ବାଲେଶ୍ୱର

‘ଗ୍ରାମୀଣ ଡାକସେବକଙ୍କୁ ଉପେକ୍ଷା କରା ନ ଯାଉ’

ବାଲେଶ୍ୱର ଅଫିସ,୨୯।୧୨- ଭାରତରେ ଡାକ ସେବା ପାଇଁ କାର୍ଯ୍ୟ କରୁଥିବା ଗ୍ରାମୀଣ ଡାକ ସେବକଙ୍କ ବିଭିନ୍ନ ସମସ୍ୟା ନେଇ ବାଲେଶ୍ୱର ଏମ୍‌.ପି. ଇଂ ରବୀନ୍ଦ୍ର କୁମାର ଜେନା ସଂସଦରେ ସ୍ବର ଉଠାଇଛନ୍ତି । ଏକ ପରିସଂଖ୍ୟାନ ଦେଇ ଜେନା ଦର୍ଶାଇଛନ୍ତି ଯେ ଭାରତରେ ୧.୩ ଲକ୍ଷ ଗ୍ରାମାଞ୍ଚଳ ପୋଷ୍ଟ ଅଫିସ ରହିଛି, ଯେଉଁଥିରେ ୨.୭ ଲକ୍ଷ ଗ୍ରାମୀଣ ଡାକସେବକ କାର୍ଯ୍ୟ କରୁଛନ୍ତି। ଟଙ୍କା ନେଣଦେଣ ସହିତ ଆଧାର କାର୍ଯ୍ୟ କରିବା ଓ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମିକଙ୍କୁ ଟଙ୍କା ପ୍ରଦାନ କ୍ଷେତ୍ରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଗ୍ରାମୀଣ ଡାକସେବକଙ୍କ ଜରିଆରେ ଡାକ ବିଭାଗର ୬୦ରୁ ୭୦ ପ୍ରତିଶତ ଆୟ ହେଉଥିବା ବେଳେ ସେମାନଙ୍କ ପାଇଁ ୧୫ରୁ ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଉଛି। ଅଥଚ ସେମାନଙ୍କ ଚାକିରିରେ ସ୍ଥାୟିତ୍ୱ ରହୁନାହିଁ। ସରକାର ବ୍ୟାଙ୍କ ସେବା ଯୋଗାଇ ପାରୁ ନ ଥିବା ଅଞ୍ଚଳରେ ଗ୍ରାମୀଣ ଡାକସେବା କୋର୍‌ ବ୍ୟାଙ୍କିଙ୍ଗର ମୂଳପିଣ୍ଡ ଭାବେ କାର୍ଯ୍ୟ କରୁଛି। ଏପରିସ୍ଥଳେ ଗ୍ରାମୀଣ ଡାକସେବକମାନେ ସର୍ବନିମ୍ନ ମଜୁରୀ ପାଉ ନ ଥିବାରୁ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ପ୍ରଭାବ ପଡ଼ୁଛି। ସରକାର ଗରିବ ଜନସାଧାରଣଙ୍କୁ ଡାକ ଓ ବ୍ୟାଙ୍କ ସେବା ଯୋଗାଇ ଦେବା ଲାଗି ଯୋଜନା କରୁଥିବା ବେଳେ ଗ୍ରାମୀଣ ଡାକ ସେବକଙ୍କୁ ଉପେକ୍ଷକ୍ଷା କରାଯିବା ବିଡମ୍ବନା ବୋଲି ଜେନା କହିଥିଲେ। ବାଲେଶ୍ୱରରେ ଥିବା ଗ୍ରାମୀଣ ଡାକସେବକଙ୍କ ଅବସ୍ଥା ମଧ୍ୟ ଅନୁରୂପ ବୋଲି ସେ ଦର୍ଶାଇଥିଲେ। ୨୦୧୬ ମସିହାରେ ଗ୍ରାମୀଣ ଡାକ ସେବକ କମିଟିର ରିପୋର୍ଟକ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଡାକସେବକଙ୍କ ମୂଳ ଦରମାର ୨.୫ପ୍ରତିଶତ ବୃଦ୍ଧି, ମହିଳା କର୍ମଚାରୀଙ୍କୁ ପ୍ରସୂତୀକାଳୀନ ସୁବିଧା ଏବଂ ପେନସନ ଆଦି ଯୋଗାଇ ଦେବା କୁ ପାଇଁ ଜେନା ସଂସଦରେ ଦାବି କରିଛନ୍ତି।
All Right Reserved By

ବାଲେଶ୍ୱର

ଦୁଇଟି ଟ୍ରକ ମଧ୍ୟରେ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

ଦୁଇଟି ଟ୍ରକ ମଧ୍ୟରେ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

ସୋର, ୧୬।୧୦(ଡି.ଏନ.ଏ.): ସୋର ଥାନା ଅଧିନସ୍ଥ ୧୬ନଂ ଜାତୀୟ ରାଜପଥ ଛଅପୋଲିଆ ନିକଟରେ ମଙ୍ଗବାର ଦୁଇଟି ଟ୍ରକ୍‌ ମୁହଁାମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ବକେୟା ଦରମା ଦାବିରେ ଝାଡୁଦାର ଓ ଡ୍ରାଇଭର୍‌ଙ୍କ ଆନ୍ଦୋଳନ

ବକେୟା ଦରମା ଦାବିରେ ଝାଡୁଦାର ଓ ଡ୍ରାଇଭର୍‌ଙ୍କ ଆନ୍ଦୋଳନ

ଭଦ୍ରକଅଫିସ, ୧୬।୧୦: ଭଦ୍ରକ ପୋରପାଳିକା ଅଧୀନରେ କାର୍ଯ୍ୟରତ ପ୍ରାୟ ୧୮୦ଜଣ ଝାଡୁଦାର ଓ  ଡ୍ରାଇଭରଙ୍କ ଦରମା  ଦିଆଯାଇ ନ ଥିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ସକାଳୁ କାମ ବନ୍ଦ କରି ପୌରପାଳିକା ଅଫିସ ସମୁଖରେ ଧାରଣା  ଦେଇଛନ୍ତି l

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଝୁମ୍ପୁରା, ୧୬।୧୦(ଡି.ଏନ.ଏ.): ଆସୁଛନ୍ତି  ମା’। ଏ ନେଇ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ମା’ଙ୍କର ମହାସପ୍ତମୀ ସହ ପଣାପୂଜା ହେବ। ସେଠାରେ ଆଖୁ ବଳିର ପରମ୍ପରା ନିଆରା। ମା’ଙ୍କର ପୂଜା ଝୁମ୍ପୁରା ବଜାରରେ ଅନୁଷ୍ଠିତ ହୋଇ ଆସୁଛି। 

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ସେତୁ ୪ ମାସ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ଗୋଟିଏ ପାର୍ଶ୍ୱର ପିଲାରରୁ ବ୍ୟରିଂ ଖସିବା ପରେ  ଗୋଟିଏ ସ୍ପାନ୍‌ ଦବି ଯାଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀ  ସେତୁର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସେତୁ ପ୍ରତି ବିପଦ ରହିଥିବା ଅନୁଭବ କରିଥିଲେ। 

ନକଲି ଜର୍ଦ୍ଦା କାରଖାନା ଠାବ

ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୬।୧୦- ଭଦ୍ରକ ଟାଉନ ପୋଲିସ ସହରର ବଙ୍କସାହିରେ ଚଢ଼ାଉ କରି ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ଏହି କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। 

ବଧୂହତ୍ୟା ମାମଲା: ଶ୍ୱଶୁର ଗିରଫ

ପଦ୍ମପୁର,୧୬।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ଥାନା ପୋଲିସ ବଧୂହତ୍ୟା ମାମଲାରେ ଶ୍ୱଶୁର ବାଲିମୁଣ୍ଡା ଗ୍ରାମର ହରିପଦ ମଣ୍ଡଳଙ୍କୁ ଗିରଫ କରିଛି। 

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଭଦ୍ରକ ଅଫିସ,୧୬।୧୦-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତର ୪ ନମ୍ବର ୱାର୍ଡର କୁସୁନନଗର ଓ ତେଲିସାହିର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ରିଲିଫ ଟଙ୍କାକୁ ଗଁାର କେତେକ ନେତା ହଡ଼ପ କରିନେଇଥିବା ସୋମବାର ହିତାଧିକାରୀମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। 

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

ବାରିପଦା ଅଫିସ,୧୬।୧୦- ଆସନ୍ତା ୨୧ ତାରିଖରେ ବାରିପଦାସ୍ଥିତ ଛଉପଡ଼ିଆଠାରେ ହେବାକୁ ଥିବା  ଦୁର୍ନୀତି ଭ୍ରଷ୍ଟାଚାର ବିରୋଧି ମହାସମାବେଶକୁ ସଫଳ କରିବା ପାଇଁ ବାରିପଦା ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘ ପକ୍ଷରୁ ପାଲବଣିଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ମା’ ଅମ୍ବିକା ମନ୍ଦିର: ନବ ରାତ୍ରରେ ଜମୁଛି ଭିଡ

ମା’ ଅମ୍ବିକା ମନ୍ଦିର: ନବ ରାତ୍ରରେ ଜମୁଛି ଭିଡ

ବାରିପଦା ଅଫିସ,୧୬।୧୦- ବାରିପଦା ରାଧାମୋହନ ମନ୍ଦିର ନିକଟରେ ଅବସ୍ଥିତ ଇଷ୍ଟାଦେବୀ ମା’ ଅମ୍ବିକାଙ୍କ ମନ୍ଦିରରେ  ନବରାତ୍ର ସମୟରେ   ଦେବୀ  ଦୁର୍ଗା ୯ ବେଶରେ ପୂଜା ପାଇଥାନ୍ତି। 

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସହର ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି। ଚଳିତବର୍ଷ ସହରରେ ୭୦ ମେଢ଼ରେ ଦୁର୍ଗତୀନାଶିନୀ ମା’ ଦୁର୍ଗା ପୂଜା ପାଉଛନ୍ତି।

କାନ୍ଥ ପଡ଼ି ବୃଦ୍ଧ ମୃତ

କାନ୍ଥ ପଡ଼ି ବୃଦ୍ଧ ମୃତ

ବାଲେଶ୍ୱର ଅଫିସ, ୧୫।୧୦-ରବିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ପାଖରାବାଡ଼ ଗାଁର ଗୋକୁଳି ବେହେରା (୬୦) ନାମକ ବୃଦ୍ଧଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିଛି। 

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ତିହିଡ଼ି, ୧୫ା୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧୀନ ତଳହଂସପାଟ ଗ୍ରାମର ଜଣେ ଯୁବକଙ୍କ ମାଡ଼ରେ ସେହି ଗ୍ରାମର ଲକ୍ଷ୍ମୀ ନାୟକ (୭୫) ନାମ୍ନୀ ଜଣେ ବୃଦ୍ଧାଙ୍କର ଜୀବନ ଯିବା ଘଟଣା ସେଠାରେ ଆଲୋଡ଼ନ ସୃଷ୍ଟି କରିଛି।