ମନୋରଞ୍ଜନ |

ସ୍ବାମୀଙ୍କଠାରୁ ଅଲଗା ହେବେ

ସ୍ବାମୀଙ୍କଠାରୁ ଅଲଗା ହେବେ

ବମ୍ବେ: ଅଲଗା ହେବେ ପୁଣି ଏକ ଟେଲିଭିଜନ ଧାରାବାହିକ ‘କୁମକୁମ୍‌’ ଜରିଆରେ ଲୋକପ୍ରୀୟ ହୋଇଥିବା ଅଭିନେତ୍ରୀ ଜୁହି ପରମାନ ସ୍ବାମୀ ସଚିନ ଶ୍ରୋଫଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି। ଏଠାକାର ବାନ୍ଦ୍ରା ଘରୋଇ ଅଦାଲତରେ ଦୁହେଁ ଛାଡ଼ପତ୍ର ପାଇଁ ଯାଚିକା ଦାୟର କରିଥିବା ଜଣାପଡିଛି। ଆପୋଷ ବୁଝାବଣାରେ ଦୁହେଁ ଅଲଗା ହେବେ। ଏପରି ହେଲେ ଉଭୟଙ୍କର ୪ ବର୍ଷର ବିବାହ ଉପରେ ପୂର୍ଣ୍ଣଚ୍ଛେଦ । ଜୁହିଙ୍କ ସହ ସଚିନଙ୍କ ସମ୍ପର୍କକୁ ଯଦି ଦେଖାଯାଏ ତେବେ ଉଭୟେ ମାତ୍ର ୫ମାସ ଡେଟ୍‌ କରିବା ପରେ ୨୦୦୯ରେ ବିବାହ କରିଥିଲେ। ଏହି ବିବାହ ପାଇଁ ଜୟପୁରରେ ବଡ ଧରଣର ଆୟୋଜନ କରାଯାଇଥିଲା। ବିବାହର ଦୁଇବର୍ଷ ସବୁକିଛି ଠିକ୍‌ ଚାଲିବା ପରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଆରମ୍ଭ ହୋଇଥିଲା। ପରେ ଝିଅଙ୍କ ଜନ୍ମ ସମ୍ପର୍କକୁ ସଜାଡି ଦେବ ବୋଲି ଆଶା କରାଯାଉଥିଲା। ଏନେଇ ଚେଷ୍ଟା କରିଥିଲେ ହେଁ ଶେଷରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଜୁହି ବଦ୍‌ରାଗି ହେବା ଅଲଗା ହେବାର କାରଣ ବୋଲି କୁହାଯାଉଛି।

All Right Reserved By

Model This Week

ନିକିତା

ମନୋରଞ୍ଜନ |

ରାଜପାଲଙ୍କୁ ଜେଲ୍‌ଦଣ୍ଡ

ରାଜପାଲଙ୍କୁ ଜେଲ୍‌ଦଣ୍ଡ

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଅଦାଲତୀ ଝଟ୍‌କା ଲାଗିଛି। ଚେକ୍‌ ବାଉନ୍ସ ମାମଲାରେ କାରକରଦୁମା କୋର୍ଟ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

୪୯ ବର୍ଷରେ ପଦାର୍ପଣ କଲେ ମନୋଜ ବାଜପେୟୀ

୪୯ ବର୍ଷରେ ପଦାର୍ପଣ କଲେ ମନୋଜ ବାଜପେୟୀ

ବମ୍ବେ, ୨୩।୪ : ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ ସୋମବାର ୪୯ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ୧୯୬୯ ଏପ୍ରିଲ୍‌ ୨୩ରେ ବିହାର ନରକଟିଆଗଞ୍ଜ୍‌ ବେଲଓ୍ବା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ କୃଷକ ଥିଲେ। ପିଲାଟି ଦିନରୁ ଫିଲ୍ମରେ ଅଭିନୟ କରିବା ପ୍ରତି ମନୋଜଙ୍କ ଝୁଙ୍କ୍‌ ଥିଲା।

୨୫ ବର୍ଷ ସାନ ଗାର୍ଲନ୍‌ଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ମିଲନ୍ଦ

୨୫ ବର୍ଷ ସାନ ଗାର୍ଲନ୍‌ଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ମିଲନ୍ଦ

ବମ୍ବେ, ୨୨।୪ : ଅଭିନେତା ଓ ମଡେଲ ମିଲନ୍ଦ ସୋମନ୍‌ ରବିବାର ତାଙ୍କଠାରୁ ୨୫ ବର୍ଷ ସାନ ଗାର୍ଲଫ୍ରେଣ୍ଡ୍‌ ଅଙ୍କିତା କୁଓ୍ବଁରଙ୍କୁ ବିବାହ କରିଛନ୍ତି। ଅଙ୍କିତାଙ୍କ ବୟସ ଏବେ ୨୭ ବର୍ଷ ଏବଂ ମିଲନ୍ଦଙ୍କ ବୟସ ୫୨ ବର୍ଷ। ଏହି ବହୁଚର୍ଚ୍ଚିତ ବିବାହକୁ ନେଇ ରବିବାର ଦିନ ତମାମ ବଲିଉଡ୍‌ରେ ଗହଳ ଚହଳ ଲାଗିରହିଛି।

ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ପାଇଁ ସଂଗ୍ରାମ ଜାରି ରଖିଛି ମଣିଷ: ଦିୟା ମିର୍ଜା

ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ପାଇଁ ସଂଗ୍ରାମ ଜାରି ରଖିଛି ମଣିଷ: ଦିୟା ମିର୍ଜା

ବମ୍ବେ, ୨୨।୪ : ସମ୍ପ୍ରତି ମଣିଷ ପ୍ରଦୂଷଣ ମୁକ୍ତ ବାୟୁ, ଜଳ ଓ ଭୋଜନ ପାଇଁ ସଂଗ୍ରାମ ଜାରି ରଖିଛି। ଏନେଇ ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ରବିବାର ବିଶ୍ୱ ପୃଥିବୀ ଦିବସ ଅବସରରେ ସୂଚିତ କରିଛନ୍ତି। ପୂର୍ବରୁ ମଣିଷ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ସଂଗ୍ରାମ କରୁଥିଲା। ତେବେ ପରିବର୍ତ୍ତିତ ସମୟ ସହିତ ସଂଗ୍ରାମର ଧାରା ବଦଳି ଯାଇଛି ବୋଲି ଦିୟା କହିଛନ୍ତି।

୧୮ ବର୍ଷ ପରେ ସ୍କ୍ରିନ୍‌ ଶେୟାର୍‌ କରିବେ ମାଧୁରୀ, ଅନିଲ

୧୮ ବର୍ଷ ପରେ ସ୍କ୍ରିନ୍‌ ଶେୟାର୍‌ କରିବେ ମାଧୁରୀ, ଅନିଲ

ବମ୍ବେ,୨୧।୪: ବଲିଉଡ ଷ୍ଟାର ମାଧୁରୀ ଦୀକ୍ଷିତ ଓ ଅନିଲ କପୁର ୧୮ ବର୍ଷ ପରେ ପୁଣି ଥରେ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ଆଗାମୀ ଫିଲ୍ମ ‘ଟୋଟଲ ଧମାଲ୍‌’ ରେ ଦୁହେଁ ଏକାଠି ନଜର ଆସିବେ।

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ନୂଆଦିଲ୍ଲୀ,୨୧।୪: ନାବାଳିକା ବଳାତ୍କାର ଘଟଣା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାଜପା ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ତାଙ୍କ ମତ ରଖିଛନ୍ତି।

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ନୂଆଦିଲ୍ଲୀ,୨୧।୪: ଆମେରିକାରରେ ଶୁଟିଂ ଚାଲିଥିବା ଅପ୍‌ କମିଙ୍ଗ ପଲିଟିକାଲ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ ଶେଷ ହୋଇଥିବା ଜଣାପଡିଛି। ଏଥିରେ ଲିଡ୍‌ ରୋଲରେ ଥିବା ବଲିଉଡ ଅଭିନେତା ଅନୁପମ ଖେର୍‌ ସୋସିଆଲ ମିଡିଆ ମାଧ୍ୟମରେ ଏହା କହିଛନ୍ତି।

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ବମ୍ବେ, ୨୨।୪ : ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ତାଙ୍କ ସହିତ ଅଭିଷେକ ବଚ୍ଚନ ଅପୋଜିଟ୍‌ରେ ରହିବେ। ଫିଲ୍ମର ନିର୍ମାଣ ସଞ୍ଜୟ ଲିଲା ଭସାଂଲୀ କରୁଛନ୍ତି। ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି।

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ଭୁବନେଶ୍ୱର,୨୦।୪(ବ୍ୟୁରୋ)-ଏଥର ଫେଣ୍ଟାଫେଣ୍ଟି ଫିଲ୍ମକୁ ନେଇ ଆସିଛି ଫ୍ରାଇଡେ’ ରିଲିଜ୍‌। ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶର ଏକାଧିକ ଭିନ୍ନସ୍ବାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍‌ସ’ ସହ ଆଉ ଏକ ହିନ୍ଦୀ ଫିଲ୍ମ ‘ନାନୁ କି ଜାନୁ’, ଇଂଲିଶ ଫିଲ୍ମ ‘ଟ୍ରୁଥ୍‌ ଅର୍‌ ଡେୟାର’ ଏବଂ ଓଡ଼ିଆ ଫିଲ୍ମ ‘ଯୋଗୀ’ ମୁକ୍ତିଲାଭ କରିବ।

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

ବମ୍ବେ,୧୯।୪: କଠଓ୍ବା ବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହା ଉପରେ ମତ ରଖିବାକୁ ନିଜକୁ ଲଜ୍ୟାବୋଧ କରିଥିବା କହିଛନ୍ତି ମହାନାୟକ ଅଭିତାଭ ବଚ୍ଚନ।

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ନୂଆଦିଲ୍ଲୀ,୧୯।୪: ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି। କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ଆଲିଆଙ୍କ ଆକ୍ରୋଶ

ଆଲିଆଙ୍କ ଆକ୍ରୋଶ

ବମ୍ବେ: କଠୁଆ, ଉନ୍ନାଓ ଏବଂ ସୁରଟ୍‌ ବଳାତ୍କାର ମାମଲାରେ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ବଲିଉଡ୍‌ ଜଗତରୁ ମଧ୍ୟ ଏହାର ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହି ବିରୋଧ ସ୍ବରରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।