ଉପକୂଳ ଓଡିଶା

ଗୋପୀନାଥଜୀଉ ପାଣି ପଞ୍ଚାୟତ ନିର୍ବାଚନ ବାତିଲ: ପ୍ରତିବାଦରେ ଜଳସେଚନ କନିଷ୍ଠ ଯନ୍ତ୍ରୀଙ୍କୁ ଘେରାଉ

ଗୋପୀନାଥଜୀଉ ପାଣି ପଞ୍ଚାୟତ ନିର୍ବାଚନ ବାତିଲ: ପ୍ରତିବାଦରେ ଜଳସେଚନ କନିଷ୍ଠ ଯନ୍ତ୍ରୀଙ୍କୁ ଘେରାଉ

ଜଗତ୍‌ସିଂହପୁର ଅଫିସ,୨୯।୧୨-ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଗୋପୀନାଥଜୀଉ ପାଣି ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିର୍ବାଚନ ଅଚାନକ ବାତିଲ କରି ଦିଆଯାଇଛି। ଫଳରେ ପାଣି ପଞ୍ଚାୟତର ସଭ୍ୟାସଭ୍ୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କନିଷ୍ଠ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ନିର୍ବାଚନ ବାଲିତ ହୋଇଥିବା ଅଭିଯୋଗ କରି ପାଣି ପଞ୍ଚାୟତର ୪୬ଜଣ ସଭ୍ୟାସଭ୍ୟ ଆଳିପିଙ୍ଗଳସ୍ଥିତ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଦୀର୍ଘ ୪ଘଣ୍ଟା କାଳ କନିଷ୍ଠ ଯନ୍ତ୍ରୀଙ୍କୁ ଘେରାଉ କରିଥିଲେ। ଏହି ଆନ୍ଦୋଳନରେ ରମ୍ଭାଦେଇପୁର ସରପଞ୍ଚ ଭ୍ରମରବର ସାହୁ, ତର୍ତ୍ତଙ୍ଗ ସରପଞ୍ଚ ରଙ୍ଗାଧର ଭୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ।
ସୂଚନାଯୋଗ୍ୟ ଯେ, ଗୋପୀନାଥପୁର ପାଣିପଞ୍ଚାୟତ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ଶୁକ୍ରବାର ନିର୍ବାଚନ ହେବାର ଥିଲା। ଏଥିନେଇ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଥିଲା। ଶୁକ୍ରବାର ସକାଳ ୧୦ରୁ ୧୧ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲର ସମୟଥିଲେ ସୁଦ୍ଧା କନିଷ୍ଠ ଯନ୍ତ୍ରୀ ସୁଷମା ସାହୁ କିମ୍ବା ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ଏଥିନେଇ ନିର୍ବାଚନ ବାତିଲ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ବିଚିତ୍ର ବ୍ୟବସ୍ଥା,ପିଲାଙ୍କ ସୁରକ୍ଷା ନାହିଁ ଚିନ୍ତା

ବିଚିତ୍ର ବ୍ୟବସ୍ଥା,ପିଲାଙ୍କ ସୁରକ୍ଷା ନାହିଁ ଚିନ୍ତା

ବରୀ,୨୧। ୪(ସ୍ବ.ପ୍ର.):ବରୀ ବ୍ଲକ ଅଧୀନ କଳାମାଠିଆ ପଞ୍ଚାୟତସ୍ଥିତ କାଇପଡା ଗ୍ରାମରେ ରହିଛି କାଇପଡା ଉଚ୍ଚ ବିଦ୍ୟାଳୟ। ୧୯୬୩ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଛାତରୁ ବିମ୍‌ ବାହାରି ଓହଳି ରହିଥିଲାବେଳେ ବାରଣ୍ଡାରେ ଛାତ୍ରୀଛାତ୍ରମାନେ ମଧ୍ୟ୍ୟାହ୍ନ ଭୋଜନ ଖାଉଥିବା ଶୁକ୍ରବାର ଦେଖିବାକୁ ମିଳିଛି। ଏ ନେଇ ଛାତ୍ରୀଛାତ୍ର ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ

ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ

କୋରେଇ,୨୧।୪(ସ୍ବ.ପ୍ର):ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଦୁର୍ନିତୀଖୋର ମନୋଭାବ ଯୋଗୁ ଦୀର୍ଘଦିନ ଧରି ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡିରହିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି କୋରେଇ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମରେ । ଏହି ଗ୍ରାମରେ ୨୦୧୧ ମସିହାରେ ବିଧାୟକ ପ୍ରିତୀରଞ୍ଜନ ଘଡେଇ ୨୧।୧୨।୨୦୧୧ରେ ମୁକୁନ୍ଦପୁର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ : କ୍ଷେତ୍ର ପରିଦର୍ଶନ  କଲେ ପ୍ରଶାସନିକ ଅଧିକାରୀ

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ : କ୍ଷେତ୍ର ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ଚଣ୍ଡିଖୋଲ,୨୧।୪(ଡି.ଏନ୍‌.ଏ.)-ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚି । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଯାଜପୁର ଜିଲା ପ୍ରଶାସନିକ ଅଧିକାରୀ ଓ ରେଳ ବିକାଶ ନିଗମ ଲିମିଟେଡର କର୍ମକର୍ତ୍ତାମାନେ ଶୁକ୍ରବାର ଘଟଣାସ୍ଥଳ ତଦାରଖ କରିବା ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି। ପ୍ରକାଶ ଯେ, ଦର୍ପଣ ତହସିଲ ଅନ୍ତର୍ଗତ ମାତକାତପୁରର ଅଠେଇଶବାଟୀଠାରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘଦିନ ହେଲା ଦାବୀ କରିଆସୁଛନ୍ତି। ସେହିଭଳି ଗୋବଣ୍ଡିଆ ଗ୍ରାମର ବଢେଇ ଛନ୍ଦା ନିକଟରେ ଏକ ଗଳିପୋଲ ଦାବୀ କରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିଛି।

ଅପରିବର୍ତ୍ତିତ ରହିଛି ଶୌଚାଳୟ, ପାଣି ସମସ୍ୟା

ଯାଜପୁର ଅଫିସ,୨୧।୪:ଛାତ୍ରୀଛାତ୍ରଙ୍କ ଗୁଣାମତ୍କ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଶିକ୍ଷକଙ୍କ ଅଭାବ ସହିତ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲରେ ଶୌଚାଳୟ, ପାଣି ଓ ଆବଶ୍ୟକ ବିଲଡିଂର ଅଭାବ ଯୋଗୁ ଯାଜପୁର ଜିଲାରେ ଅବ୍ୟବସ୍ଥା ରେକର୍ଡ ସୃଷ୍ଟି କରିଛି । ଏହାର ପ୍ରତିକାର ପାଇଁ ୨୦୧୬ରେ ରାଜ୍ୟ ମାନବାଧିକାର କମିଶନ (ଏସ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ।

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣା: ୫୪ଙ୍କ ନାମରେ ମାମଲା,ଜେଲ ଗଲେ ୬

ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣା: ୫୪ଙ୍କ ନାମରେ ମାମଲା,ଜେଲ ଗଲେ ୬

ଖଣ୍ଡପଡା,୨୦।୪(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ଥାନା ଅନ୍ତର୍ଗତ କଣ୍ଟିଲୋ ପାଣୁସାହୁପାଟଣା ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀସଂଘର୍ଷ ଘଟଣାରେ ଉଭୟ ପକ୍ଷରୁ ଥାନାରେ ୫୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡା ଜେଲ ହାଜତକୁ ପଠାଇ ଦିଆଯାଇଛି।

ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ହନ୍ତସନ୍ତ

ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ହନ୍ତସନ୍ତ

ବିଞ୍ଝାରପୁର,୨୦।୪( ଡି.ଏନ.ଏ)- ବିଞ୍ଝାରପୁରରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଏଟିଏମ୍‌ ଥିବାବେଳେ ଅଧିକାଂଶ ଏଟିଏମ୍‌ରେ ଟଙ୍କା ନ ଥିବାରୁ ଗ୍ରାହକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଦୁର୍ଘଟଣାରେ ଯୁବକ ମୃତ

