ସମ୍ବଲପୁର

ଗୋଟିଏ ମଞ୍ଚରେ ଅନୁପ, ରାଧାରାଣୀ

ଗୋଟିଏ ମଞ୍ଚରେ ଅନୁପ, ରାଧାରାଣୀ

ଲଖନପୁର,୨୯।୧୨(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ରାଜନୀତି ନିଆରା। ଏଠାରେ ବିରୋଧୀ ଓ ଶାସକ ଦଳର ନେତାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥାଏ। ଏଭଳି ଛକାପଞ୍ଝା ବିଶେଷ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ନିମନ୍ତ୍ରିତ ଅତିଥିମାନଙ୍କ ଚୟନକୁ ନେଇ ହୋଇଥାଏ। କିଏ କହେ ସେଦଳର ନେତା ଆସିଲେ ଆମେ ଯିବୁନାହିଁ। ଆଉ କିଏ କହେ ଅନ୍ୟଦଳର ନେତା ଆସିଲେ ଆମେ ଯିବୁନାହିଁ। ଏଭଳି ଆରୋପ ପ୍ରତ୍ୟାରୋପ କରିଥାନ୍ତି। ଏହାଦ୍ୱାରା ଆୟୋଜକ ମଣ୍ଡଳୀ ଶେଷରେ ହରଣଘଡାରେ ପଡିଥାନ୍ତି। ଅନେକ ସମୟରେ ଏହାକୁ ନେଇ ବାଦ୍‌ବିବାଦ ସୃଷ୍ଟି ହୋଇଥାଏ। ଏନେଇ କେତେକ ଆୟୋଜକ ମଣ୍ଡଳୀ ବିଭିନ୍ନ କାର୍ଯ୍ୟକ୍ରମରେ ରାଜନେତାଙ୍କୁ ଅତିଥିରୁ ଦୂରଇ ରଖି ସେହି ସ୍ଥାନରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ଓ ସ୍ବେଚ୍ଛାସେବୀଙ୍କୁ ଅତିଥି କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ଏମିତି କେତେକ କାର୍ଯ୍ୟକ୍ରମ ରହିଛି, ଏଥିରେ ସବୁଦଳର ରାଜନେତାଙ୍କୁ ନିମନ୍ତ୍ରଣ କରାଯାଇଥାଏ । ସେମାନେ ଆୟୋଜକ କମିଟିର ନିମନ୍ତ୍ରଣ ରକ୍ଷା କରି ପହଁଞ୍ଚି ଥାନ୍ତି । ଏଥିରେ କୌଣସି ପ୍ରତିବାଦ ସୃଷ୍ଟି କରନ୍ତି ନାହିଁ । ଯଦି ଏହି କାର୍ଯ୍ୟକ୍ରମକୁ ଯିଏବି ନେତାଅତିଥିଭାବେ ନିମନ୍ତ୍ରିତ ହୋଇଥାଆନ୍ତି, ସେମାନେ ଏହାକୁ ହାତଛଡା କରନ୍ତି ନାହିଁ । କାହିଁକି ଯୋଜନା ନିଜ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେଲେ ଅନ୍ୟଦଳର ରାଜନେତା ସବୁଶ୍ରେୟ ନେଇଯିବେ । ଏଥିପାଇଁ ନିଜର ସମ୍ମାନ ଯାଉ କିନ୍ତୁ ଦଳର ମାନ ରହୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଶୁକ୍ରବାର ଜିଲାର ଲଖନପୁର ବ୍ଲକ୍‌ରେ। ଜିଲା ଶ୍ରମବିଭାଗ ପକ୍ଷରୁ ପଞ୍ଚଗାଁ ପଞ୍ଚାୟତରେ ଶୁକ୍ରବାର ନିର୍ମାଣ ଶ୍ରମିକଙ୍କୁ ନେଇ ଏକ ସଚେତନତା ଶିବିର ହୋଇଥିଲା। ଏଥିରେ ଭାଜପା ବିଧାୟିକା ରାଧାରାଣୀ ପଣ୍ଡା, ବିଜେଡି ଦଳର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସମେତ ଜିଲା ପ୍ରଶାସନିକ ଅଧିକାରୀମାନେ ଅତିଥିଭାବେ ଯୋଗଦେଇଥିଲେ । ଗୋଟିଏ ମଞ୍ଚରେ ଉଭୟନେତାଙ୍କୁ ଦେଖିବା ପୁଣି ପାଖାପାଖି ଚେୟାର ବସିବା ଚର୍ଚ୍ଚାର ବିଷୟ ହୋଇଥିଲା। ଖାଲି ଏତିକି ନୁହେଁ ଉଭୟନେତା ବକ୍ତବ୍ୟ ରଖିଲା ବେଳେ ଉଭୟଙ୍କ ଗୁଣଗାଇ ଟେକାଟେକି ହୋଇଥିଲେ । କହିଥିଲେ ଆମେ ଉଭୟ ଶ୍ରମିକନେତା। ସର୍ବଦା ଶ୍ରମିକଙ୍କ ସ୍ବାର୍ଥ ପାଇଁ ଲଢେଇ କରିଆସୁଛୁ। ଜିଲାର କେତେକ ଶ୍ରମିକ ଆନ୍ଦୋଳନର ଉଦାହରଣ ଦେଇଥିଲେ। ବିଧାୟିକା ପଣ୍ଡା ଅନୁପବାବୁଙ୍କୁ ଭାଇ ବୋଲି ସମ୍ବୋଧନ କରି ତାଙ୍କ ବକ୍ତବ୍ୟକୁ ସ୍ବାଗତ କରିଥିଲେ। ପୁଣି ସେ କହିଥିଲେ, ଭାଜପା ଦଳର ବିଧାୟିକା ହୋଇଥିଲେ ମଧ୍ୟ ତାଙ୍କର ରାଜନୈତିକ ଗୁରୁ ବିଜୁବାବୁ। ସେ ସମୟରେ ବିଜୁବାବୁ ଝାରସୁଗୁଡ଼ାକୁ ସ୍ବତନ୍ତ୍ର ଜିଲା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ତାହା ରକ୍ଷାକରି ଝାରସୁଗୁଡ଼ାକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ଦେଲେ । ନିଜ ଦଳ ଭାଜପାକୁ ଟେକିବାକୁ ମଧ୍ୟ ଭୁଲି ନ ଥିଲେ । କହିଥିଲେ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟରେ ଯେଉଁ ଯୋଜନା ହୋଇଛି ଏଥିରେ ରାଜ୍ୟସରକାରଙ୍କ ସହଯୋଗ ରହିଛି କିନ୍ତୁ ଏହା କେନ୍ଦ୍ରସରକାରଙ୍କ ଯୋଜନା। ଏଭଳି ବକ୍ତବ୍ୟ ରଖିଥିଲେ ଉଭୟନେତା। ଏହାକୁ ନେଇ ଜିଲା ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି ।

