ୍ୟରେ ଫେରିଛନ୍ତି।
ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କୁମାରଙ୍କ କହିବା ଅନୁସାରେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକତା ଏବଂ ଉତ୍ସାହକୁ ଦେଖି ନିର୍ଦ୍ଧାରିତ ସମୟ ମଧ୍ୟରେ ବିମାନସେବା ଆରମ୍ଭ କରିବାକୁ ଆମେ ପ୍ରୟାସ ଜାରି ରଖିଛୁ। ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଶେଷ କରାଯାଇଛି। ଝାରସୁଗୁଡ଼ା ବିମାନବନ୍ଦରରୁ ଲୋକଙ୍କୁ ବିମାନସେବା ଯୋଗାଇବାକୁ ଏକମାତ୍ର ବିଡର୍‌ ଭାବେ ଏୟାର ଓଡ଼ିଶା ସୁଯୋଗ ପାଇଛି। ହେଲେ ଏୟାର ଓଡ଼ିଶା ଅଧିକାରୀ ଝାରସୁଗୁଡ଼ା ନ ଆସିବା, ରାଜ୍ୟ ସରକାର ବାରମ୍ବାର ସମୀକ୍ଷା କରି ତାରିଖ ଘୁଞ୍ଚାଇବାର କାରଣ ଜଣାପଡୁ ନାହିଁ। ଯଦି ଏପରି ହୁଏ ତେବେ ମେ କିମ୍ବା ଜୁନ୍‌ ମାସରେ ଉଭୟ ଉଡାନ୍‌ ଏବଂ ପୂର୍ଣ୍ଣାଙ୍ଗ ବିମାନସେବା ଏକାସାଙ୍ଗେ ଆରମ୍ଭ ହେବା ଏକ ପ୍ରକାର ନିଶ୍ଚିତ। ଉଡାନ୍‌ ପାଇଁ ଆବଶ୍ୟକ ଲ୍ୟାଣ୍ଡିଂ ସ୍ପଟ୍‌, ପୋର୍ଟା କ୍ୟାବିନ୍‌ ସମେତ ଆନୁଷଙ୍ଗିକ କାମ ଶେଷ ହୋଇଥିବା ଝାରସୁଗୁଡା ନିର୍ଦ୍ଦେଶକ କୁମାର କହିଛନ୍ତି। ଏହାବ୍ୟତୀତ ୨୦୧୮ ଏପ୍ରିଲ୍‌ରୁ ପୂର୍ଣ୍ଣମାତ୍ରାରେ ବିମାନ ଚଳାଚଳ ପାଇଁ ଆବଶ୍ୟକ ରନୱେ, ଟର୍ମିନାଲ ବିଲ୍ଡିଂ, ଟେକ୍‌ନିକାଲ ବ୍ଲକ୍‌, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବିମାନବନ୍ଦର ଏବଂ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା, ପିଏଚ୍‌ଇଡି ସଂଯୋଗ, ରାଜ୍ୟ ରାଜପଥରୁ ଟର୍ମିନାଲ ବିଲ୍ଡିଂ ପର୍ଯ୍ୟନ୍ତ ସଂଲଗ୍ନ ରାସ୍ତା, ପାଣିପାଗ ସୂଚନା ପାଇଁ ଆବଶ୍ୟକ ଉନ୍ନତ ବୈଷୟିକ ଉପକରଣ କାମ ଜୋରସୋରରେ ଚାଲିଛି।

All Right Reserved By

Model This Week

ନିକିତା

ସମ୍ବଲପୁର

ରିଷିଡ଼ାରେ ଜଳଛତ୍ରର ଦେଖା ନାହଁ

ରିଷିଡ଼ାରେ ଜଳଛତ୍ରର ଦେଖା ନାହଁ

ରିଷିଡ଼ା,୨୦।୪, (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ରିଷିଡ଼ାରେ କୌଣସି ସ୍ଥାନରେ ଜଳଛତ୍ର ନ ଥିବାରୁ ପଥିକ ତଥା ବସରେ ଯାତାୟତ କରୁଥିବା ଯାତ୍ରୀମାନେ ନାହଁନ ଥିବା ଅସୁବିଧା ଭୋଗୁଛନ୍ତି ।

