ଅନଗୁଳ-ଢେଙ୍କାନାଳ

ଜାନୁୟାରୀ ୩୦ରୁ ଯୋରନ୍ଦା ମାଘମେଳା

ଜାନୁୟାରୀ ୩୦ରୁ ଯୋରନ୍ଦା ମାଘମେଳା


ଢେଙ୍କାନାଳ ଅଫିସ, ୨୯।୧୨-ପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦାରେ ଜାନୁୟାରୀ ୩୦ରୁ ଆରମ୍ଭ ହେବ ମାଘମେଳା। ଏ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଶୁକ୍ରବାର ମଧ୍ୟାହ୍ନରେ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଦିଆଯାଇଛି। ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ ଏଥିରେ ଅଧ୍ୟକ୍ଷତା କରି ମାଘମେଳାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ମାଘମେଳା ଅବସରରେ ଫେବୃୟାରୀ ୧ରୁ ୩ ତାରିଖ ଯାଏ ପ୍ରଥମକରି ମହିମା ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଜିବ ପ୍ରମୁଖ ଆକର୍ଷଣ। ୮୦ଟି ଷ୍ଟଲକୁ ନେଇ ମିନି ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି। ମେଳା ପୂର୍ବରୁ ଯୋରନ୍ଦାରୁ ବିଧାରପୁର ମଧ୍ୟରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା, ଯୋରନ୍ଦା ତାରିଣୀ ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ବାଇପାସ୍‌ ରାସ୍ତା, ଯୋରନ୍ଦା ଫାଣ୍ଡିରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାକୁ ତୁରନ୍ତ ମରାମତି ପାଇଁ ଦାବି ଉଠିଥିଲା। ସେହିପରି ଯାତ୍ରା ପଡ଼ିଆର ଉନ୍ନତୀକରଣ, ବିଦ୍ୟୁତ୍‌ ବ୍ୟବସ୍ଥା ସଜାଡ଼ିବା, ପାନୀୟ ଜଳର ସୁବନ୍ଦୋବସ୍ତ, ପରିମଳ ବ୍ୟବସ୍ଥାକୁ ସୁଧାରିବା ଆଦି ବିଷୟରେ ଆଲୋଚନା ହୋଇଥିଲା। ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ସାଧୁସନ୍ନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ସେମାନଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ହେବ। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି କରାଯାଇଥିଲା।
ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ଗତବର୍ଷ ମାଘ ମେଳାର ଆୟବ୍ୟୟର ବିବରଣୀ ପାଠ କରିଥିଲେ। ବିବରଣୀରୁ ହସ୍ତଗତ ତଥ୍ୟ ଅନୁଯାୟୀ, ଗତବର୍ଷ ମେଳାରୁ ୧୧ ଲକ୍ଷ ୧୪ ହଜାର ୩୪୨ ଟଙ୍କା ଆୟ ହୋଇଥିବାବେଳେ ଖର୍ଚ୍ଚ ହୋଇଥିଲା ୮ଲକ୍ଷ ୪୫ ହଜାର ୫୪୦ଟଙ୍କା। ଚଳିତବର୍ଷ ମେଳା ପାଇଁ ପାର୍କିଂ, ଯାତ୍ରା, ଦୋକାନ ବଜାର, ଚୁଟିକଟା ଆଦିକୁ ନେଇ ଆଦାୟ ହେଉଥିବା ଫି’ରେ ୧୦% ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବୈଠକରେ ଉପଜିଲାପାଳ ଶିଳ୍ପା ଶର୍ମା, ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି, ବିଡିଓ ରବୀନ୍ଦ୍ର କୁମାର ସାବତ, ଥାନାଧିକାରୀ ଜିତେନ୍ଦ୍ର ସାହୁ, ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତି ପକ୍ଷରୁ ସାଧୁ ନିତ୍ୟାନନ୍ଦ ବାବା, ନଟବର ବାବା, କୌପିନଧାରୀ ମହିମା ସମାଜର ସାଧୁ ରଘୁନାଥ ବାବା, ଅବିନାଶୀ ବାବା, ଅରୂପ ବାବା ପ୍ରମୁଖ ଉପସ୍ଥିତ ରହି ନିଜସ୍ବ ମତ ଉପସ୍ଥାପନ କରିଥିଲେ। ବୈଠକରେ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ପଞ୍ଚାୟତ ପ୍ରତିନିଧି, ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଛଦେଶ ଅଞ୍ଚଳରେ ଏମ୍‌ପି

