ବାଲେଶ୍ୱର

ଜିଲାପାଳ, ଡିଏଫଓ ଅଫିସ ଘେରିଲେ ୫ ହଜାର ଶ୍ରମିକ

 ଜିଲାପାଳ, ଡିଏଫଓ ଅଫିସ ଘେରିଲେ ୫ ହଜାର ଶ୍ରମିକ
ବାରିପଦା ଅଫିସ,୨୯।୧୨- ମୟୁରଭଞ୍ଜ ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ‘କଳା ମୁଗୁନି ପଥର’ ଖାଦାନ ସବୁ ବନ୍ଦ ହେବା ପରେ ଏଥିରେ କାର୍ଯ୍ୟକରି ଗୁଜୁରାଣ ମେଣ୍ଟାଉଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ବ୍ୟବସାୟୀ ବେକାର ହୋଇବସିଛନ୍ତି। ରୋଜଗାର ହରାଇଥିବା ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବା ଦାବି କରି ଶୁକ୍ରବାର ଉପରୋକ୍ତ ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଜିଲାପାଳ ଓ ବନ ଖଣ୍ଡ ଅଧୀକାରୀ(ଡିଏଫଓ)ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସେମାନେ ସ୍ଥାନୀୟ ମଧୁବନ ପଡିଆଠାରୁ ରାଲିରେ ଆସି ବିକ୍ଷୋଭ ପ୍ରଦର୍ଶନ କରଥିଲେ। ଜିଲା ପ୍ରଶାସନ କିଛି ପଦକ୍ଷେପ ନ ନେଳେ ସେମାନେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଥିଲେ। ଶ୍ରମିକ ନେତା ସୁପାୟ ସୋରେନ ଦର୍ଶାଇଛନ୍ତି ଯେ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଶିମିଳିପାଳ ଅଭୟାରଣ୍ୟରୁ ୨ କି.ମି. ପରିସର ବାହାରେ ଥିବା ପଥର ଖାଦାନଗୁଡିକ ସମ୍ପର୍କରେ ପ୍ରସ୍ତାବ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ୨୦୧୩-୧୪ ଆର୍ଥିକ ବର୍ଷରେ ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ଆର.ସି.ସି.ଏଫ. ରିପୋର୍ଟ ପ୍ରଦାନ କରିଥିଲେ। ହେଲେ କେନ୍ଦୁଝର ଜିଲାର ହଦଗଡକୁ ଏହି ରିପୋର୍ଟରୁ ବାଦ ଦିଆଯିବାରୁ ପୁନର୍ବାର ଏହାକୁ ମିଶାଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଆସିଥିଲା। ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଜଙ୍ଗଲ ବିଭାଗ ଏଯାଏ ଏହି ରିପୋର୍ଟ ପଠାଇନାହିଁ। ଏଥିଯୋଗୁଁ ଏହି ଅଞ୍ଚଳରେ ଥିବା ପଥର ଖାଦାନଗୁଡିକ ବନ୍ଦ ରହିଛି। ଶ୍ରମିକମାନେ ଦର୍ଶାଇଥିଲେ ଯେ, ମୟୁରଭଞ୍ଜ ଜିଲାରେ ଖୁଣ୍ଟା, ଶାମାଖୁଣ୍ଟା, ବଡସାହି, କୁଳିଅଣା ଓ ବାଙ୍ଗିରିପୋଷୀ ତହସିଲ ଇଲାକାରେ ଥିବା ‘କଳା ମୁଗୁନି ପଥର’ ଖାଦାନଗୁଡିକୁ ୨୦୧୪-୧୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ନିଲାମ କରାଯାଉଥିଲା। ଏହି ନିଲାମ ବନ୍ଦ ରହିଥିବାରୁ ଏହି ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ କ୍ରଶର ବନ୍ଦ ରହିଛି । ଶ୍ରମିକମାନେ କାମଧନ୍ଦା ହରାଛନ୍ତି। ତେବେ ବର୍ତ୍ତମାନ ଯେଉଁ ସବୁ ଖାଦାନ ଚାଳିଛି ସେଥିରୁ କଞ୍ଚାମାଲ ଯାଉଥିବା ଗାଡିକୁ ଜବତ କରି ବନ ବିଭାଗ ଜରିମାନା ଆଦାୟ କରୁଛି। ଏହାକୁ ବିରୋଧ କରି ବାରିପଦା ଲୋକାଲ ଟ୍ରକ ଓ କ୍ରସର ମାଲିକ ସଂଘ ପକ୍ଷରୁ ଜିଲାର ସମସ୍ତ କ୍ରସର ଓ ଏଠାରୁ କଞ୍ଚାମାଲ ପରିବହନ କରୁଥିବା ସମସ୍ତ ଟ୍ରକଗୁଡିକୁ ଅନିଦ୍ଧିଷ୍ଟ କାଳ ପାଇଁ ଗତ ୧୧ ତାରିଖ ଠାରୁ ବନ୍ଦ ରଖିଛନ୍ତିି। ଏହି ଶ୍ରମିକ ଆନ୍ଦୋଳନ ସମ୍ପର୍କରେ ଭାରାପ୍ରାପ୍ତ ଅତିରିକ୍ତ ଜିଲାପାଳ ଶତୃଘ୍ନ କରଙ୍କୁ ପଚାରିବାରୁ ଏ ଦିଗରେ ପ୍ରଶାସନ ପଦକ୍ଷେପ ନେଉଛି ବୋଲି କହିଛନ୍ତି।
All Right Reserved By

ବାଲେଶ୍ୱର

ତରାଙ୍ଗ ଛକରୁ ପୁଣି ଚୋରି

ତରାଙ୍ଗ ଛକରୁ ପୁଣି ଚୋରି

ଖଇରା, ୧୪।୧୨(ଡି.ଏନ.ଏ.)-ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ତରାଙ୍ଗ ଛକରେ ଥିବା ୫ଟି ଦୋକାନରୁ ଗୁରୁବାର ରାତିରେ ଚୋରି ହୋଇଥିବା ଜଣାଯାଇଛି। 

ଖଇରାରେ ଖୋଲିଲା ଧାନମଣ୍ଡି

ଖଇରାରେ ଖୋଲିଲା ଧାନମଣ୍ଡି

ଖଇରା, ୧୪।୧୨(ଡି.ଏନ.ଏ.)-ଖଇରା ବ୍ଲକରେ ଚାଷୀମାନଙ୍କର ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ଦାବି ପରେ ଖଇରା ବ୍ଲକ ଅଧୀନ ଗୋବିନ୍ଦପୁର ସେବା ସେବା ସମବାୟ ସମିତିରେ ପ୍ରଥମେ ଶୁକ୍ରବାର ଧାନକିଣା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।

ରାଜ୍ୟସ୍ତରୀୟ କେମେଷ୍ଟ୍ରି ଅଲମ୍ପିଆଡ଼: ଫକୀରମୋହନ ଜୁନିୟର କଲେଜ ଛାତ୍ର ପ୍ରଥମ

ରାଜ୍ୟସ୍ତରୀୟ କେମେଷ୍ଟ୍ରି ଅଲମ୍ପିଆଡ଼: ଫକୀରମୋହନ ଜୁନିୟର କଲେଜ ଛାତ୍ର ପ୍ରଥମ

ବାଲେଶ୍ୱର ଅଫିସ,୧୪।୧୨-ଚଳିତ ଶିକ୍ଷାବର୍ଷ ୨୦୧୮-୧୯ ପାଇଁ ଓଡ଼ିଶା କେମିକାଲ ସୋସାଇଟି ତରଫରୁ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କେମେଷ୍ଟ୍ରି ଅଲମ୍ପିଆଡ଼ରେ ଫକୀରମୋହନ ଜୁନିୟର କଲେଜର ଯୁକ୍ତ ୨ ଦ୍ୱିତୀୟବଷର୍ର୍ ବିଜ୍ଞାନଛାତ୍ର ପ୍ରୀତିଶ ବେହେରା ଓ ଶିବମ୍‌ ପାଢ଼ୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।

ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ, ଚୋରା ଦେଶୀ ମଦ ସହ ଓମିନି ଜବତ

ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ, ଚୋରା ଦେଶୀ ମଦ ସହ ଓମିନି ଜବତ

ଭଦ୍ରକ ଅଫିସ,୧୪।୧୨- ଭଦ୍ରକ ଅବକାରୀ ବିଭାଗ ଚଢ଼ାଉ କରି ଜାତୀୟ ରାଜପଥ ବେହେରା ସlହି ନିକଟରୁ ୩୦୦ ଲିଟର ଦେଶୀ ମଦ ଜବତ କରିଛି। ଏକ ଓମିନି ଗାଡ଼ି ଯୋଗେ ଏହି ମଦ ବାଲେଶ୍ୱରରୁ ଭଦ୍ରକକୁ ଚାଲାଣ ହେଉଥିଲା। 

ଯକ୍ଷ୍ମା ଆକ୍ରାନ୍ତ ମା’ଙ୍କୁ ୪ ବର୍ଷର ଝିଅ ସେବା କରିବା ଘଟଣା: ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ଯକ୍ଷ୍ମା ଆକ୍ରାନ୍ତ ମା’ଙ୍କୁ ୪ ବର୍ଷର ଝିଅ ସେବା କରିବା ଘଟଣା: ସହାୟତାର ହାତ ବଢ଼ାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ସଜନାଗଡ଼,୧୪।୧୨(ଡି.ଏନ୍‌.ଏ.): ଯେଉଁ ବୟସରେ ସାଙ୍ଗସାଥୀମାନଙ୍କ ସହ ଗାଁ ଦାଣ୍ଡରେ ଖେଳିବା କଥା, ସେ ବୟସରେ ସେ ରୋଗୀଣା ମା’ ସହ ରାତି କାଟୁଛି ଡାକ୍ତରଖାନାରେ। ଯକ୍ଷ୍ମାରେ ଆକ୍ରାନ୍ତ ମା’ର ସେ ପାଲଟି ଯାଇଛି ଅଭିଭାବକ। ଏପରିକି ସେ ରୋଗଟା ତାକୁ ବି ହେବାକୁ ବସିଲାଣି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି, ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନାର ଟିବି ଓ୍ବାର୍ଡରେ। ମହିଳାଜଣଙ୍କ ହେଲେ କଇଁକୁଠା ଗାଁର ଠାକୁରା ସିଂଙ୍କ ସ୍ତ୍ରୀ ସୁକୁର ସିଂ।

୧୫ରୁ ରାଜ୍ୟସ୍ତରୀୟ ଡାକ ଟିକଟ ଉତ୍ସବ ‘ଓଡିପେକ୍ସ’

୧୫ରୁ ରାଜ୍ୟସ୍ତରୀୟ ଡାକ ଟିକଟ ଉତ୍ସବ ‘ଓଡିପେକ୍ସ’

କେନ୍ଦୁଝର, ୧୪ା୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ମହକୁମାରେ ଦଶମ ରାଜ୍ୟସ୍ତରୀୟ ଡାକଟିକଟ ସଂଗ୍ରାହକ ସମ୍ମିଳନୀ ‘ଓଡିପେକ୍ସ’ ଡିସେମ୍ବର ୧୫ରୁ ତିନିଦିନ ଧରି ସ୍ଥାନୀୟ ରବୀନ୍ଦ୍ର ବିଦ୍ୟାନିକେତନ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହେବ।

 ବାରିପଦାରେ ନିଯୁକ୍ତି ମେଳା, ନିଯୁକ୍ତି ପାଇବେ ୧୬୫୦

ବାରିପଦାରେ ନିଯୁକ୍ତି ମେଳା, ନିଯୁକ୍ତି ପାଇବେ ୧୬୫୦

ବାରିପଦା ଅଫିସ,୧୪।୧୨: ରାଜ୍ୟ ଦକ୍ଷତା ବିକାଶ ପରିଷଦ ସହଯୋଗରେ ଜିଲା ପ୍ରସାଶନ ପକ୍ଷରୁ ବାରିପଦା ଛଉ ପଡିଆଠାରେ ଦିନିକିଆ ନିଯୁକ୍ତି ମେଳା ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି।

