ଜାତୀୟ |

ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ: ୧୪ ଦଗ୍ଧ

    ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ: ୧୪ ଦଗ୍ଧ

ବମ୍ବେ,୨୯।୧୨(ପି.ଟି.)-ଦେଶର ଅର୍ଥନୈତିକ ରାଜଧାନୀ ବମ୍ବେରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏକ ବଡ଼ଧରଣର ଅଘଟଣ। ୬ ମହଲା ବିଶିଷ୍ଟ କମଲା ମିଲ୍ସ କମ୍ପ୍ଲେକ୍ସର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ମହିଳାଙ୍କ ସମେତ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ ସର୍ବଜିତ୍‌ ପରିଡ଼ା ନାମକ ଜଣେ ଓଡ଼ିଆ ମଧ୍ୟ ଅଛନ୍ତି। ଏହାସହ ନିଆଁ ଝାସରେ ୨୩ ଆହତ ହୋଇଛନ୍ତି। ରେଷ୍ଟୁରାଣ୍ଟରେ ନିଆଁ ଲିଭାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ଏତେବଡ଼ ଅଘଟଣ ଘଟିଗଲା ବୋଲି କୁହାଯାଉଛି। ଅବହେଳା ପାଇଁ ରେଷ୍ଟୁରାଣ୍ଟ ମାଲିକଙ୍କୁ ଦାୟୀ କରି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଅଘଟଣକୁ ନେଇ ଶୋକବ୍ୟକ୍ତ କରିଛନ୍ତି।
ବମ୍ବେର ଲୋୟର ପରେଲ ଏରିଆସ୍ଥିତ କମଲା ମିଲ୍ସ କମ୍ପାଉଣ୍ଡ। ଗୁରୁବାର ରାତି ୧୨ଟା ୩୦। ସବୁଠୁ ଉପର ମହଲା ‘୧ ଏବଭ୍‌ ପବ୍‌’ରେ ଖୁସ୍‌ବୁ ବଂଶାଲୀ ନାମ୍ନୀ ଜଣେ ୨୯ ବର୍ଷୀୟା ମହିଳାଙ୍କ ଜନ୍ମଦିନ ପାଳନ ପାଇଁ ହୋଇଥାଏ ଭବ୍ୟ ଆୟୋଜନ। ଅତିଥିମାନେ ହସଖୁସିରେ ମସଗୁଲ ଥିବାବେଳେ ହଠାତ୍‌ କେଉଁଠୁ ମାଡ଼ିଆସିଥିଲା ନିଆଁ। ଅଧଘଣ୍ଟା ଭିତରେ ଚତୁର୍ଦ୍ଦିଗକୁ ବ୍ୟାପିଯାଇଥିଲା। ତୃତୀୟ ମହଲାରେ ଥିବା ‘ମୋଜୋ ପବ୍‌’ରେ ନିଆଁ ପହଞ୍ଚତ୍ବାବେଳକୁ ସ୍ଥିତି ଅଣାୟତ୍ତ ହୋଇସାରିଥିଲା। ପ୍ରାଣ ବିକଳରେ ଯିଏ ଯୁଆଡେ ଧାଇଁବାରେ ଲାଗିଥିଲେ। ହେଲେ ମୃତ୍ୟୁ ସତେ ଯେମିତି ଛକି ବସିଥିଲା। ଚାହୁଁ ଚାହୁଁ ଅଗ୍ନିକାଣ୍ଡ ନେଇଗଲା ୧୪ଟି ଜୀବନ। ମୃତକଙ୍କ ମଧ୍ୟରେ ଖୁସ୍‌ବୁ, ଅନ୍ୟ ୧୦ ମହିଳା ଏବଂ ୩ ପୁରୁଷ ଥିବା ଜଣାପଡ଼ିଛି। ଅଣନିଃଶ୍ୱାସୀ ହୋଇ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ନିଆଁ ଝାସରେ ଆସି ଆହତ ହୋଇଥିବା ୨୩ ଜଣଙ୍କୁ କେଇଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ସକାଳ ୬ଟା ୩୦ରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିପାରିଥିଲେ।
ହେଲେ ସେତେବେଳକୁ ଆଉ କିଛି ନ ଥିଲା। କମ୍ପାଉଣ୍ଡର ଟ୍ରେଡ୍‌ ହାଉସ୍‌ ବିଲ୍ଡିଂ ଜଳିପୋଡ଼ି ଧ୍ୱଂସ ହୋଇସାରିଥିଲା। ଅଗ୍ନିକାଣ୍ଡ ଘଟିବା ବେଳକୁ ଏହି ବ୍ୟସ୍ତବହୁଳ କମର୍ସିଆଲ୍‌ ବିଲ୍ଡିଂରେ ବିଭିନ୍ନ ସଂସ୍ଥାର ପ୍ରାୟ ୨୦୦ କର୍ମଚାରୀ ଥିଲେ। ସୌଭାଗ୍ୟବଶତଃ ଅନ୍ୟମାନେ ଏହି ବିପର୍ଯ୍ୟୟରୁ ବର୍ତ୍ତିଯାଇଛନ୍ତି। ହୋହଲ୍ଲା ଓ ଧାଁଦଉଡରୁ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିବା ପରେ ଉକ୍ତ ବିଲ୍ଡିଂରେ ଥିବା ଏକାଧିକ ନ୍ୟୁଜ୍‌ ଚ୍ୟାନେଲର ପ୍ରସାରଣକୁ ବନ୍ଦ କରିଦିଆଯାଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ବିଏମ୍‌ସି କମିଶନରଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପବ୍‌ ପରିଚାଳନା କରୁଥିବା ହ୍ରତେଶ ସାଂଘଭି, ଜିଗର ସାଂଘଭି ଓ ଅଭିଜିତ୍‌ ମନ୍‌କାଙ୍କ ବିରୋଧରେ ପୋଲିସ ମାମଲା ଦାଏର କରି ତଦନ୍ତ ଚଳାଇଛି। କମ୍ପାଉଣ୍ଡ ନିର୍ମାଣ ବେଳେ ସୁରକ୍ଷା ନିୟମଗୁଡ଼ିକର ଉଲ୍ଲଂଘନ କରାଯାଇଥିଲା। ଏନେଇ ରାଜ୍ୟ ସରକାର ତଥା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ସେଥିପ୍ରତି କେହି ଧ୍ୟାନ ଦେଇ ନ ଥିଲେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି।

