ବାଣିଜ୍ୟ |

ଅଭିବୃଦ୍ଧିରେ ମନ୍ଥରତା କଥା ମାନିଲେ ସରକାର

ଅଭିବୃଦ୍ଧିରେ ମନ୍ଥରତା କଥା ମାନିଲେ ସରକାର

ନୂଆଦିଲ୍ଲୀ,୨୯-୧୨(ପି.ଟି)
୨୦୧୬-୧୭ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ଅଭିବୃଦ୍ଧି ମନ୍ଥର ରହିଛି। ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିମୁଦ୍ରୀକରଣ ତଥା ଜିଏସ୍‌ଟି ଭଳି ବିଭିନ୍ନ ଅର୍ଥନୈତିକ ସଂସ୍କାର ବଜାର ଅବସ୍ଥାକୁ ଦୋହଲାଇ ଦେଇଛି। ପ୍ରାଥମିକ ପର୍ଯ୍ୟାୟରେ ଅର୍ଥନୈତିକ ସଂସ୍କାର ଦ୍ୱାରା ବଜାର ପ୍ରଭାବିତ ହୋଇ ନ ଥିବା ସରକାର କହୁଥିବା ବେଳେ ଶୁକ୍ରବାର କିନ୍ତୁ ଅଭିବୃଦ୍ଧି ମନ୍ଥର ହୋଇଥିବା ସ୍ବୀକାର କରିଛନ୍ତି। ୨୦୧୫-୧୬ରେ ଦେଶର ଜିଡିପି ଅଭିବୃଦ୍ଧି ୮% ରହିଥିବା ବେଳେ ଏହା ୨୦୧୬-୧୭ରେ ୭.୧%କୁ ହ୍ରାସ ଘଟିଛି ବୋଲି ସରକାର ପ୍ରକାଶ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରକାଶ କରିଛନ୍ତି। ଏହାର ପ୍ରଭାବ ଶିଳ୍ପ ତଥା ସେବାକ୍ଷେତ୍ର ଉପରେ ମଧ୍ୟ ପରିଲକ୍ଷିତ ହୋଇଛି। ସେହିଭଳି ବିତ୍ତୀୟ, ବର୍ହି ତଥା ଅନ୍ୟାନ୍ୟ କ୍ଷେତ୍ର ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି।
୨୦୧୬-୧୭ରେ ଅଭିବୃଦ୍ଧି ହ୍ରାସ ଲାଗି ସରକାର କେତେକ କ୍ଷେତ୍ରକୁ ଦାୟୀ କରିଛନ୍ତି। ଏହା ମଧ୍ୟରେ ବିଶ୍ୱସ୍ତରରେ ମାନ୍ଦାବସ୍ଥା, ଜିଡିପି ଅନୁପାତକୁ ସ୍ଥାୟୀ ନିବେଶର ହ୍ରାସ, କର୍ପୋରେଟ କ୍ଷେତ୍ର ବାଲାନ୍ସ ଶିଟ୍‌ କ୍ଷେତ୍ରରେ ଦୁର୍ବଳତା, ଶିଳ୍ପ କ୍ଷେତ୍ରକୁ ନୂ୍ୟନ ଋଣ ଅଭିବୃଦ୍ଧି ଭଳି ପ୍ରମୁଖ ପ୍ରସଙ୍ଗ ରହିଛି। ଅଭିବୃଦ୍ଧି ହ୍ରାସ ଯୋଗୁ ଶିଳ୍ପ ତଥା ସେବାକ୍ଷେତ୍ର ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି ବୋଲି ଲୋକ ସଭାର ପ୍ରଶ୍ନ କାଳରେ ଜେଟଲୀ ଏହା କହିଛନ୍ତି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସଓ)ର ସଦ୍ୟ ଆକଳନ ମୁତାବକ ଜିଡିପି ୨୦୧୬-୧୭ ବର୍ଷ ଲାଗି ୭.୧ %ରେ ସ୍ଥିର ରହିବ। ଏହା ୨୦୧୪-୧୫ରେ ୭.୫% ଏବଂ ୨୦୧୫-୧୬ରେ ୮% ରହିବ ବୋଲି ଆକଳନ କରିଥିଲା। ସେହିଭଳି ୨୦୧୭-୧୮ବର୍ଷରେ ପ୍ରଥମ ତ୍ରୈମାସ ତଥା ଦ୍ୱିିତୀୟ ତ୍ରୟମାସରେ ଜିଡିପି ଅଭିବୃଦ୍ଧି ଯଥାକ୍ରମେ ୫.୭% ଏବଂ ୬.୩% ରହିଥିବା ଜଣାଯାଇଛି।
ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ମୁତାବକ ଅଭିବୃଦ୍ଧି ହ୍ରାସ ସତ୍ୱେ ୨୦୧୬ରେ ଭାରତ ବିଶ୍ୱର ତ୍ୱରିତ ଅଭିବୃଦ୍ଧି ହାସଲ କରିଥିବା ଦେଶ ହୋଇପାରିଛି ବୋଲି ଜେଟଲୀ ପ୍ରକାଶ କରିଛନ୍ତି। ୨୦୧୭ରେ ଭାରତ ଦ୍ୱିତୀୟ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇପାରିଛି ବୋଲି ସେ କହିଛନ୍ତି। ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ଜେଟଲୀ ପ୍ରକାଶ କରିଛନ୍ତି। ଦେଶର ମାନୁଫାକଚରିଂ, ପରିବହନ, ଶକ୍ତି କ୍ଷେତ୍ର, ସହର ତଥା ଗ୍ରାମୀଣ ଭିତ୍ତିଭୂମି, ଏଫଡିଆଇ ବୃଦ୍ଧି ଲାଗି ପଦକ୍ଷେପ ନିଆଯାଇଛି।
ସରକାର ଭିତ୍ତିଭୂମି ଦୃଢୀକରଣ, ସୁଲଭ ବାସଗୃହ, ରାଜପଥ ଲାଗି ଅଧିକ ଅନୁଦାନ, ନୌପରିବହନକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସେହିଭଳି ଭାରତମାଳା, ବ୍ୟାଙ୍କ ପୁଞ୍ଜୀକରଣ, ବ୍ୟାଙ୍କରପ୍ସିକୋଡ, ଡୁଇଁ ବିଜନେଶକୁ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ତଥ୍ୟକୁ ଆଧାର କରି ଜେଟଲୀ କହିଛନ୍ତି ଯେ, କୃଷି ତଥା ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରକୁ ୨୦୧୬-୭୧ରେ ୯୯୨୩.୮୭ ବିଲିୟନ ଋଣ ପ୍ରଦାନ କରାଯାଉଛି। ଏହା ୨୦୧୫-୧୬ରେ ୮୮୨୯.୪୨ ବିଲିୟନ ରହିଥିଲା।

