ରାଜ୍ୟ |

ସମ୍ବିଧାନକୁ ମାନିବା ବାଧ୍ୟ

              ସମ୍ବିଧାନକୁ ମାନିବା ବାଧ୍ୟ
ଭୁବନେଶ୍ୱର,୨୯। ୧୨(ବ୍ୟୁରୋ)- ସମ୍ବିଧାନର ପ୍ରାଥମିକତା ନ ରହିଲେ ଦେଶରେ ଅରାଜକତା ମାଡ଼ି ଆସିବ। ତେଣୁ ସମ୍ବିଧାନରେ ଯାହା ନିୟମ ରହିଛି, ତାହାକୁ ସମସ୍ତେ ମାନୁଛେ ଏବଂ ମାନିବାକୁ ବାଧ୍ୟ। ସେ ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ବିଧାୟକ, ମନ୍ତ୍ରୀ, ଏମ୍‌ପି ଅବା ନ୍ୟାୟପାଳିକାର ସଦସ୍ୟ ହୁଅନ୍ତୁ, ସମସ୍ତେ ଆଇନର ତଳେ। ଆଇନ ଏକ ଏପରି ବିଷୟ ଯାହାକୁ ନେଇ ଲେଖକଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ତେବେ ନ୍ୟାୟ ବ୍ୟବସ୍ଥାର ମୂଳଦୂଆ ହେଉଛନ୍ତି ଆଇନଜୀବୀ। ଖଣ୍ଡେ ଖଣ୍ଡେ ଇଟା ଯୋଡାଯାଇ ଘର ତିଆରି କରାଯାଇଥାଏ। ନ୍ୟାୟ ବ୍ୟବସ୍ଥାରେ ଆଇନଜୀବୀମାନେ ହେଉଛନ୍ତି ଇଟାଖଣ୍ଡ ସଦୃଶ। ସେମାନଙ୍କ ପାଇଁ ଭାରତର ନ୍ୟାୟ ବ୍ୟବସ୍ଥା ସୃଦୃଢ ହୋଇପାରିଛି ବୋଲି ସୁପ୍ରମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି। ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଶୁକ୍ରବାର ଅନୁଷ୍ଠିତ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୬ତମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ମିଶ୍ର କହିଲେ, ଭାରତୀୟ ଆଇନକୁ ଏସୀୟ ରାଷ୍ଟ୍ର ସମେତ ବିଶ୍ୱର ଅନ୍ୟ ଦେଶ ଅନୁସରଣ କରୁଛନ୍ତି। କିନ୍ତୁ ଆମ ଦେଶରେ ଆଇନଜୀବୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରାଗଲେ ସେମାନେ ଶୀଘ୍ର ନ୍ୟାୟ ପ୍ରଦାନ କରିବାରେ ସକ୍ଷମ ହେବେ। ଓଡ଼ିଶାର ଅନେକ ସ୍ଥାନରେ ରହିଥିବା ସକାଳ କୋର୍ଟକୁ ଲୋକମାନେ ଆସୁନାହାନ୍ତି। ଅନ୍ୟପକ୍ଷରେ ପ୍ରବଳ ଖରା ଯୋଗୁ ଦିନବେଳା ସ୍ବାଭାବିକ ଭାବେ କୋର୍ଟ ଚାଲିପାରୁନି। ତେଣୁ ଓଡ଼ିଶାରେ ଥିବା ସମସ୍ତ କୋର୍ଟରେ ଏପ୍ରିଲ ସୁଦ୍ଧା ଏସି ଲଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ସେ କହିଥିଲେ। ଏଥିସହିତ ଆଇନଜୀବୀମାନେ କୋର୍ଟକୁ ସବୁବେଳେ ଆସନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ସେହିପରି ଦୀର୍ଘ ବର୍ଷଧରି ପଡି ରହିଥିବା ମାମଲାଗୁଡିକର ସମାଧାନ ପାଇଁ ସବୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି। ବିଶେଷକରି ଶନିବାରିଆ କୋର୍ଟରେ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଚାଲୁଥିବା ମାମଲାର ତୁରନ୍ତ ଫଇସଲା କରାଯାଉ। ତେବେ ଏହି କୋର୍ଟରେ ମାମଲା ଫଇସଲା କ୍ଷେତ୍ରରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନରେ ରହିଛି ବୋଲି ଜଷ୍ଟିସ ମିଶ୍ର କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ କହିଲେ, ବିଗତ ୪ବର୍ଷରେ ରାଜ୍ୟରେ ୧୭୦ଟି କୋର୍ଟ ସ୍ଥାପନ କରାଯାଇଛି। ଆଗକୁ ଆହୁରି ୫୦ କୋର୍ଟ ସ୍ଥାପନ କରିବାକୁ ମଧ୍ୟ ଯୋଜନା ହେଉଛି। ନ୍ୟାୟ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରତି ପଞ୍ଚାୟତରେ ମଧୁବାବୁ ଆଇନ ସହାୟକ କେନ୍ଦ୍ର ଖୋଲାଯିବ। ଆଇନମନ୍ତ୍ରୀ ପ୍ରତାପ ଜେନା କହିଲେ, ଏହି ଆଇନ ସହାୟକ କେନ୍ଦ୍ରରେ ୬ ହଜାରରୁ ଊର୍ଦ୍ଧ୍ୱ ଓକିଲ ନିୟୋଜିତ ହେବେ। ନେପାଳ ସୁପ୍ରିମ୍‌କୋର୍ଟ ବିଚାରପତି ଡ. ଆନନ୍ଦ ମୋହନ ଭଟ୍ଟାରୀ ଏହି ଅବସରରେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ଏହି ଅଧିବେଶନରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ବିନିତ ଶରନ, ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏଶନ ସଭାପତି ବିକାଶ ସିଂ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ସଭାପତି ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ୱ ବାର୍‌ ଆସୋସିଏଶନର କର୍ମକତ୍ତା ଯୋଗଦେଇଥିଲେ। ତେବେ ସମସ୍ତ ଅତିଥି ଇଂଲିଶରେ ଭାଷଣ ଦେଇଥିବାବେଳେ ଜଷ୍ଟିସ ମିଶ୍ର ଓଡ଼ିଆରେ ଭାଷଣ ଦେଇ ପ୍ରଶଂସା ସାଉଣ୍ଟିଥିଲେ।
All Right Reserved By

ରାଜ୍ୟ |

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱରରେ ଗୁରୁବାର ରାତିରେ ଟାଙ୍ଗୀ ଓ ନିରାକାରପୁର ଥାନା ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତି ଅପରାଧୀ ଫିରୋଜ ଶାହ ଓରଫ ବବୁଲ(୨୫) ଆହତ ହୋଇଛନ୍ତି।

ସରକାରୀ ହସ୍ପିଟାଲରୁ  ବନ୍ଦ ହେଲା ୟୁଜର୍ସ ଫି’

ସରକାରୀ ହସ୍ପିଟାଲରୁ ବନ୍ଦ ହେଲା ୟୁଜର୍ସ ଫି’

ଭୁବନେଶ୍ୱର, ୧୭ା୮(ବ୍ୟୁରୋ):ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ କରି ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବାଧୀନତା ଦିବସରୁ ୟୁଜର୍ସ ଫି’ ବନ୍ଦ କରାଯାଇଛି। 

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଭୁବନେଶ୍ୱର,୧୭।୮(ବ୍ୟୁରୋ):ଓଡିଶା ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କର ଅନେକ ଅବଦାନ ରହିଛି। ବିଶେଷକରି ଭୁବନେଶ୍ୱର ସିଜୁଆଠାରେ ନିର୍ମିତ ଏମ୍ସ, ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ବିଶୋଧନାଗାର ଏବଂ ଭୁବନେଶ୍ୱରଠାରେ ପୂର୍ବତଟ ରେଳର ମୁଖ୍ୟ କାର୍ଯ୍ୟାଳୟ ଆଦି ଥିଲା ବାଜପେୟୀଙ୍କର  ଓଡିଶା ପ୍ରତି ଅମୂଲ୍ୟ ଅବଦାନ। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ

ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। ଭାରତବାସୀଙ୍କୁ ଗଣତନ୍ତ୍ରର ପରିଭାଷା ବୁଝାଇଥିଲେ ସେ। କେତେବେଳେ ଶାନ୍ତିର କପୋତ ସାଜି ସୀମାନ୍ତରେ ବନ୍ଧୁତାର ଦ୍ୱାର ଖୋଲି ଦେଇଥିଲେ ତ ଆଉ କେତେବେଳେ ପଡ଼ୋଶୀର ଔଦ୍ଧତ୍ୟର ଜବାବ ଦେଇଥିଲେ ଯୁଦ୍ଧକ୍ଷେତ୍ରରେ। 

ରେଭେନ୍‌ଶାରେ ଛାତ୍ରଙ୍କୁ ର଼୍ୟାଗିଂ

ରେଭେନ୍‌ଶାରେ ଛାତ୍ରଙ୍କୁ ର଼୍ୟାଗିଂ

କଟକ ଅଫିସ, ୧୭ା୮- ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ର ର଼୍ୟାଗିଂର ଶିକାର ହୋଇଛନ୍ତି। ସେ ହେଲେ ସ୍ନାତକ ସଂସ୍କୃତ ବିଭାଗ ଦ୍ୱିତୀୟବର୍ଷର ଛାତ୍ର ତଥା ନ୍ୟୁ ହଷ୍ଟେଲର ଅନ୍ତେବାସୀ ସୂର୍ଯ୍ୟଭାନୁ ମହାପାତ୍ର। ଘଟଣା ସମ୍ପର୍କରେ ସୂର୍ଯ୍ୟଭାନୁ ୟୁଜିସିର ଆଣ୍ଟି ର଼୍ୟାଗିଂ ସେଲ୍‌କୁ ଫୋନ୍‌ କରି ଅଭିଯୋଗ କରିବା ପରେ ଏବେ ଘଟଣାକୁ ନେଇ ତନାଘନା ଚାଲିଛି।

କଟକକୁ ତିନିଥର ଆସିଥିଲେ ବାଜପେୟୀ

କଟକକୁ ତିନିଥର ଆସିଥିଲେ ବାଜପେୟୀ

କଟକ ଅଫିସ, ୧୭।୮- ୧୯୬୮ରେ ଅଟଳ ବିହାରୀ ବାଜପେୟୀ ପ୍ରଥମେ କଟକ ଆସିଥିଲେ। ସେତେବେଳେ ଭାରତୀୟ ଜନତା ପାର୍ଟି ଭାରତୀୟ ଜନ ସଂଘ ନାଁରେ ନାମିତ ଥିଲା। ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ବାଜପେୟୀ ଓଡ଼ିଶା ଓ କଟକ ସମ୍ପର୍କରେ ଅନେକ କଥା କହିଥିଲେ। 

ଲୋୟର ପିଏମ୍‌ଜିରେ ଗର୍ଜିଲେ ଶିକ୍ଷକ

ଲୋୟର ପିଏମ୍‌ଜିରେ ଗର୍ଜିଲେ ଶିକ୍ଷକ

ଭୁବନେଶ୍ୱର, ୧୭ା୮(ବ୍ୟୁରୋ)- ୪ମାସର ବ୍ୟବଧାନ ପରେ ପୁଣି ଲୋୟର ପିଏମ୍‌ଜିରେ ଗର୍ଜିଲେ ଶିକ୍ଷକ। ସରକାର ପ୍ରତିଶ୍ରୁତି ଦେଇ ଦାବି ପୂରଣ କରି ନ ଥିବାରୁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର କୋଷାଧ୍ୟକ୍ଷ ରଞ୍ଜନ କୁମାର ପ୍ରଧାନ, ୪୮୮ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ପବିତ୍ର ମହାଲା, ୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକ ଏବଂ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି। 

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଭୁବନେଶ୍ୱର, ୧୭।୮(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ନହରକଣ୍ଟା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ନାବାଳିକାଙ୍କ ଘରେ କେହି ନ ଥିବାବେଳେ ଅଭିଯୁକ୍ତ ଏହି କାଣ୍ଡ ଘଟାଇଛନ୍ତି। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ


ନୂଆଦିଲ୍ଲୀ, ୧୬ା୮(ପି.ଟି)-ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। 

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ନୂଆଦିଲ୍ଲୀ,୧୬। ୮-  
ହାର୍‌ ନେହିଁ ମାନୁଙ୍ଗା, ରାର୍‌ ନେହିଁ ଠାନୁଙ୍ଗା,
କାଲ୍‌ କେ କପାଲ ପେ ଲିଖ୍‌ତା, ମିଟାତା ହୁଁ
ଗୀତ୍‌ ନୟା ଗାତା ହୁଁ, ଗୀତ୍‌ ନୟା ଗାତା ହୁଁ। 

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଛନ୍ତି। ପୁଣ୍ୟଶ୍ଳୋକ ବାଜପେୟୀଙ୍କ ଉଦ୍ଦେଶ୍ୟରେ ନବୀନ  କହିଛନ୍ତି  ଯେ, ତାଙ୍କ ମୃତ୍ୟୁରେ ସେ ଗଭୀର ମର୍ମାହତ। ଭାରତବର୍ଷ ତା’ର ଗୋଟିଏ ମହାନ୍‌ ନେତାଙ୍କୁ ହରାଇଛି।

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ବିୟୋଗରେ ରାଜ୍ୟ ସରକାର ଶୁକ୍ରବାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏଥିସହିତ ଗୁରୁବାରଠାରୁ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।