All Right Reserved By

ଜାତୀୟ |

ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଭାଙ୍ଗିଲା ମଞ୍ଚ: ୨୦ ଆହତ

ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଭାଙ୍ଗିଲା ମଞ୍ଚ: ୨୦ ଆହତ

କୋଲକାତା,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଅବସରରେ ମେଦିନାପୁରରେ ଆୟୋଜିତ ଏକ କିଷାନ ରାଲିରେ ଉଦ୍‌ବୋଧନ ଦେବା ସମୟରେ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ ମଞ୍ଚ ଭାଙ୍ଗି ପଡିଥିଲା।

ଭାଜପାର ତିନି ତଲାକ୍‌ ଜବାବରେ କଂଗ୍ରେସର ମହିଳା ଆରକ୍ଷଣ କାର୍ଡ

ଭାଜପାର ତିନି ତଲାକ୍‌ ଜବାବରେ କଂଗ୍ରେସର ମହିଳା ଆରକ୍ଷଣ କାର୍ଡ

ନୂଆଦିଲ୍ଲୀ,୧୬।୭: ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ତିନି ତଲାକ୍‌ ବିଲ୍‌ ଜବାବରେ କଂଗ୍ରେସ ଦଳ ମହିଳା ଆରକ୍ଷଣ କାର୍ଡ ଖେଳିବାର ଯୋଜନା କରିଛି। ଏସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି ଚିଠି।

ସ୍କୁଲ ପାଠ୍ୟକ୍ରମରେ ନିଶା ବିରୋଧୀ ଅଭିଯାନ ସାମିଲ

ସ୍କୁଲ ପାଠ୍ୟକ୍ରମରେ ନିଶା ବିରୋଧୀ ଅଭିଯାନ ସାମିଲ

ଚଣ୍ଡିଗଡ଼,୧୬।୭: ପଞ୍ଜାବରେ ନିଶାର ଆତଙ୍କରୁ ଲୋକଙ୍କୁ ମୁକ୍ତ କରିବା ଲାଗି ସରକାର ବିଭିନ୍ନ ଅଭିଯାନ ଆରମ୍ଭ କରିଛନ୍ତି। ଏବେ ନିଶା ବିରୋଧୀ ସଚେତନତା ଅଭିଯାନକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି ରାଜ୍ୟ ସରକାର।

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର/ନୂଆଦିଲ୍ଲୀ,୧୬।୭: ଓଡ଼ିଶା ବାଲେଶ୍ୱର ଜିଲାର ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ସମ୍ପନ୍ନ ହୋଇଛି।

ନିଟ୍‌ ପ୍ରବେଶିକା ପରୀକ୍ଷାରେ ଶୂନ ରଖି ମେଡ଼ିକାଲ ପଢୁଛନ୍ତି ଛାତ୍ରୀଛାତ୍ର

ନିଟ୍‌ ପ୍ରବେଶିକା ପରୀକ୍ଷାରେ ଶୂନ ରଖି ମେଡ଼ିକାଲ ପଢୁଛନ୍ତି ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୬।୭: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଶୂନ ରଖି ମଧ୍ୟ ଛାତ୍ରୀଛାତ୍ର ମେଡିକାଲ ପଢୁଥିବା ଘଟଣା ସାମନାକୁ ଆସିଛି।

