ବାଲେଶ୍ୱର

ଚୋରିର ପର୍ଦ୍ଦାଫାସ : ୨ ଅଭିଯୁକ୍ତ ଗିରଫ: ୧୧ ମୋବାଇଲ, ୩ ବାଇକ୍‌ ସହ ୪୩ ହଜାର ଟଙ୍କା ଜବତ

ଚୋରିର ପର୍ଦ୍ଦାଫାସ : ୨ ଅଭିଯୁକ୍ତ ଗିରଫ: ୧୧ ମୋବାଇଲ, ୩ ବାଇକ୍‌ ସହ ୪୩ ହଜାର ଟଙ୍କା ଜବତ

ରୂପ୍‌‌ସା,୨୯।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ନାୟକ ଏକ ବଡ଼ଧରଣର ଚୋରି ଘଟଣାର ପର୍ଦ୍ଦାଫାସ କରିଛନ୍ତି। ଚୋରି ଘଟଣାର ସାଢ଼େ ୩ ମାସ ପରେ ୨ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ରୂପ୍‌ସା ଥାନା ଲଛମନଖୁଣ୍ଟା ଗ୍ରାମରେ ଦୀନବନ୍ଧୁ ସିଂ ଓ ସାମୁଦ୍ରିକ ଥାନା ଦୁବଲାଗଡ଼ି ଗ୍ରାମର ରବୀନ୍ଦ୍ର କୁମାର ସିଂ। ସେମାନଙ୍କଠାରୁ ଚୋରିରେ ବ୍ୟବହୃତ ୩ଟି ନମ୍ବର ବିହୀନ ବାଇକ୍‌, ୧୧ ମୋବାଇଲ ଓ ନଗଦ ୪୩ହଜାର ୪ଶହ ଟଙ୍କା ପୋଲିସ ଜବତ କରିଛି। ଗତ ସେପ୍ଟେମ୍ବର ୧୪ତାରିଖ ସନ୍ଧ୍ୟାରେ ଦୁବଲାଗଡ଼ି ଗ୍ରାମର ସୁଶାନ୍ତ କୁମାର ବେରାଙ୍କ ସିଡ଼ି ଘର ଆଜବେଷ୍ଟସ୍‌ ଭାଙ୍ଗି ଅଭିଯୁକ୍ତମାନେ ଘର ଭିତରକୁ ପଶିଥିଲେ। ଆଲମିରା ତାଲା ଭାଙ୍ଗି ୪ଲକ୍ଷ ୨୦ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଅନୁଯାୟୀ ସେପ୍ଟେମ୍ବର ୧୯ ତାରିଖରେ ପୋଲିସ କେସ୍‌ ନଂ. ୧୫/୧୭ ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୋବାଇଲ ଟ୍ରାକିଂ ଜରିଆରେ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ଶୁକ୍ରବାର ରୂପ୍‌ସା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବସ୍ତା ଏସ୍‌ଡ଼ିପିଓ ରଣଜିତ୍‌ ପୃଷ୍ଟି ଓ ଥାନାଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଅନ୍ୟଜଣେ ଫେରାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ଡ଼ିପିଓ କହିଛନ୍ତି। ଗିରଫ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଯାଇଛି।

All Right Reserved By

ବାଲେଶ୍ୱର

ଝୁଲନ୍ତା ମୃତଦେହ ଉଦ୍ଧାର

ଭଣ୍ଡାରିପୋଖରୀ,୨୩।୭(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତଥା ଧାମନଗର ଥାନା ଅନ୍ତର୍ଗତ ନଗୁଆଁ ପଞ୍ଚାୟତର ପାହିମହୁରା ଗ୍ରାମ ନିକଟସ୍ଥ ଏକ ଗଛରୁ ସୋମବାର ସକାଳ ପ୍ରାୟ ୯ଟାରେ ପୋଲିସ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି।

‘ପୁଣି ଦେଖାହେବା’ କବିତା ସଙ୍କଳନ ଉନ୍ମୋଚିତ

‘ପୁଣି ଦେଖାହେବା’ କବିତା ସଙ୍କଳନ ଉନ୍ମୋଚିତ

ତିହିଡ଼ି,୨୩।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଟାଉନ ହଲଠାରେ ରବିବାର ସନ୍ଧ୍ୟାରେ କବି ଭ୍ରମରବର ଦାସଙ୍କ କବିତା ସଙ୍କଳନ ‘ପୁଣି ଦେଖାହେବା’ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଶିକ୍ଷାବିତ୍‌ ସୋମନାଥ ପାଢ଼ୀ ପୌରହିତ୍ୟ କରିଥିଲେ।

ଝଡ଼ରେ ବୁଡିଲା ୪ଟି ମାଛମରା ଡଙ୍ଗା: ୩୯ ମତ୍ସ୍ୟଜୀବୀ ଉଦ୍ଧାର, ଜଣଙ୍କ ମୃତଦେହ ମିଳିଲା

ଝଡ଼ରେ ବୁଡିଲା ୪ଟି ମାଛମରା ଡଙ୍ଗା: ୩୯ ମତ୍ସ୍ୟଜୀବୀ ଉଦ୍ଧାର, ଜଣଙ୍କ ମୃତଦେହ ମିଳିଲା

ଭୋଗରାଇ/ବାଲିଆପାଳ, ୨୩।୭(ଡି.ଏନ.ଏ.)-ସୁବର୍ଣ୍ଣରେଖା ମୁହାଣ ସଂଲଗ୍ନ ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ସମ୍ମୁଖୀନ ହୋଇ ଶନିବାର ବିଳମ୍ବିତ ରାତିରେ ୪ଟି ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ବୁଡିଯାଇଛି। ଏସବୁ ଡଙ୍ଗାରେ ୪୪ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ରହିଥିଲେ।

ରଥଯାତ୍ରାରେ ଯୁବତୀଙ୍କୁ ଅସଦାଚରଣ: ୩ ଗିରଫ

ରଥଯାତ୍ରାରେ ଯୁବତୀଙ୍କୁ ଅସଦାଚରଣ: ୩ ଗିରଫ

ବାରିପଦା ଅଫିସ, ୨୩।୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାରିପଦା ରଥଯାତ୍ରା ମେଳାରେ ୨ଜଣ ଯୁବତୀଙ୍କୁ ୪ରୁ ୫ଜଣ ଯୁବକ ଘେରିଯାଇ ଅସଦାଚରଣ କରୁଥିବା ଭିଡିଓ ଭାଇରାଲ ହୋଇଛି। ଏନେଇ କେବଳ ଧରିତ୍ରୀରେ ରବିବାର ଖବର ପ୍ରକାଶ ପାଇବା ପରେ ପୋଲିସର ତତ୍ପରତା ଦେଖାଦେଇଛି।

ବର୍ଷାରେ ପୋଲ ଭୁଶୁଡ଼ିଲା

ବର୍ଷାରେ ପୋଲ ଭୁଶୁଡ଼ିଲା

ସୋର, ୨୩।୭(ଡି.ଏନ.ଏ.)-ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୋରର ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିବା ସହ ଘାଷିପଦା ଗ୍ରାମରେ ଥିବା ପୁରୁଣା ପୋଲ ଭୁଷୁଡ଼ି ପଡ଼ିଛି ।

ଭାଜପା କର୍ମୀ ସମ୍ମିଳନୀ: ନିବାଚନ ପାଇଁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ

ଭାଜପା କର୍ମୀ ସମ୍ମିଳନୀ: ନିବାଚନ ପାଇଁ ପ୍ରସ୍ତୁତ ରହିବାକୁ ଗୁରୁତ୍ୱ

ରେମୁଣା, ୨୩।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆର କୁକୁଡ଼ାପଦାଠାରେ ରବିବାର ଭାଜପା ରେମୁଣା ଶାଖା ତରଫରୁ ନୂତନ କାର୍ଯ୍ୟାଳୟର ଗୃହ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା।

ଟ୍ରକ୍‌ ଚାପାରେ ଛାତ୍ରୀଛାତ୍ର ମୃତ୍ୟୁ ଘଟଣା: ପୋଲିସ ଗାଡ଼ି ଭଙ୍ଗାରୁଜା ଓ ଟ୍ରକ ପୋଡ଼ି, ଜଣେ ଗିରଫ

ଟ୍ରକ୍‌ ଚାପାରେ ଛାତ୍ରୀଛାତ୍ର ମୃତ୍ୟୁ ଘଟଣା: ପୋଲିସ ଗାଡ଼ି ଭଙ୍ଗାରୁଜା ଓ ଟ୍ରକ ପୋଡ଼ି, ଜଣେ ଗିରଫ

ଭଦ୍ରକ ଅଫିସ,୨୩।୭-ଭଦ୍ରକ ଜିଲାର ରାହାଞ୍ଜ ନିକଟରେ ଗତ ଗୁରୁବାର ଟ୍ରକ ଚାପାରେ ୫ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ରାହାଞ୍ଜ ତଥା ଆଖପାଖ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଥିଲେ।

ବଡ଼ସାହି ବ୍ଲକ ଅଫିସ୍‌ ପରିସରରେ ପରିମଳ ବିପର୍ଯ୍ୟସ୍ତ, ପ୍ରତିକାର ନାହିଁ

ବଡ଼ସାହି ବ୍ଲକ ଅଫିସ୍‌ ପରିସରରେ ପରିମଳ ବିପର୍ଯ୍ୟସ୍ତ, ପ୍ରତିକାର ନାହିଁ

ବଡ଼ସାହି,୨୩।୭(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୋଠାଘର ପ୍ରତି ବିପଦ ସୃଷ୍ଟି ହୋଇଛି।

ଶିକ୍ଷକ ଡେପୁଟେଶନକୁ ବିରୋଧ

ଯଶିପୁର, ୨୩।୭ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଯଶିପୁର ଯଶିପୁର ବାଳିକା ଉଚ୍ଚ ବିଦ୍ୟାଳୟର ୨ଜଣ ଶିକ୍ଷକଙ୍କୁ ସପ୍ତାହକୁ ତିନି ଚାରି ଦିନ ପାଇଁ ଅନ୍ୟ ସ୍କୁଲକୁ ଡେପୁଟେସନରେ ପଠାଯିବା ଘଟଣାକୁ ଅଭିଭାବକ ଓ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି।

ଶାଳପତ୍ର, ସବାଇଘାସରୁ ଜିଏସ୍‌ଟି ଛାଡ ନେଇ ଶ୍ରେୟ ଦାବି କଲା ଜେଏମଏମ

ବାରିପଦା ଅଫିସ,୨୩।୭- ମୟୂରଭଞ୍ଜ ଜିଲାରେ ଶାଳପତ୍ର ଓ ସବାଇଘାସ ଗରିବ ଲୋକଙ୍କ ପେଟପାଟଣାର ମୁଖ୍ୟ ଅବଲମ୍ବନ। ଏହାର ବ୍ୟବସାୟ ଅନେକଙ୍କୁ ଦେଇଛି ଜୀବନ ଜୀବିକା। କେନ୍ଦ୍ର ସରକାର ଏହା ଉପରେ ଜିଏସ୍‌ଟି ଲାଗୁ କରିବା ପରେ ସାରା ଜିଲାରେ ବିରୋଧର ସ୍ବର ଉଠିଥିଲା।

କୋଚିଳା ନଦୀବନ୍ଧ ବୁଲି ଦେଖିଲେ ବିଧାୟକ

କୋଚିଳା ନଦୀବନ୍ଧ ବୁଲି ଦେଖିଲେ ବିଧାୟକ

ଧାମନଗର,୨୩।୭(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଶଇଲୋ ଲେଙ୍କାସାହି ନିକଟରେ ଗତ ଦୁଇଦିନ ତଳେ ଦବି ଯାଇଥିବା କୋଚିଳା ନଦୀବନ୍ଧକୁ ରବିବାର ସ୍ଥାନୀୟ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବୁଲି ଦେଖିଛନ୍ତି।

ରାଜପଥ କଡ଼ ଶିକ୍ଷାନୁଷ୍ଠାନ ଚିନ୍ତା

ରାଜପଥ କଡ଼ ଶିକ୍ଷାନୁଷ୍ଠାନ ଚିନ୍ତା

ଭଦ୍ରକ ଅଫିସ,୨୩।୭- ଭଦ୍ରକ ଉପକଣ୍ଠ ରାହାଞ୍ଜ ସଡ଼କ ଦୁର୍ଘଟଣାରେ ୫ ଛାତ୍ରୀଛାତ୍ରଙ୍କ ଜୀବନ ଚାଲିଯିବା ପରେ ପରିବହନ, ଜିଲା ପୋଲିସ, ଶିକ୍ଷା ବିଭାଗ ସମେତ ପ୍ରଶାସନ ଚେତିଛି। ରାହାଞ୍ଜ ନିକଟରେ ସ୍ପିଡ୍‌ବ୍ରେକର ଲଗାଯିବା ସହ ରାଜପଥ ପାର୍ଶ୍ୱସ୍ଥ ଶିକ୍ଷାନୁଷ୍ଠାନ ନିକଟରେ ସଡ଼କ ନିରାପତ୍ତା ନିୟମ ପାଳନକୁ କଡ଼ାକଡ଼ି କରାଯିବା ପାଇଁ ସ୍ଥିର କରାଯାଇଛି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