ମେଟ୍ରୋ | ଉପକୂଳ ଓଡିଶା

ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରେ ହରିଣ ଶିକାର: ତରକାରୀ ପାଇଁ ପ୍ରସ୍ତୁତବେଳେ କଟାମାଂସ ଜବତ

ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରେ ହରିଣ ଶିକାର: ତରକାରୀ ପାଇଁ ପ୍ରସ୍ତୁତବେଳେ କଟାମାଂସ ଜବତ

ରଘୁନାଥପୁର,୨୯।୧୨(ଡି.ଏନ.ଏ.)-ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରେ ହରିଣ ଶିକାର କରାଯାଇଥିବା ଜଣାଯାଇଛି। ତରକାରୀ ପାଇଁ କଟାମାଂସ ପ୍ରସ୍ତୁତ କରାଯାଉଥିବାବେଳେ ଗୁରୁବାର ରାତିରେ ବନବିଭାଗ ପକ୍ଷରୁ ଜବତ କରାଯାଇଛି।
କିଛି ଲୋକ ହରିଣ ଶିକାର କରି ଭୋଜି କରୁଥିବାବେଳେ ପାଟ୍ରୋଲିଂରେ ଆସିଥିବା ଫରେଷ୍ଟ ଗାର୍ଡଙ୍କୁ ଦେଖି ଫେରାର ହୋଇଯାଇଥିଲେ। ବନକର୍ମଚାରୀ ସେଠାରୁ ୨ଟି କଟୁରୀ, ଗୋଟିଏ ସାଇକେଲ, ଗୋଟିଏ ବାଲ୍‌ତି ଜବତ କରିଛିନ୍ତି। ଏହି ହରିଣ ଶିକାର ଘଟଣାରେ ଏକାଧିକ ବ୍ୟକ୍ତି ସଂସ୍ଲିଷ୍ଟ ଥିବାର ଅନୁମାନ କରାଯାଉଛି।

All Right Reserved By

ମେଟ୍ରୋ | ଉପକୂଳ ଓଡିଶା

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

କଟକ ଅଫିସ, ୧୮।୭: ସିଏମ୍‌ସି ସ୍ବାସ୍ଥ୍ୟକର୍ମୀ ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଥିବା ସୁନୀଲଙ୍କ ଘର ଓ ସିଏମ୍‌ସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

‘ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି’

‘ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି’

ପୁରୀ ଅଫିସ, ୧୮ା୭: ରଥଯାତ୍ରାର ବୈଦିକ ବିଧି ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଛି। ଗୋଟିଏ ଦିନରେ ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ଶାସ୍ତ୍ରରେ ଉଲ୍ଲେଖ ରହିଛି। ସେହିଦିନ ହିଁ ଠାକୁର ଆଡ଼ପ ମଣ୍ଡପ ବିଜେ କରିବା ବିଧି ରହିଛି। କିନ୍ତୁ ଏ ସବୁକୁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲଂଘନ କରୁଥିଲେ ହେଁ ସେବାୟତମାନେ ନୀରବ ରହୁଛନ୍ତି। ଶ୍ରୀମନ୍ଦିର ପ୍ରତି ବିପଦ ଆଶଙ୍କ କରି ଗଜପତି ପତିତପାବନଙ୍କୁ ପ୍ରତିଷ୍ଠା କରାଇଥିଲେ।

