ବାଲେଶ୍ୱର

ରାଞ୍ଚି ରେଲୱେ ଦଳ ଫାଇନାଲରେ

ରାଞ୍ଚି ରେଲୱେ ଦଳ ଫାଇନାଲରେ
କରଞ୍ଜିଆ,୨୯।୧୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ୍‌ ଅନ୍ତର୍ଗତ ଚଢ଼େଇଭୋଳ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦି ନ୍ୟୁ ଆଜାଦ ସ୍ପୋର୍ଟସ୍‌ ଆଣ୍ଡ କଲଚୁରାଲ କ୍ଲବ୍‌ ଆନୁକୂଲ୍ୟରେ ଦଶମ ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପ୍‌ର ଗ୍ରୁପ ବି’ ର ଶେଷ ସେମିଫାଇନାଲ ମ୍ୟାଚ ଚିତ୍ତରଞ୍ଜନ ରେଲୱେ, ଆସନସୋଲ ଓ ରାଞ୍ଚି ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୩୦ ଓଭର ଖେଳରେ ଆସନସୋଲ ଟସ୍‌ ଜିତି ୨୮.୫ ଓଭରରେ ସମସ୍ତ ୱିକେଟ ହରାଇ ୨୩୧ ରନ କରିଥିଲା। ଏହାର ଜବାବରେ ରାଞ୍ଚତ୍ ରେଳବାଇ ଦଳ ୨୭.୧ ଓଭର ଖେଳି ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲେ। ଆସନସୋଲ ରେଲୱେ ପକ୍ଷରୁ ଦୀପକ ମଣ୍ଡଳ ୫୧ ବଲ ଖେଳି ୬୭ ରନ କରିଥିଲେ। ସେଥିମଧ୍ୟରୁ ୭ ଛକା ଓ ୪ ଚୌକା ସାମିଲ ଥିଲା। ସେହିପରି ରାହୁଲ ଶର୍ମା ୨୧ ବଲ ଖେଳି ୨୯ ରନ କରିଥିଲେ। ସେ ୨ ଟି ଛକା ଓ ୩ ଟି ଚୌକା ମାରିଥିଲେ। ରାଞ୍ଚ ତ୍ରେଲୱେର ସନୁ କୁମାର ୬ ଓଭର ବୋଲିଂ କରି ୪୪ ରନ ଦେଇ ସର୍ବାଧିକ ୩ ୱିକେଟ ଅକ୍ତିଆର କରିଥିଲେ। ୱାସିମ ଖାନ୍‌ ୬ ଓଭର ବୋଲିଂ କରି ୧୭ ରନ ଦେଇ ୨ ୱିକେଟ ଅକ୍ତିଆର କରିଥିଲେ। ୨୩୧ ରନ୍‌ର ଜବାବରେ ରାଞ୍ଚି ରେଳବାଇ ଦଳ ଆରମ୍ଭରୁ ଧୁଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଆୟୁଷ ଲହାରୁକା ୮୨ ବଲ ଖେଳି ୯୨ ରନ ସଂଗ୍ରହ କରିଥିଲେ। ଏଥିରେ ୬ ଛକା ଓ ୯ ଚୌକା ସାମିଲ ଥିଲା। ସନ୍ତୋଷ ଶର୍ମା ୩୭ ବଲ ଖେଳି ୭୬ ରନ ସଂଗ୍ରହ କରିଥିଲେ। ସେ ୭ ଛକା ଓ ୬ ଚୌକା ମାରିଦଳକୁ ୭ ୱିକେଟରେ ବିଜୟ କରାଇଥିଲେ। ଆସନସୋଲ ଦଳ ତରଫରୁ ଆଜାଦ ଆନସାରୀ ୪ ଓଭର ବୋଲିଂ କରି ୫୩ ରନ ବିନିମୟରେ ୨, ନିଖିଲ ସିହ୍ନା ୪ ଓଭର ବୋଲିଂ କରି ୨୫ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଖେଳ ଶେଷରେ ଆୟୁଷ ଲୋହାରୁକାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ କେନ୍ଦୁଝର ଜଲାର ଡ଼ି.ଏସ୍‌.ପି. (କ୍ରାଇମ) ସୁରେଶ ପାତ୍ର ପୁରସ୍କୃତ କରିଥିଲେ। ବିଜୟ କୁମାର ଜେନା ଓ ପ୍ରାଣନାଥ ଜେନା ଖେଳ ପରିଚାଳନା କରିଥିଲେ। ମ୍ୟାଚ ରେଫରୀ ଭାବେ ଗୌରୀଶଙ୍କର ସିହ୍ନା ଓ ଭାସ୍ୟକାର ଭାବେ ସୁରେଶ ସାଣ୍ଡିଲ ଓ ଆସଗର ଅଲ୍ଲି ଉପସ୍ଥିତ ରହି ଧାରାବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ୭ ତାରିଖରେ କଟକର ରାଇଜିଂ ଷ୍ଟୁଡ଼େଣ୍ଟ ଓ ରାଞ୍ଚି ରେଲୱେ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ସଂଗଠନର ସମ୍ପାଦକ ଏମ୍‌.ଡ଼ି. ସବିର ଅଲ୍ଲି ପ୍ରକାଶ କରିଛନ୍ତି।
All Right Reserved By