All Right Reserved By

Model This Week

ନିକିତା

ସମ୍ବଲପୁର

ଉପଜିଲାପାଳଙ୍କ ସହ କୃଷକ ସଂଗଠନର ଆଲୋଚନା

ପଦ୍ମପୁର,୨୪ । ୪(ଡି.ଏନ.ଏ.): ପଦ୍ମପୁର ଉପଜିଲାପାଳ ଦୌଲତ ଚନ୍ଦ୍ରକାରଙ୍କ ସହ ରାଜବୋଡାସମ୍ବର କୃଷକ ସଂଗଠନର କର୍ମକର୍ତ୍ତାମାନେ ମଙ୍ଗଳବାର ଆଲୋଚନା କରିଛନ୍ତି । ଏଥିରେ ପଦ୍ମପୁର ଉପଖଣ୍ଡରେ ଚାଷ ଓ ଚାଷୀର ସମସ୍ୟା, ଜଳସେଚନର ସମସ୍ୟା କୃଷି ବୀମା ପ୍ରଦାନ, କୃଷି ଋଣ ଛାଡ଼ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଝାରସୁଗୁଡ଼ା ରାସ୍ତା ମରଣଯନ୍ତା: ଦୁର୍ଘଟଣା ନେଇଛି ୮୦୦ ଜୀବନ

