ବାଲେଶ୍ୱର

ଭଞ୍ଜପୁରରେ ଉତ୍ତେଜନା, ଫୋର୍ସ ମୁତୟନ

 ଭଞ୍ଜପୁରରେ ଉତ୍ତେଜନା, ଫୋର୍ସ ମୁତୟନ
ବାରିପଦା ଅଫିସ,୨୯।୧୨- ବାରିପଦା ସହର ଭଞ୍ଜପୁରଠାରେ ଗତ ୬୦ ବର୍ଷ ହେବ ଲକ୍ଷ୍ମୀପୂଜା ଏବଂ ୩୦ ବର୍ଷ ହେବ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଆସୁଛି। ଏହି ସ୍ଥାନରେ ଜିଲା ପ୍ରଶାସନ ଆଦିବାସୀ ନେତା ସୁନାରାମ ସୋରେନଙ୍କ ପ୍ରତିମୂତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇ ଶୁକ୍ରବାର କାର୍ଯ୍ୟ ଆରମ୍ଭ କରିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଏହାର ପ୍ରତିବାଦରେ ଦେକାନ ବଜାର ବନ୍ଦ କରିଥିଲେ। ପରେ କାଉନସିଲର ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିଆରଡିଏ କାର୍ଯ୍ୟାଳୟରେ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଜିଲାପାଳ ମୀନା ନିଷ୍ପତ୍ତି ପରିବର୍ତ୍ତନ ହେବନି ଜଣାଇବାରୁ ପ୍ରତିନିଧିଦଳ ଫେରି ଆସିଥିଲେ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ଯେ, ବର୍ତ୍ତମାନ ଭଞ୍ଜପୁର ଛକରେ ସୁନାରାମଙ୍କ ପ୍ରତିମୂର୍ତ୍ତି ରହିଛି। ଏହି ସ୍ଥାନରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର କରି ପୂଜା ମଣ୍ଡପ ନିକଟରେ ରଖିବା ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି। ଏଭଳି ନିଷ୍ପତ୍ତି କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରସନଜିତ ମହାନ୍ତି, ଅଶିତ ପଟ୍ଟନାୟକ, ଲଲାଟେନ୍ଦୁ ପରିଡା, ସୁବ୍ରତ ବେହେରା, ବିବେକ କୁମାର ପଣ୍ଡା, ରଞ୍ଜନ ମିଶ୍ର ଓ ସଞ୍ଜୟ କୁମାର ବେହେରା ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି, ମୟୂରଭଞ୍ଜ ଜିଲା ପ୍ରତି ସୁନାରାମ ସୋରେନଙ୍କ ଅବଦାନକୁ ସମ୍ମାନ ଜଣାଉଛନ୍ତି । କିନ୍ତୁ ପୂଜା ମଣ୍ଡପ ସ୍ଥାନରେ ପ୍ରତିମୂର୍ତ୍ତି ରଖାଯିବା ଘଟଣାକୁ ସେମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ବିରୋଧ କରି ଗୁରୁବାର ସକାଳ ୧୦ଟାରୁ ୧୨ ପର୍ଯ୍ୟନ୍ତ ଦୀର୍ଘ ୨ ଘଣ୍ଟା ବାରିପଦା- ଭଞ୍ଜପୁର- ମୁର୍ଗାବାଡି ରାସ୍ତାକୁ ଭଞ୍ଜପୁର ଛକଠାରେ ଅବରୋଧ କରିଥିଲେ। ପରେ ସଦର ଏସଡିପିଓ ଅଭିମନ୍ୟୁ ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହାସତ୍ତ୍ୱେ ଶୁକ୍ରବାର ସକାଳୁ ପ୍ରତିମୂତ୍ତି ସ୍ଥାପନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେଠାରେ ଥିବା ପୂଜା ମଣ୍ଡପକୁ ଭାଙ୍ଗିବାକୁ ଜେସିବି ଗାଡି ଆସି ପହଞ୍ଚି ଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ଆଶୁ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
All Right Reserved By

ବାଲେଶ୍ୱର

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ


ଭଦ୍ରକ ଅଫିସ୍‌,୧୯ା୧୦- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସାବରଙ୍ଗ ବଜାରରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଗୁରୁବାର ଟଙ୍କା ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। 

ଗୋପାଳପୁରରେ ରାବଣ ପୋଡ଼ି ଉତ୍ସବ

ଗୋପାଳପୁରରେ ରାବଣ ପୋଡ଼ି ଉତ୍ସବ

ବାହାନଗା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପାଳପୁର ଓ ପଣ୍ଡାଶୁଣି ପଞ୍ଚାୟତର ମିଳିତ ଆନୁକୂଲ୍ୟରେ କେର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 

ଭସାଣି ପରେ ତୀରବିନ୍ଧା

ଭସାଣି ପରେ ତୀରବିନ୍ଧା

ଆରଡି,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ଗଁାରେ ଶୁକ୍ରବାର ଅପରାହ୍ନରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ବିଜୟାଦଶମୀରେ ନିଆରା ପରମ୍ପରା ଛଡ଼ିବାଡ଼ି ଖେଳ

ବିଜୟାଦଶମୀରେ ନିଆରା ପରମ୍ପରା ଛଡ଼ିବାଡ଼ି ଖେଳ

ଆନନ୍ଦପୁର,୧୯।୧୦(ଡି.ଏନ.ଏ.)-ରାଜରାଜୁଡ଼ା ଅମଳରୁ ରାଜପୁତ ଜାତିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ରାଜବଂଶ ଓ ରାଜ୍ୟ ସୁରକ୍ଷାର ଗୁରୁଦାୟିତ୍ୱ ବହନ କରୁଥିବା ଏହି ରାଜପୁତ ଜାତିର ପ୍ରାଚୀନ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ପବିତ୍ର ବିଜୟାଦଶମୀରେ ଛଡ଼ିବାଡ଼ି ଖେଳର ନିଆରା ପର୍ବ ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ଜିଲା ଆନନ୍ଦପୁର ରାଜପୁତ ସାହିର ବୟୋଜ୍ୟଷ୍ଠଠାରୁ ଆରମ୍ଭ କରି ଯୁବକ ଓ ଛୋଟଛୁଆ ନିଜ ନିଜ ଘରେ ପୂଜା ପାଇ ଆସୁଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର ତଥା ଖଣ୍ଡା, ବାନାପାଟା, ମୁଦଗର, ବର୍ଚ୍ଛା, କଟାରୀ, ଛୁରି ଆଦିକୁ ସାହିର ମଧ୍ୟସ୍ଥଳରେ ରଖି ଯଥାରୀତି ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ହୋମଯଜ୍ଞ କାର୍ଯ୍ୟ କରାଯାଇଛି। 

୧୫ ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜାର୍ଚ୍ଚନା

୧୫ ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜାର୍ଚ୍ଚନା

ବାହାନଗା,୧୯।୧୦(ଡି.ଏନ.ଏ.)-ମା’ ଦୁର୍ଗାଙ୍କ ଦଶମୀ ପୂଜା ଅବସରରେ ଶୁକ୍ରବାର ବିଭିନ୍ନ ମଣ୍ଡପରେ ଧୁମ୍‌ଧାମ୍‌ରେ ପୂଜା ଅନୁଷ୍ଠିତ ହୋଇଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକର ୧୫ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। 

ଦୁର୍ଘଟଣାରେ ଯୁବକ ଗୁରୁତର

ଦୁର୍ଘଟଣାରେ ଯୁବକ ଗୁରୁତର

ବାରିପଦା ଅଫିସ,୧୯।୧୦-ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ କଇଁଫୁଲିଆ ଛକ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତେଲକୋଇ,୧୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ଧନୁର୍ଯୟପୁର ଜୁଆଙ୍ଗ ବସ୍ତିରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ସ୍ବାମୀ ସୁକୁରା ଜୁଆଙ୍ଗ(୩୮)ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁବାରୀ(୩୫)ଙ୍କ ମୃତ୍ୟୁ ଘଟିଛି। 

ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

କେନ୍ଦୁଝର,୧୯।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ଥାନା ଅଧୀନ ପୃଥକ୍‌ ସ୍ଥାନରେ ଗୁରୁବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। 

ଦାଦାବଟି ମାଗିବା ଅଭିଯୋଗରେ ୪ ଗିରଫ

ଦାଦାବଟି ମାଗିବା ଅଭିଯୋଗରେ ୪ ଗିରଫ

ରାଇରଙ୍ଗପୁର,୧୯।୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ବଡ଼ାଞ୍ଚଳ-ବାଙ୍କିରାସ୍ତାର ରାଖାସାହି ଛକଠାରେ ଜଣେ କାର୍‌ ଚାଳକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଖାସାହିର ମଦନ ମୋହନ ମାରାଣ୍ଡି, ଲକ୍ଷ୍ଣଣ ସୋରେନ, ପୀରୁ ମୁର୍ମୁ ଓ ଦେବ ମାରାଣ୍ଡି। 

ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ମୃତ

ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ମୃତ

ତିହିଡ଼ି,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସାହାପୁର ପଞ୍ଚାୟତ ନୂଆଗଁ। ଗ୍ରାମରେ ଶୁକ୍ରବାର ମଧ୍ୟାହ୍ନରେ ପୋଖରୀରେ ବୁଡ଼ି ଜେଜେମା’ ସମେତ ୨ ନାତୁଣୀ ପ୍ରାଣ ହରାଇଛନ୍ତି।

ଧାମନଗରରେ କାଳିସୀ ଶୋଭାଯାତ୍ରା

ଧାମନଗରରେ କାଳିସୀ ଶୋଭାଯାତ୍ରା

ଧାମନଗର,୧୯।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଶ୍ୟାମପୁରସ୍ଥିତ ମନ୍ତ୍ରବାସୁଳୀ ପୀଠରୁ ବିଜୟା ଦଶମୀ ଅବସରରେ କାଳିସୀ ଶୋଭାଯାତ୍ରା କରାଯାଇଛି। 

ସାମ୍ମୁଖରୁ ପିଟିଲା ବାଇକ, ବୃଦ୍ଧ ଗୁରୁତର

ସାମ୍ମୁଖରୁ ପିଟିଲା ବାଇକ, ବୃଦ୍ଧ ଗୁରୁତର

ପାଟଣା,୧୯। ୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ପାଟଣା ରାସ୍ତାର ଭାଲୁଘର ନିକଟରେ ଶୁକ୍ରବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ  ବୃଦ୍ଧ ଗୁରୁତର ହୋଇଛନ୍ତି।