ବାଲେଶ୍ୱର

ବନ ବିଭାଗ ପକ୍ଷରୁ ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ

ବନ ବିଭାଗ ପକ୍ଷରୁ ଶାଳକାଠ ବୋଝେଇ ପିକ୍‌ଅପ୍‌ ଜବତ

ଭଣ୍ଡାରିପୋଖରୀ,୧୨।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବନ ବିଭାଗ ରେଞ୍ଜର ସମୀର କୁମାର ରାଉତଙ୍କ ନେତୃତ୍ୱରେ ବୁଧବାର ବନ୍ତ ବ୍ଲକ ନୀଳକଠାରେ ଚଢ଼ାଉ କରାଯାଇଛି।

୩୩ କେଭି ବିଦ୍ୟୁତ୍‌ ତାର ଜବତ

୩୩ କେଭି ବିଦ୍ୟୁତ୍‌ ତାର ଜବତ

ଭଦ୍ରକ ଅଫିସ,୧୨।୧୨: ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ୩୩ କେଭିର ଚୋରା ବିଦ୍ୟୁତ୍‌ ତାର ମୂଳନା ସାହିର ଏକ ଗୋଦାମରୁ ବୁଧବାର ଜବତ କରିଛି। 

ଖୋଲିଲା ଖଣି, ମିଳୁନି ନିଯୁକ୍ତି

କେନ୍ଦୁଝର, ୧୨ା୧୨(ସ୍ବ.ପ୍ର.): ଯୋଡ଼ା ବ୍ଲକ ଗୁଆଲି ଲୁହା ଖଣି ଦ୍ୱାରା କ୍ଷତିଗ୍ରସ୍ତ ସ୍ଥାନୀୟ ଲୋକେ ନିଯୁକ୍ତି ଦାବିରେ ଜିଲାପାଳଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦେଇଛନ୍ତି। ପୂର୍ବରୁ ଏଭଳି ଅଭିଯୋଗ କରି ଆସୁଥିଲେ ହେଁ କେବଳ ପ୍ରତିଶ୍ରୁତି ମିଳୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭଙ୍ଗା ଘରେ ଡାକସେବା

ଭଙ୍ଗା ଘରେ ଡାକସେବା

ହାଟଡ଼ିହୀ, ୧୨ା୧୨(ଡି.ଏନ.ଏ.): ଅସୁରକ୍ଷିତ ମଧ୍ୟରେ ହାଟଡ଼ିହୀ ବ୍ଲକ ବଉଳା ଉପଡାକ ଘର ରହିଛି। ସେହି ଭଙ୍ଗା ଘରେ ଲୋକଙ୍କୁ ଡାକସେବା ଯୋଗା ଯାଉଛି। ଏହି ଉପଡାକଘର ପ୍ରତି ପ୍ରଶାସନର ଦୃଷ୍ଟି ଦେଉନି। ଡାକସେବା ପ୍ରତି ଗ୍ରାହକଙ୍କ ବିଶ୍ୱାସ ତୁଟି ଯିବାକୁ ବସିଛି। 

୭୩,୫୦୦ ଟଙ୍କା ନେଇ ଯିବାବେଳେ ଧରାପଡିଲେ ଥାନା ଅଧିକାରୀ

୭୩,୫୦୦ ଟଙ୍କା ନେଇ ଯିବାବେଳେ ଧରାପଡିଲେ ଥାନା ଅଧିକାରୀ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ୍‌,୧୨ା୧୨- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାଧିକାରୀ ଅମିତ ବିଶ୍ୱାଳ ଏକ ଚାରିଚକିଆ ଗାଡି (ହ୍ୟୁଣ୍ଡାଇ ଆଇ -୨୦ ) ରେ ୭୩, ୫୦୦ ଟଙ୍କା ନେଇ ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁର ଅଞ୍ଚଳର ନିଜ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ପୋଲିସ ତାଙ୍କୁ ଧରି ଅଟକ ରଖି ପଚରାଉଚୁରା କରିଛି। ଗାଡି ଚଳାଉଥିବା ହୋମଗାର୍ଡ ଦିପ୍ତିରଞ୍ଜନ ସାହୁଙ୍କୁ ମଧ୍ୟ ଅଟକ ରଖାଯାଇଛି। 

