Dharitri News
ବାଲେଶ୍ୱର

ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଓଡ଼ିଆ ଯୁବକଙ୍କ ମୃତ୍ୟୁ ବାଲେଶ୍ୱର ଅଫିସ/ସଜନାଗଡ଼, ୨୯।୧୨(ଡି.ଏନ.ଏ.)-ଗତ ଗୁରୁବାର ବିଳମ୍ବିତ ରାତିରେ ବମ୍ବେର ଏକ ହୋଟେଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ବାଲେଶ୍ୱର ଜିଲା ଔପଦା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ବଡ଼ପାଟପୁର ଗ୍ରାମର ସର୍ବଜିତ୍‌ ପରିଡା(୨୪)ଙ୍କର ମୃତ୍ୟୁ ଘଟିଛି। ସର୍ବଜିତ୍‌ଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ଏବଂ ତାଙ୍କର ଜଣେ ସମ୍ପର୍କୀୟ ଗଁାକୁ ଖବର ଦେବା ପରେ ପରିବାର ତଥା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସମରେନ୍ଦ୍ର ପରିଡ଼ାଙ୍କ ଏକମାତ୍ର ପୁଅ ଥିଲେ ସର୍ବଜିତ୍‌। ପୁଅକୁ ହରାଇ ପରିବାରବର୍ଗ ଭାଙ୍ଗି ପଡିଛନ୍ତି। ସେମାନଙ୍କ ଆକୁଳ କ୍ରନ୍ଦନରେ ଗାଁ ଦାଣ୍ଡ ଫାଟି ପଡିଥିଲା। ସର୍ବଜିତ୍‌ଙ୍କ ମୃତଦେହକୁ ବମ୍ବେରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇ ଗାଁ କୁ ନିଆଯିବ। ସର୍ବଜିତ୍‌ ବମ୍ବେର କମଲା ମିଲ୍ସ ପରିସରସ୍ଥିତ ‘ୱାନ ଏଭବ୍‌’ ହୋଟେଲରେ ୱେଟର ଭାବେ ୩ ମାସ ହେବ କାର୍ଯ୍ୟ କରି ଆସୁଥିଲେ। ଗୁରୁବାର ରାତିରେ ଡ୍ୟୁଟି କରୁଥିବା ବେଳେ ଉକ୍ତ ହୋଟେଲରେ ନିଆଁ ଲାଗିଯାଇଥିଲା। ଏଥିରେ ସେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ବାଲେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ସର୍ବଜିତ୍‌ ହୋଟେଲ ମ୍ୟାନେଜମେଣ୍ଟ ପାସ୍‌ କଲା ପରେ ଆଗ୍ରାର ଇନ୍ଦୋରରେ ଟ୍ରେନିଂ ନେଇଥିଲେ। ୩ମାସ ପୂର୍ବରୁ ସେ ଏହି ହୋଟେଲରେ ଚାକିରି ଆରମ୍ଭ କରିଥିଲେ। ସର୍ବଜିତ୍‌ଙ୍କ ମା’ ବାସନ୍ତୀ ପରିଡ଼ା ଏହି କଥାକୁ ହଠାତ୍‌ ବିଶ୍ୱାସ କରି ପାରି ନ ଥିଲେ। ‘ମୋ ପୁଅ ମୋ କୋଳକୁ ଫେରିଆସିବ’ ବୋଲି କହି ସେ ବାହୁନି କାନ୍ଦିଥିଲେ। ଏଭଳି ଦୁଃଖଦ ଖବର ଜଣାପଡିବା ପରେ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉକ୍ତ ଗ୍ରାମକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତେବେ ପ୍ରଶାସନ ପକ୍ଷରୁ କେହି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପାଖରେ ପହଞ୍ଚତ୍ ନାହାନ୍ତି। ବମ୍ବେ ପୋଲିସ ସର୍ବଜିତ୍‌ଙ୍କ ମରଶରୀରକୁ ଘରକୁ ପଠାଉ ନ ଥିବା ଜାଣି ବାପା ସମରେନ୍ଦ୍ର ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାଲେଶ୍ୱର ଏସ୍‌ପି ନୀତିଶେଖର ଘଟଣାରେ ହସ୍ତକ୍ଷେପ କରିବା ପରେ ବମ୍ବେରୁ ଶବ ଉଡ଼ାଜାହାଜ ମାଧ୍ୟମରେ ଭୁବନେଶ୍ୱରକୁ ଅଣାଯାଉଥିବା ସୂଚନା ମିଳିଛି। ଗାଁ ରେ ମୃତଦେହ କେତେବେଳେ ପହଞ୍ଚିବ ସର୍ବଜିତ୍‌ଙ୍କ ବାପା, ମା’, ବନ୍ଧୁବାନ୍ଧବ, ଗ୍ରାମବାସୀ ସମସ୍ତେ ଚାତକ ପରି ଅନାଇ ବସିଛନ୍ତି। ତେବେ ସର୍ବଜିତ୍‌ଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି।