All Right Reserved By

Model This Week

Model This Week

ବାଣିଜ୍ୟ |

ଫୋର୍ଡ ଫ୍ରିଷ୍ଟାଇଲ୍‌ ବଜାରରେ

ଫୋର୍ଡ ଫ୍ରିଷ୍ଟାଇଲ୍‌ ବଜାରରେ

ଭୁବନେଶ୍ୱର, ୨୬-୪(ବ୍ୟୁରୋ) ପ୍ରମୁଖ ଅଟୋ ନିର୍ମାତା ଫୋର୍ଡ ଇଣ୍ଡିଆ ଲିମିଟେଡ୍‌ ଏହାର କମ୍ପ୍ୟାକ୍ଟ ୟୁଟିଲିଟି ଭେଇକିଲ୍‌ ‘ଫ୍ରିଷ୍ଟାଇଲ୍‌’କୁ ଗୁରୁବାର ଦେଶବ୍ୟାପୀ ବଜାର ପ୍ରବେଶ କରାଇଛି। ଏଭଳି ଯାନ ଅଟୋମୋବାଇଲ୍‌ ଶିଳ୍ପରେ ପ୍ରଥମ ବୋଲି କମ୍ପାନୀ ପ୍ରକାଶ କରିଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟ୍‌ରେ ଏହା ଉପଲବ୍ଧ। ପେଟ୍ରୋଲ ଭାରିଆଣ୍ଟ୍‌ର ପ୍ରାରମ୍ଭିକ ମୂଲ୍ୟ ୫ ଲକ୍ଷ ୯ ହଜାର ଟଙ୍କା ହୋଇଥିବା ବେଳେ ଡିଜେଲ ଭାରିଆଣ୍ଟ୍‌ର ମୂଲ୍ୟ ୬ ଲକ୍ଷ ୯ ହଜାର ଟଙ୍କାରୁ ଆରମ୍ଭ ହେଉଛି।