ଓଡ଼ିଶା ହେଉଛି ସଂସ୍କୃତିର ମାଟି: ରାଜ୍ୟପାଳ

ଓଡ଼ିଶା ହେଉଛି ସଂସ୍କୃତିର ମାଟି: ରାଜ୍ୟପାଳ

ପୁରୀ ଅଫିସ,୧୮ା୭: ଓଡ଼ିଶାର କଳା ଓ ସଂସ୍କୃତି ବିଶ୍ୱରେ ଉତ୍କର୍ଷତା ଲାଭ କରିଛି। ଏ ମାଟି ହେଉଛି ସଂସ୍କୃତିର ମାଟି। ନିକଟରେ ରାଷ୍ଟ୍ରପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂଙ୍କୁ ରାଜ୍ୟ ସଭା ସଦସ୍ୟ ଭାବେ ମନୋନୀତ କରି ଓଡ଼ିଶାର କଳା ସ୍ଥାପତ୍ୟକୁ ସମ୍ମାନ ଜଣାଇଛନ୍ତି। ଜୟଦେବଙ୍କ ଗୀତଗୋବିନ୍ଦ ସାରା ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ବଡ଼ଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ମଙ୍ଗଳବାର ବଡ଼ଶଙ୍ଖଠାରେ ଆୟୋଜିତ ୨୭ତମ ରଥଯାତ୍ରା ଲୋକନୃତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ।

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ: ଶ୍ରୀକୃଷ୍ଣଙ୍କ ଶଙ୍ଖ ଧ୍ୱନି ଧୃତରାଷ୍ଟ୍ରଙ୍କ ହୃଦୟକୁ ଥରାଇ ଦେଇଥିଲା

ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଘାଟିତ: ଶ୍ରୀକୃଷ୍ଣଙ୍କ ଶଙ୍ଖ ଧ୍ୱନି ଧୃତରାଷ୍ଟ୍ରଙ୍କ ହୃଦୟକୁ ଥରାଇ ଦେଇଥିଲା

ପୁରୀ ଅଫିସ, ୧୮ା୭: ରାଧାବଲ୍ଲଭ ମଠ ଆନୁକୂଲ୍ୟ ଶରଧାବାଲି ସ୍ଥିତ ରାଧାବଲ୍ଲଭ ସତ୍‌ସଙ୍ଗ ଭବନରେ ଉଦ୍‌ଘାଟିତ ହୋଇଛି ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ। ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ଆଶୀର୍ବଚନ ପ୍ରଦାନ କରି କହିଥିଲେ, ମଠ ମନ୍ଦିରର ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ହାତକୁ ନେଇ ଉପଭୋକ୍ତା ସାଜୁଛି।

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ ଅଫିସ, ୧୮ା୭: ବୁଧବାର ପାଳିତ ହେବ ହେରାପଞ୍ଚମୀ ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ (ମା’ ଲକ୍ଷ୍ମୀ ଠାକୁରାଣୀ) ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ହୋଇଛି।

ଭକ୍ତ ପାଇଲେ ଆଡ଼ପ ଦର୍ଶନ: ମିଳିଲା ଆଡ଼ପ ଅବ, ମହାପ୍ରଭୁଙ୍କର ହେଲା ବନକ ଲାଗି

ଭକ୍ତ ପାଇଲେ ଆଡ଼ପ ଦର୍ଶନ: ମିଳିଲା ଆଡ଼ପ ଅବ, ମହାପ୍ରଭୁଙ୍କର ହେଲା ବନକ ଲାଗି

ପୁରୀ ଅଫିସ, ୧୮ା୭: ଘୋଷଯାତ୍ରାରେ ବାହାରି ମହାପ୍ରଭୁ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ମଙ୍ଗଳବାର ଲକ୍ଷାଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ଦର୍ଶନ ପାଇଛନ୍ତି। ଏଥିସହ ମହାପ୍ରଭୁଙ୍କୁ ଲାଗି ହୋଇଛି ଅନ୍ନ ପ୍ରସାଦ। ଦୁଇଦିନ ଧରି ଅବଢ଼ା ପାଇ ନ ଥିବା ଶ୍ରଦ୍ଧାଳୁ ପାଇଛନ୍ତି ଆଡ଼ପ ଅବଢ଼ା। ଅନ୍ୟପକ୍ଷରେ ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି। ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। ବୁଧବାର ହେରାପଞ୍ଚମୀ। ଏହି ନୀତିକୁ ସୁରୁଖୁରୁରେ ସମ୍ପନ୍ନ ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)- ଜୟଦେବ ବିହାର ପାଲହାଇଟ ଛକରେ ରବିବାର ସକାଳେ ବିବାହ କାର୍ଯ୍ୟରେ ଯୋଗଦେବାକୁ କାରରେ ଯାଉଥିବା ଲୋକନାଥ ପଟ୍ଟନାୟକ ଓ ତାଙ୍କ ପରିବାର ଲୋକଙ୍କୁ ଟ୍ରାଫିକ୍‌ ପୋଲିସ ମାଡ଼ ମାରିଥିଲା। ୫ଜଣ ପୋଲିସ କର୍ମଚାରୀ ସେମାନଙ୍କୁ ତଳେ ପକାଇ ଗୋଇଠା ବିଧା ମାରିଥିଲେ। ଏ ନେଇ ଲୋକନାଥ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