ଦୁର୍ଘଟଣାରେ ଯୁବକ ମୃତ

ଛତିଆ,୨୦।୪- ବୈରୀ ଥାନା ଅନ୍ତର୍ଗତ ଛତିଆ କଳକଳା ପୂର୍ତ୍ତବିଭାଗ ରାସ୍ତା ସୋଲରଠାରେ ବାଇକ୍‌ ଦୁର୍ଘଟଣାରେ ଗୁରୁବାର ବିଳମ୍ବିତ ରାତିରେ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଯୁବକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ଗଣିଆ,୨୦।୪(ଡି.ଏନ୍‌.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଆଡ଼କଟା ପଞ୍ଚାୟତର ଧୂଆମଡ଼ା ଗ୍ରାମଠାରେ ଶୁକ୍ରବାର ଶ୍ରୀଶ୍ରୀ ରାମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଶୁଭାଧିବାସ ଓ ଅଙ୍କୁରାରୋପଣ ପରେ ଗୁରୁବାର ସକାଳୁ ସୂର୍ଯ୍ୟପୂଜା, ୧୦୮ ଘଟ କଳସ ଶୋଭାଯାତ୍ରା, ଗୋପୂଜନ, ଅଖଣ୍ଡ ନାମ କୀର୍ତ୍ତନ, ସାଧୁସେବା ଓ ଘୃତଯଜ୍ଞ ଅନୁଷ୍ଠିତ ହୋଇଥିଲା।

୬୯ ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟକ ଉପକରଣ

୬୯ ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟକ ଉପକରଣ

ଗଣିଆ,୨୦।୪(ଡି.ଏନ୍‌.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ୬୯ଜଣ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ କରିଥିଲେ।

ଉଜ୍ଜ୍ୱଳ ଦିବସ ପାଳିତ

ଉଜ୍ଜ୍ୱଳ ଦିବସ ପାଳିତ

ମାର୍ଶାଘାଇ,୨୦ା୪(ଡି.ଏନ୍‌.ଏ.)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇଠାରେ ସାରନାଥ ଇଣ୍ଡେନ୍‌ ଗ୍ୟାସ୍‌ ବିତରକଙ୍କ ପକ୍ଷରୁ ଶୁକ୍ରବାର ଉଜ୍ଜ୍ୱଳା ଦିବସ ପାଳିତ ହୋଇଯାଇଛି।

୨ୟ ଦିନରେ ଆଳିରେ ଉତ୍‌ଥାନ, ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବିର

ଆଳି,୨୦ା୪(ଡି.ଏନ୍‌.ଏ.)- ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ଗୁରୁବାରଠାରୁ ଆଳିର ୨ଟି ସ୍ଥାନରେ ଆରମ୍ଭ ହୋଇଥିବା ଉତ୍‌ଥାନ, ଉଜ୍ଜ୍ୱଳ ପ୍ରଶିକ୍ଷଣ ଶିବିର ଶୁକ୍ରବାର ୨ୟ ଦିନରେ ପହଞ୍ଚତ୍ଛି।

ଭୋବସର ଗ୍ରାମବାସୀଙ୍କୁ ବନରାଜା କୁକୁଡାଚିଆଁ ପ୍ରଦାନ

ଭୋବସର ଗ୍ରାମବାସୀଙ୍କୁ ବନରାଜା କୁକୁଡାଚିଆଁ ପ୍ରଦାନ

ଓଡ଼ଗାଁ,୨୦ା୪(ସ୍ବ.ପ୍ର.)-ନୟାଗଡ଼ ଜିଲାର ଓଡଗାଁ ବ୍ଲକର ଆଦୌ ଗମନାଗମନ ନିମନ୍ତେ ରାସ୍ତାଘାଟ ନ ଥିବା ବାଣପୁର ପଞ୍ଚାୟତ ଭୋବସର ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ବନରାଜା କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି।