ବାଲେଶ୍ୱର

ମଦ ଦୋକାନ ଉଚ୍ଛେଦ ଦାବିରେ ରାସ୍ତାରୋକୋ

  ମଦ ଦୋକାନ ଉଚ୍ଛେଦ ଦାବିରେ  ରାସ୍ତାରୋକୋ
ବାରିପଦା ଅଫିସ,୨୯।୧୨- ମୟୂରଭଞ୍ଜ ଜିଲା ଅବକାରୀ ବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ବାରିପଦା ବସଷ୍ଟାଣ୍ଡ ନିକଟରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେିଥିବା ବେଳେ ଉକ୍ତ ଦୋକାନ ସେଠାରେ ନ କରି ଏମକେସି ପେଟ୍ରୋଲ ପମ୍ପ ଛକଠାରେ ଖୋଲାଯାଇଛି। ଏହା ଜଣାପଡିବା ପରେ ଉକ୍ତ ମଦ ଦୋକାନକୁ ଉଛେଦ ଦାବି କରି ଶୁକ୍ରବାର ପୂର୍ବାହ୍ନ ସାଢେ ୧୦ରୁ ଅପରାହଣ ୨ଟା ପର୍ଯ୍ୟନ୍ତ ସହରର ମୁଖ୍ୟ ରାସ୍ତା ଟ୍ରାଫିକ ଛକଠାରୁ ଏମକେସି ହାଇସ୍କୁଲ ରାସ୍ତା, ଏମକେସି ହାଇସ୍କୁଲରୁ ବିଜୁ ପଟନାୟକ ଗୋଲେଇ ରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଅବକାରୀ ବିଭାଗ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ହବର୍ତ୍ତମାନ ମଦ ଦୋକାନ ଅସ୍ଥାୟୀ ଭାବେ ବନ୍ଦ ରହିବ ଏବଂ ଆସନ୍ତା ୪ତାରିଖ ଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକୋ ହଟିଥିଲା। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନର ୫ଶହ ମିଟର ଦୂରରେ କୌଣସି ମଦ ଦୋକାନ ଖୋଲାଯାଇ ପାରିବ ନାହିଁ ବୋଲି ନିୟମ ଥିବା ବେଳେ ଏଠାରେ ବ୍ୟତିକ୍ରମ ଘଟିଛି। ଏମକେସି ହାଇସ୍କୁଲ ଓ ସଂସ୍କୃତ ମହାବିଦ୍ୟାଳୟ ଅତି ନିକଟରେ ଥିବା ବେଳେ ସେଠାରେ ମଦ ଦୋକାନ ଖୋଲା ଯିବାରୁ ଜନ ଅସନ୍ତୋଷ ପ୍ରକାଶ ପଇଥିଲା। ୪ନମ୍ବର ୱାର୍ଡର କାଉନସିଲର କୃଷ୍ଣାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ମହିଳା, ପୁରୁଷଙ୍କ ସମେତ ‘ମାସା’ ସଂଗଠନ ପକ୍ଷରୁ ଶତାଧିକ ଲୋକେ ଏଠାରେ ରାସ୍ତାରୋକୋ କରିଥିଲେ। ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ଜଲାପାଳ ସୁରେନ୍ଦ୍ର କୁମାର ମୀନା ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଅବକାରୀ ବିଭାଗ ଦିନ ଗଡାଇ ଚାଲିବାରୁ ଅସନ୍ତୋଷ ଘନୀଭୂତ ହୋଇଥିଲା। ଏହି ରାସ୍ତାରୋକୋ ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ନିରୋଜ ସାହୁ, ମାସାର ସଭାପତି ସୁକୁଲାଲ ମାର୍ଣ୍ଡି, ଉପସଭାପତି ମୁକେଶ ମାର୍ଣ୍ଡି,ଆଇନଜୀବୀ ଜ୍ୟୋତିପ୍ରକାଶ ରଥ ପ୍ରମୁଖ ସାମିଲ ହୋଇଥିଲେ। ଫଟୋ-
All Right Reserved By

ବାଲେଶ୍ୱର

ଓକିଲ ସଂଘର ଶୋଭାଯାତ୍ରା, ପ୍ରତିବାଦ ସଭା

ଓକିଲ ସଂଘର ଶୋଭାଯାତ୍ରା, ପ୍ରତିବାଦ ସଭା

ବାସୁଦେବପୁର,୨୪।୯(ଡି.ଏନ.ଏ.)-ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ଆଇନଜୀବୀଙ୍କୁ କଟକ ଚାଉଳିଆଗଞ୍ଜ ଥାନା ପୋଲିସର ଆକ୍ରମଣ ଘଟଣାର ପ୍ରତିବାଦ କରି ବାସୁଦେବପୁର ଓକିଲ ସଂଘ ପକ୍ଷରୁ ସୋମବାର ଶୋଭାଯାତ୍ରା କରାଯାଇଛି।