ଛଦେଶ ଅଞ୍ଚଳରେ ଏମ୍‌ପି

ଭାପୁର, ୨୬।୪(ଡି.ଏନ୍‌.ଏ.)-ଢେଙ୍କାନାଳ-ଏମ୍‌ପି ତଥାଗତ ସତପଥୀ ଗୁରୁବାର ଛଦେଶ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଏହି ଅବସରରେ ଏମ୍‌ପି ଚଷାପଡ଼ା ଗ୍ରାମରେ ନବନିର୍ମିତ ପାଲା ମଣ୍ଡପ ଉଦ୍‌ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଧୀରପାଟଣା ସରପଞ୍ଚ ବିସ୍ମିତା ବେହେରା, ଗ୍ରାମ ସଭାପତି ଗଙ୍ଗାଧର ସାହୁ, ଓ୍ବାର୍ଡସଭ୍ୟ ପୂଜାରିଣୀ ସାହୁ, ଇନ୍ଦୁମତି ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହାପରେ ଏମ୍‌ପି ବାଲ୍ୟାମ୍ବା, ରାଇଡ଼ିହି, ଓଡ଼ାପଡ଼ା ବ୍ଲକର ରାଣୀପାଳ ଓ ବୃନ୍ଦାବନପୁର ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ।

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଗୁରୁବାର ସକାଳେ କେହି ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଧ୍ୟାରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।

ବୃଦ୍ଧଙ୍କୁ ମାଡ଼ ଅଭିଯୋଗ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ଠାକୁରଗଡ଼ ଥାନା ଭଙ୍ଗାମୁଣ୍ଡା ଗ୍ରାମର ଶଙ୍ଖାଳି ବିଶ୍ୱାଳଙ୍କୁ ସେହି ଗ୍ରାମର ବିପିନ ନାୟକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।

ସଚେତନ ହେଲେ ଦୁର୍ଘଟଣା କମିବ

ସଚେତନ ହେଲେ ଦୁର୍ଘଟଣା କମିବ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ସମ୍ପ୍ରତି ଦୁର୍ଘଟଣାର ହାର ବଢି ଚାଲିଛି। ଅସାବଧାନତା ବଶତଃ ଗାଡ଼ି ଚଳାଚଳ ସହ ମଦ୍ୟପାନ ଯୋଗୁ ଏଭଳି ଘଟୁଛି।

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ତାଳଚେର, ୨୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବାବେଳେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଅସଦାଚରଣ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗୁରୁବାର ଇନ୍ଦ୍ରମଣିଙ୍କ ପକ୍ଷରୁ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କ ଓକିଲ ଏକ ପାଲଟା ମକଦ୍ଦମା ରୁଜୁ କରିଛନ୍ତି।

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ପଞ୍ଚମହଲା ନିକଟରେ ଥିବା ୟାମାହା ଶୋରୁମ୍‌ ଗୋଦାମର ଶଟର୍‌ ତାଡି ଦୁର୍ବୃତ୍ତମାନେ ବୁଧବାର ରାତିରେ ୩ଟି ବାଇକ୍‌ ଲୁଟି ନେଇଛନ୍ତି। ଏ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ପାଲଲହଡ଼ା,୨୬।୪(ଡି.ଏନ୍‌.ଏ.)- ପାଲଲହଡ଼ା ଉପଖଣ୍ଡ ବସ୍‌ ମାଲିକ ସଂଘ ତତ୍ତ୍ୱାବଧାନରେ ଗୁରୁବାର ୨୯ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି

ଦୁର୍ଘଟଣାରେ ଏନ୍‌ଟିପିସି ଶ୍ରମିକ ଗୁରୁତର

କଣିହାଁ,୨୬।୪(ଡି.ଏନ୍‌.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ଠିକା ଶ୍ରମିକ ଯଦୁମଣି ଦାସ ଗୁରୁବାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।

 ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌  ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର

ଢେଙ୍କାନାଳ ଅଫିସ, ୨୬।୪ - ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକର ଆରଡବ୍ଲ୍ୟୁଏସ୍‌ଏସ୍‌ ଆସିଷ୍ଟାଣ୍ଟ ଇଞ୍ଜିନିୟର ସଞ୍ଜୟ ସାହୁ ।

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ  ମୃତ

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ ମୃତ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- କଟକ-ସମ୍ବଲପୁର ୫୫ନଂ.ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ସାହୁ ଛକରେ ଗୁରୁବାର ସଡକ ଦୁର୍ଘଟଣା ଘଟିଛି।

ଉଷସୀଙ୍କୁ  ନ୍ୟାୟ ପାଇଁ  ଡିଆଇଜିଙ୍କୁ ଦାବିପତ୍ର

ଉଷସୀଙ୍କୁ ନ୍ୟାୟ ପାଇଁ ଡିଆଇଜିଙ୍କୁ ଦାବିପତ୍ର

ତାଳଚେର,୨୬ା୪(ନି.ପ୍ର.)- ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଗୁରୁବାର ତାଳଚେର ଯୁବ ସମାଜସେବୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ଫେରାର ଅଭିଯୁକ୍ତ ଗିରଫ

ଫେରାର ଅଭିଯୁକ୍ତ ଗିରଫ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ହଣ୍ଡପା ପୋଲିସ ଗାଁ ବଇଣ୍ଡା ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ଚଢାଉ କରି ଫେରାର ଥିବା ଅଭିଯୁକ୍ତ ହରିହର ବାଘଙ୍କୁ ବୁଧବାର ଗିରଫ କରିଛି।