ଆଞ୍ଚଳିକ ସମସ୍ୟା ନେଇ ଏଡିଏମ୍‌ଙ୍କ ବିଜେଡିର ଦାବପତ୍ର

ରିଷିଡ଼ା,୨୦।୪, (ଡି.ଏନ.ଏ.) - କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବିଜୁ ଯୁବ ଜନତା ଦଳ ତରଫରୁ ୧୭ ଦଫାର ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଚନ୍ଦ୍ରମଣି ବଡନାୟକଙ୍କୁ ପ୍ରଦାନ କରାଯାଇଛି। ଏନଏସି, ଥାନା,ଏରିଆ ହସ୍‌ପିଟାଲ, ଯୁକ୍ତ ୨ ବିଜ୍ଞାନ ଓ ଆଇଟିଆଇ ମହାବିଦ୍ୟାଳୟ, କଲ୍ୟାଣ ମଣ୍ଡପ, ଶୀତଳ ଭଣ୍ଡାର, ମିନି ଷ୍ଟାଡିୟମ, ବସଷ୍ଟାଣ୍ଡରେ ଶୈାଚାଳୟ ଓ ଅମୃତଧାରା, ସଲଣ୍ଡିଆମୁଣ୍ଡାରେ ପାନୀୟ ଜଳ ଯୋଗାଣ ସଂଯୋଗୀକରଣ, ଗଜବାହାଲ ପଂଚାୟତ ଧଅଂରାଖମନ ଲକ୍ଷ୍ମୀନାଳା ପୋଲ ନିର୍ମାଣ, ଅବୁଜବାହାଲ ଠାରୁ ଟେଟେଙ୍ଗପଦର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ, ରାଜପୁର ପଂଚାୟତରେ ରାସ୍ତା ଓ ପାନୀୟ ଜଳର ସମାଧାନ, କ

ରିଷିଡାରେ ଚନ୍ଦନଯାତ୍ରା ଆରମ୍ଭ

ରିଷିଡାରେ ଚନ୍ଦନଯାତ୍ରା ଆରମ୍ଭ

ରିଷିଡ଼ା,୨୦।୪, (ଡି.ଏନ.ଏ.) -କଳାହାଣ୍ଡି ଜିଲା ରିଷିଡା କନ୍ଧପଡାସ୍ଥିତ ରାଧାକୃଷ୍ଣ ସାଂସ୍କୃତିକ ସଂସଦ ତରଫରୁ ପ୍ରତିବର୍ଷ ଭଳି ଚଳିତ ଅକ୍ଷୟ ତୃତୀୟାଠାରୁ ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ନାଟକ ପରିବେଷିତ ହୋଇଛି।

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ମଣ୍ଡଳ, ୨୦।୪(ଡି.ଏନ.ଏ.)-କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ କୋଟାଙ୍ଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଶିକ୍ଷକ ପଦ ଖାଲି ପଡିଛି। ବିଭାଗୀୟ ଅଧିକାରୀ ଏହାକୁ ସମାଧାନ ଦିଗରେ ଧ୍ୟାନ ଦେଉ ନାହାନ୍ତ। ଏହାଦ୍ୱାରା ଶିକ୍ଷା ବାଧାପ୍ରାପ୍ତ ହେଉଛି। ଶେଷରେ ଛାତ୍ରୀଛାତ୍ର ଓ ଅଭିବାବକ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି।

ଜଣ୍ଡିସ ନେଉଛି ଜୀବନ

ଜଣ୍ଡିସ ନେଉଛି ଜୀବନ

ବରଗଡ଼ ଅଫିସ୍‌,୨୦।୪-ବରଗଡ଼ ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ତୁରୁଙ୍ଗା ଗ୍ରାମରେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଗତ ୧୪ତାରିଖ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଗ୍ରାମର ଜଣେ ଜଣ୍ଡିସ୍‌ ଆକ୍ରାନ୍ତ ଅଜୟ ମହାପାତ୍ର(୨୯)ଙ୍କ ମୃତ୍ୟୁ ହୋଇଛି । ସେହିପରି ଗ୍ରାମର ଆହୁରି ଅନ୍ୟ ୧୦ଜଣ ଜଣ୍ଡିସରେ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ସୁଶାନ୍ତ ଭୋଇ(୪୮) ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାବେଳେ ବାକି ୯ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି ।