ଆଇଡିବିଆଇ ଋଣ ଠକେଇରେ ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟରଙ୍କ କମ୍ପାନୀ ନାଁରେ ମାମଲା

ଆଇଡିବିଆଇ ଋଣ ଠକେଇରେ ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟରଙ୍କ କମ୍ପାନୀ ନାଁରେ ମାମଲା

ନୂଆଦିଲ୍ଲୀ,୨୬-୪(ପି.ଟି.) ଆଇଡିବିଆଇ ବ୍ୟାଙ୍କରୁ ୬୦୦ କୋଟି ଟଙ୍କାର ଋଣ ଖିଲାପୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟର ସି. ଶିବଶଙ୍କରନ୍‌ଙ୍କ ଦୁଇଟି କମ୍ପାନୀ ନାମରେ ମାମଲା ଦାଏର କରିଛି। ଏହି କମ୍ପାନୀ ଦ୍ୱୟ ହେଲେ ବ୍ରିଟିଶ ଭର୍ଜିନ ଆଇଲାଣ୍ଡ୍‌ଭିତ୍ତିକ ଆକ୍ସେଲ୍‌ ସନ୍‌ସାଇନ୍‌ ଲିମିଟେଡ୍‌ ଏବଂ ଫିନ୍‌ଲାଣ୍ଡ୍‌ଭିତ୍ତିକ ଓ୍ବିନ୍‌ ଉଇଣ୍ଡ୍‌ ଓଓ୍ବାଇ।

ଟ୍ରାଫିକ୍‌ ସମସ୍ୟା ଯୋଗୁ ୪ ପ୍ରମୁଖ ସହର ବର୍ଷକୁ ହରାଉଛନ୍ତି ୧.୫ ଲକ୍ଷ କୋଟି

ଟ୍ରାଫିକ୍‌ ସମସ୍ୟା ଯୋଗୁ ୪ ପ୍ରମୁଖ ସହର ବର୍ଷକୁ ହରାଉଛନ୍ତି ୧.୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୬-୪ ଟ୍ରାଫିକ୍‌ ସମସ୍ୟା ଯୋଗୁ ଦେଶର ୪ ପ୍ରମୁଖ ସହର ବର୍ଷକୁ ୧.୪୭ ଲକ୍ଷ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଏହି ସହରଗୁଡିକ ହେଉଛି ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର ଏବଂ କଲିକତା। ଅନ୍ତର୍ଜାତୀୟ ସର୍ବେକ୍ଷଣ ସଂସ୍ଥା ବୋଷ୍ଟନ୍‌ କନ୍‌ସଲ୍‌ଟିଂ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ଏକ ସର୍ଭେରୁ ଏହା ଜଣାଯାଇଛି। ଉପରୋକ୍ତ ସହରଗୁଡିକରେ ସକାଳ ୭ଟାରୁ ୯ଟା ଏବଂ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଭିଡ ରହିଥାଏ। ଏହି ସମୟରେ ଯାତ୍ରା କରୁଥିବା ଲୋକମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୮୦,୦୦୦ ନିଯୁକ୍ତି ଦେବ ରିଲାଏନ୍ସ ଜିଓ

୮୦,୦୦୦ ନିଯୁକ୍ତି ଦେବ ରିଲାଏନ୍ସ ଜିଓ

ହାଇଦ୍ରାବାଦ,୨୬-୪(ପି.ଟି) ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୭୫,୦୦୦ରୁ ୮୦,୦୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। କମ୍ପାନୀ ସହ ବର୍ତ୍ତମାନ ୧.୫ ଲକ୍ଷ ଲୋକ କାର୍ଯ୍ୟ କରୁଥିବା ବେଳେ ଅଧିକ ୭୫ରୁ ୮୦ହଜାର ନିଯୁକ୍ତି ପ୍ରଦାନ ଲାଗି କମ୍ପାନୀ ଯୋଜନା ରଖିଛି। ସୋସାଇଟି ଅଫ୍‌ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସଞ୍ଜୟ ଯୋଗ ଏହି ସୂଚନା ଦେଇଛନ୍ତି।