ବାଲେଶ୍ୱର

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ  ଚିହ୍ନଟ

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ ଚିହ୍ନଟ

କେନ୍ଦୁଝର,୧୭।୧(ସ୍ବ.ପ୍ର.)-କେନ୍ଦୁଝର ବନଖଣ୍ଡର ୫ ବନାଞ୍ଚଳରେ ସମୁଦାୟ ୨୭ ଜାତିର ୩୩୮୩ଟି ଦେଶୀ ଓ ବିଦେଶୀ ପକ୍ଷୀ ରହିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରି ଚିହ୍ନଟ କରାଯାଇଛି।

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର ମଧ୍ୟମ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପାଣି ପଞ୍ଚାୟତ ସଚେତନତା ରଥର ଶୁଭାରମ୍ଭ ହୋଇଛି।

ମୁର୍ମୂର୍ଷୁ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ମୃତ୍ୟୁ

ବସ୍ତା,୧୭।୧(ଡି.ଏ.ନ.ଏ.)-ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଜାମଶୂଳୀ ଛକ ନିକଟ ରାସ୍ତା ପାର୍ଶ୍ୱରେ ବୁଧବାର ମୁର୍ମୂର୍ଷ ଅବସ୍ଥାରେ ପଡିଥିବା ଜନୈକ ମହିଳାଙ୍କୁ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

କିନ୍ନରଙ୍କ ସାମ୍ବିଧାନିକ ଅଧିକାରକୁ ଗୁରୁତ୍ୱ

କିନ୍ନରଙ୍କ ସାମ୍ବିଧାନିକ ଅଧିକାରକୁ ଗୁରୁତ୍ୱ

ବାଲେଶ୍ୱର ଅଫିସ,୧୭।୧-ବାଲେଶ୍ୱର ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ କିନ୍ନରମାନଙ୍କର ସାମ୍ବିଧାନିକ ଅଧିକାର ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବଳାତ୍କାର ମାମଲାରେ ୧୦ବର୍ଷ ଜେଲ ଦଣ୍ଡ

ବାଲେଶ୍ୱର ଅଫିସ,୧୭।୧- ବାଲେଶ୍ୱର ଅତିରିକ୍ତ ଜିଲା ଜଜ୍‌-୨ ଦେବାଶିଷ ରାଉତ ବୁଧବାର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି।

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୭ ଗିରଫ

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୭ ଗିରଫ

ବାଲେଶ୍ୱର ଅଫିସ/ରେମୁଣା,୧୭।୧(ଡି.ଏନ.ଏ.)- ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲା ସୀମାବର୍ତ୍ତୀ ବାଙ୍କତିରା ଏବଂ କଳମା ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିବା ପରଠାରୁ ଉଭୟ ଗ୍ରାମରେ ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଗଣ୍ଡଗୋଳ ପରେ ପୋଲିସ ଚଢାଉ କରି ମଙ୍ଗଳବାର ରାତିରେ ୨ ଗ୍ରାମରୁ ୧୭ ଜଣଙ୍କୁ ଗିରଫ କରିଛି।

ପୂର୍ବତନ ତହସିଲଦାରଙ୍କୁ ବର୍ଷେ ଜେଲ୍‌

ବାରିପଦା ଅଫିସ,୧୭।୧- ମୟୂରଭଞ୍ଜ ଜିଲା ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ଜଜ ତାରାପ୍ରସାଦ ରଥ ବୁଧବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୧ବର୍ଷ ଜେଲ ଦଣ୍ଡ ପ୍ରଦାନ କରିବା ସହ ୨୦ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।