ପତ୍ନୀ ବିଚ୍ଛେଦରୁ ନିଜକୁ ଡିଟୋନେଟର ଲଗାଇ ଉଡାଇ ଦେଲେ ସ୍ବାମୀ

ପତ୍ନୀ ବିଚ୍ଛେଦରୁ ନିଜକୁ ଡିଟୋନେଟର ଲଗାଇ ଉଡାଇ ଦେଲେ ସ୍ବାମୀ

ଉଦୟପୁର,୧୬।୭: ରାଜସ୍ଥାନ ଉଦୟପୁରର ଜଣେ ବ୍ୟକ୍ତିଙ୍କର ପତ୍ନୀ ସହ ଝଗଡା ହୋଇଥିଲା। ଫଳରେ ପତ୍ନୀ ତାଙ୍କୁ ଛାଡି କେଉଁଆଡେ ଚାଲିଗଲେ। ପରେ ସ୍ବାମୀ ପତ୍ନୀଙ୍କ ବିଚ୍ଛେଦ ସହ୍ୟ କରି ନ ପାରି ନିଜ ଦେହରେ ଡିଟୋନେଟର ଲଗାଇ ବିସ୍ଫୋରଣ କରିଥିଲେ।

ଆଣ୍ଟି ଟେରର୍‌ ଡ୍ରିଲ୍‌ରେ ମିଳିତ ଭାବେ ଭାଗନେବେ ଭାରତ-ପାକିସ୍ତାନ

ଆଣ୍ଟି ଟେରର୍‌ ଡ୍ରିଲ୍‌ରେ ମିଳିତ ଭାବେ ଭାଗନେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ/ମସ୍କୋ,୧୬।୭: ରୁଷରେ ଆସନ୍ତା ମାସରେ ସାଙ୍ଘାଇ କୋଅପରେଶନ ଅର୍ଗାନାଇଜେଶନ୍‌(ଏସ୍‌ସିଓ) ଦ୍ୱାରା ଆୟୋଜିତ ଏକ ମେଗା ଆଣ୍ଟି ଟେରର୍‌ ଡ୍ରିଲରେ ମିଳିତ ଭାବେ ଭାରତ ଓ ପାକିସ୍ତାନ ପ୍ରଥମ ଥର ଲାଗି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଶାଶୁ ଘରେ ୩ ଦିନ ରହି ଫେରାର ହୋଇ ଯାଉଥିବା ଲୁଟେରୀ ଦୁହ୍ଲନ ଗିରଫ

ଶାଶୁ ଘରେ ୩ ଦିନ ରହି ଫେରାର ହୋଇ ଯାଉଥିବା ଲୁଟେରୀ ଦୁହ୍ଲନ ଗିରଫ

ରାୟପୁର,୧୬।୭: ବିବାହ ପରେ ଶାଶୁଘରେ ୩ ଦିନ ରହି ସମସ୍ତ ଟଙ୍କା ପଇସା ଓ ଗହଣା ଧରି ଫେରାର ହୋଇ ଯାଉଥିବା ଜଣେ ଲୁଟେରୀ ଦୁହ୍ଲନଙ୍କୁ ଛତିଶଗଡ଼ ବାନ୍ଦା ପୋଲିସ ଗିରଫ କରିଛି।

କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୬।୭: ଜମ୍ମୁ-କଶ୍ମୀର କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାବଳଙ୍କ ପକ୍ଷରୁ ସଫାଓ୍ବାଲୀ ଗଲ୍‌ଠାରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ଝିଅ ଜନ୍ମ ହେବାରୁ ମହିଳାଙ୍କୁ ତିନି ତଲାକ୍‌

ଝିଅ ଜନ୍ମ ହେବାରୁ ମହିଳାଙ୍କୁ ତିନି ତଲାକ୍‌

ଲକ୍ଷ୍ନୌ,୧୬।୭: ଉତ୍ତରପ୍ରଦେଶ ଶାମଲିରେ ଝିଅ ଜନ୍ମ ହେବାରୁ ଜଣେ ମହିଳାଙ୍କୁ ତିନି ତଲାକ୍‌ ଦିଆଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ କରିବେ ଭାରତ-ଆମେରିକା ସେନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୭: ଭାରତ ଓ ଆମେରିକାର ୩ ସେନାଙ୍କ ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ସମରାଭ୍ୟାସ ହେବା ଅନୁମାନ କରାଯାଉଛି। ଏହା ପୂର୍ବରୁ ଯଦିଓ ଆମେରିକା ସେନା ସହ ଭାରତୀୟ ସେନା ସମରାଭ୍ୟାସ କରି ସାରିଛନ୍ତି ତଥାପି ଏକାସାଙ୍ଗରେ ସ୍ଥଳ ସେନା, ବାୟୁ ସେନା ଓ ନୌସେନାଙ୍କର ସମରାଭ୍ୟାସ ଇତିହାସରେ ପ୍ରଥମ ଥର ହେବ।

ବିହାରରେ ମିଳିବ ବିଶ୍ୱର ସବୁଠାରୁ ଶସ୍ତା ପାନୀୟ ଜଳ

ବିହାରରେ ମିଳିବ ବିଶ୍ୱର ସବୁଠାରୁ ଶସ୍ତା ପାନୀୟ ଜଳ

ପାଟନା,୧୫।୭: ବିହାରରେ ଆରମ୍ଭ ହେବାକୁ ଯାଉଥିବା ଏକ ପାନୀୟ ଜଳ ପରିଯୋଜନାରେ ବିଶ୍ୱର ସବୁଠାରୁ ଶସ୍ତା ତଥା ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ଜଣାପଡିଛି।

Model This Week

ରୂପେଶ