ସମ୍ପାଦକୀୟ |

ଅସଫଳ ଭିଜିଲାନ୍ସ

ଅସଫଳ  ଭିଜିଲାନ୍ସ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଦୁର୍ନୀତିକୁ ମୁକାବିଲା କରିବାରେ ଚଣ୍ଡିଗଡ଼ ଭିଜିଲାନ୍ସ ବିଭାଗ ଅପେକ୍ଷା ସିବିଆଇ ଅଧିକ ସଫଳତା ପାଇଥିବା ମନେହେଉଛି। ଏଥିରେ ଭିଜିଲାନ୍ସ ବିଭାଗର ବାବୁମାନେ ଖୁସି ନୁହନ୍ତି। ପୋଲିସ ବିଭାଗରେ ଦୁର୍ନୀତିକୁ ଆଦୌ ସହ୍ୟ କରାଯିବନି ବୋଲି କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକ ଭି.ପି. ବଦନୋର ଘୋଷଣା କରିବା ପରେ ବି ଭିଜିଲାନ୍ସ ବିଭାଗ ଜଣେ ହେଲେ ଦୁର୍ନୀତିଗ୍ରସ୍ତଙ୍କୁ ଧରିପାରି ନ ଥିବା ବେଳେ ସିବିଆଇ ଚଳିତବର୍ଷ ଲାଞ୍ଚ ଗ୍ରହଣ ମାମଲାରେ ଚାରିଜଣ ପୋଲିସ ବାବୁଙ୍କୁ ଧରିଛି। ଇତିମଧ୍ୟରେ ଭିଜିଲାନ୍ସ ବିଭାଗ ପାଖରେ ୨୫ଟି ଅଭିଯୋଗ ଦାଖଲ କରାଯାଇଥିବା ବେଳେ ସେଥି୍‌ମଧ୍ୟରୁ ଅଧାଅଧି ତଦନ୍ତ ସ୍ତରରେ ରହିଛି। ତଦନ୍ତରେ ଭିଜିଲାନ୍ସ ବିଭାଗର ମନ୍ଥର ଗତି ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିନ୍ତୁ ବିଭାଗ ଏଥିପାଇଁ ଲୋକବଳର ଅଭାବକୁ ଦାୟୀ କରିଛି। ଅନୁଭୂତି ଜ୍ଞାନ ଓ ସଫଳତା ନେଇ ଭିଜିଲାନ୍ସ ଅପେକ୍ଷା ସିବିଆଇକୁ ଲୋକେ ଅଧିକ ବିଶ୍ୱାସ କରୁଛନ୍ତି। ଭିଜିଲାନ୍ସ ବାବୁମାନେ ପରିସ୍ଥିତିରେ ପରିବର୍ତ୍ତନ ଓ କାର୍ଯ୍ୟଧାରାରେ ସରଳୀକରଣ ସହ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ଦାବି କରିଛନ୍ତି। ପ୍ରକୃତରେ ବିଭାଗରେ ଲୋକବଳର ଘୋର ଅଭାବ ରହିଛି। ବର୍ତ୍ତମାନ ସୁଦ୍ଧା ଅନୁମୋଦନ ଅନୁସାରେ ବିଭାଗରେ ଜଣେ ଡିଏସ୍‌ପି, ଜଣେ ଇନ୍ସପେକ୍ଟର ଓ ଦୁଇଜଣ ସବ୍‌ଇନ୍ସପେକ୍ଟରଙ୍କ ସମେତ ୧୧ ଜଣ କର୍ମଚାରୀ ରହିବା କଥା। କିନ୍ତୁ ଗତ ସେପ୍ଟେମ୍ବର ମାସରୁ କୌଣସି ଇନ୍ସପେକ୍ଟର ନାହାନ୍ତି। ଲୋକବଳ ବୃଦ୍ଧି କରିବାର ପ୍ରସ୍ତାବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ପଡ଼ିରହିଛି।

ସ୍ଥିର କାର୍ଯ୍ୟକାଳ ସପକ୍ଷରେ

୨୦୦୬ର ଏକ ଆଦେଶନାମା ବିରୋଧରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି। ଏହି ଆଦେଶନାମା ଅନୁସାରେ ରାଜ୍ୟଗୁଡ଼ିକ ନିଜ ପସନ୍ଦର ପୋଲିସ ବାବୁଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଆସୁଛନ୍ତି। କେତେକ ରାଜ୍ୟ ଅବସର ନେବାକୁ ଅଳ୍ପ ଦିନ ବାକି ଥିବା ବାବୁମାନଙ୍କୁ ଦୁଇବର୍ଷିଆ ଧାର୍ଯ୍ୟ କାର୍ଯ୍ୟକାଳ ନିମନ୍ତେ ନିଯୁକ୍ତି ଦେଉଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିୟୋଜିତ ଏକ ପ୍ୟାନେଲ ୭ ଜଣ ଡିଜିପି ପାହ୍ୟା ଅଫିସରଙ୍କ ନାମ ସୁପାରିସ କରିଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସର ନେବା ସମୟ ପାଖେଇ ଆସିଲାଣି। ଗତମାସରେ ରାଜ୍ୟ ସରକାର ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଏନ୍‌. ସାମ୍ବାଶିବ ରାଓଙ୍କୁ ନିଯୁକ୍ତି ଦେଇଛନ୍ତି, ଯିଏ ଚଳିତ ମାସରେ ଅବସର ନେବାର ଥିଲା। ଅଥଚ ବର୍ତ୍ତମାନ ରାଓ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଉକ୍ତ ପଦରେ ଅବସ୍ଥାପିତ ରହିବେ। ଅନେକ ରାଜ୍ୟ ସୁପ୍ରିମ୍‌କୋର୍ଟଙ୍କ ଆଦେଶନାମାର ଦୁରୁପଯୋଗ କରିବାର ବହୁ ଉଦାହରଣ ରହିଛି। ୨୦୧୬ ମସିହାରେ ପଶ୍ଚିମବଙ୍ଗ ସରକାର ଆଇପିଏସ୍‌ ଅଫିସର ଏସ୍‌.କେ. ପୁରକାୟସ୍ଥଙ୍କୁ ଦୁଇବର୍ଷ ଡିଜିପି ପଦରେ ରହି କାର୍ଯ୍ୟ କରିବାର ସୁଯୋଗ ଦେଲେ। ମାତ୍ର ସେହିବର୍ଷ ଡିସେମ୍ବର ମାସରେ ତାଙ୍କର ଅବସର ନେବାର ଥିଲା। ବର୍ତ୍ତମାନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀରେ ସଂଶୋଧନ କରିବାକୁ ଚେଷ୍ଟା କରୁଛି। ସେହି ଅନୁସାରେ ଯେଉଁ ପୋଲିସ ବାବୁଙ୍କର ଅବସର ନେବାକୁ ଆଉ ଦୁଇବର୍ଷରୁ ଅଧିକ ବାକି ଥିବ, କେବଳ ତାଙ୍କୁ ହିଁ କୌଣସି ରାଜ୍ୟର ପୋଲିସ ବିଭାଗର ସର୍ବୋଚ୍ଚ ପଦରେ ନିଯୁକ୍ତି ଦିଆଯାଇପାରିବ। ଅବଶ୍ୟ ଯଦି ସୁପ୍ରିମ୍‌କୋର୍ଟ ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ଗ୍ରହଣ କରନ୍ତି।