ଓଡ଼ିଶୀ ସାଙ୍ଗକୁ ଲୋକନୃତ୍ୟ ମନ ମୋହିଲା

ଓଡ଼ିଶୀ ସାଙ୍ଗକୁ ଲୋକନୃତ୍ୟ ମନ ମୋହିଲା

ଭଦ୍ରକ ଅଫିସ,୧୨ା୧୨-ମଙ୍ଗଳବାର ଥିଲା ‘ଭଦ୍ରାୟନୀ’ର ୩ୟ ସନ୍ଧ୍ୟା। ନେହେରୁ ଷ୍ଟାଡିୟମ ପରିସର ବେଶ ଲୋକାରଣ୍ୟ ରହିିଥିଲା। ଭଦ୍ରକ  ଜିଲା ସଂସ୍କୃତି ପରିଷଦ, ଓରମାସ୍‌ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଲୋକକଳା ମହୋସତ୍ବ ଓ ପଲ୍ଲିଶ୍ରୀ ମେଳାରେ ଦିଲ୍ଲୀରୁ ଆସିଥିବା କବିତା ଦ୍ୱିବେଦୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।

‘ବଡ ସିଂହାର’ ବେଶ ପାଇଁ ମିଳୁନି ଚନ୍ଦନ କାଠ

‘ବଡ ସିଂହାର’ ବେଶ ପାଇଁ ମିଳୁନି ଚନ୍ଦନ କାଠ

ଆରଡି, ୧୨ା୧୨, (ଡି.ଏନ.ଏ.)-ଓଡ଼ିଶା ତଥା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ  ବଡ଼ ସିଂହାର ବେଶର ସ୍ବତନ୍ତ୍ର ଆକର୍ଷଣ ରହିଛି। ଏହି  ଅନିନ୍ଦ୍ୟ ବେଶ ଦର୍ଶନ ଲାଗି ଭକ୍ତଙ୍କ ଗହଳି ଲାଗିଥାଏ। 

କୁଳେଇପଦାରେ ହେବ ଜିଲାସ୍ତରୀୟ ସାଇନ୍ସ ପାର୍କ

କୁଳେଇପଦାରେ ହେବ ଜିଲାସ୍ତରୀୟ ସାଇନ୍ସ ପାର୍କ

ଭଦ୍ରକ ଅଫିସ,୧୨ା୧୨- ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ କୁଳେଇପଦାଠାରେ ଜିଲାସ୍ତରୀୟ ସାଇନ୍ସପାର୍କ ସ୍ଥାପନ କରାଯିବ ବୋଲି ରାଜ୍ୟ ସରକାର ମୋହର ଲଗାଇଛନ୍ତି। 

ବିଷାକ୍ତ ଫଳ ଖାଇ ୧୫ ଛାତ୍ର ଅସୁସ୍ଥ

ବିଷାକ୍ତ ଫଳ ଖାଇ ୧୫ ଛାତ୍ର ଅସୁସ୍ଥ

ଭଦ୍ରକ ଅଫିସ, ୧୨ା୧୨-ଭଦ୍ରକ ଜିଲା ତିହିଡି ବ୍ଲକ କୋରକୋରା ପଞ୍ଚାୟତ ରାଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିବା  ୧୫ ଜଣ ଛାତ୍ର ବିଷାକ୍ତ ଫଳ ଖାଇ ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି।

 କ୍ରିକେଟ ଟୁର୍ନାମେଣ୍ଟ : ବାଲେଶ୍ୱର ଏକାଦଶ ବିଜୟୀ

କ୍ରିକେଟ ଟୁର୍ନାମେଣ୍ଟ : ବାଲେଶ୍ୱର ଏକାଦଶ ବିଜୟୀ

ବାରିପଦା ଅଫିସ,୧୨।୧୨- ବାରିପଦା ଲେଟକଟ କ୍ଲବ ଦ୍ୱାରା ଆୟୋଜିତ ୨୮ ତମ ସର୍ବଭାରତୀୟ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି।

୨୧୦ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

୨୧୦ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ବାରିପଦା,୧୨।୧୨-ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଳକ ଅନ୍ତର୍ଗତ ପଶୁଦା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ବିନିତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। 

ବଜ୍ରକାପ୍ତା ଚାଲାଣର ଫିଟୁଛି ଗୁମର: ଆଉ ୬ ଅଭିଯୁକ୍ତ ଗିରଫ

ବଜ୍ରକାପ୍ତା ଚାଲାଣର ଫିଟୁଛି ଗୁମର: ଆଉ ୬ ଅଭିଯୁକ୍ତ ଗିରଫ

ବାରିପଦା ଅଫିସ/ଉଦଳା(ଡି.ଏନ.ଏ.)୧୨।୧୨- ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ ବଜ୍ରକାପ୍ତା ଶିକାର ଓ ଚୋରାଚାଲାଣ ଘଟଣାର ଗୁମର ଫିଟିବାରେ ଲାଗିଛି। ବଜ୍ରକାପ୍ତା ଶିକାର କରି ଏହାର ଚମଡା, କାତି ଓ ମାଂସ ବିଦେଶକୁ ଚାଲାଣ ହେଉଥିଲା।