କଟକ ମାଛ ଗୋଦାମ ଉପରେ ଚଢ଼ାଉ

କଟକ ଅଫିସ,୧୮।୭: କଟକ ମାଛ ଗୋଦାମ ଓ ଦୋକାନ ଉପରେ ବୁଧବାର ସକାଳେ ପୁଣି ଥରେ ଚଢ଼ାଉ ହୋଇଛି। ମାଛରେ ଫର୍ମାଲିନ ମିଶିଛି କି ନାହିଁ ତାହା ଜାଣିବା ପାଇଁ ଫୁଡ୍‌ ସ୍କ୍ବାଡ୍‌ ପକ୍ଷରୁ ଏହି ଚଢାଉ ଜାରି ରହିଛି।

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧୮ା୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋ କେନ୍ଦ୍ରାପଡା ବାରିମୂଳ ଜେଲରେ ରହି ସହଯୋଗୀଙ୍କ ଦ୍ୱାରା ବାହାରେ ଆପରାଧିକ ନେଟଓ୍ବର୍କ ଚଳାଇପାରନ୍ତି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଟିଟୋଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି।

ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଖବରଦାତା ଗିରଫ

ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଖବରଦାତା ଗିରଫ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ଟ୍ରେନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜିଆରପି ଥାନା ପୋଲିସ ଜଣେ ଖବରଦାତାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲା ଶିଳ୍ପାଞ୍ଚଳର ସୁନୀଲ କୁମାର ମିଶ୍ର(୬୦)। ସେ ଜାତୀୟ ସ୍ତରର ଏକ ଦୈନିକ ଇଂଲିଶରେ ଖବରଦାତା ଭାବେ କାର୍ଯ୍ୟକରନ୍ତି।

ଲଗାଣ ବର୍ଷା ପରେ ବିଏମ୍‌ସିର ଚେତା ପଶିଲା: ସହରରେ ନିର୍ମାଣ ହେବ ୭ ଡ୍ରେନ, ଖର୍ଚ୍ଚ ହେବ ୯.୪୫ କୋଟି

ଲଗାଣ ବର୍ଷା ପରେ ବିଏମ୍‌ସିର ଚେତା ପଶିଲା: ସହରରେ ନିର୍ମାଣ ହେବ ୭ ଡ୍ରେନ, ଖର୍ଚ୍ଚ ହେବ ୯.୪୫ କୋଟି

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ବିଭିନ୍ନ ସମୟରେ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରର ଏକାଧିକ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ଲୋକେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ଏହି ସମସ୍ୟା ବହୁ ପୁରୁଣା। ଏହା ସତ୍ତ୍ୱେ ସମାଧାନର ବାଟ ବାହାର କରିପାରୁ ନ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। କିନ୍ତୁ ଚଳିତବର୍ଷ ବର୍ଷା ଆରମ୍ଭରୁ ସ୍ଥିତି ବେହାଲ ହୋଇପଡ଼ିଲାଣି।

୨ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

୨ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ଖଣ୍ଡଗିରି ଥାନା ଅଞ୍ଚଳରେ ମଙ୍ଗଳବାର ପୃଥକ ଘଟଣାରେ ଦୁଇଜଣ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି।

Model This Week

ରୂପେଶ