ମହିଳା ପୋଲିସଙ୍କ ସ୍କ୍ବାଡ୍‌

ଏଣିକି ମହିଳା ପୋଲିସମାନେ ଗାଡ଼ି ଚଢ଼ି ନାରୀ ସୁରକ୍ଷା ଅଭିଯାନରେ ସାମିଲ ହେବେ। ନିକଟରେ ନାରୀବିରୋଧୀ ହିଂସାକୁ ନେଇ ଦିଲ୍ଲୀ ମହାନଗରୀ ଦେଶର ସବୁଠାରୁ ନିନ୍ଦନୀୟ ସହର ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ଏଠାରେ ନାରୀମାନେ ଆଦୌ ସୁରକ୍ଷିତ ନୁହନ୍ତି। ଦିଲ୍ଲୀ ପୋଲିସର ତଥ୍ୟ ଅନୁସାରେ ଚଳିତବର୍ଷ ନଭେମ୍ବର ୧୫ ସୁଦ୍ଧା ମହାନଗରୀରେ ୧୧,୫୮୮ଟି ମହିଳାବିରୋଧୀ ହିଂସା ଓ ଅପରାଧ ଘଟିଛି, ଯାହା ୨୦୧୨ରେ ଘଟିଥିବା ଅପରାଧର ପ୍ରାୟ ଦୁଇଗୁଣ। ତେଣୁ ରାସ୍ତାରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୋଲିସ ବର୍ତ୍ତମାନ ୬୦୦ ମହିଳା ପୋଲିସଙ୍କର ଏକ ବାହିନୀ ଗଠନ କରିଛି, ଯେଉଁମାନେ ରାଜଧାନୀ ରାସ୍ତାରେ ମୋଟରସାଇକେଲରେ ପାଟ୍ରୋଲିଂ କରି ମହିଳାମାନଙ୍କୁ ସୁରକ୍ଷା ଦେବେ। ଗୋଟିଏ ବାଇକ୍‌ରେ ଦୁଇଜଣ ମହିଳା ପୋଲିସ ପାଟ୍ରୋଲିଂ କଲାବେଳେ ସେମାନଙ୍କ ପାଖରେ ବନ୍ଧୁକ, ପିପ୍ପଳି ଗୁଣ୍ଡ, ବଡି କ୍ୟାମେରା ଓ ଇୟରପିସ୍‌ ସହ ସ୍ବତନ୍ତ୍ର ଧରଣର ହେଲମେଟ୍‌ ରହିବ। ବାଇକ୍‌ ଚଳାଉଥିବା ମହିଳା ପୋଲିସଙ୍କ ପାଖରେ ୯ଏମ୍‌ଏମ୍‌ ପିସ୍ତଲ ରହିଲା ବେଳେ ତାଙ୍କ ପଛରେ ବସିଥିବା ମହିଳା ପୋଲିସ ପାଖରେ ଏକେ-୪୭ ରାଇଫଲ ରହିବ। ସହରର ସଂକୀର୍ଣ୍ଣ ଗଳି ରାସ୍ତାଗୁଡ଼ିକରେ ମହିଳାଙ୍କ ପ୍ରତି ବେଶି ଯୌନହିଂସା ଘଟୁଥିବାରୁ ମୋଟରସାଇକେଲ ଛଡ଼ା ଅନ୍ୟ ଗାଡ଼ି କାମ ଦେବ ନାହିଁ। ଜନଗହଳିପୂର୍ଣ୍ଣ ରାସ୍ତାରେ ବି ବାଇକ୍‌ ସହଜରେ ଯାଇପାରିବ। ରାସ୍ତାରେ ଏହି ମହିଳା ରଫ୍‌ତାର ସ୍କ୍ବାଡ୍‌କୁ ଦେଖି ନାରୀମାନେ ନିଜକୁ ନିରାପଦ ମଣିବେ। ଖବର ପାଇଲେ ପାଟ୍ରୋଲ ଭ୍ୟାନ୍‌ ଆସି ପହଞ୍ଚିବା ପୂର୍ବରୁ ଏହି ବାଇକ୍‌-ଆରୋହୀ ମହିଳା ପୋଲିସ ଆଗ ଆସି ପହଞ୍ଚିଯାଇପାରିବେ। ଡିସେମ୍ବର ୨୦୧୨ରେ ଏକ ବସ୍‌ ଭିତରେ ଜଣେ ଛାତ୍ରୀକୁ ଗଣବଳାତ୍କାର କରାଯିବା ଘଟଣା ପରେ ଦିଲ୍ଲୀରେ ଏ ନେଇ ଜନସଚେତନତା ଓ ଉତ୍ତେଜନା ପ୍ରକାଶ ପାଇଥିଲା। ବର୍ତ୍ତମାନ ଏହି ମହିଳା ସ୍କ୍ବାଡ୍‌ ଦିଲ୍ଲୀ ରାସ୍ତାରେ ନାରୀମାନଙ୍କୁ ସୁରକ୍ଷା ଦେଇପାରିବ ବୋଲି ଦିଲ୍ଲୀବାସୀ ଆଶା କରୁଛନ୍ତି।