ମିଳିତ ଅଭିଯୋଗ ଶୁଣାଣି

ମିଳିତ ଅଭିଯୋଗ ଶୁଣାଣି

ଚାନ୍ଦବାଲି,୨୪।୯(ଡି.ଏନ.ଏ.)-ଚାନ୍ଦବାଲି ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୦ଟି ଅଭିଯୋଗ ହସ୍ତଗତ ହୋଇଥିଲା।

ଭଣ୍ଡାରିପୋଖରୀ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଭଣ୍ଡାରିପୋଖରୀ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

ଭଣ୍ଡାରିପୋଖରୀ,୨୪।୯(ଡି.ଏନ.ଏ.)-ଭଣ୍ଡାରିପୋଖରୀ ସଞ୍ଜୁକ୍ତ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆସନ୍ତା ଡିସେମ୍ବର ମାସରେ ପାଳନ କରାଯିବ। ଏନେଇ  ପ୍ରସ୍ତୁତି ବୈଠକ ରବିବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ପ୍ରଧାନ ଶିକ୍ଷକ କରୁଣାକର ଉପାଧ୍ୟାୟ ସଭାପତିତ୍ୱ କରିଥିଲେ। 

ଜାତୀୟ ହୋ ଯୁବ ସମ୍ମିଳନୀ ପ୍ରସ୍ତୁତି ବୈଠକ

ଜାତୀୟ ହୋ ଯୁବ ସମ୍ମିଳନୀ ପ୍ରସ୍ତୁତି ବୈଠକ

ଯୋଡ଼ା, ୨୪।୯(ଡି.ଏନ.ଏ.): କେନ୍ଦୁଝର ଜିଲାରେ ସକ୍ରୀୟ ଥିବା ଆଦିବାସୀ ସାମାଜିକ ସଙ୍ଗଠନ ହୋ ଉପରୁମ ଜୁମୁର ଆକାଳା ପକ୍ଷରୁ ଆସନ୍ତା ଅକ୍ଟୋବର ୨୦ ଓ ୨୧ରେ ହେବାକୁଥିବା ଜାତୀୟ ହୋ ଯୁବ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଡ଼ା, ଜୁରୁଡି, ବଡବିଲ୍‌, ବିଲେଇପଦା, ବଲାଣି, କିରିବୁରୁ, ନୂଆମୁଣ୍ଡି, ଗୁଆଲି, ଭଦ୍ରାସାହିରୁ ଶତାଧିକ ଯୁବତୀଯୁବକ ଯୋଗ ଦେଇଥିଲେ। 

ଚାଷୀଙ୍କୁ ପମ୍ପ୍‌ସେଟ୍‌ ବଣ୍ଟନ

ଚାଷୀଙ୍କୁ ପମ୍ପ୍‌ସେଟ୍‌ ବଣ୍ଟନ

ଚମ୍ପୁଆ, ୨୪।୯(ଡି.ଏନ.ଏ): ଚମ୍ପୁଆସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ମାଗଣା ପମ୍ପ୍‌ସେଟ୍‌ ବଣ୍ଟନ କରାଯାଇଛି। ଫୋକସ ଏରିଆ ଡେଭଲପ୍‌ମେଣ୍ଟ୍‌ ପ୍ରୋଗ୍ରାମ ପ୍ରକଳ୍ପ ଜରିଆରେ ପମ୍ପ୍‌ସେଟ୍‌ ବିତରଣ କରାଯାଇଛି। ଆଇଟିଡିଏ କାର୍ଯ୍ୟାଳୟରେ ଚମ୍ପୁଆ ଉପଜିଲାପାଳ ତଥା ଭାରପ୍ରାପ୍ତ ପ୍ରକଳ୍ପ ପ୍ରସାଶକ ପାରୁଲ ପଟାୱରୀ କେନ୍ଦୁଝର ଓସ୍କା ସୌଜନ୍ୟରେ ୫ ଜଣ ଅନୁସୂଚିତ ଜାତିର ଚାଷୀଙ୍କୁ ପମ୍ପ୍‌ସେଟ୍‌ ପ୍ରଦାନ କରିଥିଲେ।

ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ

ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ

ଚମ୍ପୁଆ, ୨୪।୯(ଡି.ଏନ.ଏ.): ୬ ଦଫା ଦାବିରେ ରାଜ୍ୟରେ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଅବସରରେ ଚମ୍ପୁଆ ଅଗ୍ନିଶମ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀମାନଙ୍କୁ ଓଡ଼ିଶା ପୋଲିସ କର୍ମଚାରୀଙ୍କ ସହ ସମାନ ଦରମା ଓ ଭତ୍ତା ପ୍ରଦାନ, ହାବିଲଦାର ଓ ଫାୟାରମ୍ୟାନଙ୍କ ଆସୋସିଏଶନକୁ ତୁରନ୍ତ ସରକାରୀ ପଞ୍ଜୀକରଣ ଭୁକ୍ତ କରିବ। ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଦରମା ଏବଂ ନିଜ ଜିଲାରେ ନିଯୁକ୍ତି, ଅବସରଗ୍ରହଣ କରିଥିବା କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ, ଅନ୍ୟ କର୍ମଚାରୀଙ୍କ ଭଳି ୮ ଘଣ୍ଟା ଡ୍ୟୁଟିର ମୂତୟନ କରିବା, ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ  ଦାବି ହୋଇଛି। ଆନ୍ଦଳୋନରେ ଚମ୍ପୁଆର ଅଗ୍ନିଶମ ବିଭାଗର ହାବିଲଦାର ଓ ଫାୟାରମ୍ୟାନ ସାମିଲ ହୋଇଛନ୍ତି। 

ଶିଶୁ ମୃତ୍ୟୁ ଘଟଣା: ଡାକ୍ତରଖାନାରେ ଉତ୍ତେଜନା

ଶିଶୁ ମୃତ୍ୟୁ ଘଟଣା: ଡାକ୍ତରଖାନାରେ ଉତ୍ତେଜନା

କେନ୍ଦୁଝର,୨୪।୯(ସ୍ବ.ପ୍ର.): କେନ୍ଦୁଝର ମାତୃ ଓ ଶିଶୁ ଚିକିତ୍ସାଳୟରେ ସୋମବାର ଶିଶୁ ପୁତ୍ର ମୃତ୍ୟୁକୁ ନେଇ ଟାଉନ ଥାନା ଓ ସିଡିଏମ୍‌ଙ୍କୁ ଲିଖିତ ଅଭିଯୋଗ ହୋଇଛି। 

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୨୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନ୍‌ସନ ଦାବିରେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ଛାତ୍ରୀଙ୍କୁ ଦୁର୍ବ୍ୟବହାର,ଶିକ୍ଷକ ନିଲମ୍ବିତ

ଛାତ୍ରୀଙ୍କୁ ଦୁର୍ବ୍ୟବହାର,ଶିକ୍ଷକ ନିଲମ୍ବିତ

ଖଇରା,୨୪।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ  ଅଞ୍ଚଳର ଏକ ପ୍ରାଇମେରୀ ସ୍କୁଲ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଦାମୋଦର ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।  

ପଣପଣା ପଞ୍ଚାୟତରେ ନୂତନ ଭତ୍ତା ପ୍ରଦାନ

ପଣପଣା ପଞ୍ଚାୟତରେ ନୂତନ ଭତ୍ତା ପ୍ରଦାନ

ବାହାନଗା,୨୪।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ନୀଳଗିରି ବିଧାୟକଙ୍କ ଦ୍ୱାରା ନୂତନ ଭତ୍ତା ପ୍ରଦାନ କରାଯାଇଛି। 

 ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଛାତ୍ର ନିଖୋଜ ଘଟଣା: ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ପାଟଣା, ୨୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପ୍ରାଥମିକ ବିଦ୍ୟାଳୟର ଛାତ୍ରବାସରୁ ଗତ ୧୨ ତାରିଖରେ ଜଣେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା  ୧୦ବର୍ଷର ଛାତ୍ର  ନିଖୋଜ  ହୋଇଯାଇଛନ୍ତି।

ଅଗ୍ନିଶମକର୍ମଚାରୀଙ୍କ ଆନ୍ଦୋଳନ

ଅଗ୍ନିଶମକର୍ମଚାରୀଙ୍କ ଆନ୍ଦୋଳନ

ଭଦ୍ରକ ଅଫିସ,୨୪।୯: ଜିଲାର ସମସ୍ତ ଅଗ୍ନିଶମ କାର୍ଯ୍ୟାଳୟର କର୍ମଚାରୀମାନେ ୬ ଦଫା ଦାବି ନେଇ ନିଜ ଅଫିସ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି।