ରାୟଗଡା

ବାରମ୍ବାର ବଦଳୁଛନ୍ତି ବିଡିଓ

ପଟ୍ଟାଙ୍ଗି,୨୯।୧୨(ଡି.ଏନ.ଏ.)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପ୍ରତି ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ବିଭିନ୍ନ ପଦପଦବୀ ପୂରଣ ଲାଗି କାୈଣସି ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି ବୋଲି ଜିଲା କଂଗ୍ରେସର ଆଦିବାସୀ ସେଲ ସଭାପତି ତଥା ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି। ପ୍ରଶାସନ ତରବରିଆ ଭାବେ ଏଠାରୁ ବିଡିଓଙ୍କୁ ବଦଳି କରି ସେମିଳିଗୁଡା ବିଡିଓ ଲୁକାଶ ପ୍ରଧାନଙ୍କୁ ଦାୟିତ୍ୱରେ ରଖିଥିଲା। ଏବେ ପ୍ରଧାନଙ୍କଠାରୁ ଦାୟିତ୍ୱ ନେଇ କୋରାପୁଟ ବ୍ଲକ ଏବିଡିଓ ସଦାଶିବ ଅଧିକାରୀଙ୍କୁ ପଟ୍ଟାଙ୍ଗି ବିଡିଓ ରୂପେ ଦାୟିତ୍ୱ ପ୍ରଦାନ କରାଯାଇଛି। ଗୋଟିଏ ବ୍ଲକର ପରିଚାଳନାରେ ଏହା କେତେ ଦୂର ଯୁକ୍ତିଯୁକ୍ତ ବୋଲି କାଡାମ ପ୍ରଶ୍ନ ଉଠାଇଛନ୍ତି। ପଞ୍ଚାୟତ ସମତି ଅଧ୍ୟକ୍ଷ ଜଗତଜ୍ୟାତି ପାଙ୍ଗି ଓ ଜିଲା ପରିଷଦ ସଭ୍ୟ ଡୁମୁରି ଖିଲ ମଧ୍ୟ ପ୍ରଶାସନର ପଦକ୍ଷେପକୁ ନାପସନ୍ଦ କରିଛନ୍ତି। ଏନେଇ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଉଭୟେ କହିଛନ୍ତି। ସୂଚନାଯୋଗ୍ୟ ଯେ, ପଟ୍ଟାଙ୍ଗିର ସ୍ଥାୟୀ ବିଡିଓ ରୂପେ ପୂର୍ବରୁ ସରୋଜ କୁମାର ବିଶ୍ୱାଳ ଥିଲେ। ତାଙ୍କୁ ସରକାର ଗତ ୧୬।୯।୧୭ରେ ସମ୍ବଲପୁର ଜିଲାର ଧାନକେଉଡା ବ୍ଲକକୁ ବଦଳି କରି ଦେଇଥିଲେ। ପରେ ସେମିଳିଗୁଡା ବିଡିଓ ପ୍ରଧାନ ନିଜ ବ୍ଲକ ସହ ପଟ୍ଟାଙ୍ଗି ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ତାଙ୍କୁ ଦାୟିତ୍ୱମୁକ୍ତ କରାଯାଇ କୋରାପୁଟ ଏବିଡିଓ ସଦାଶିବ ଅଧିକାରୀଙ୍କୁ ପଟ୍ଟାଙ୍ଗି ବିଡିଓ ରୂପେ ପଠାଯାଇଛି।
All Right Reserved By

ରାୟଗଡା

କଂଗ୍ରେସର ମିଶ୍ରଣ ପର୍ବ: ଶତାଧିକ କର୍ମୀ ସାମିଲ

କଂଗ୍ରେସର ମିଶ୍ରଣ ପର୍ବ: ଶତାଧିକ କର୍ମୀ ସାମିଲ

ଝରିଗାଁ,୨୨।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କଂଗ୍ରେସ ପକ୍ଷରୁ କରମରୀ ଗ୍ରାମରେ ସୋମବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। 

ଗଣ୍ଡ ସମାଜର ନୂଆଖାଇ ଭେଟ୍‌ଘାଟ

ଗଣ୍ଡ ସମାଜର ନୂଆଖାଇ ଭେଟ୍‌ଘାଟ

ଝରିଗାଁ,୨୨।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ସୋରିପଡ଼ା ଗ୍ରାମରେ ଝରିଗାଁ ବ୍ଲକ ଗଣ୍ଡ ସାଂସ୍କୃତିକ ସମାଜ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

୧୦ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି କାଶୀପୁର ସବ୍‌ଜେଲ୍‌

ରାୟଗଡା ଅଫିସ୍‌, ୨୨।୧୦- ରାୟଗଡା ଜିଲାରେ ଦିନକୁ ଦିନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଛି  ଏହାକୁ ଦୃଷ୍ଟିରେ ରଖି ୨୦୦୮ରେ ରାୟଗଡା ଜିଲାର କାଶୀପୁରଠାରେ ଏକ ସବ୍‌ଜେଲ୍‌ ନିର୍ମାଣ କରାଯାଇଥିଲା  ଇତିମଧ୍ୟରେ ୧୦ ବର୍ଷ ବିତିଲାଣି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଜେଲ୍‌ କାର୍ଯ୍ୟକ୍ଷମ ହୋଇପାରୁନାହିଁ  ପୋଲିସ ହାଉସିଂ ବୋର୍ଡ ନିଗମଃ ପ୍ରାୟ ୩ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଥିଲା   ୨୦୧୩ ରେ ଜେଲ୍‌ ବିଭାଗକୁ ଏହା ହସ୍ତାନ୍ତର କରାଯାଇଛିି । ହେଲେ ଉକ୍ତ ସବ୍‌ଜେଲ୍‌ଟି ହସ୍ତାନ୍ତର ହେବାର ଦୀର୍ଘ ୫ବର୍ଷ ବିତିଯାଇଥିଲେ ବି ଏହା   ଉଦ୍‌ଘାଟନ ହୋଇପାରିନାହିଁ  

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଉଜୁଡ଼ା ଘର ସଜାଡ଼ିବାରେ ବ୍ୟସ୍ତ ନାଉଡ଼ାବାସୀ

ଗୁଣପୁର,୨୨।୧୦(ଡି.ଏନ.ଏ)-ସାମୁଦ୍ରିକ ଝଡ଼ ତିତ୍‌ଲି ଆଣି ଦେଇଥିଲା ଲୋକଙ୍କୁ ଅନେକ ଦୁଃଖ ଏବଂ ଦୁର୍ଦ୍ଦଶା  ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାମକୁ  ପାନୀୟ ଏବଂ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରିନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଗ୍ରାମରେ କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ଏବେ କିଏ ନିଜ ଉଜଡା ଘର ତ ଆଉ କିଏ ନିଜ ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ  ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ସମସ୍ୟା ସୁଧୁରୁନି  ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଣପୁର ବ୍ଲକର ନାଉଡା ଗ୍ରାମରେ  

ବିଲ୍ଟ ପେପର ମିଲ୍‌  ଫାଟକ ଖୋଲିବା ଆଶା ଉଜ୍ଜ୍ୱଳ

ବିଲ୍ଟ ପେପର ମିଲ୍‌ ଫାଟକ ଖୋଲିବା ଆଶା ଉଜ୍ଜ୍ୱଳ

ଜୟପୁର, ୨୧।୧୦(ନି.ପ୍ର./ଡି.ଏନ୍‌.ଏ.) 
ଜୟପୁର ବିଲ୍ଟ ପେପର ମିଲ ଦୀର୍ଘ ୪ ମାସ ହେବ ବନ୍ଦ ହୋଇ ପଡିଛି। ମିଲ୍‌ର ୩ଟି ସଂଘ କମ୍ପାନୀର ସମସ୍ତ ନିୟମକୁ ମାନିବାକୁ ପ୍ରସ୍ତୁତ ଥିବା ବେଳେ ବିଏମ୍‌ଏସ୍‌ ନ ମାନିବାରୁ ମିଲ୍‌ ଖୋଲିବା ଆଶଙ୍କା ଦେଖାଯାଇଥିଲା। କିନ୍ତୁ  ମିଲ୍‌କୁ ଅନ୍ୟ ୩ଟି ସଂଘ ସମର୍ଥନ ଦେଉଛି। ମିଲ୍‌ ଓ କର୍ମଚାରିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଏମ୍‌ଏସ୍‌ ମଧ୍ୟ ମିଲ୍‌ କତ୍ତୃପକ୍ଷକୁ  ସମର୍ଥନ ପତ୍ର ଦେଇଛି ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ  ସଂଘ  ପକ୍ଷରୁ କୁହାଯାଇଛି। ସେହିପରି ଆସନ୍ତା ୨୫ରେ ସ୍ଥାନୀୟ କାଗଜକଳ ସିଜିଏମ୍‌ ମାଣିକେଶ୍ୱର ରାଓ ଜୟପୁର ପହଞ୍ଚତ୍ବା ପରେ ଏହାର  ପୁନଃ କାର୍ଯ୍ୟକ୍ଷମ ନେଇ ଘୋଷଣା କରିବାର ସମ୍ଭାବନା ରହିଛି। ନଭେମ୍ବର ୧ ସୁଦ୍ଧା କାଗଜକଳର ମୁଖ୍ୟ ଫାଟକ ତାଲା ଖୋଲିବା ନେଇ ସମସ୍ତ  ସଂଘ ଆଶାବାଦୀ ରହିଥିବା  ନେଇ ପ୍ରକାଶ କରିଛନ୍ତି।

ରେଳଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରେଳଧାରଣାରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଲକ୍ଷ୍ମୀପୁର, ୨୧।୧୦-ଲକ୍ଷ୍ମୀପୁର ବ୍ଲକ ଗୌଡ଼ଗୁଡା ପଞ୍ଚାୟତର ସାନ ନେର୍କା ଛକ ନିକଟସ୍ଥ ରେଳଧାରଣାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ସେ ହେଲେ ସାନ ନେର୍କା ଗ୍ରାମର ଉରକା ଦାମିଙ୍କ ସ୍ତ୍ରୀ ଚିଙ୍ଗି(୨୮)।  କାକିରିଗୁମ୍ମା ପୋଲିସ ମୃତଦେହ  ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି।  ଏଥିସହ  ୮/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ସଚଳ କରାଗଲା ୪୫୦୦ରୁ ଊର୍ଦ୍ଧ୍ୱ ନଳକୂପ

ପାରଳାଖେମୁଣ୍ଡି, ୨୧ା୧୦(ସ୍ବ.ପ୍ର.)-ତିତ୍‌ଲି ବାତ୍ୟା ପରେ ଗଜପତି ଜିଲାରେ ଲୋକେ କିପରି ବିଶୁଦ୍ଧ ପାନୀୟଜଳ ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ପାନୀୟଜଳ ଯୋଗାଣ ଲାଗି ୨୭ଟି ଭ୍ରାମ୍ୟମାଣ ଜେନେରେଟର ଯୋଗାଇ ଦିଆଯାଇଛି। 

ବଂଶଧାରାରେ ବୁଡି ଯୁବକ ମୃତ

ବଂଶଧାରାରେ ବୁଡି ଯୁବକ ମୃତ

ଗୁଣପୁର,୨୧।୧୦(ଡି.ଏନ.ଏ)- ରାୟଗଡା ଜିଲା ଗୁଣପୁର ବ୍ଲକ ଦେଇ ପ୍ରବାହିତ ହେଉଥିବା ବଂଶଧାରା ନଦୀରେ ରବିବାର ବୁଡିଯାଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୁଣପୁର କରଣ ସାହିର ଚନ୍ଦନ ପଟ୍ଟନାୟକ (୨୨)। ବଂଶଧାରା ନଦୀକୁ ଯୁବକ ଜଣକ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ।

ବିଦ୍ୟୁତ ସଂଯୋଗ  ଦାବିରେ ରାସ୍ତାରୋକୋ

ବିଦ୍ୟୁତ ସଂଯୋଗ ଦାବିରେ ରାସ୍ତାରୋକୋ

କାଶୀନଗର,୨୧।୧୦(ଡି.ଏନ.ଏ)-ତିତ୍‌ଲି ପ୍ରଭାବରେ  ଗଜପତି ଜିଲା କାଶୀନଗର ବ୍ଲକରେ ବିଦ୍ୟୁତ ଖୁଣ୍ଟ ଉପୁଡିଯାଇ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଗତ୧୨ ଦିନ ହେଲା ଲୋକମାନେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ହୋଇ ନାହିଁ। ତୁରନ୍ତ ବିଦ୍ୟୁତ ସେବା ଯୋଗାଇବା ଦାବିରେ କଆଳି ଗ୍ରାମବାସୀ ରବିବାର ରାସ୍ତାରୋକୋ କରିଥିଲେ

କୂଅରୁ ଭାଲୁ ଉଦ୍ଧାର

କୂଅରୁ ଭାଲୁ ଉଦ୍ଧାର


ନବରଙ୍ଗପୁର/କୋଷାଗୁମୁଡା,୨୧।୧୦(ବି.ପ୍ର)- ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ମୋତିଗାଁ ପଞ୍ଚାୟତ ପାମ୍ପୁଣି ଗାଁ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ବନବିଭାଗ ପକ୍ଷରୁ ଏକ ଭାଲୁ ଉଦ୍ଧାର କରାଯାଇଛି। ପାମ୍ପୁଣି ଗ୍ରାମ ନିକଟରେ ଥିବା ରିଜର୍ଭ ଫରେଷ୍ଟ ଜଙ୍ଗଲ ମଧ୍ୟରେ ଥିତ୍ବା ମନ୍ଦିର ପାଖ କୂଅ ନିକଟକୁ ୩ଟି ଭାଲୁ ଆସିଥିବା ବେଳେ ହଠାତ ଗୋଟିଏ ଭାଲୁ କୂଅ ଭିତରକୁ ଖସି ପଡିଥିଲା।

 ବାଇକ ଧକ୍କା:୨ମୃତ, ୩ ଗୁରୁତର

ବାଇକ ଧକ୍କା:୨ମୃତ, ୩ ଗୁରୁତର

ଝରିଗାଁ,୨୧।୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚିକିଲି ମେହେର ସାହି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ୨ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର  ଆହତ ହୋଇଛନ୍ତି।