ଝାରସୁଗୁଡ଼ା ଅଫିସ,୨୪।୪: ସରକାରୀ ଓ ବେସରକାରୀସ୍ତରରେ ସଡ଼କ ସୁରକ୍ଷା ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। ବର୍ଷରେ ଥରେ ଏହି ସପ୍ତାହ ପାଳନ କରି ସମସ୍ତେ ଭୁଲି ଯାଉଥିବା ଭଳି ମନେ ହେଉଛି। ନଚେତ୍‌ ଦୁର୍ଘଟଣା ହାର ବୃଦ୍ଧି ପାଉଛି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଳ୍ପାୟନର ପ୍ରସାର ଓ ଅତ୍ୟାଧିକ ଯାନବାହାନ ଚଳାଚଳ ଯୋଗୁ ଝାରସୁଗୁଡ଼ା ଜିଲାରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି।

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

କଟକ ଅଫିସ୍‌/ବଲାଙ୍ଗୀର ଅଫିସ୍‌,୨୪।୪: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଏ ନେଇ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୪।୪ (ଡି.ଏନ୍‌.ଏ.)ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ଗତ ୨ ଦିନ ଭିତରେ ଘନଘନ ଚଢ଼ାଉ ଜାରି ରଖିଛି । ଇତିମଧ୍ୟରେ ୨ ଅଧ୍ୟାପକଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଏସ୍‌ଆଇଟି। ସୋମବାର କ୍ରାଇମବ୍ରାଞ୍ଚ ଟିମ୍‌, ପାଟଣାଗଡ଼ ପୋଲିସ, ବଲାଙ୍ଗୀରର ସାଇଣ୍ଟିଫିକ୍‌ ଟିମ୍‌, ଡଗସ୍କ୍ବାଡ ଓ ଆଇଟି ଏକ୍ସପର୍ଟ ଟିମ୍‌ ମିଳିତ ଭାବେ ପାଟଣାଗଡ, ଭଇଁଷା, ରାମପୁରରେ ଜୋରଦାର ତନାଘନା ଚଲାଇଥିଲା। ଡଗସ୍କ୍ବାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ରାମପୁରରୁ ସୋମବାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି ।

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ପୁତୁରାଙ୍କୁ ଆଜୀବନ ଜେଲଝାରସୁଗୁଡ଼ା ଅଫିସ,୨୩ା୪-ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ସୋମବାର ପ୍ରକାଶ ପାଇଛି। ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ପୁତୁରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅତିରିକ୍ତ ଜିଲା ଓ ଦୌରାଜଜ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ସୁରଥ ଖଣ୍ଡାଙ୍କୁ ଆଜୀବନ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅତିରିକ୍ତ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।