Email: dilipcherian@gmail.com

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ସମୟ ଆଜି

ସମ୍ପାଦକୀୟ/ ସମୟ ଆଜି

୧୭ ଜୁନ୍‌, ୨୦୧୮ରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୪ର୍ଥ ଗଭର୍ନିଂ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନ ଥିବାରୁ କେନ୍ଦ୍ରରୁ ରାଜ୍ୟଯାଏ ରାଜନୈତିକ ବାତାବରଣ ସରଗରମ ରହିଛି। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷିତ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ଏନ୍‌ଏଚ୍‌ପିଏସ୍‌) ବା ‘ଆୟୁଷ୍ମାନ୍‌ ଭାରତ’ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ସମ୍ଭବତଃ ଏହି ଯୋଜନାରେ ଓଡ଼ିଶା ସାମିଲ ହେବ ନାହିଁ ବୋଲି ପୂର୍ବରୁ କହି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଲେ ନାହିଁ ବୋଲି ଆଲୋଚନା ହେଉଛି। ତେବେ ବୈଠକର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ଚିଠିକୁ ତର୍ଜମା କଲେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଅସନ୍ତୋଷ ଜଣାପଡ଼ିଯାଉଛି। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ବ୍ୟାପାରରେ କେନ୍ଦ୍ରର ଅତ୍ୟଧିକ ହସ୍ତକ୍ଷେପ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରୁ ଦୂରେଇ ରଖିଥିବା ବୁଝାପଡ଼ୁଛି। କେବଳ ଓଡ଼ିଶା ନୁହେଁ। ଦିଲ୍ଲୀରେ ମଧ୍ୟ ସଂଘୀୟ ବ୍ୟବସ୍ଥାର ଯେଉଁଭଳି ଉଲ୍ଲଂଘନ କରାଯାଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ପଶ୍ଚିମବଙ୍ଗ, ପଞ୍ଜାବ ଭଳି କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ଏକମତ ହୋଇପାରି ନ ଥିବା ଦେଖିବାକୁ ମିଳିଛି। ...

 ପାଠକ ଶୂନ, ଲେଖକ ବେଶି

ପାଠକ ଶୂନ, ଲେଖକ ବେଶି

ଡ. ଶରତ ଚନ୍ଦ୍ର ରଥ ତାହା ସାହିତ୍ୟ ପଦବାଚ୍ୟ, ଯାହା ପାଠକ ମନକୁ ସୁନାସୂତାରେ ବାନ୍ଧିରଖେ। ତାହା ସଫଳ ଗଳ୍ପ, ଯାହା ପାଠକ ମନକୁ ଚହଲାଇଦିଏ, କିଛି କିଛି ଭଲ ବାଟ ବତାଏ, ଦରକାର ପଡିଲେ ଚାଲି ଶିଖାଏ। ତାହା ସଫଳ କବିତା, ଯାହା ପାଠକ ମନରେ ଭାବାନ୍ତର ସୃଷ୍ଟି କରେ, ବାସ୍ତବତା ସହିତ କଳ୍ପନାର ସମନ୍ବୟ କରିପାରେ। କବିତା କମ୍‌ ଶବ୍ଦରେ ଅଧିକ କଥା କହେ। ଗଳ୍ପ ସରିଗଲେ ନ ସରିଲା ପରି ଲାଗେ, କବିତା ସରିଗଲେ ଆଉ କିଛି କଥା ବୁଝିବା ପାଇଁ ବାକି ରହିଗଲା ପରି ଲାଗେ। ତାହା ସଫଳ ଉପନ୍ୟାସ, ଯାହା ଆଉ ଏକ ଦୁନିଆକୁ ନେଇଯାଏ, ଯେଉଁଠି ସ୍ନାୟୁରେ ଶିରାରେ ସଞ୍ଚରିତ ହୋଇଯାଏ ଅନେକ ହସଲୁହ, ସୁଖଦୁଃଖ, ଶାନ୍ତି ...

ରାମରାଜ୍ୟ ଓ ଗଣତନ୍ତ୍ର

ରାମରାଜ୍ୟ ଓ ଗଣତନ୍ତ୍ର

ଅରୁଣ ଦାସ ବାଲ୍ମିକୀଙ୍କ ରାମାୟଣ ପଢିଲା ପରେ ସମସ୍ତେ ରାମରାଜ୍ୟ କ’ଣ ଜାଣିଲେ। ମର୍ଯ୍ୟାଦାପୁରୁଷ ରାମ ଜଣେ ପ୍ରଜାବତ୍ସଳ ଓ ଆଦର୍ଶ ରାଜା ଥିଲେ। ଏପରି କି ପ୍ରଜାମାନଙ୍କ ମତକୁ ସମ୍ମାନ ଦେଇ ସେ ନିଜ ପ୍ରିୟତମା ପତ୍ନୀଙ୍କୁ ମଧ୍ୟ ବିତାଡ଼ିତ କରିଥିଲେ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରାଜତନ୍ତ୍ରରେ ମଧ୍ୟ ଜନତାଙ୍କ କଥାକୁ ସମ୍ମାନ ଦେବାକୁ ଯାଇ ସ୍ବୟଂ ରାଜା ନିଜ ବ୍ୟକ୍ତିଗତ ଜୀବନରେ କଠୋର ନିଷ୍ପତ୍ତି ନେଇପାରନ୍ତି। ସେହିପରି ଖ୍ରୀଷ୍ଟପୂର୍ବ ୩୮୦ରେ ଗ୍ରୀସ୍‌ ଦାର୍ଶନିକ ପ୍ଲାଟୋ ଯେଉଁ ଦି ରିପବ୍ଲିକ ରଚନା କରିଥିଲେ, ସେଥିରେ ମଧ୍ୟ ଆଇଡ଼ିଆଲ ଷ୍ଟେଟ, ବା ଆଦର୍ଶ ରାଜ୍ୟ ଓ ଫିଲୋସଫର କିଙ୍ଗ୍‌ ବା ଦାର୍ଶନିକ ରାଜାର କଥା ଉପସ୍ଥାପନ କରିଛନ୍ତି। ପ୍ରାଚୀନ ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଯେ ମଣିଷକୁ କେତେ ତଳକୁ ନେଇଯାଏ, ତା’ର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାର ରାଜ୍ୟର ପୁର୍ନିଆ ଜିଲା ଅନ୍ତର୍ଗତ ଆମନା ବଂଶ ବିଟା ଗାଆଁରେ। ୪୦ବର୍ଷ ବୟସ୍କା ଜନୈକା ମହିଳାଙ୍କୁ ଗୁଣିଗାରେଡି ସନ୍ଦେହରେ ତାଙ୍କ ପରିବାର ସଦସ୍ୟମାନେ ପିଟିପିଟି ମାରିଦେଇଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ପାର୍ବତୀ ମୁର୍ମୁ। ମୃତ ମହିଳାଙ୍କ ଝିଅର ବୟାନ ଅନୁଯାୟୀ, ତାଙ୍କର ଦାଦା ଦୀର୍ଘ ଦେଢ଼ବର୍ଷ ହେଲା ରୋଗରେ ପଡ଼ିଥିଲେ। ଯେତେ ଚିକିତ୍ସା କରାଗଲେ ମଧ୍ୟ ସେ ଭଲ ନ ହେବାରୁ ସୋମବାର ମୃତ୍ୟୁବରଣ କଲେ। ଦାଦାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ...

 ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ସମ୍ପାଦକୀୟ/ ଅନ୍‌ଲାଇନ୍‌ ଠକେଇ

ଗ୍ଲୋବାଲ ଫାଇନାନ୍‌ସିଆଲ ଇନ୍‌ଫର୍ମେଶନ କମ୍ପାନୀ ‘ଏକ୍ସପେରିଆନ୍‌’ ୧୮ ଜୁନ୍‌, ୨୦୧୮ରେ ଭାରତୀୟଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ କରି କହିଛି ଯେ ଏଠାକାର ୨୫ ପ୍ରତିଶତ ନାଗରିକ ଆର୍ଥିକ ଠକେଇର ସମ୍ମୁଖୀନ ହେଉଛନ୍ତି। ଏହା ପଛରେ ରହିଛି ଅନ୍‌ଲାଇନ୍‌ କାରବାର। କିଛି ସୁବିଧା ଓ ସେବା ପାଇବା ପାଇଁ ୫୧ ପ୍ରତିଶତ ଭାରତୀୟ ସେମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାୟାସରେ ଦେଇଦେଉଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଆଜିର ଡିଜିଟାଲ ଯୁଗରେ ପ୍ରାୟ ପ୍ରତି କ୍ଷେତ୍ରରେ ଇଣ୍ଟରନେଟ୍‌ ମାଧ୍ୟମରେ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏକ ପ୍ରଗତିଶୀଳ ରାଷ୍ଟ୍ର ପାଇଁ ବୈଷୟିକ ବିକାଶ ଅତ୍ୟନ୍ତ ଜରୁରୀ। କିନ୍ତୁ ଯେଉଁମାନେ ଏହାର ପ୍ରୟୋଗାତ୍ମକ ଦିଗ ସହ ଅଭ୍ୟସ୍ତ ହୋଇନାହାନ୍ତି, ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭର କରି ପ୍ରବଳ ...

ଦୀପ ତେଜିଲେ ହାତ ଚିକ୍କଣ

ଦୀପ ତେଜିଲେ ହାତ ଚିକ୍କଣ

ବୈକୁଣ୍ଠନାଥ ମିଶ୍ର ମାତ୍ର ଛ’ବର୍ଷର ଝିଅ ଲକ୍ଷ୍ମୀ। ଦରିଦ୍ର ମାତାପିତାଙ୍କ କାରୁଣ୍ୟ ତାକୁ ବିଚଳିତ କରେ। ଗ୍ରାମର ଆରାଧ୍ୟ ଦେବତା ନୀଳମାଧବଙ୍କ ଉପରେ ତା’ର ପ୍ରଗାଢ ବିଶ୍ୱାସ। ପ୍ରଭୁଙ୍କୁ ଏକାନ୍ତରେ ଦର୍ଶନ କରି ତା’ ନିଜର ତଥା ପରିବାରର ଦୈନ୍ୟ ପ୍ରକାଶ କରିବାର ଲିପ୍ସା ତା’ ମନ ମଧ୍ୟରେ ଜାଗ୍ରତ ହୋଇଛି। ହେଲେ ଭଜନକୀର୍ତ୍ତନ ଓ ଗହଳଚହଳରେ ସଦା ପ୍ରକମ୍ପିତ ମନ୍ଦିରକୁ ଆସି ପ୍ରଭୁଙ୍କୁ ଦର୍ଶନ କରିବା କଷ୍ଟକର। ଦିନେ ବୈଶାଖର ନିଛାଟିଆ ଝାଞ୍ଜି ଦି’ପହରେ ସେ ସାହସ କରି ଘରୁ ଗୋଡ କାଢିଲା ଓ ମନ୍ଦିର ସଂଲଗ୍ନ ଝଙ୍କାଳିଆ କୃଷ୍ଣଚୂଡା ଗଛମୂଳେ ଠିଆ ହେଲା। କ୍ଷୁଦ୍ର ବାତାୟନ ମଧ୍ୟ ଦେଇ ଦେଖିଲା- ଗର୍ଭଗୃହର ଅନ୍ଧକାର ଭେଦକରି ପ୍ରଭୁ ସତେଯେମିତି ...

ରହସ୍ୟ ଖୋଲିବ କୁଞ୍ଚି

ରହସ୍ୟ ଖୋଲିବ କୁଞ୍ଚି

ସୁଧୀର କୁମାର ନାୟକ କୁଞ୍ଚି ମନ ଦୁଃଖ। ଅନ୍ୟମାନଙ୍କର ଅବହେଳା ପାଇଁ ସେ ଆଜି ଲଜ୍ଜିତ, ଚର୍ଚ୍ଚିତ। ତା’ ହଜିବା କଥାଟା ରାଜ୍ୟ ବାହାରକୁ ବି ଚାଲିଗଲାଣି। ବାସ୍ତବିକ ସେ କ’ଣ ଯାହିତାହି କୁଞ୍ଚି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରନତ୍ଭଣ୍ଡାରର କୁଞ୍ଚି, ଯେଉଁଠି ଅଛି ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ, କାହିଁରେ କେତେ। କୁଞ୍ଚି ନିଜକୁ ନିଜେ ପଚାରୁଛି ଏତେ ନୀତିନିୟମ, କଟକଣାର ଦ୍ୱାର ଡେଇଁ ସେ ହଜିଗଲା କିପରି? ସେ ନିଜେ ହଜିଲା, ନା ତାକୁ କିଏ ହଜାଇଲା? କୁଞ୍ଚି ହଜିବାର ତନାଘନା ଭିତରେ ତାହାର ନକଲ (ଡୁପ୍ଲିକେଟ୍‌ କାଠି) ମିଳିଛି, ...