ବ୍ୟାଙ୍କ ଘୋଟାଲା:କନିଷ୍କ ଗୋଲ୍ଡର ୧୪୩ କୋଟି ଟଙ୍କାର ସମ୍ପତ୍ତି ଜବତ

ବ୍ୟାଙ୍କ ଘୋଟାଲା:କନିଷ୍କ ଗୋଲ୍ଡର ୧୪୩ କୋଟି ଟଙ୍କାର ସମ୍ପତ୍ତି ଜବତ

ମାଡ୍ରାସ,୨୬-୪ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବ୍ୟାଙ୍କ ଘୋଟାଲା ମାମଲାରେ ମାଡ୍ରାସ ଭିତ୍ତିକ କନିଷ୍କ ଗୋଲ୍ଡ ପ୍ରାଇଭେଟ ଲିମିଟେଡର ୧୪୩ କୋଟି ଟଙ୍କା ଜବତ କରିଛି। ସ୍ଥାୟୀ ଜମା ଭାବେ କମ୍ପାନୀ ଏହି ଟଙ୍କା ଜମା କରିଥିଲା। କ୍ରିଜ୍‌ ବ୍ରାଣ୍ଡ ନାମରେ ଗହଣା ବ୍ୟବସାୟ କରୁଥିବା ଉକ୍ତ ସଂସ୍ଥା ଉପରେ ୮୨୪ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି। ଗତ ଦୁଇ ଦିନ ତଳେ ଇଡି ଉକ୍ତ କମ୍ପାନୀର ପ୍ଲାଣ୍ଟ ତଥା ମେଶିନେରୀ ବାବଦକୁ ୪୮ କୋଟି ଟଙ୍କା ଜବତ କରିଥିଲା।

ନୋଟ ସଙ୍କଟ: ୧୪.୪୮ କୋଟି ଜବତ କଲା ଆୟକର ବିଭାଗ

ନୋଟ ସଙ୍କଟ: ୧୪.୪୮ କୋଟି ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ,୨୬-୪ ଦେଶର ବିଭିନ୍ନ ପ୍ରାନ୍ତରେ ନୋଟ ସଙ୍କଟରେ ସୁଧାର ଆସୁଥିବା ବେଳେ ମହଜୁଦକାରୀଙ୍କ ଉପରେ ଆୟକର ବିଭାଗ ଚଢାଉ କରିବା ସହ ୧୪.୪୮ କୋଟି ଟଙ୍କା ଜବତ କରିଛି। କର୍ନାଟକ ସମେତ ଦେଶର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଏହିଭଳି ଚଢାଉ କରାଯାଇଥିଲା। ଜବତ ହୋଇଥିବା ନୋଟଗୁଡିକ ୨୦୦୦ ଏବଂ ୫୦୦ ଟଙ୍କିଆ ବୋଲି ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ମେ ପହିଲାରେ ଆସିବ ଡ୍ରାଫ୍ଟ ଜାତୀୟ ଟେଲିକମ୍‌ ନୀତି

ମେ ପହିଲାରେ ଆସିବ ଡ୍ରାଫ୍ଟ ଜାତୀୟ ଟେଲିକମ୍‌ ନୀତି

ନୂଆଦିଲ୍ଲୀ,୨୬-୪ ମେ ପହିଲାରେ ସରକାର ନୂଆ ଟେଲିକମ୍‌ ନୀତିର ଡ୍ରାଫ୍ଟ ଆଣିବେ। ଲୋକମାନଙ୍କଠାରୁ ଏହି ନୀତିକୁ ନେଇ ମତାମତ ସଂଗ୍ରହ କରିବାକୁ ସରକାର ଡ୍ରାଫ୍ଟକୁ ଜାରି କରିବେ। ଟେଲିକମ୍‌ ସଚିବ ଅରୁଣା ସୁନ୍ଦର ରାଜନ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ନୂଆ ନୀତି ସଂସ୍କାରମୂଳକ, ନିବେଶ ଉପଯୋଗୀ ଏବଂ ଅନୁପାଳନ ଉପଯୋଗୀ ହେବ ବୋଲି ଆମେରିକାର ଶିଳ୍ପ ସଂଘ ଆମ୍‌ଚାମର ବାର୍ଷିକ ବୈଠକ ଅବସରରେ ସୁନ୍ଦର ରାଜନ ଏହା କହିଛନ୍ତି।