ଖରାମାଡେ ଅଥାଥାଲି ହେଉଛେ ଜନଜୀବନ୍‌

ଜାମଟିକ୍ରା, ୨୪।୪ (ଡି.ଏନ.ଏ): ଅତାବିରା ଅଂଚଲରେ ଦିନୁଦିନ୍‌କେ ତାତି ବଢ଼୍‌ବାରେ ଲାଗିଛେ। ମୁଡ଼୍‌ଫଟା ଖରା ସଂଗେ ଗୁଲ୍‌ଗୁଲିର ଲାଗି ଲୋକ୍‌ ବି ବେହାଲ ହେଇଯାଉଛନ୍‌। ଅଂଚଲରେ ବାର୍‌ବାର୍‌ ବିଦୁତ୍‌ କାଟ୍‌ ହେଉଛେ। ବାହାରକେ ବାହାରିଲେ ୪୦ରୁ ୪୨ ଡିଗ୍ରୀ ତାପ୍‌। ଦିନର ୧୦ ବଜେ ପରେ ଭଟାକେ ବାହାର୍‌ବାର ବହୁତ୍‌ କଷ୍‌ଟ ହେଉଛେ। ଛତା, ଜୁତା, ଉଦା ଗାମ୍‌ଛା, ପାଏନ୍‌ ବୁତଲ, ଚଷମା, ଟୁପି କିଛି କାମ୍‌ ନାଇଁଦେବାର। ନିହାତି ଦର୍‌କାର ଥିଲେ ଲୋକ୍‌ ଇ ସବୁ ସାଜୋସାମାନ୍‌ ଧରି ଘରୁ ଭଟାକେ ବାହାରୁଛନ୍‌। ହେଲେ ବି ଖରାର୍‌ ଦାଉରୁ ତ୍ରାହି ନାଇଁ ମିଲ୍‌ବାର। ଗଲା କେତେ ଦିନ୍‌ ହେଲା ଅତାବିରାର ତାପ୍‌ମାନ୍‌ ୪୧ରୁ ୪୨ ଡିଗ୍ରୀ ଉପ୍‌ରେ ରହୁଛେ। ଖରାର୍‌ ମାଡେ ଭୂତଲ୍‌ ପାଏନ୍‌ ବି କମ୍‌ବାରେ ଲାଗିଛେ। ଇ ଅଂଚଲରେ ପାଏନ୍‌ ସଁକଟ୍‌ ଲାଗି ମାଏଝିମାନେ ମୁଡ଼ଫଟା ଖରାରେ ଭିଲ୍‌ ପାଏନ୍‌ ଲାଗି ନଲଚୁଅ। ଆଘେ ଲାଇନ୍‌ ଲମଉଛନ୍‌। ଆର୍‌ଗୁଟେ ଆଡେ ଖରା ତାତିକେ ଦେଖି ବେପାରିମାନେ ପାଏନ୍‌ ପାଉଚ୍‌ ଗୁଟା ୨ଟଁକା, ପାଏନ୍‌ ବୁତଲ ୨୦ ଟଁକା, ତରଭୁଜ୍‌ କେଜି ୧୦ଟଁକା, କୁସେର ରସ୍‌ ଆର୍‌ ଲସି ଗ୍ଲାସ ୧୫ରୁ ୨୫ଟଁକାରେ ବିକ୍‌ରି ହେଉଛେ।

ରେଳ ବିଭାଗକୁ ଅବଗତ କଲା ବନ ବିଭାଗ ବାଗଡିହିରେ ବୁଲୁଛନ୍ତି ୪ ହାତୀ

ଝାରସୁଗୁଡ଼ା ଅଫିସ,୨୪ା୪- ହାଓଡା-ମୁମ୍ବାଇ ମେଲ ଟ୍ରେନ୍‌ରେ କଟି ୪ ହାତୀର ମୃତ୍ୟୁ ହେବାପରେ ବନ ବିଭାଗର ଚେତା ପଶିଛି। ଅପରପକ୍ଷରେ ରେଳ ବିଭାଗ ମଧ୍ୟ ଏହି ଘଟଣା ପରେ ସତର୍କ ହୋଇଯାଇଛି। ଜାତୀୟସ୍ତରରେ ଉଭୟ ବନ ବିଭାଗ ଏବଂ ରେଳ ବିଭାଗ ସମାଲୋଚିତ ହେବା ପରେ ବିଭାଗୀୟ ଅଧିକାରୀମାନେ ସଚେତନ ହୋଇଛନ୍ତି। କାରଣ ବର୍ତ୍ତମାନ ଝାରସୁଗୁଡ଼ା ଜିଲା ବାଗଡିହି ରେଞ୍ଜ ଅଞ୍ଚଳରେ ୪ଟି ହାତୀ ବୁଲୁଥିବା ବନ ବିଭାଗ ନଜରକୁ ଆସିଛି। ହାତୀ ବୁଲୁଥିବା ନଜରକୁ ଆସିବା ପରେ ତୁରନ୍ତ ବାଗଡିହି ରେଞ୍ଜ୍‌ ତରଫରୁ ଟ୍ରେନ୍‌ର ଗତି ସେହି ଅଞ୍ଚଳରେ ହ୍ରାସ କରିବାକୁ ବାଗଡିହି ଷ୍ଟେଶନକୁ ସୂଚନା ପ୍ରଦାନ କରାଯାଇଛି। ବାଗଡିହି ଷ୍ଟେଶନରୁ ସୂଚନା ପାଇଁ ଝାରସୁଗୁଡ଼ା ଷ୍ଟେଶନ କର୍ତ୍ତୃପକ୍ଷ ପ୍ରତ୍ୟେକ ଟ୍ରେନର ଲୋକ ପାଇଲଟଙ୍କୁ ସତର୍କ କରାଉଛନ୍ତି। ଗାଡିର ଗତି ହ୍ରାସ କରିବା ସହ ସତର୍କତାର ସହ ଟ୍ରେନ୍‌ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଉଛି।

ନିର୍ଦ୍ଧାରିତ ମୂଲ୍ୟରୁ ଚଢ଼ା ଦରରେ ମଦ ବିକ୍ରି

ଜୁନାଗଡ,୨୪।୪ (ଡି.ଏନ୍‌.ଏ)କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବିଦେଶୀ ମଦ ଦୋକାନଗୁଡିକରେ ମଦ ନିର୍ଦ୍ଧାରିତ ମୂଲ୍ୟଠାରୁ ଚଢାଦରରେ ବିକ୍ରି ହେଉଛି। ଏହି ଚଢା ଅର୍ଥ ମଦ ଦୋକାନ ମାଳିକଙ୍କ ସମେତ ଅବକାରୀ ଓ ପୋଲିସ ବିଭାଗ କର୍ମଚାରୀଙ୍କ ପକେଟକୁ ଯାଉଛି।

ଦୁଇଗୁନ୍‌ ହେଉଛେ ପାଏନ୍‌ ସମସିଆପିଇଲା ପାଏନ୍‌ ଲାଗି ସିଏମଓ ଗ୍ରିଭେନ୍ସରେ ଅଭିଯୋଗ

ଲାଠୋର ୨୪ା୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଧିନ୍‌ କରୁଅଁ।ଝର ପନ୍‌ଚେତ୍‌ର ସାନଗୁର୍ଜିଭଟା ଗଁ।। ଇ ଗଁ।ରେ ବଛର ବଛର ହେଲା ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ସମସିଆଟା ତୁଟ୍‌ବାର ଜାଗାରେ ଦୁନୁଦିନ୍‌କେ ଗୁରୁତର ହେବାକେ ଯାଉଛେ ବଲି ଗଁ।ବାସୀ ଅଭିଯୋଗ୍‌ କରିଛନ୍‌। ବାର୍‌ବାର୍‌ ପର୍‌ଶାସନକେ ଜନାଲା ଉତ୍‌ରୁ ସି.ଏମ.ଓ ଗ୍ରିଭେନ୍ସରେ ଗୁହାରୀ କରାଯାଇଛେ।