ସ୍କୁଲରେ ସିଡିରୁ ପଡି ଛାତ୍ର ମୃତ

ସ୍କୁଲରେ ସିଡିରୁ ପଡି ଛାତ୍ର ମୃତ

ସୁନ୍ଦରଗଡ, ୨୦।୪-ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ୍‌ କିଞ୍ଜିରିକେଲା ଥାନା ଅଧୀନ ବୀରକାଲଡିହିଗାଁରେ ଶୁକ୍ରବାର ଅଘଟଣ ଘଟିଛି। ଏଠାରେ ଥିବା ଆଶ୍ରମ ସ୍କୁଲରେ ସିଡିରୁ ପଡି ଜଣେ ୭ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସ୍କୁଲ କର୍ତ୍ତପକ୍ଷ ତାଙ୍କୁ ସୁନ୍ଦରଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମଲେଶ୍ୱରୀ ଏକ୍ସପ୍ରେସ ଏସି ବଗିରେ ଧୂଆଁ

ସମଲେଶ୍ୱରୀ ଏକ୍ସପ୍ରେସ ଏସି ବଗିରେ ଧୂଆଁ

ସମ୍ବଳପୁର, ୨୦।୪ (ବ୍ୟୁରୋ)-ଝାରସୁଗୁଡା ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ସମଲେଶ୍ୱରୀ ଏକ୍ସପ୍ରେସର ଥାର୍ଡ ଏସି ବଗିରୁ ଶର୍ଟ ସର୍କିଟ ହୋଇ ହଠାତ୍‌ ଧୂଆଁ ବାରିଛି। ଏହା ଦେଖି ବଗି ଭିତରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡିଥିଲେ।

ବଳାତ୍କାର ପଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଆପ୍‌ର ଦାବି

ବଳାତ୍କାର ପଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଆପ୍‌ର ଦାବି

ଭବାନୀପାଟଣା, ୨୦ା୪ (ଡି.ଏନ.ଏ,)- ଦେଶ ଓ ରାଜ୍ୟରେ ବଳାତ୍କାର ବଢୁଛି। ଛୋଟ ଛୋଟ ପିଲାଙ୍କୁ ବଳାତ୍କାର ପରେ ହତ୍ୟା କରିବାକୁ ଅଭିଯୁକ୍ତ ପଛାଉ ନାହାନ୍ତି। ଉତ୍ତରପ୍ରଦେଶ ଉନ୍ନାଓ ଏବଂ କାଶ୍ମୀର କାଠୁଆରେ ନାବାଳିକାଙ୍କୁ ବଳାତ୍କାର ଘଟଣା ଦେଶରେ ଚର୍ଚ୍ଚା ଓ ଲଜିତ ହୋଇଛି। ତେବେ ଏହି ଘଟଣାରେ ପ୍ରତିବାଦ କରି ଶୁକ୍ରବାର ଭବାନୀପାଟଣାରେ ଆମ୍‌ ଆଦମି ପାର୍ଟି (ଆପ୍‌) ପକ୍ଷରୁ ଶୋଭାଯାତ୍ରା ଆୟାଜିତ ହୋଇଥିଲା।

ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଉତ୍କଟ

ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଉତ୍କଟ

ପଦ୍ମପୁର, ୨୦। ୪ (ଡି.ଏନ.ଏ,)-ବରଗଡ ଜିଲା ପଦ୍ମପୁର ସହରରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଏହା ସାଙ୍ଗକୁ କୂଅ ପୋଖରୀ ମଧ୍ୟ ଶୁଖିବାକୁ ଲାଗିଲାଣି । ନଳକୂପରେ ଠିକ୍‌ ଭାବରେ ପାଣି ବାହାରୁ ନାହିଁ । ତାପମାତ୍ରା ବୃଦ୍ଧି ପାଇବା ଆହୁରି ସମୟ ବାକିଥିବା ବେଳେ ଏବେଠାରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି ।