ତ୍ରିବେଣୀ ଘାଟରେ ଦାମୋଦର ମେଳା

ତ୍ରିବେଣୀ ଘାଟରେ ଦାମୋଦର ମେଳା

ବଡସାହି,୧୭। ୧(ସ୍ବ.ପ୍ର)- ବଡସାହି ବ୍ଲକ ବେଲପାଳ ବୁଢାବଳଙ୍ଗ ନଦୀର ସଲମା ଆୟ ଅସ୍ଥି ବିସର୍ଜନ ତ୍ରିବେଣୀ ଘାଟରେ ବୁଧବାର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ରଘୁନାଥ ମୁର୍ମଙ୍କ ସମୁଦୁଣୀ ସଲମା ଆୟଙ୍କ ନାମରେ ଏହି ଘାଟର ନାମ କରଣ କରାଯାଇଛି।

ବନ୍ୟଜନ୍ତୁଙ୍କ ଚମଡା, ହାଡ଼  ଜବତ

ବନ୍ୟଜନ୍ତୁଙ୍କ ଚମଡା, ହାଡ଼ ଜବତ

ବାରିପଦା ଅଫିସ,୧୭।୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟରୁ ବନ୍ୟଜନ୍ତୁଙ୍କୁ ଶିକାର କରି ଚମଡା, ନଖ, ହାଡ ଆଦି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ଏକ ଆନ୍ତଃରାଜ୍ୟ ର଼୍ୟାକେଟକୁ ଠାବ କରାଯାଇଛି। କେତେକ ବନ୍ୟଜନ୍ତୁଙ୍କ ହାଡ ଚାଲାଣ ହେବା ବେଳେ ନିକଟରେ ଝାଡଖଣ୍ଡ ରାଜ୍ୟ ମାଝିଗାଁ ଥାନା ପୋଲିସ ଏହାକୁ ଜବତ କରି ସେଠାରେ ୫ ଜଣଙ୍କୁ ଅଟକ ରଖିଥିଲା।

ଅନ୍ଧାରରେ ବିତୁଛି ଦୁଇଭାଇଙ୍କ ଜୀବନ

ଅନ୍ଧାରରେ ବିତୁଛି ଦୁଇଭାଇଙ୍କ ଜୀବନ

ଭଦ୍ରକ ଅଫିସ,୧୭।୧- ଭଦ୍ରକ ଜିଲା ଧାମନଗର ବ୍ଲକ ଶୋଧ ପଞ୍ଚାୟତ କୋଳେଇପଦା ଗ୍ରାମରେ ମାନସ ରଞ୍ଜନ ଦେବତା (୩୦)ଏବଂ ସାନ ଭାଇ ପ୍ରକାଶ ରଞ୍ଜନ ଦେବତା (୨୨) ମାନସିକ ରୋଗରେ ପୀଡିତ ହୋଇ ଏକ ଅନ୍ଧାର କୋଠରୀରେ ୫ ବର୍ଷ ହେଲା ପଡି ରହିଛନ୍ତି। ଏହି ଦୁଇ ଭାଇଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଜିଲା ପ୍ରଶାସନ ନିକଟରେ ଗୁହାରି ନିରାଶ ହୋଇଛନ୍ତି।

ମଣ୍ଡିରେ ଧାନ ଦେଇ ମୂଲ୍ୟ ପାଉ ନାହାନ୍ତି ଚାଷୀ

କପ୍ତିପଦା,୧୭।୧(ଡି଼.ଏନ୍‌.ଏ)-କପ୍ତିପଦା ବ୍ଲକ ଅଧିନ ଜାମୁଡିହା ଲ୍ୟାମ୍ପ୍ସରେ ଚାଷୀମାନେ ଧାନ ମଣ୍ଡିରେ ଧାନ ଦେବାର ୮ ଦିନ ପରେ ମଧ୍ୟ ସେମାନଙ୍କ ଜମା ଖାତାକୁ ଟଙ୍କା ନ ଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କେତେକ ଚାଷୀ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସମେତ ଲ୍ୟାମ୍ପ୍ସର ଏମଡିଙ୍କୁ ଅବଗତ କଲେ ମଧ୍ୟ କାୈଣସି ସୁଫଳ ମିଳି ନାହିଁ। ଯାହାଫଳରେ ଚାଷୀ ମାନେ ଜିଲାର ପ୍ରମୁଖ ପର୍ବ ମକରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।

ଅନଶନରେ ବସିଲେ ମା’, ଝିଅ

ଅନଶନରେ ବସିଲେ ମା’, ଝିଅ

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ନଦୀବନ୍ଧ ଥାନା ଅଧୀନ କଳିଗାଁର ଏକ ପରିବାରର ଜଣେ ଅସହାୟ ମହିଳା ଶାନ୍ତିଲତା ସେଠୀ ତାଙ୍କ ଝିଅ ସହ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି।