ସମ୍ପାଦକୀୟ |

ପ୍ରଶ୍ନବାଚୀରେ ପର୍ବତ ସୁରକ୍ଷା

ପ୍ରଶ୍ନବାଚୀରେ ପର୍ବତ ସୁରକ୍ଷା
ସୁଧାଂଶୁ ଶେଖର ଧଡ଼ା ପ୍ରାୟ ତିରିଶ ବର୍ଷ ତଳେ ରାଜଧାନୀ ଭୁବନେଶ୍ୱରର ଜଳବାୟୁ ବେଶ୍‌ ଉପଭୋଗ୍ୟ ଥିଲା। ବର୍ଷସାରା ଦକ୍ଷିଣା ପବନ ବହୁଥିଲା। କଣ୍ଟା ବାଉଁଶବୁଦା, କୋଚିଳା ଗଛ, ପୋକସୁଙ୍ଗା, ବେତ ଆଦି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଭରି ରହିଥିଲା। ନଅ ନମ୍ବର ୟୁନିଟ୍‌, ରାମମନ୍ଦିର ଅଞ୍ଚଳ, ଚନ୍ଦ୍ରଶେଖରପୁର ଆଦି ଭୁବନେଶ୍ୱରର ଗୋଟିଏ ଗୋଟିଏ ଛୋଟ ଛୋଟ ପାହାଡ଼। ସାଇକେଲ୍‌ରେ ଯିବାଆସିବା କରିବାରେ ଖୁବ୍‌ ପରିଶ୍ରମ ହେଉଥିଲା। ଏଇ ତିରିଶ ବର୍ଷ ଭିତରେ ଭୁବନେଶ୍ୱରର ଜଙ୍ଗଲ ଧ୍ୱଂସ ପାଇ କଂକ୍ରିଟ୍‌ ଜଙ୍ଗଲ ହୋଇଯାଇଛି। ଦକ୍ଷିଣା ପବନ ଆଉ ନାହିଁ। ଭୁବନେଶ୍ୱରର ଆଖପାଖ ଧଉଳି, ଖଣ୍ଡଗିରି, ଶିଖରଚଣ୍ଡୀ, ବରୁଣେଇ ଆଦି ପାହାଡ଼ ପ୍ରାୟତଃ ଲଣ୍ଡା ହୋଇଯାଇଛି। ହତଗଣତି କେତୋଟି ବଡ଼ ବଡ଼ ଗଛକୁ ଛାଡିଦେଲେ ବାକି ଗଛଗୁଡିକ ବୃକ୍ଷ କିମ୍ବା ଦ୍ରୁମ ପଦବାଚ୍ୟ ନୁହେଁ। ଏବେ ଭୁବନେଶ୍ୱର ଦେଶର ଅନ୍ୟତମ ଉତ୍ତପ୍ତ ସହର। ଭୁବନେଶ୍ୱର ସହ ତୁଳନା କଲେ ରାଜ୍ୟର ଅନ୍ୟ ସ୍ଥାନର ପାହାଡ଼ଗୁଡିକର ଅବସ୍ଥା ମଧ୍ୟ ସମାନ ଭାବେ ଅବକ୍ଷୟ ଦିଗକୁ ଚାଲିଯାଇଛି। ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଭଳି ଜିଲାଗୁଡିକର କେତେକ ପାହାଡ଼ ପଥର ଖଣି ଲିଜ୍‌କୁ ନେଇ ନିଶ୍ଚିହ୍ନ ହୋଇଗଲାଣି। ତିରିଶ ବର୍ଷ ତଳେ ଯେଉଁଠାରେ ଛୋଟ ପାହାଡ଼ଟିଏ ଥିଲା ଏବେ ସେଠାରେ ପାହାଡ଼ ପରିବର୍ତ୍ତେ ବିରାଟ ଗାତଟିଏ ଦେଖିବାକୁ ମିଳୁଛି। ପ୍ରଥମେ ଜଙ୍ଗଲକୁ ନିଆଁ ଲଗାଇ ଧ୍ୱଂସ କରାଗଲା। ଧ୍ୱସ୍ତ ଜଙ୍ଗଲରୁ ଗଛସବୁ କାଟି ନିଆଗଲା। ପରବର୍ତ୍ତୀ ସମୟରେ ପାହାଡ଼ ଲଣ୍ଡା ହୋଇଗଲା। ଲଣ୍ଡା ପାହାଡ଼କୁ ଚିପ୍ସ ଓ ଗେଟି ତିଆରି ପାଇଁ ଖୋଳିନେଇ ଖାତ କରିଦିଆଗଲା। ଏହି ପ୍ରକ୍ରିୟାରେ ପ୍ରାୟ ତିରିଶ ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନର ଜଳବାୟୁ ମଧ୍ୟ ବଦଳିଯାଇଛି। ବର୍ତ୍ତମାନ ଆମ ସମ୍ମୁଖରେ ଜଙ୍ଗଲ ସୁରକ୍ଷା ବା ଜଙ୍ଗଲ ସୃଷ୍ଟି ଅପେକ୍ଷା ପାହାଡ଼ଗୁଡିକର ସୁରକ୍ଷା ଏକ ବଡ଼ ପ୍ରଶ୍ନବାଚୀ ଏବଂ ଆହ୍ବାନ ହୋଇ ଉଭା ହୋଇଛି। ଜଙ୍ଗଲ ଧ୍ୱଂସର ବିଭିନ୍ନ କାରଣ ମଧ୍ୟରୁ ନିଆଁ ଏବଂ ଢାବା, ହୋଟେଲ୍‌ ଅନ୍ୟତମ। ଜଙ୍ଗଲରେ ନିଆଁ ଲାଗେ ନାହିଁ। ଲଗାଇ ଦିଆଯାଏ। ଏହା ଏକ କ୍ରମାଗତ ପ୍ରକ୍ରିୟା। ଡିସେମ୍ବର ଶେଷ ଏବଂ ଜାନୁୟାରୀ ଆରମ୍ଭରୁ ଜଙ୍ଗଲରେ ପ୍ରଥମେ ନିଆଁ ଲଗାଯାଏ। ଜାନୁୟାରୀ ବେଳକୁ ପାହାଡ଼ ଉପରେ ଉଠିଥିବା ଘାସ ଓ ଗୁଳ୍ମଜାତୀୟ ଗଛ ପ୍ରାୟତଃ ମରି ଶୁଖିଯାଇଥାଏ। ଏଗୁଡିକ ଯୋଗୁ ଜଙ୍ଗଲ ମଧ୍ୟରେ ପଶିବା ସମ୍ଭବ ହୋଇ ନ ଥାଏ। ତେଣୁ ନିଆଁ ଲଗାଇ ଘାସ ଓ ଗୁଳ୍ମଗୁଡିକୁ ପୋଡିଦେବା ପରେ ଜଙ୍ଗଲ ଭିତରେ ପଶିବା ସମ୍ଭବ ହୋଇଥାଏ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ନିଆଁ ଲଗାଯାଏ ଫେବୃୟାରୀ ବେଳକୁ। ଫେବୃୟାରୀ ମାସ ବେଳକୁ ମୌସୁମୀପୁଷ୍ଟ ଜଙ୍ଗଲର ପ୍ରାୟତଃ ସବୁ ଗଛ ପତ୍ରଝଡା ଦେଇସାରିଥାଏ। ମାଟି ଉପରେ ଶୁଖିଲା ପତ୍ରକୁ ଦ୍ୱିତୀୟ ଥର ନିଆଁ ଲଗାଇ ମାଟିକୁ ସଂପୂର୍ଣ୍ଣ ଉନ୍ମୁକ୍ତ କରିଦିଆଯାଏ। ତୃତୀୟ ଥରର ନିଆଁ ଲଗାଯାଏ ମାର୍ଚ୍ଚ ଶେଷବେଳକୁ। ମହୁଲ, ଆମ୍ବ ଭଳି କିଛି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ତୃତୀୟ ଥର ନିଆଁ ଲଗାଯାଇଥାଏ। ମୌସୁମୀପୁଷ୍ଟ ଜଙ୍ଗଲରେ ଡିସେମ୍ବର-ଜାନୁୟାରୀଠାରୁ ବିଭିନ୍ନ ଗଛରେ ଫୁଲ ଧରିବା ଆରମ୍ଭ କରେ। ଆମ୍ବ, କୁରୁମ, ଚାର, ଶାଳ, ପଣସ, ଶାଗୁଆନ, ଅସନ ଆଦି ସମସ୍ତ ପ୍ରକାର ଗଛ ଡିସେମ୍ବର ଶେଷଭାଗରୁ ଏପ୍ରିଲ୍‌ ସୁଦ୍ଧା ଫୁଲ ଧରି ଫଳ ହୋଇଯାଏ। ଏହି ସମୟରେ ନିଆଁରୁ ଉଠୁଥିବା ଧୂଆଁ ବାଜି ଫୁଲର ପରାଗରେଣୁ ନଷ୍ଟ ହୋଇଯାଉଥିବାରୁ ଏହି ଗଛଗୁଡିକରେ ଫଳ ଧରିବା କମିଯାଏ। ବର୍ଷାଋତୁରେ ଗଜା ହୋଇ ଭୂମିରୁ ଉଠିଥିବା ଗଛ ନିଆଁରେ ଜଳି ପାଉଁଶ ହୋଇଯାଏ। ଏହିଭଳି ଭାବରେ ବୃକ୍ଷଜଗତର ନୂତନ ପିଢି ଏବଂ ଆସନ୍ତା ପିଢି ନଷ୍ଟ ହୋଇଯାଏ। ଆସନ୍ତା ପିଢି ପାଇଁ ଭୂମିଟିଏ ସୃଷ୍ଟି ହେବାର ସମ୍ଭାବନା ସଙ୍କୁଚିତ ହୁଏ। ନିର୍ଦ୍ଦିଷ୍ଟ ଏକ ଜଙ୍ଗଲ କିମ୍ବା ପାହାଡ଼ରେ କିଛିବର୍ଷ ଧରି ନିଆଁଲଗା ପ୍ରକ୍ରିୟା ଚାଲିଲେ ପାହାଡ଼ଟି ସଂପୂର୍ଣ୍ଣ ଭାବେ ଉଦ୍ଭିଦଶୂନ୍ୟ ଓ ଲଣ୍ଡା ହୋଇଯାଏ। ବର୍ଷାପାଣିରେ ମାଟି ଧୋଇଯାଇ କେବଳ ପଥର ହିଁ ରହେ। ଏଭଳି ହେଲେ ପାହାଡ଼ଗୁଡିକର ଜଳଧାରଣ କ୍ଷମତା ହ୍ରାସ ପାଏ। ପ୍ରାକୃତିକ ଝରଣା ଶୁଖିଯାଏ। ଉଦ୍ଭିଦ ଜଗତ ଏବଂ ପ୍ରାଣୀ, ପକ୍ଷୀ ତଥା ମନୁଷ୍ୟର ପରିବେଶଜନିତ ଭାରସାମ୍ୟ ନଷ୍ଟ ହୁଏ। ପ୍ରାକୃତିକ ଜଳସ୍ରୋତର ଧାରା ପରିବର୍ତ୍ତିତ ହୋଇ କୃଷିକ୍ଷେତ୍ରକୁ ଆସୁଥିବା ପାଣି ଗତି ପରିବର୍ତ୍ତନ କରେ। ପରବର୍ତ୍ତୀ ସମୟରେ ପାହାଡ଼ଗୁଡିକୁ ଅଦରକାରୀ ମନେକରି ସରକାର ପଥରଖଣି ଭାବରେ ଖୋଳିନେବା ପାଇଁ ଅନୁମତି ଦିଅନ୍ତି। ଏବେ ଦେଖିବା ଦ୍ୱିତୀୟ ସମସ୍ୟା- ହୋଟେଲ୍‌ ଏବଂ ଢାବାଗୁଡିକର ପାହାଡ଼ ଉପରେ ପଡୁଥିବା କୁପ୍ରଭାବ। ଜଙ୍ଗଲ ମଧ୍ୟରେ ଥିବା ଢାବାଗୁଡିକ ଦୀର୍ଘକାଳୀନ ଭିିତ୍ତିରେ ଜଙ୍ଗଲ ଧ୍ୱଂସର ମୁଖ୍ୟ କାରଣ। ଢାବା କିମ୍ବା ହୋଟେଲ୍‌ଟିଏ ଯେତେ ଛୋଟ ଦେଖାଯାଉଥିଲେ ମଧ୍ୟ ରେଳ ଇିଞ୍ଜିନ କୋଇଲା ଖାଇବା ଭଳି ହୋଟେଲ୍‌ ଓ ଢାବାର ଚୁଲିଗୁଡିକ ପ୍ରତିଦିନ ଦୁଇ ଚାରୋଟି ବଡ଼ ବଡ଼ ଗଛ ଖାଇଯାଆନ୍ତି। ରାସ୍ତାକଡ଼ରୁ ୪୦/୫୦ ମିଟର ଜଙ୍ଗଲକୁ ଲୋକଦେଖାଣିଆ ଭାବେ ଛାଡିଦେଲେ ବାକି ସମୁଦାୟ ପାହାଡ଼ରେ ସବୁତକ ଗଛ ମାତ୍ର କେତେ ମାସ ମଧ୍ୟରେ ଏମାନଙ୍କ ଅଖଣ୍ଡ ଚୁଲି ଭିତରେ ପାଉଁଶ ହୋଇଯାଏ। କପେ ଚା ପାଇଁ ଯେତିକି କାଠ ଜଳେ ହାଣ୍ଡିଏ ଭାତ ପାଇଁ ବି ସେତିକି ଜଳେ। ହଠାତ୍‌ ଜଣାପଡୁ ନ ଥିଲେ ମଧ୍ୟ କିଛିମାସ ମଧ୍ୟରେ ଜଙ୍ଗଲ ଧ୍ୱଂସ ହୋଇ ପାହାଡ଼ ମଧ୍ୟ ଧ୍ୱଂସ ହୋଇଯାଇଥାଏ। ଡିସେମ୍ବର-ଜାନୁୟାରୀରେ ଏହି ଚୁଲିଗୁଡିକ ବିଶେଷ ଭାବେ ଜଙ୍ଗଲର କ୍ଷତି ଘଟାନ୍ତି। ଜଙ୍ଗଲ ଭିତରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକରେ ମଧ୍ୟ କ୍ୟାମ୍ପ୍‌ ଫାୟାର ନାମରେ ପର୍ଯ୍ୟାପ୍ତ ପରିମାଣର ବୃକ୍ଷ କାଟି ଜଳାଇ ଦିଆଯାଏ। ପାହାଡ଼ଗୁଡିକ ଉଦ୍ଭିଦ ଜଗତର ଆଧାର ଏବଂ ଏଗୁଡିକର ବିପତ୍ତି ଉଦ୍ଭିଦ ଜଗତ ପ୍ରତି ମଧ୍ୟ ବିପତ୍ତି। ମୁଖ୍ୟତଃ ଡିସେମ୍ବର ଶେଷ ଏବଂ ଜାନୁୟାରୀ ଆରମ୍ଭରୁ ହିଁ ଜଙ୍ଗଲ ଓ ପାହାଡ ଧ୍ୱଂସର ମନ୍ଥର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ତେଣୁ ଜାନୁୟାରୀ ପହିଲାକୁ ‘ପର୍ବତ ସୁରକ୍ଷା ଦିବସ’ ଭାବେ ପାଳନ କରିବା ପାଇଁ ଜନଚେତନା ସୃଷ୍ଟି କରାଯିବା ଉଚିତ। ଏହା ହିଁ ବର୍ତ୍ତମାନ ସମୟର ଆହ୍ବାନ। ପାହାଡ଼ ବିନା ଜଙ୍ଗଲ ନାହିଁ ଏବଂ ଜଙ୍ଗଲ ବିନା ପ୍ରାଣିଜଗତର ସତ୍ତା ରହିବ ନାହିଁ। ତେଣୁ ଆମକୁ ବେଳ ହୁଁ ସାବଧାନ ହେବାକୁ ପଡ଼ିବ। ମୋ-୯୯୩୭୪୨୬୪୦୩
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/କୃତ୍ରିମ ଜାତୀୟତା

ସମ୍ପାଦକୀୟ/କୃତ୍ରିମ ଜାତୀୟତା

ଭାରତ ଯୁଦ୍ଧପ୍ରିୟ ଦେଶ ନୁହେଁ। ଅଦ୍ୟାବଧି ବିଶ୍ୱପ୍ରସିଦ୍ଧ ଯୁଦ୍ଧ ଜିତିଥିବାର ଇତିହାସ ମଧ୍ୟ ଏହା ନାମରେ ନାହିଁ। ୧୯୭୧ରେ ବାଂଲାଦେଶକୁ ସ୍ବାଧୀନ କରିବା ଲାଗି ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧ  ଏବଂ ୧୯୮୮ରେ  ମାଳଦ୍ୱୀପରେ ମୌମୁନ୍‌ ଅବଦୁଲ୍‌ ଗୟୁମ୍‌ଙ୍କୁ ଗାଦିଚ୍ୟୁତ କରିବା ସକାଶେ ଅବଦୁଲା ଲୁଥୁପିଙ୍କ ଦ୍ୱାରା କରାଯାଇଥିବା ସାମରିକ ବିଦ୍ରୋହକୁ ପଣ୍ଡ କରିବାରେ ଭାରତୀୟ ସେନା ସକ୍ଷମ

ଧନୀ ବଢ଼ୁଛନ୍ତି, କମୁନି ଗରିବୀ

ଧନୀ ବଢ଼ୁଛନ୍ତି, କମୁନି ଗରିବୀ

ସହଦେବ ସାହୁ

ବିଶ୍ୱ ଆର୍ଥିକ ମଞ୍ଚ (ୱାଲର୍‌ଡ ଇକୋନୋମିକ୍‌ ଫୋରମ୍‌) ସୁଇଜରଲାଣ୍ଡର ଡାଭୋସ୍‌ଠାରେ ତା’ର ଅଧିବେଶନ ଆରମ୍ଭ କରିବା ପୂର୍ବରୁ ୧୦୩ଟି ଦେଶର ଏକ ଅର୍ଥନୈତିକ ସର୍ଭେ କରି ଯେଉଁ ଇନ୍‌କ୍ଲୁସିଭ୍‌ ଡେଭ୍‌ଲପମେଣ୍ଟ ଇଣ୍ଡେକ୍ସ (ସାର୍ବଜନୀନ ବିକାଶ ସୂଚକାଙ୍କ) ପ୍ରକାଶ କରିଥିଲା ତହିଁରେ ଭାରତର ସ୍ଥାନ ୬୨ତମ। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ୧୮୯ ରାଷ୍ଟ୍ରକୁ ସର୍ଭେ କରି ଏହି ସେପ୍ଟେମ୍ବର ମାସରେ ଯେଉଁ ହ୍ୟୁମାନ୍‌ ଡେଭ୍‌ଲପମେଣ୍ଟ ଇଣ୍ଡେକ୍ସ (ମାନବ ବିକାଶ ସୂଚକାଙ୍କ) ପ୍ରକାଶ କରିଛି ତହିଁରେ ଭାରତର ସ୍ଥାନ ୧୩୦। ଦାରିଦ୍ର୍ୟ ...

ପରମଶାସ୍ତ୍ର ଭାଗବତ

ପରମଶାସ୍ତ୍ର ଭାଗବତ

ଡ. ହେମନ୍ତ କୁମାର ଛୋଟରାୟ

ଅଷ୍ଟାଦଶ ପୁରାଣ ମଧ୍ୟରେ ଶ୍ରୀମଦ୍‌ଭାଗବତ ହେଉଛି ଏକ ପବିତ୍ର ଗ୍ରନ୍ଥ। ବେଦ, ବ୍ରହ୍ମସୂତ୍ର ଓ ଉପନିଷଦାଦି ଗ୍ରନ୍ଥରେ ବିଷ୍ଣୁଙ୍କ ମହିମା ବର୍ଣ୍ଣିତ ହୋଇଥିଲେ ହେଁ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଚରିତ ଓ ଲୀଳାମାନ ଶ୍ରୀମଦ୍‌ଭାଗବତରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ଭାଗବତ ତତ୍ତ୍ୱ ଶୁଣାଇଥିଲେ। ବ୍ରହ୍ମା ନିଜର ମାନସପୁତ୍ର ନାରଦଙ୍କୁ ଭାଗବତ ତତ୍ତ୍ୱ ଉପଦେଶ ଦିଅନ୍ତେ, ସେ ମହର୍ଷି ବ୍ୟାସଦେବଙ୍କ ଆଗରେ ଭାଗବତର ମହିମା ବ୍ୟାଖ୍ୟାନ କରି ତା’ର ପ୍ରସାର ନିମନ୍ତେ ପରାମର୍ଶ ଦେଇଥିଲେ। ବ୍ୟାସଦେବଙ୍କଠାରୁ ତାଙ୍କ ପୁତ୍ର ଶୁକଦେବ...

ଏଇ ଭାରତରେ

ଏଇ ଭାରତରେ

ଟଙ୍କାର ଲୋଭ ମଣିଷ ମନକୁ ପରିବର୍ତ୍ତନ କରିଦିଏ। ଅଭିଯୋଗ କରୁଥିବା ବ୍ୟକ୍ତି ଲୋଭର ବଶବର୍ତ୍ତୀ ହୋଇ ନିଜେ ଅଭିଯୁକ୍ତ ପାଲଟିଯାଏ। ଜଣେ ବାଳିକାଙ୍କୁ ତାଙ୍କ ପ୍ରଧାନଶିକ୍ଷକ ଯୌନ ଉତ୍ପୀଡନ ଦେଇଥିବା ନେଇ ବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ମାମଲା ପ୍ରତ୍ୟାହାର ପାଇଁ ଉକ୍ତ ଅର୍ଥଲୋଭୀ ପିତା ପ୍ରଧାନଶିକ୍ଷକଙ୍କଠାରୁ ପ୍ରଚୁର ଟଙ୍କା ନେବାକୁ ଚାହିଁଥିଲେ। ଏହି ଘଟଣାରେ ବାଳିକାଙ୍କ ପିତାଙ୍କୁ ...

‘ବନ୍ଦ’ର ବିକଳ୍ପ ଜରୁରୀ

‘ବନ୍ଦ’ର ବିକଳ୍ପ ଜରୁରୀ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ ଗତ ୯ ତାରିଖରେ କଂଗ୍ରେସ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା। ଗୋଟେ ଛୁଟି ମିଳିଗଲା ସଭିଙ୍କ ପାଇଁ- ମୂଲିଆ ମଜୁରିଆଠୁ ହାକିମଙ୍କ ଯାଏ।

ରାଫାଲ ଧୂଆଁ

ରାଫାଲ ଧୂଆଁ

ଭାରତର ଯୁଦ୍ଧ ସମ୍ପର୍କିତ ପ୍ରସ୍ତୁତି ବିଷୟରେ ଯେତେ ଅଳ୍ପ ଆଲୋଚନା ହେବ ସେତେ ଭଲ। ଏହାର ମୁଖ୍ୟ କାରଣ ହେଲା ଯେଉଁସବୁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ସମୟରେ କ୍ଷମତା ହାସଲ କରି କେନ୍ଦ୍ରରେ ସରକାର ଗଢ଼ିଛନ୍ତି, ସେମାନେ ସମସ୍ତେ ପ୍ରତିରକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଆସିଛନ୍ତି। 

ମହିଳାଙ୍କ ପ୍ରତିନିଧିତ୍ୱ

ମହିଳାଙ୍କ ପ୍ରତିନିଧିତ୍ୱ

ଆକାର ପଟେଲ

ପ୍ରତିରକ୍ଷା ସମ୍ବନ୍ଧିତ ଦୁଇଟି ବିଷୟରେ ଏବେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। ଗୋଟିଏ ହେଉଛି ଫ୍ରାନ୍ସଠାରୁ ଭାରତ ରାଫେଲ ଯୁଦ୍ଧବିମାନ କିଣିବା ଏବଂ ଅନ୍ୟଟି ହେଉଛି ଆମେରିକା ସହ ଭାରତର ୨+୨ କଥାବର୍ତ୍ତା। ମୁଁ ଦ୍ୱିତୀୟଟି ଉପରେ ଆଲୋଚନା କରୁଛି। ପ୍ରତିରକ୍ଷା ପ୍ରସଙ୍ଗରେ ସାଧାରଣତଃ ଖୁବ୍‌ କମ୍‌ ଲୋକଙ୍କର ଆଗ୍ରହ ଥାଏ। ବିଶେଷତଃ ଯେଉଁମାନେ ଏହା...

ସ୍କୁଲ ନୁହେଁ ମନ୍ଦିର

ସ୍କୁଲ ନୁହେଁ ମନ୍ଦିର

ପ୍ରକାଶ ତ୍ରିପାଠୀ

ଚଳିତ ମାସ ଦ୍ୱିତୀୟ ଶନିବାର ଦିନ ସକାଳୁ ମନଟା ଚଞ୍ଚଳ ହୋଇ ଉଠୁଥିଲା। ସରକାରୀ ଛୁଟି ସତ୍ତ୍ୱେ  ଅନ୍ୟ ଦିନଗୁଡ଼ିକ ପରି ନିତ୍ୟକର୍ମରେ ମୋର ତତ୍ପରତା ବିସ୍ମୟ ସୃଷ୍ଟି କରୁଥିଲା ଘର ଲୋକଙ୍କ ମନରେ। ମୁଁ କ୍ରମଶଃ ବ୍ୟଗ୍ର ହୋଇପଡୁଥିଲି କେତେ ଶୀଘ୍ର ସେଇ ମନ୍ଦିରରେ ଯାଇ ପହଞ୍ଚତ୍ ପାରିବି। ଏ ସେହି ମନ୍ଦିର, ଯେଉଁଠି ଦୀର୍ଘ ୩୭ ବର୍ଷ ତଳେ ମୋ ଭବିଷ୍ୟତ ପାଇଁ ମୂଳଦୁଆର ଭିତ୍ତିପ୍ରସ୍ତର ପଡ଼ିଥିଲା। ଏ ସେହି ମନ୍ଦିର, ଯାହା ପାଇଁ ଆଜି ମୁଁ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ସେହି ମନ୍ଦିର, ଯାହାର ଅବଦାନ ମୋର ସ୍ଥିତି, ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ପ୍ରତିଟି ଅଣୁରେ ଭରିରହିଛି। ଏହି ମନ୍ଦିର ହେଉଛି ମୋ ସ୍କୁଲ, ମୋ ନିଜ ସ୍କୁଲ। ମୋ ସ୍କୁଲର ପୁରାତନ ଛାତ୍ର ଅନୁଜମାନଙ୍କ ...

ପରମାଣୁ ବୈଜ୍ଞାନିକ

ପରମାଣୁ ବୈଜ୍ଞାନିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ପରମାଣୁ ଶକ୍ତି ଆୟୋଗ ବା ଆଟମିକ୍‌ ଏନର୍ଜୀ କମିଶନ (ଏଇସି) ପରମାଣୁ ଶକ୍ତି ବିଭାଗ (ଡିଏଇ)ର ପରିଚାଳନା ସଂସ୍ଥା ଭାବେ ପରିଚିତ। ଦେଶର ପରମାଣୁ କାର୍ଯ୍ୟକ୍ରମକୁ ଦେଖାଶୁଣା କରିବା ସକାଶେ ୧୯୪୮ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା। ଭାରତରେ ପରମାଣୁ ବୈଜ୍ଞାନିକଙ୍କ ଗବେଷଣା କାର୍ଯ୍ୟର ଆୟୋଜନ ଓ ପ୍ରଶିକ୍ଷଣ, ଆୟୋଗର ନିଜସ୍ବ ପରୀକ୍ଷାଗାରରେ ପରମାଣୁ ଗବେଷଣାକୁ ତ୍ୱରାନ୍ବିତ ...

ଏଇ ଭାରତରେ

ଏଇ ଭାରତରେ

ଆନ୍ଧ୍ରପ୍ରଦେଶର ଜଣେ ପୋଲିସ ଇନ୍ସପେକ୍ଟର ନିର୍ବାଚିତ ପ୍ରତିନିଧିଙ୍କ ଜିଭ କାଟିଦେବାକୁ ଧମକ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯଦି କୌଣସି ବିଧାୟକ କିମ୍ବା ସାଂସଦ ପୋଲିସ ବାହିନୀର ମନୋବଳକୁ ଭାଙ୍ଗିଦେବା ଭଳି କିଛି ମନ୍ତବ୍ୟ ଦିଅନ୍ତି ତେବେ ଏଭଳି କରାଯିବ ବୋଲି ସେ କହିଥିଲେ। ଅନନ୍ତପୁର ଜିଲାର କାଦିରି ଥାନା ଇନ୍ସପେକ୍ଟର ମାଧବ ଶାସକ ଦଳର ସାଂ...

ଫାଇଦାରେ କଶ୍ମୀର ବାବୁ

ଫାଇଦାରେ କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ଯୋଗୁ ରାଜ୍ୟ କ୍ୟାଡର ବାବୁମାନେ ବେଶ୍‌ ଫାଇଦାରେ ଅଛନ୍ତି। କାରଣ ପ୍ରଶାସନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଛି। ୧୯୮୬ ବ୍ୟାଚ୍‌ ଜମ୍ମୁ-କଶ୍ମୀର କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସ ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ପୁନର୍ନିଯୁକ୍ତି ପାଇଛନ୍ତି। ସେହିପରି ରାଜ୍ୟ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଖୁର୍ଶିଦ ଅହମଦ ଗନାଇ ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର କେ. ବିଜୟ କୁମାର ମଧ୍ୟ କ୍ୟାବିନେଟ୍‌ର ସମତୁଲ ...

ଅନ୍ତହୀନ ତିନୋଟି ସମସ୍ୟା

ଅନ୍ତହୀନ ତିନୋଟି ସମସ୍ୟା

ମନ-ମାନଚିତ୍ର / ଡ. ନରହରି ବେହେରା

ପ୍ରାତଃଭ୍ରମଣ ସମୟରେ ଗୋବିନ୍ଦବାବୁ କହିଲେ, ତୁମେ ମହାଭାରତର ଯକ୍ଷ-ଯୁଧିଷ୍ଠିର ସମ୍ବାଦ ପଢ଼ିଛ? ଯକ୍ଷ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ- କେଉଁ ବ୍ୟାଧିର ଶେଷ ନାହିଁ? ଏହାର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ଲୋଭରୂପକ ବ୍ୟାଧିକୁ ଉପଶମ କରିହେବ ନାହିଁ। ଆଚ୍ଛା, ତୁମେ କିଛି ସମୟ ପାଇଁ ଯୁଧିଷ୍ଠିର ହୋଇଯାଅ ଏବଂ ମୁଁ ତୁମକୁ ଯକ୍ଷ ଭାବରେ ଯେଉଁ ପ୍ରଶ୍ନ କରୁଛି ତାହାର ଉତ୍ତର ଦିଅ। ମୁଁ ଦେଖିବି ତୁମର ବୁଦ୍ଧି ...