କେବେ ହଠିବ ବିଦେଶୀ ମଦ କୋଦାନ

କେବେ ହଠିବ ବିଦେଶୀ ମଦ କୋଦାନ

ରେଙ୍ଗାଲି, ୨୦।୪ (ଡି.ଏନ.ଏ)- ସମ୍ବଲପୁର ଜିଲା ରେଙ୍ଗାଲିସ୍ଥିତ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି ଏବେ ଯୋର ଧରିଛି । ବାରମ୍ବାର ଦାବି କରିବା ସତ୍ତ୍ବେ ଉକ୍ତ ମଦ ଦୋକାନଟି ସ୍ଥାନାନ୍ତର ହେଉନାହିଁ । ରେଙ୍ଗାଲି ଅଞ୍ଚଳରେ ଥିବା ବିଭିନ୍ନ ମହିଳା ସଂଗଠନ, ବିଭିନ୍ନ ଏନଜିଓ ବାରମ୍ବାର ଜିଲା ପ୍ରଶାସନକୁ ବିଦେଶୀ ମଦ ଦୋକାନର ସ୍ଥାନାନ୍ତର ପାଇଁ ଦାବି କରି ଚିଠି ଦେଲେ ମଧ୍ୟ ପ୍ରଶାସନ ଚୁପ୍‌ ହୋଇ ବସି ରହୁଛି । ଲୋକଙ୍କ ଦାବିକୁ କର୍ଣ୍ଣପାତ କରୁନାହିଁ । ଏହି ବିଦେଶୀ ମଦ ଦୋକାନଟି ଏକ ସମ୍ବେଦନଶୀଳ ସ୍ଥାନରେ ରହିଛି। ରେଙ୍ଗାଲି ହାଇସ୍କୁଲ ଛକଠାରେ ଉକ୍ତ ମଦ ଦୋକାନଟି ରହିଛି । ମଦ ଦୋକାନଟିକୁ ଲାଗି ଏକ ଫେମିଲି ରେଷ୍ଟୁରେଣ୍ଟ ରହିଛି ।

ସ୍ତ୍ରୀକୁ ଯୌତୁକ ନିର୍ଯାତନା: ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ଜ୍ୱାଇର ମାଡ

ସ୍ତ୍ରୀକୁ ଯୌତୁକ ନିର୍ଯାତନା: ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ଜ୍ୱାଇର ମାଡ

ବଡଗାଁ, ୨୦।୪ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରି ଯୌତୁକ ନିର୍ଯାତନା ଦେଇଛନ୍ତି। ତେବେ ଏହି ଘଟଣାର ସମାଧାନ ପାଇଁ ଆସିଥିବା ଶାଶୁ, ଶ୍ୱଶୁରଙ୍କୁ ମଧ୍ୟ ସେ ଛାଡି ନାହାନ୍ତି। ସେମାନଙ୍କ ମାଡ ମାରିଛନ୍ତି। ଅଭିଯୋଗ ପରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ହେଲେ ବଡଗାଁର ବିନୁ ରୋହିଦାସ (୨୬)।

୨୨ରେ ଓଡିଆ ନଦୀ ସମ୍ମିଳନୀ

ସମ୍ବଲପୁର, ୨୦।୪ (ବ୍ୟୁରୋ)- ଓଡିଶା ୱାଟର୍‌ ଇନିସିଏଟିଭ ଓ ମହାନଦୀ ରିଭର ୱାଟର କିପର୍ସ ପକ୍ଷରୁ ଆସନ୍ତା ୨୨ ଓ ୨୩ ଦୁଇ ଦିନିଆ ଓଡିଶା ନଦୀ ସମ୍ମିଳନୀ ଆୟୋଜିତ ହେବ । ସମ୍ବଲପୁରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଅଞ୍ଚଳରୁ ନଦୀ ଅବବାହିକାର ଚାଷୀ, ମତ୍ସ୍ୟଜିବୀ, ନଦୀ ଓ ଜଳ ଉପରେ ଗବେଷଣା କରୁଥିବା ବୁଦ୍ଧିଜୀବି ଏବଂ ସ୍ବଚ୍ଛାସେବୀ ସଂଗଠନର ସାମାଜିକ କର୍ମୀମାନେ ସାମିଲ ହେବେ । ଏହି ସମ୍ମିଳନୀରେ ୬ଟି ବୈଷୟିକ, ୨ଟି ସାଧାରଣ ଅଧିବେଶନ ଓ ଗୋଷ୍ଠିଗତ ଆଲୋଚନା କରାଯିବ ।