ଗଁ । ଜଂଗଲ କଟା ଘଟ୍‌ନା ଧିଆନ ନାଇଁଦେବାର ବନ୍‌ବିଭାଗ୍‌

ଲୋଇସିଂହା,୨୪ । ୪(ଡି.ଏନ.ଏ)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍‌ ବଡ଼ଟିକା ପନ୍‌ଚେତ ଅଧୀନ୍‌ ଲରମ୍ଭାମୁଣ୍ଡା ଗଁ । ଅର୍‌ ସଂରକ୍ଷିତ୍‌ ଜଂଗଲରୁ ବେଆଇନ ଭାବେ ବହୁତ୍‌ ଦାମିକା ଗଛ୍‌ କାଟି ଚୁରା ଚାଲାନ କରାଯାଉଛେ। ଥାନୀୟ ଅଧିବାସୀକଁର ଅଭିଯୋଗ୍‌କେ ଆଧାର କରି ଗଣମାଧ୍ୟମରେ ଖବର ପର୍‌କାଶ ପାଇଥିଲା। ତାରପରେ ଭିଲ୍‌ ବନ୍‌ ବିଭାଗ୍‌ ଘଟ୍‌ନା ଉପରେ ଧିଆନ୍‌ ନାଇଁ ଦେଇକରି ଜଂଗଲ ମାଫିଆକୁ ଦୟା ଦେଖଉଥିବାର ଅଭିଯୋଗ୍‌ କରିଛନ୍‌ ଥାନୀୟ ଲୋକ୍‌। ବନ୍‌ବିଭାଗ୍‌ର ଇ ପର୍‌କାର ଆଚରନ୍‌କେ ନେଇ ଥାନୀୟ ଅଂଚଲରେ ବଡ଼ଭାରି ଅସନ୍‌ତୋଷ ଦେଖାଦେଇଛେ। ଲରମ୍ଭାମୁଣ୍ଡା ଗଁାରେ ଶିବ ଦେଉଲ ତିଆରି କାମ୍‌ ଚାଲିଛେ।

ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ନିବେଦନ

ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ନିବେଦନ

ନୂଆପଡ଼ା ଅଫିସ,୨୪ା୪ କୋମନା ବ୍ଲକ ରେଙ୍ଗ ଗାଁର ଗୋପାଳ ଅହୀରଙ୍କ ପରିବାର ଲୋକେ ନ୍ୟାୟ ବ୍ୟବସ୍ଥାରୁ ବିଶ୍ୱାସ ହରାଇଥିବା ଦର୍ଶାଇ ଶେଷରେ ସାମୂହିକ ଇଚ୍ଛାମୃତ୍ୟୁ କରିବେ ବୋଲି ଜିଲାପାଲଙ୍କ ନିକଟରେ ନିବେଦନ କରିଛନ୍ତି।ପ୍ରକାଶ ଯେ, ସ୍ଥାନୀୟ ରେଙ୍ଗ ଗାଁର ପ୍ରେମଲାଲ ଅହୀର ନିଜ ପୈତୃକ ସମ୍ପତ୍ତିର ଆବଣ୍ଟନ ସକାଶେ ଆଜିକୁ ୧୯ବର୍ଷ ତଳେ ନୂଆପଡ଼ା ସିଭିଲ କୋର୍ଟ(ଏସଆଇ ୩୭ା୨୧-୯୯)ର ଦ୍ୱାରସ୍ଥ ହୋଇଥିଲେ। ୨୦୦୪ରେ ଏହା ଉପରେ ନିର୍ଦ୍ଦେଶ ପାଇଥିଲେ।

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ଟ୍ରାଫିକ୍‌ ନିୟମରେ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ଟ୍ରାଫିକ୍‌ ନିୟମରେ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁରରେ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଜିଲାପାଳ ଦାଶରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ ହେଲେ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇବ ବୋଲି କହିଥିଲେ। ସେହିପରି ଗାଡି ଚାଳନା ବେଳେ ଚାଳକମାନେ ସଜାଗ ରହିଲେ ଦୁର୍ଘଟଣାକୁ କେତେକାଂଶରେ ଏଡାଯାଇ ପାରିବ ବୋଲି ଜିଲାପାଳ ମତ ଦେଇଥିଲେ।