Dharitri News
ଖେଳ |

ପ୍ରାକ୍ତନ ବମ୍ବେ କ୍ରିକେଟର ଆମ୍ରୋଲିଓ୍ବାଲାଙ୍କ ପରଲୋକ

ପ୍ରାକ୍ତନ ବମ୍ବେ କ୍ରିକେଟର ଆମ୍ରୋଲିଓ୍ବାଲାଙ୍କ ପରଲୋକ ବମ୍ବେ, ୨୯।୧୨(ପି.ଟି.)- ବମ୍ବେ ରଣଜୀ ଟ୍ରଫି ଦଳର ପ୍ରାକ୍ତନ ଖେଳାଳି ହୋଶାଙ୍ଗ୍‌ (ହୋଶି) ଆମ୍ରୋଲିଓ୍ବାଲାଙ୍କର ଶୁକ୍ରବାର ୮୬ ବର୍ଷରେ ପରଲୋକ ହୋଇଛି। ୧୯୫୬-୫୭ରେ କ୍ୟାରିୟର ଆରମ୍ଭ କରିଥିବା ଆମ୍ରୋଲିଓ୍ବାଲା ୧୯୬୩-୬୪ ସିଜନ ପର୍ଯ୍ୟନ୍ତ ବମ୍ବେ କ୍ରିକେଟ ଆସୋସିଏଶନ ପକ୍ଷରୁ ପ୍ରତିନିଧିତ୍ୱ କରି ୪୪ଟି ମ୍ୟାଚ୍‌ ଖେଳିଥିଲେ। ଏହା ମଧ୍ୟରେ ୩୫ଟି ରଣଜୀ ଟ୍ରଫି ମ୍ୟାଚ୍‌ ସାମିଲ ରହିଛି। ଏଥିରେ ସେ ୪୪.୪୫ ଆଭରେଜରେ ମୋଟ୍‌ ୧୭୮୨ ରନ କରିଥିଲେ। ସେହିଭଳି ସାମୟିକ ଲେଗ୍‌ ସ୍ପିନ ବୋଲିଂ କରୁଥିବା ଆମ୍ରୋଲିଓ୍ବାଲା ୧୪ଟି ଉଇକେଟ୍‌ ଅକ୍ତିଆର କରିବାରେ ମଧ୍ୟ ସଫଳ ହୋଇଥିଲେ। ରଣ୍‌ଜୀ ଟ୍ରଫି ବ୍ୟତୀତ ଆମ୍ରୋଲିଓ୍ବାଲା ରଣଜୀ ଚାମ୍ପିୟନ ବମ୍ବେ ପକ୍ଷରୁ ୨ଟି ଇରାନୀ କପ୍‌ ମ୍ୟାଚ୍‌ ଅବଶିଷ୍ଟ ଭାରତୀୟ ଦଳ ବିପକ୍ଷରେ ଖେଳିଛନ୍ତି। ଏହାବାଦ୍‌ ସେ ବମ୍ବେ ସିଏମ୍‌ ଏକାଦଶ, ସିସିଆଇ ପ୍ରେସିଡେଣ୍ଟ ଏକାଦଶ, ବିହାର ଗଭର୍ନସ ଏକାଦଶ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।

ଖେଳ |

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ବ୍ରାସିଲା, ୧୭।୧- ବିଶ୍ୱକପ୍‌ ବିଜୟୀ ବ୍ରାଜିଲ ଦଳର ସଦସ୍ୟ ରୋନାଲ୍ଡିନୋ ଫୁଟ୍‌ବଲ ଖେଳାଳି ଭାବେ ମଙ୍ଗଳବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପେସାଦାର ଫଟ୍‌ବଲରୁ ଦୀର୍ଘ ୨ ବର୍ଷ କାଳ ଦୂରେଇ ରହିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୭ ବର୍ଷୀୟ ଷ୍ଟାର ଖେଳାଳି ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜ) ଓ ବ୍ରାଜିଲ ପକ୍ଷରୁ ଖେଳିଥିଲେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ମେଲବୋର୍ନ, ୧୭।୧- ପୁରୁଷ ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଟେନିସ୍‌ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୩ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାରେ ସେ ସିଧାସଳଖ ସେଟ୍‌ରେ ଲିଓନାର୍ଡୋ ମେୟରଙ୍କୁ ହରାଇଛନ୍ତି।

ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ରୁ ବାଦ୍‌

କଟକ ଅଫିସ,୧୬ା୧ ରାଞ୍ଚି ଜେଏସ୍‌ସିଏ ଅର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି୨୦ ପୂର୍ବାଞ୍ଚଳ କ୍ରିକେଟ ଲିଗ୍‌ର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଛି।

ଏକ ରନ୍‌ରେ ହାରିଲା ଓଡ଼ିଶା

କଟକ ଅଫିସ,୧୬ା୧: ମାଡ୍ରାସର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୧ରନ୍‌ରେ ଛତିଶଗଡ଼ଠାରୁ ପରାସ୍ତ ହୋଇଛି।

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ମେଲବୋର୍ନ, ୧୬ା୧ (ଏଏଫ୍‌ପି) ପୂର୍ବତନ ଚାମ୍ପିୟନ ମାରିଆ ଶାରାପୋଭା ଓ ଆଞ୍ଜେଲିକ୍‌ କର୍ବର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ବିଭାଗରେ ୬ଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ସେଞ୍ଚୁରିଅନ, ୧୬।୧- ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚତ୍ଛି। ଭାରତ ସମ୍ମୁଖରେ ୨୮୭ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଦଳ ମଙ୍ଗଳବାର ୪ର୍ଥ ଦିବସ ଶେଷସୁଦ୍ଧା ୩୫ ରନ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦରେ ପଡ଼ିଛି।

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ହାମିଲଟନ୍‌, ୧୬।୧(ଏଏଫ୍‌ପି)- କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

ସେଞ୍ଚୁରିୟନ, ୧୬।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଅନ୍ତିମ ତଥା ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ମାଂସପେଶୀଜନିତ ସମସ୍ୟା ଲାଗି ଶାହାଙ୍କୁ ବାଦ୍‌ ଦିଆଯାଇଛି। ଶାହାଙ୍କ ବଦଳ ଖେଳାଳିଭାବେ ଅନ୍ୟତମ ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କୁ ଦଳରେ ଯୋଗ ଦେବା ଲାଗି ଡାକରା ମିଳିଛି।

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

ମାଉଣ୍ଟ ମାଉନଗାନୁଇ, ୧୬।୧(ପି.ଟି.)- ତିନିଥର ଚାମ୍ପିୟନ ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ମେଲବୋର୍ନ,୧୬ ା୧(ଏ.ଏଫ.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ନାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ଆଇସିସି ବିଶ୍ୱକପ୍‌:  କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଆଇସିସି ବିଶ୍ୱକପ୍‌: କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଦୁବାଇ, ୧୫ା୧ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅନ୍ୟ ୯ଟି ଦଳ ସହିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବ।

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଭୁବନେଶ୍ୱର, ୧୫।୧(ସ୍ପୋଟର୍‌ସ ବ୍ୟୁରୋ)- ବମ୍ବେର ପ୍ରଦର୍ଶନୀ ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିବା ଭାରତର ସର୍ବବୃହତ ଫିଟ୍‌ନେସ ଏକ୍ସପୋ ଏବଂ ସାମରିକ କଳା ପ୍ରତିଯୋଗିତାର ମିକ୍ସଡ୍‌ ମାର୍ଶାଲ ଆର୍ଟ ଓ ସବ୍‌ମିଶନ ଗ୍ରାପଲିଂରେ ଓଡ଼ିଶା ବୃହତ ସଫଳତା ହାସଲ କରି