ଘରୋଇ ସହାୟକଙ୍କ ପାଇଁ ଆସିବ ଜାତୀୟ ନୀତି

ଘରୋଇ ସହାୟକଙ୍କ ପାଇଁ ଆସିବ ଜାତୀୟ ନୀତି

ନୂଆଦିଲ୍ଲୀ, ୨୬-୪ ବ୍ୟକ୍ତିଗତ ଗାଡିଚାଳକ ତଥା ରୋଷେଇଆଙ୍କ ଭଳି ଘରୋଇ ସହାୟକଙ୍କ ପାଇଁ ଖୁସି ଖବର। ସେମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ଶ୍ରମ ମନ୍ତ୍ରଣାଳୟ ଏକ ଜାତୀୟ ନୀତି ବା ବୋର୍ଡ ଗଠନ କରିବାକୁ ଯୋଜନା କରୁଛି।

ମୋବାଇଲ ନମ୍ବର ସହ ଆଧାର ସଂଯୋଗ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ

ମୋବାଇଲ ନମ୍ବର ସହ ଆଧାର ସଂଯୋଗ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ, ୨୬-୪ ମୋବାଇଲ ନମ୍ବର ସହିତ ଆଧାର ନମ୍ବର ସଂଯୋଗ କରିବା ବାଧ୍ୟତାମୂଳକ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ବୁଧବାର ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ ଉପରେ ଶୁଣାଣି କରି କହିଛନ୍ତି, ଯେଉଁମାନେ ମୋବାଇଲ ବ୍ୟବହାର କରୁଛନ୍ତି ଜାତୀୟ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯାଞ୍ଚ ହେବା ଆବଶ୍ୟକ।

ଭିଡିଓକନ୍‌ ଋଣ ମାମଲା:ଦୀପକ କୋଚ୍ଚରଙ୍କୁ ଆଇଟିର ସାନି ନୋଟିସ୍‌

ଭିଡିଓକନ୍‌ ଋଣ ମାମଲା:ଦୀପକ କୋଚ୍ଚରଙ୍କୁ ଆଇଟିର ସାନି ନୋଟିସ୍‌

ନୂଆଦିଲ୍ଲୀ,୨୬-୪(ପି.ଟି) ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ବ୍ୟାଙ୍କର ବେଆଇନ୍‌ ଋଣ ମାମଲାରେ ଆୟକର ବିଭାଗ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଥିବା ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦିପକ କୋଚରଙ୍କୁ ସାନି ନୋଟିସ ଜାରି କରିଛି।

ନାଲ୍‌କୋ ପକ୍ଷରୁ କ୍ୱାଲିଟି ସର୍କଲ କନ୍‌ଭେନଶନ

ନାଲ୍‌କୋ ପକ୍ଷରୁ କ୍ୱାଲିଟି ସର୍କଲ କନ୍‌ଭେନଶନ

ଭୁବନେଶ୍ୱର,୨୬-୪(ବ୍ୟୁରୋ) ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ(ନାଲ୍‌କୋ) ପକ୍ଷରୁ ଅଲ୍‌ ଓଡିଶା କ୍ୱାଲିଟି ସର୍କଲ କନଭେଶନର ୨୩ତମ ସଂସ୍କରଣ ସ୍ଥାନୀୟ ନାଲକୋ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଉଦଘାଟନ କରିଥିଲେ।

ଆଲ୍ଲାହାବାଦ୍‌ ବ୍ୟାଙ୍କର  ବ୍ୟାଙ୍କର-କଷ୍ଟମର ମିଟ୍‌

ଆଲ୍ଲାହାବାଦ୍‌ ବ୍ୟାଙ୍କର ବ୍ୟାଙ୍କର-କଷ୍ଟମର ମିଟ୍‌

ଭୁବନେଶ୍ୱର,୨୬-୪(ବ୍ୟୁରୋ) ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର ୧୫୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ଥାନୀୟ ଏକ ହୋଟେଲରେ ବ୍ୟାଙ୍କର ଏବଂ ଗ୍ରାହକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କର ନିର୍ଦ୍ଦେଶକ ବି.କେ ସାହୁ, ଡିଜିଏମ୍‌ ତଥା ଜୋନ୍‌ ମୁଖ୍ୟ କେ. ମୂରଲୀ କ୍ରୀଷ୍ଣା ଉଦଘାଟନ କରିଥିଲେ।