ଏଇ ଭାରତରେ

ଏଇ ଭାରତରେ

ପୁଅଝିଅଙ୍କ ନାମକରଣ କରିବା ପାଇଁ ବାପାମା’ମାନେ ଶବ୍ଦ ଯୋଗାଡ଼ରେ ଲାଗିଥାଆନ୍ତି କାହିଁ କେତେ ଦିନରୁ। ଏଥିପାଇଁ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ପରାମର୍ଶ ଲୋଡ଼ିଥାଆନ୍ତି। ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ଏକ ଦମ୍ପତି ସେମାନଙ୍କ ନବଜାତ ଶିଶୁପୁତ୍ରର ନାମକରଣ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେମାନେ ଏଥିପାଇଁ ୩ଟି ନାଁ ବାଛିଥିଲେ। ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନେ ଭୋଟ ଦେଇ ସେଥିମଧ୍ୟରୁ ନାଁ ଚୟନ କରିଛନ୍ତି। ଏଥିରେ ନିର୍ବାଚନ ପ୍ରଚାରପତ୍ର ଲାଗିବା ସାଙ୍ଗକୁ ବାଲାଟ୍‌ ବକ୍ସ ବି ବ୍ୟବହାର ହୋଇଥିଲା। ଗୋଣ୍ଡିଆ ଜିଲାର ଦେଓରି ତାଲୁକା ଅନ୍ତର୍ଗତ ମିଥୁନ ଏବଂ ମାନ୍‌ସି ବ୍ୟାଙ୍ଗ୍‌ ଏଭଳି ଏକ ଅଭିନବ ଉପାୟ ସ୍ଥିର କରିଛନ୍ତି। ଏପ୍ରିଲ ୫ରେ ଜନ୍ମିତ ସନ୍ତାନର ନାମକରଣ ପାଇଁ ଜୁନ୍‌ ୧୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ...

ଦାୟୀ କିଏ

ଦାୟୀ କିଏ

ତଥାଗତ ସତପଥୀ: ଝଡ଼ତୋଫାନ ଯୋଗୁ ୧୬ ଜୁନ୍‌ ୨୦୧୮ ସନ୍ଧ୍ୟାରେ ଚିଲିକାରେ ଯାତ୍ରୀବାହୀ ଡଙ୍ଗା ବୁଡ଼ିଗଲା। ଜୁନ୍‌ ୧୭ରେ ୪ ଜଣଙ୍କ ମୃତଦେହ ମିଳିବା ପରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ପାଖାପାଖି ଦେଢ଼ ବର୍ଷ ପରେ ଏଭଳି ଅଘଟଣର ପୁନରାବୃତ୍ତି ଘଟିଛି। ୧୦ ଡିସେମ୍ବର ୨୦୧୬ରେ ଚିଲିକାରେ ହୋଇଥିବା ଡଙ୍ଗାବୁଡ଼ିରେ ୨ ଜଣ ଶିଶୁଙ୍କ ସହ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏହାକୁ ରୋକାଯାଇ ନ ପାରିବା ବିଷୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦେଖିବାକୁ ଗଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନ ଇନ୍‌ଲାଣ୍ଡ ଓ୍ବାଟର ଟ୍ରାନ୍ସପୋର୍ଟ ସର୍ଭିସେସ୍‌ (ଅନ୍ତର୍ଦେଶୀୟ ଜଳପଥ ପରିବହନ ସେବା)ର ବାଲୁଗାଁଠାରେ ରହିଥିବା ସରକାରୀ କାର୍ଯ୍ୟାଳୟ ଚିଲିକା ଜଳରାଶିରେ ଚାଲୁଥିବା ଡଙ୍ଗାଗୁଡ଼ିକୁ ପଞ୍ଜୀକରଣ କରିବା ସହ ସେଗୁଡ଼ିକୁ ନିୟମିତ ଯାଞ୍ଚ କରିବାର ବ୍ୟବସ୍ଥା ରହିଛି।

ଏଇ ଭାରତରେ

ଏଇ ଭାରତରେ

ବିହାରର ରାଜଧାନୀ ପାଟ୍‌ନାରେ ଏକ ମ୍ୟୁଜିକାଲ୍‌ ବ୍ୟାଣ୍ଡ୍‌ ଗଠନ କରାଯାଇଛି। କେବଳ ଦଳିତ ମହିଳାମାନଙ୍କୁ ନେଇ ଏହା ଗଠିତ ହୋଇଛି। ସମାଜର ଧରାବନ୍ଧା ନୀତିନିୟମକୁ ଭଙ୍ଗକରି ଏହି ମହିଳାମାନେ ବାଦ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ‘ସର୍ଗମ୍‌ ବ୍ୟାଣ୍ଡ୍‌’ ନାମକ ଏହି ଦଳ ବାହାଘର ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବାଦ୍ୟ ବଜାଇ ଥାଆନ୍ତି। ପାଟ୍‌ନାର ଦାନପୁର ସବ୍‌ଡିଭିଜନ୍‌ ଅନ୍ତର୍ଗତ ଧିବ୍ରା ଗଁାର ୧୦ଜଣ ମହିଳା ଏଥିରେ ସାମିଲ ହୋଇଛନ୍ତି।...

କି ଥିଲା ସେ ବିଦ୍ୟା

କି ଥିଲା ସେ ବିଦ୍ୟା

ଅଭୟ ସୂତାର ଆଧୁନିକ ଯୁଗରେ ବିଜ୍ଞାନ ଢେର ଅଗ୍ରଗତି କରିଛି। ପୃଥିବୀରୁ ଗ୍ରହ-ଉପଗ୍ରହକୁ ଯାତ୍ରା ଓ ସଫଳ ପ୍ରତ୍ୟାବର୍ତ୍ତନ, ସମୁଦ୍ରର ସର୍ବନିମ୍ନ ସ୍ତରରୁ ସମ୍ପଦ ସଂଗ୍ରହ, ପରମାଣୁ ଶକ୍ତି, ମୋବାଇଲ ଫୋନ୍‌, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଟେଲିଭିଜନ ଇତ୍ୟାଦିର ବ୍ୟବହାରକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି। ମାତ୍ର ପ୍ରାଚୀନ ଭାରତରେ ବି ବିଜ୍ଞାନ କମ୍‌ ଉନ୍ନତି କରି ନ ଥିଲା। ଅବଶ୍ୟ ଏହାର ଐତିହାସିକ ପ୍ରମାଣ ନାହିଁ, ଏ କଥା ପୁରାଣଶାସ୍ତ୍ରରୁ ଯାହା ଜାଣିହୁଏ। ରାବଣର ପୁଷ୍ପକ ବିମାନ, ରାମଙ୍କ ସେତୁବନ୍ଧ ନିର୍ମାଣ ଇତ୍ୟାଦି ବିଷୟକୁ କେତେକେ କାଳ୍ପନିକ ବୋଲି ବିଚାର କରୁଥିଲେ ମଧ୍ୟ କହିବାକୁ ପଡ଼ୁଛି ଯେ, ଯଦି ଏ ଯୁଗରେ ବିଜ୍ଞାନର ଏଭଳି ପ୍ରଗତି ସମ୍ଭବ ହୋଇପାରିଛି, ତେବେ ସେ ଯୁଗରେ ଏ ସବୁ କଥା ହୋଇ ନ ଥିବ କାହିଁକି?...

ନିରାଶାର ଚାରିବର୍ଷ

ନିରାଶାର ଚାରିବର୍ଷ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନେତୃତ୍ୱାଧୀନ ସରକାରର ଚାରିବର୍ଷ ପୂର୍ତ୍ତି ଅବସରରେ କଟକଠାରେ ଏକ ଜନସମାବେଶରେ ଉଦ୍‌ବୋଧନ ଦେଇଛନ୍ତି। ଗତ ଚାରିବର୍ଷ ମଧ୍ୟରେ ନିଜ ସରକାରର ଉପଲବ୍ଧିର ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ସମାବେଶରେ ସେ ଜନଧନ ଯୋଜନାରେ ବ୍ୟାଙ୍କ୍‌ ଖାତା ଖୋଲିବାଠାରୁ ଆରମ୍ଭ କରି ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ୍‌ ସଂଯୋଗ ପର୍ଯ୍ୟନ୍ତ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ବଢ଼େଇ ଚଢ଼େଇ ଉପସ୍ଥାପନ କରିବା ଦେଖିବାକୁ ମିଳିଲା। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଦେଶ ସାରା ବୁଲି ସରକାରଙ୍କ ଚାରିବର୍ଷର ସଫଳତାକୁ ଜନଗଣଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହି ସରକାର ଆତ୍ମପ୍ରଚାରକୁ କେତେ ଗୁରୁତ୍ୱ ଦିଏ ତାହା ଗତ ଚାରିବର୍ଷ ମଧ୍ୟରେ କେବଳ ଖବରକାଗଜ ଓ ଟିଭିରେ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ୪୩୪୩.୨୬ କୋଟି ଟଙ୍କାରୁ ସ୍ପଷ୍ଟ ବୁଝି ହେଉଛି।...

Model This Week

ପ୍ରଭାତ