ଅଡ଼ାଳ ଗ୍ରାମରେ ଅଗ୍ନିକାଣ୍ଡ ଘଟଣା: ଆଉ ଜଣେ ଶିଶୁ ମୃତ

ଅଡ଼ାଳ ଗ୍ରାମରେ ଅଗ୍ନିକାଣ୍ଡ ଘଟଣା: ଆଉ ଜଣେ ଶିଶୁ ମୃତ

କେନ୍ଦୁଝର, ୧୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଅଡ଼ାଳ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ପୋଡିହୋଇ ଚିକତ୍ସାଧୀନ ଥିବା ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ସେ ହେଲା ହୃଦାନନ୍ଦ ମୁଣ୍ଡାଙ୍କ ପୁଅ ସାଗର।

ଜବରଦଖଲ ମୁକ୍ତ ହେଲା ସରକାରୀ ଜାଗା, ପ୍ରଶାସନ ଭାଙ୍ଗିଲା କୁକୁଡ଼ା ଫାର୍ମ

ଜବରଦଖଲ ମୁକ୍ତ ହେଲା ସରକାରୀ ଜାଗା, ପ୍ରଶାସନ ଭାଙ୍ଗିଲା କୁକୁଡ଼ା ଫାର୍ମ

ତିହିଡ଼ି,୧୪।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କମାରିଆ ବଜାରରେ ସରକାରୀ ଜାଗାକୁ ଜବରଦଖଲ କରାଯାଇ କୁକୁଡ଼ା ଫାର୍ମ କରାଯାଇଥିଲା। ଶୁକ୍ରବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଫାର୍ମକୁ ଭାଙ୍ଗି ଜବରଦଖଲ ମୁକ୍ତ କରାଯାଇଛି। 

ଭୂୟାଁ ରୋଇଡ଼ାରେ ହାତୀ ଆକ୍ରମଣ, ଜଣେ ଗୁରୁତର

ବଡ଼ବିଲ,ତା୧୪।୧୨(ସ୍ବ.ପ୍ର.): ବଡ଼ବିଲ ବନାଞ୍ଚଳ ଭୂୟାଁ ରୋଇଡ଼ାରେ ହାତୀ ଆକ୍ରମଣରେ ଶୁକ୍ରବାର ସକାଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଭୂୟାଁ ରୋଇଡା ଗ୍ରାମର ଜାମସେଦ ଦାସ । 

କ୍ରିକେଟ ଟୁର୍ନାମେଣ୍ଟ: ଧକୋଠା ଦଳ ଚାମ୍ପିୟନ

କ୍ରିକେଟ ଟୁର୍ନାମେଣ୍ଟ: ଧକୋଠା ଦଳ ଚାମ୍ପିୟନ

ଆନନ୍ଦପୁର,୧୪।୧୨(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। 

ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ଚମ୍ପୁଆ, ୧୪।୧୨(ଡି.ଏନ.ଏ.): ଚମ୍ପୁଆ ଥାନା ଅନ୍ତର୍ଗତ ବିଡିଏନପୁର ଶାସନ ଅଞ୍ଚଳର ଏକ ଘରୁ ବୁଧବାର କେହି ନ ଥି ବାର ସୁଯୋଗ ନେଇ ଚୋରମାନେ ଲକ୍ଷାଧିକ ଟଙ୍କାର ଗହଣା ସହ ୫ ହଜାର ଟଙ୍କା  ଚୋରି କରିଛନ୍ତି। ବିଡିଏନପୁରରେ ଝାଡ଼ଖଣ୍ଡ ଅଞ୍ଚଳର ନବୀନ ପ୍ରଧାନ ଦୀର୍ଘ ଦିନ ହେବ ଘର କରି ରହିଆସୁଥିଲେ।