ଅନଗୁଳ-ଢେଙ୍କାନାଳ

ନବବଧୂ ହେମାନୀ ମୃତ୍ୟୁ ଘଟଣା: ତଣ୍ଟିଚିପି ହତ୍ୟା କରିଥିଲେ ସ୍ବାମୀ

ନବବଧୂ ହେମାନୀ ମୃତ୍ୟୁ ଘଟଣା: ତଣ୍ଟିଚିପି ହତ୍ୟା କରିଥିଲେ ସ୍ବାମୀ
ଅନୁଗୋଳ ଅଫିସ,୨୯।୧୨- ଅନୁଗୋଳ ଥାନା ଅନ୍ତର୍ଗତ ମଝିକା ନିକଟ ଟ୍ରେନ୍‌ ଲାଇନ୍‌ରୁ ୧୨ ତାରିଖରେ ଉଦ୍ଧାର ହୋଇଥିଲା ନବବଧୂ ହେମାନୀ ସାହୁ(୧୯)ଙ୍କ ମୃତଦେହ। ଏହା ଥିଲା ସୁପରିକଳ୍ପିତ ହତ୍ୟା। ଯୌତୁକ ଲୋଭୀ ସ୍ବାମୀ ସାଜିଥିଲେ ପତ୍ନୀହନ୍ତା। ବିବାହର ମାତ୍ର ୬ ଦିନ ପରେ ହେମାନିଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେବାକୁ ଅପଚେଷ୍ଟା କରିଥିଲେ। ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଥିବାବେଳେ ଗିରଫ ହୋଇଛନ୍ତି ଅଭିଯୁକ୍ତ ସ୍ବାମୀ। ପଚରାଉଚରା ବେଳେ ସେ ପୋଲିସ ନିକଟରେ ଦେଇଥିବା ବୟାନରୁ ଏହା ପଦାକୁ ଆସିଛି। ପୋଲିସ ସୂଚନା ମୁତାବକ, ଜରାସିଂହା ଗ୍ରାମର ଲୁଲୁ ସାହୁ ଗତ ୭ ତାରିଖରେ କିଶୋରନଗର ଥାନା ବାଦିରିନାଳ ଗ୍ରାମର ହେମାନୀ ଓରଫ୍‌ ମାନିନୀଙ୍କୁ ଅନୁଗୋଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିବାହ କରିଥିଲେ। ବିବାହର ମାତ୍ର ୩ ଦିନ ପରେ ଶାଶୁଘର ଲୋକେ ଯୌତୁକ ପାଇଁ ୫୦ହଜାର ଟଙ୍କା ଓ ସମସ୍ତ ଘରକରଣା ସାମଗ୍ରୀ ଆଣିବା ପାଇଁ ଫୋନ୍‌ ଯୋଗେ ଦାବି କରିଥିଲେ। ତେବେ ଦାବି ମୁତାବକ ଯୌତୁକ ଦେଇ ନ ପାରିବାରୁ ବିବାହର ୬ ଦିନ ପରେ ଲୁଲୁ ହେମାନୀଙ୍କୁ ତଣ୍ଟି ଚିପି ଅଚେତ କରିବା ପରେ ଏକ ଲୁଗା ବେକରେ ଭିଡି ହତ୍ୟା କରିଥିଲେ। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଏକ ଅଟୋ(ନଂ. ଓଆର୧୯ଜେ-୭୦୭୩)ରେ ମୃତଦେହକୁ ଟ୍ରେନଲାଇନରେ ଫିଙ୍ଗି ଦେଇ ଯାଇଥିଲେ। ତା ପରଦିନ ସକାଳେ ହେମାନୀଙ୍କ ବାପଘରକୁ ଫୋନ କରି ତୁମ ଝିଅ ରାତିରୁ କେଉଁଆଡେ ପଳାଇଯାଇଛି ବୋଲି କହିବା ସହ ପରିବାର ଲୋକଙ୍କ ସହ ଏଣେତେଣେ ଖୋଜାଖୋଜି କରିଥିଲେ। ୧୨ ତାରିଖ ମଙ୍ଗଳବାର ସକାଳେ ହେମାନୀଙ୍କ ମୃତଦେହ ଟ୍ରେନ ଲାଇନରୁ ଉଦ୍ଧାର କରାଯାଇଥିଲା। ତେବେ ଝିଅକୁ ଯୌତୁକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ହେମାନୀଙ୍କ ବାପା ପ୍ରଦୀପ ସାହୁ ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ପୋଲିସ ନଂ ୭୨୭, ଦଫା ୪୯୮-ଏ, ୩୦୨, ୩୦୪ବି, ୩୪ ଆଇପିସି, ୪ଡିପି ଆକ୍ଟରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା। ଗୁରୁବାର ଲୁଲୁଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ଶୁକ୍ରବାର ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଛି। ପୋଲିସ ଅଭିଯୁକ୍ତ ଲୁଲୁଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଅଟୋକୁ ଜବତ କରିଛି। ତେବେ ପୋଲିସ ପ୍ରଦୀପଙ୍କ ପରିବାର ଲୋକଙ୍କୁ ଗିରଫ କରି ନ ଥିବାରୁ ହେମାନୀଙ୍କ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଚାଷୀ ମୃତ:  ବିଟ୍‌ ହାଉସ ପୋଡ଼ି ଦେଲେ ଗ୍ରାମବାସୀ

ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ଚାଷୀ ମୃତ: ବିଟ୍‌ ହାଉସ ପୋଡ଼ି ଦେଲେ ଗ୍ରାମବାସୀ

ବନ୍ତଳା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ଟାଇଁସି ଗ୍ରାମର ତ୍ରିନାଥ ସାହୁ(୬୦) ରବିବାର ସକାଳେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ପ୍ରାଣ ହରାଇଛନ୍ତି। 

ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମରେ  ଉତ୍ପାତ ଚଳାଇଛନ୍ତି ୧୬ ହାତୀ: ୨୦ ଏକର ଫସଲ ନଷ୍ଟ

ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମରେ ଉତ୍ପାତ ଚଳାଇଛନ୍ତି ୧୬ ହାତୀ: ୨୦ ଏକର ଫସଲ ନଷ୍ଟ

ଛେଣ୍ଡିପଦା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଜରପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜାମୁନାଳୀ ଓ ହାଣ୍ଡିଗୋଡା ଗ୍ରାମର ରଙ୍ଗିଆ ନାଳୀ ଚକ ଇଲାକାରେ ଶନିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ କରିଛନ୍ତି।  ପ୍ରାୟ ୧୫ ରୁ ୧୬ ହାତୀ ଦଳବଦ୍ଧ ହୋଇ ବ୍ୟାପକ ଫସଲ କ୍ଷୟକ୍ଷତି କରିଛନ୍ତି।

ହାତୀ ଆକ୍ରମଣରେ ବୃଦ୍ଧ ମୃତ ଘଟଣା: କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ହାତୀ ଆକ୍ରମଣରେ ବୃଦ୍ଧ ମୃତ ଘଟଣା: କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

 ତାଳଚେର,୨୧।୧୦(ନି.ପ୍ର)- ତାଳଚେର ବ୍ଲକ ଲିଙ୍ଗିରକଟା ଗ୍ରାମରେ ଶନିବାର ରାତିରେ ହାତୀ ଆକ୍ରମଣରେ ବିକ୍ରମ ରାଉତ (୬୦)ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲା ସୁନ୍ଦରୀ ବାଘୁଣୀ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କଲା ସୁନ୍ଦରୀ ବାଘୁଣୀ

ଅନୁଗୋଳ ଅଫିସ, ୨୧।୧୦: ବାଘୁଣୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ଘଟଣାରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଏକ ଗଣମାଧ୍ୟମ ପ୍ରତିନିଧି ରଘୁନାଥ ସାହୁଙ୍କୁ  ବାଘୁଣୀ ସୁନ୍ଦରୀ ଆକ୍ରମଣ କରିଛି।

ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ଆଉ ୩ ଦିନ:ପାର୍ବଣରେ ମହକୁଛି ସହର

ପ୍ରସିଦ୍ଧ ଲକ୍ଷ୍ମୀପୂଜାକୁ ଆଉ ୩ ଦିନ:ପାର୍ବଣରେ ମହକୁଛି ସହର

ଢେଙ୍କାନାଳ ଅଫିସ, ୨୧ା୧୦ ଢେଙ୍କାନାଳର ଗଣପର୍ବ ଗଜ ଲକ୍ଷ୍ମୀପୂଜା ଲାଗି ଆରମ୍ଭ ହୋଇଛି କାଉନ୍‌ଡାଉନ। ପୂଜାକୁ ମଝିରେ ମାତ୍ର ୩ ଦିନ ବାକି ଥିବାବେଳେ ଏବେଠାରୁ ସହରରେ ବାରି ହୋଇପଡ଼ିଲାଣି ପାର୍ବଣର ମହକ। ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ସାରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଜସଜ୍ଜା କାମ ଆଗେଇ ଚାଲିଛି।

ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଦେଲେ

ଭୂମିପୂଜନ ପୂର୍ବରୁ ଫଳକ ଭାଙ୍ଗିଦେଲେ

ଅନୁଗୋଳ ଅଫିସ,୨୧ା୧୦ ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହଳ ଗ୍ରାମ ଯାତ୍ରା ପଡ଼ିଆରେ ଭୂମିପୂଜନ ହେବାକୁ ଥିବା ଏକ ଗୋଷ୍ଠୀକେନ୍ଦ୍ର ଫଳକକୁ ଶୁକ୍ରବାର ରାତିରେ କେହି ଭାଙ୍ଗି ଦେଇଥିବା ଜଣାପଡିଛି।

କାନ୍ଧରେ ବୋହି ଗୁରୁତରଙ୍କୁ ନାଳ ପାରି କରାଇଲେ

କାନ୍ଧରେ ବୋହି ଗୁରୁତରଙ୍କୁ ନାଳ ପାରି କରାଇଲେ

ବଇଣ୍ଡା,୨୧।୧୦(ଡି.ଏନ.ଏ.)ପୋଲଟିଏ ପାଇଁ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ହତାଶିମିଳି ଗ୍ରାମବାସୀ।

ଯବାନ ସାଜିଥିଲେ ହତ୍ୟାକାରୀ

ଯବାନ ସାଜିଥିଲେ ହତ୍ୟାକାରୀ

ଢେଙ୍କାନାଳ ଅଫିସ, ୨୧ା୧୦ବହୁଚର୍ଚ୍ଚିତ ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର (୪୫) ହତ୍ୟାକାଣ୍ଡ ମାମଲାର ସମସ୍ତ ରହସ୍ୟ ଉନ୍ମୋଚିତ ହୋଇଛି। 

ମାଛ ପାଇଁ ନାଳରେ ପଡୁଛି ବିଷ

ମାଛ ପାଇଁ ନାଳରେ ପଡୁଛି ବିଷ


ବଅଁରପାଳ,୨୦।୧୦(ଡି.ଏନ.ଏ.)-କଣିହାଁ ବ୍ଲକ ଅଞ୍ଚଳର ବିଭିନ୍ନ ନାଳରେ କୀଟନାଶକ ଔଷଧ ପକାଇ ମାଛ ମରାଯାଉଛି। ଏଥିପାଇଁ ନାଳ ପାଣି ଦୂଷିତ ହେଉଛି।

ଚୋରା କାଠ ଜବତ, ଜଣେ ଗିରଫ

ଚୋରା କାଠ ଜବତ, ଜଣେ ଗିରଫ


ପାଲଲହଡା,୨୦।୧୦(ଡି.ଏନ.ଏ.)- ପାଲଲହଡ଼ା ବନବିଭାଗ ଶୁକ୍ରବାର ରାତିରେ ଚଢାଉ କରି ପାଲଲହଡା ପାଟବେଡା ଗ୍ରାମର ଲଛମନ କାଡାଙ୍କଠାରୁ ୩୬ ପିସ କାଠ ଜବତ କରିଛି। 

ଟ୍ରକ୍‌ ଧକ୍କାରେ ସ୍କୁଟର ଚାଳକ ମୃତ

ଟ୍ରକ୍‌ ଧକ୍କାରେ ସ୍କୁଟର ଚାଳକ ମୃତ

ପରଜଙ୍ଗ, ୨୦।୧୦(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ. ଜାତୀୟ ରାଜପଥର ବଡ଼ଝରା ଗ୍ରାମ ନିକଟରେ ଶୁକ୍ରବାର ଦୁର୍ଘଟଣା ଘଟିଛି। 

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ

୧୦ ଏକର ଫସଲ ନଷ୍ଟ କଲେ ହାତୀପଲ


ଛେଣ୍ଡିପଦା,୨୦।୧୦(ଡି.ଏନ.ଏ.)-ଜରପଡା ରେଞ୍ଜ ଅନ୍ତର୍ଗତ ହାଣ୍ଡିଗୋଡା ଜାମୁନାଳୀ ଅଞ୍ଚଳରେ ୨ ଦିନ  ହେଲା ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗତ ଗୁରୁବାର ଏବଂ ଶୁକ୍ରବାର ରାତିରେ ୭ ଟି ହାତୀ ରଙ୍ଗିଆନାଳ ଅଞ୍ଚଳରେ ପଶି ଧାନ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି।