Dharitri News
ଅନଗୁଳ-ଢେଙ୍କାନାଳ

ମାରଣାସ୍ତ୍ର ଦେଖାଇ ୬୨ ହଜାର ଲୁଟ୍‌

ମାରଣାସ୍ତ୍ର ଦେଖାଇ ୬୨ ହଜାର ଲୁଟ୍‌ ବଇଣ୍ଡା,୨୯।୧୨(ଡି.ଏନ.ଏ)- ଅନୁଗୋଳ ଜିଲା ଠାକୁରଗଡ଼ ଥାନା ବରହ୍ମର ଦଳିତସାହି ନିକଟରେ ଗୁରୁବାର ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଏ ନେଇ ଗୁରୁବାର ରାତିରେ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ବଇଣ୍ଡାସ୍ଥିତ ଭାରତ ଫାଇନାନ୍ସ ଲିମିଟେଡର କର୍ମଚାରୀ ଢେଙ୍କାନାଳ ଅଞ୍ଚଳର ରାକେଶ କୁମାର ସାହୁ ବରହ୍ମ ତଥା ଆଖାପାଖ ଅଞ୍ଚଳରେ ଋଣ ଆଦାୟ ବାବଦ ୬୨ ହଜାର ଟଙ୍କା ଧରି ତାଙ୍କ ବାଇକ୍‌(ନଂ. ଓଡ଼ି ୦୬ଡି ୩୫୨୭)ରେ ବଇଣ୍ଡା ଅଭିମୁଖେ ଆସୁଥିଲେ। ଦଳିତ ସାହିର ନିଛାଟିଆ ଅଞ୍ଚଳରେ ୩ ଜଣ ଯୁବକ ଏକ ବାଇକରେ ତାଙ୍କ ପିଛା କରି ସେଠାରେ ତାଙ୍କୁ ଅଟକାଇ ଥିଲେ। ପରେ ମାଡ଼ମାରିବା ସହ ବାଇକ ଚାବି ଛଡ଼ାଇ ଡିକିରେ ଥିବା ସମସ୍ତ ଟଙ୍କା, କାଗଜପତ୍ର ଓ ମୋବାଇଲ ଲୁଟି ନେଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ପୋଲିସ ଏ ସଂକ୍ରାନ୍ତରେ ନଂ. ୯୯/୧୭ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅନଗୁଳ-ଢେଙ୍କାନାଳ

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

କାମାକ୍ଷାନଗର,୨୦।୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜୟପୁରାକାଟେଣୀ ପୁରୁଣା ଦଳିତ ସାହିରେ ଶୁକ୍ରବାର ସା ହତ୍ୟାକାଣ୍ଡ ଘଟିଛି।

ଓ୍ବାର୍ଡସଭ୍ୟ ଭୋଟଗଣନା ଶେଷ

ଓ୍ବାର୍ଡସଭ୍ୟ ଭୋଟଗଣନା ଶେଷ

ବଅଁରପାଳ, ୨୦।୧(ଡି.ଏନ.ଏ.): ଅନୁଗୋଳ ଜିଲା ୭ ବ୍ଲକର ୭୨ ଓ୍ବାର୍ଡସଭ୍ୟ ପଦବୀ ପାଇଁ ଶନିବାର ଭୋଟଗଣନା କରାଯାଇଛି। ବ୍ଲକ କାର୍ଯ୍ୟାଳୟରେ ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇ ୧୧ଟାରେ ଶେଷ ହୋଇଛି।

ହାଇଓ୍ବା ଧକ୍କାରେ ଡ୍ରାଇଭର ମୃତ

ତାଳଚେର, ୨୦।୧(ନି.ପ୍ର.): ତାଳଚେର ବ୍ଲକ ହେଁସମୂଳ ବୈଦ୍ୟସାହି ନିକଟରେ ଶନିବାର ସକାଳେ ଏକ ହାଇଓ୍ବା ତଳେ ଚାପି ହୋଇ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭୁବନ ଥାନା କସଗୁଡ଼ା ଗ୍ରାମର ସୁଦର୍ଶନ ସାମଲ(୫୦)।

ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହ ଉଦ୍‌ଘାଟିତ

ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୧୯।୧-ଅନୁଗୋଳସ୍ଥିତ ଗ୍ରାମ୍ୟ ରାସ୍ତା ନେଟୱର୍କ ପରିଚାଳନା ସଂସ୍ଥାର ନୂତନ ଗୃହକୁ ଶୁକ୍ରବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍‌ଘାଟନ କରିଛନ୍ତି।

ମହୋତ୍ସବ ଭାବ ଆଦାନ ପ୍ରଦାନର ମଞ୍ଚ

ମହୋତ୍ସବ ଭାବ ଆଦାନ ପ୍ରଦାନର ମଞ୍ଚ

ଅନୁଗୋଳ ଅଫିସ,୧୯।୧-ଅନୁଗୋଳର କଳା, ସାହିତ୍ୟ ଓ ପରମ୍ପରା ବେଶ୍‌ ପ୍ରାଚୀନ। ଏହି ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ଥିବାରୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆୟୋଜିତ ଜିଲା ମହୋତ୍ସବ ମଞ୍ଚରେ ଭାବର ଆଦାନ ପ୍ରଦାନ ହେଉଛି। ରାଜ୍ୟ ଓ ବାହାରୁ ଆସିଥିବା କଳାକାରମାନେ ପରସ୍ପର କଳା ସମ୍ପର୍କରେ ଶିକ୍ଷାଲାଭ କରିପାରୁଛନ୍ତି। ଷଷ୍ଠ ଅନୁଗୋଳ ଜିଲା ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଯତୀନ୍ଦ୍ର କୋଏଲ ଏହି ମତବ୍ୟକ୍ତ କରିଛନ୍ତି।

ସମସ୍ୟାକୁ ଦିଆଯିବ ପ୍ରାଥମିକତା:ଜିଲାପାଳ

ସମସ୍ୟାକୁ ଦିଆଯିବ ପ୍ରାଥମିକତା:ଜିଲାପାଳ

ଢେଙ୍କାନାଳ ଅଫିସ,୧୯।୧-ଢେଙ୍କାନାଳର ନୂତନ ଜିଲାପାଳ ଭାବେ ନିଖିଲ ପବନ କଲ୍ୟାଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଜିଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀର ଜିଲାର ବିକାଶ ଏବଂ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।

୨୨ରୁ ରାଜ୍ୟସ୍ତରୀୟ ବାର୍‌ ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା

୨୨ରୁ ରାଜ୍ୟସ୍ତରୀୟ ବାର୍‌ ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା

ଢେଙ୍କାନାଳ ଅଫିସ,୧୯।୧-ଢେଙ୍କାନାଳ ଜିଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଡ. ବିଧାନଚନ୍ଦ୍ର ମିଶ୍ର ସ୍ମାରକୀ ରାଜ୍ୟସ୍ତରୀୟ ବାର ଆସୋସିଏଶନ କ୍ରିକେଟ ପ୍ରତିଯୋଗିତା ଆସନ୍ତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଷ୍ଟାଡ଼ିୟମରେ ଆୟୋଜିତ ହେବ। ଏଥିରେ କଟକ ହାଇକୋର୍ଟ, ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୋଳ, କଟକ କ୍ରିମିନାଲ ବାର୍‌ ଆସୋସିଏଶନ ପ୍ରମୁଖ ୮ଦଳ ଭାଗନେବେ। ଶୁକ୍ରବାର ଅପରାହ୍ନରେ ଷ୍ଟାଡିୟମରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓକିଲ ସଂଘ ସଭାପତି ଶିବସାଇ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଢେଙ୍କାନାଳ: ୭୨.୮୬% ମତଦାନ

ଢେଙ୍କାନାଳ: ୭୨.୮୬% ମତଦାନ

ଢେଙ୍କାନାଳ ଅଫିସ , ୧୯।୧-ଢେଙ୍କାନାଳ ଜିଲାର ଶୁକ୍ରବାର ଅନୁଷ୍ଠିତ ପଞ୍ଚାୟତ ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷହୋଇଛି। ୭ବ୍ଲକରେ ମୋଟ ୭୨.୮୬% ମତଦାନ ହୋଇଛି। ଗଁଦିଆ ବ୍ଲକ ଲେଥକାରେ ସରପଞ୍ଚ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ମତଦାନ ହାର ରହିଥିଲା ୭୭.୧୯%।

ଇଟା ବୋଝେଇ ଟ୍ରକ୍‌ ଚାପାରେ ଶିଶୁ ମୃତ ଘଟଣା: ଏତଲାରେ ୯ ପରିବର୍ତ୍ତେ ୧୭ବର୍ଷ

ଇଟା ବୋଝେଇ ଟ୍ରକ୍‌ ଚାପାରେ ଶିଶୁ ମୃତ ଘଟଣା: ଏତଲାରେ ୯ ପରିବର୍ତ୍ତେ ୧୭ବର୍ଷ

ପରଜଙ୍ଗ, ୧୯।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ ମଝିକା ଗାଁ ନିକଟରେ ଗୁରୁବାର ସନ୍ଧ୍ୟା ୬ଟାରେ ଇଟା ବୋଝେଇ ଗାଡ଼ି ଧକ୍କାରେ ଦିଲୀପ କୁଲୁଙ୍କ ୯ବର୍ଷର ବଡ଼ପୁଅ ବିରାଜଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ଚପାଇ ଦେବାକୁ ଅପଚେଷ୍ଟା କରାଯାଇଛି। ଏପରି କି ମାମଲାକୁ କୋହଳ କରିବାକୁ ମୃତ ଶିଶୁଙ୍କ ବୟସ ୯ ପରିବର୍ତ୍ତେ ୧୭ ବୋଲି ଏତଲାରେ ଦର୍ଶାଯାଇଛି। ଶୁକ୍ରବାର ଜିଲା ଶ୍ରମ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରୁ ଏହା ଜଣାପଡ଼ିଛି।

ବୈଷୟିକ ଜ୍ଞାନ ପରିଚୟ ସୃଷ୍ଟି କରୁଛି

ବୈଷୟିକ ଜ୍ଞାନ ପରିଚୟ ସୃଷ୍ଟି କରୁଛି

ଢେଙ୍କାନାଳ ଅଫିସ,୧୯।୧-ଢେଙ୍କାନାଳ ସିନର୍ଜି ଇଞ୍ଜିନିୟରିଂ କଲେଜର ବାର୍ଷିକ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ କଲେଜ ପରିସରରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷାପ୍ରସାଦ ସିଂଦେଓ ଯୋଗଦେଇଥିଲେ।

କାଷ୍ଟିଂ କମ୍ପାନୀରୁ ଚୋରି, ଜଣେ ଗିରଫ

ଛେଣ୍ଡିପଦା, ୧୯ା୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମ ନିକଟରେ ଥିବା ଜୟ ଜଗନ୍ନାଥ କାଷ୍ଟିଂ କମ୍ପାନୀରୁ ଗତ ୯ ତାରିଖରେ ସିକ୍ୟୁରିଟି ଗାର୍ଡଙ୍କୁ ଭୟଭୀତ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ମୋଟର, ଫସଫେଟ, ଯନ୍ତ୍ରାଂଶ, ଲୁହା ସାମ୍ରଗୀ ଆଦି ଚୋରି କରିଥିଲେ।

ଛେଣ୍ଡିପଦାରେ ନୂତନ ବିଡିଓଙ୍କ ଯୋଗଦାନ

ଛେଣ୍ଡିପଦାରେ ନୂତନ ବିଡିଓଙ୍କ ଯୋଗଦାନ

ଛେଣ୍ଡିପଦା, ୧୯ା୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକର ନୂତନ ବିଡିଓ ଭାବେ ହିମାଚଳ ଖମାରୀ ଶୁକ୍ରବାର କାର୍ଯ୍ୟରେ ଯୋଗ ଦେବା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି।