ସମ୍ବଲପୁର

ଅର୍ଦ୍ଧନିର୍ମିତ ଅବସ୍ଥାରେ ପରଲସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ

ଅର୍ଦ୍ଧନିର୍ମିତ ଅବସ୍ଥାରେ ପରଲସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ
କେସିଙ୍ଗା, ୨୯।୧୨(ଡି.ଏନ୍‌.ଏ.)-କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନ ପରଲସିଙ୍ଗା ଗ୍ରାମ ପଞ୍ଚାୟତରେ ଦ୍ୱିତୀୟ ମହଲା ଅର୍ଦ୍ଧନିର୍ମିତ ହୋଇ ୩ ବର୍ଷ ହେଲା ଭୂତକୋଠି ପରି ପଡି ରହିଛି। ଏଥିପ୍ରତି ବ୍ଲକ କିମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡି ନ ଥିବା ଅଭିଯୋଗ ହୋଇଛି। ୨୦୧୫-୧୬ ଆର୍ଥତ୍କ ବର୍ଷରେ ଡିଆରଡିଏ କଳାହାଣ୍ଡି ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଉକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଉପର ମହଲା ତତ୍କାଳୀନ ସରପଞ୍ଚ ଓ ପିଇଓଙ୍କ ମିଳିତ ଉଦ୍ୟମରେ ହୋଇଥିବାବେଳେ ୫ଲକ୍ଷ ବ୍ୟୟ ଅଟକଳରେ ଦ୍ୱିତୀୟ ମହଲା ନିର୍ମାଣ କରାଯାଇଛି। କବାଟ, ଝରକା, ପଲସ୍ତରା ମଧ୍ୟ ଠିକ୍‌ ଭାବେ ନିର୍ମାଣ କରାଯାଇନାହିଁ। ସୂଚନା ଫଳକ ମଧ୍ୟ ନାହିଁ। ସେହିପରି ଖଲିଆମୁଣ୍ଡା (ପୋଖରୀର) ଦୁଇଟି ପାହାଚ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଶଶ୍ମାନଘାଟ ମଧ୍ୟ ଫାଉଣ୍ଡେସନ ହୋଇ ଅଧା ନିର୍ମିତ ଅବସ୍ଥାରେ ପଡିରହିଛି। ଲୋକେ ଶ୍ମଶାନ ଘାଟ ପାର୍ଶ୍ୱରେ ଶବଦାହ କରୁଛନ୍ତି। ପଞ୍ଚାୟତ ହାଇସ୍କୁଲର ମୁଖ୍ୟ ଗେଟରେ ମଧ୍ୟ ମୁଖ୍ୟ କବାଟ ସଂଯୋଗ ହୋଇନାହିଁ। ମାଲପଡା ଓ ମହୁଲପଡାରେ ଦୁଇଟି ଡ୍ରେନ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ଏହି ଦୁଇଟି ଡ୍ରେନ୍‌ ପାଇଁ ୫୦ ହଜାର ଲେଖାଏଁ ହିସାବରେ ୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଡ୍ରେନ୍‌ କାମ କରାଯିବା କଥା, କିନ୍ତୁ ଏହା ମଧ୍ୟ ଅଧା ହୋଇ ପଡି ରହିଛି। ପରଲସିଙ୍ଗା ପଞ୍ଚାୟତର ଦ୍ୱିତୀୟ ମହଲା, ଶ୍ମଶାନଘାଟ, ଖଲିଆମୁଣ୍ଡା ପୋଖରୀର ପାହାଚ, ହାଇସ୍କୁଲ ଗେଟ, ମାଲପଡା ଓ ମହୁଲପଡାର ଡ୍ରେନ ଏହି ସବୁ ଉନ୍ନତିମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନ ଆଜିକୁ ୩ ବର୍ଷ ହେଲା ନୀରବଦ୍ରଷ୍ଟା ରହିଥିବାରୁ ଗ୍ରାମବାସୀ ବହୁବାର ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଏନେଇ ବର୍ତ୍ତମାନର ସରପଞ୍ଚ କିଶୋର ବାଗଙ୍କୁ ପଚାରିବାରୁ ପଞ୍ଚାୟତରେ ଏହି ସବୁର ହିସାବ କିତାବ ଓ ଫାଇଲ ନାହିଁ। ମୁଁ ଏ ବିଷୟରେ କିଛି ଜାଣି ନାହିଁ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ପିଇଓ କଲ୍ୟାଣ ସାହୁଙ୍କୁ ପଚାରିବାରୁ ଏ ସମ୍ପର୍କୀତ କୌଣସି ତଥ୍ୟ ଦେବାକୁ ମନା କରିଥିଲେ। ପରଲସିଙ୍ଗା ପଞ୍ଚାୟତର ଜିପିଟିଏ ଚିତ୍ତରଞ୍ଜନ ଶତପଥୀଙ୍କୁ ପଚାରିବାରୁ ମୋତେ କୌଣସି ଫାଇଲ ବିଲଡିଙ୍ଗ ଫଟୋ କିମ୍ବା କୌଣସି ତଥ୍ୟ ଆଜିଯାଏ ଦେଇ ନ ଥିବା ପ୍ରକାଶ କରିଥିଲେ।
All Right Reserved By

ସମ୍ବଲପୁର

ଅଟୋ-ବାଇକ୍‌ ଧକ୍କା: ୩ ଆହତ

ଅଟୋ-ବାଇକ୍‌ ଧକ୍କା: ୩ ଆହତ

ସମ୍ବଲପୁର,୧୮।୧୦(ବ୍ୟୁରୋ)-ଗୁରୁବାର ଅପରାହ୍ନ ୨ଟାରେ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଅଟୋ-ବାଇକ୍‌ ଧକ୍କା ହେବାରୁ ଅଟୋ ଡ଼୍ରାଇଭରଙ୍କ ସହ ବାଇକ୍‌ରେ ବସିଥିବା ୨ଜଣ ଆହତ ହୋଇଛନ୍ତି। ୩ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

୫୧ ବର୍ଷରେ ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଦୁର୍ଗାପୂଜା: ସାମିଲ ହୋଇଛନ୍ତି ସବୁଧର୍ମର ଲୋକେ

୫୧ ବର୍ଷରେ ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଦୁର୍ଗାପୂଜା: ସାମିଲ ହୋଇଛନ୍ତି ସବୁଧର୍ମର ଲୋକେ

ବଲାଙ୍ଗୀର ଅଫିସ,୧୮।୧୦- ବଲାଙ୍ଗୀର ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଦୁର୍ଗାପୂଜା ୫୧ ବର୍ଷରେ ପଦାର୍ପଣ କରିଛି। ଏଥିରେ ସବୁଧର୍ମର ଲୋକେ ସାମିଲ ହୋଇଛନ୍ତି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜାରେ ମୁଖ୍ୟକର୍ତ୍ତା ଭାବେ ସଦାଶିବ ଶତପଥୀ ଓ ନମିତା ଶତପଥୀ ଦାୟିତ୍ୱ ତୁଲାଉଛନ୍ତି। ସୁବର୍ଣ୍ଣପୁର ଜିଲା ବିନିକା ନିକଟସ୍ଥ ଉର୍ଲ୍ଲେ ଗାଁର ପୂଜକ ଜଗଦୀଶ ପୁରୋହିତ ଏବଂ ସହକର୍ମୀ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ପୂଜା କମିଟି ସଭାପତି ସମୀର କୁମାର 

ଦଲେଇପଡ଼ାରେ ରାବଣ ପୋଡ଼ି ପ୍ରସ୍ତୁତି ଶେଷ

ଦଲେଇପଡ଼ାରେ ରାବଣ ପୋଡ଼ି ପ୍ରସ୍ତୁତି ଶେଷ

ସମ୍ବଲପୁର,୧୮।୧୦(ବ୍ୟୁରୋ)- ଦଲେଇପଡ଼ା ରାବଣ ପୋଡି କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଶିଳ୍ପୀ ସୁଶାନ୍ତ ବଢ଼େଇ ମହାନଦୀ ଶଯ୍ୟାରେ ରାବଣଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟାରେ ଦଲେଇପଡା ମହାନଦୀ ଘାଟଠାରେ ରାବଣ ପୋଡି କାର୍ଯ୍ୟକ୍ରମ ହେବ ବୋଲି କମିଟି ସଭାପତି ସିର୍ଦ୍ଧାର୍ଥ ସାହା ଜଣାଇଛନ୍ତି। ସମ୍ପାଦକ ଭାରତ ବାଗ, କାର୍ଯ୍ୟକାରୀ ସଭ୍ୟ ଅନୁପ କୁମାର ତରିଆ, ପରେଶ ବେରିହା, ପ୍ରଶାନ୍ତ ବାଗ, ତନୁଜ ବେରିହା, ପ୍ରଫୁଲ୍ଲ ଷଡ଼ଙ୍ଗୀ, ମହେନ୍ଦ୍ର ବିଶି ପ୍ରମୁଖ

ଝାରସୁଗୁଡ଼ାରୁ ଦେଶର ମୁଖ୍ୟ ସହରକୁ ବିମାନ ଚଳାଚଳ ଦାବି

ଝାରସୁଗୁଡ଼ାରୁ ଦେଶର ମୁଖ୍ୟ ସହରକୁ ବିମାନ ଚଳାଚଳ ଦାବି

ସମ୍ବଲପୁର,୧୮।୧୦(ବ୍ୟୁରୋ) 
ରାଜ୍ୟର ଝାରସୁଗୁଡ଼ାଠାରେ ବହୁ ପ୍ରତିକ୍ଷୀତ ବୀମାନ ବନ୍ଦର ଉଦ୍‌ଘାଟିତ ହୋଇଛି।  ଏହି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନୂଆଦିଲ୍ଲୀ, ବମ୍ବେ, କୋଲକାତା ଭଳି ମୁଖ୍ୟ ସହରଗୁଡିକୁ ସିଧାସଳଖ ବିମାନ ଚଳାଚଳ କରାଯିବାକୁ ପ୍ରବାସୀ ଓଡ଼ିଆ ନାଗରିକମାନେ ଦାବି କରିଛନ୍ତି। ୟୁନାଇଟେଡ୍‌ ଆରବ୍‌ ଏମିରେଟ୍ସ (ୟୁଏଇ)ରେ ରହୁଥିବା ପ୍ରବାସୀ ଓଡ଼ିଆ ନାଗରିକ ପ୍ରତିନିଧି ଇଣ୍ଟରନ୍ୟାସନାଲ୍‌ ସିପିଙ୍ଗ୍‌ ଆଣ୍ଡ୍‌ ଲଜିଷ୍ଟିକ୍‌ର ସିଇଓ ସୋମ୍ୟରଞ୍ଜନ ପଟ୍ଟନାୟକ, ୱିପ୍ରୋ (ମଧ୍ୟ ପ୍ରାଚ୍ୟ)ର ଜିଏମ ପ୍ରିୟଦର୍ଶୀ ପାଣିଗ୍ରାହୀ, 

ରାଉରକେଲାରେ ଦିନରେ ବଢୁଛି ପୂଜା ଭିଡ

ରାଉରକେଲାରେ ଦିନରେ ବଢୁଛି ପୂଜା ଭିଡ

ରାଉରକେଲା ଅଫିସ,୧୮।୧୦
ଧରାବତରଣ କରିଛନ୍ତି ମା’ଦୁର୍ଗତୀ ନାଶିନୀ ଦେବୀ ଦୁର୍ଗା। ସହରଠାରୁ ଗ୍ରାମ ସବୁଠି ଚଳଚଞ୍ଚଳ ହୋଇପଡ଼ିଛି। ଷ୍ଟିଲ ସିଟିରେ ମା’ଙ୍କର ପୂଜା ବେଶ୍‌ ଧୁମ୍‌ଧାମରେ ପାଳିତ ହେଉଛି। କିନ୍ତୁ ରାତି ଅପେକ୍ଷା ଆଜିକାଲି ଦିନ ବେଳା ବେଶ୍‌ ଭିଡ ନଜରକୁ ଆସୁଛି। ଗତ କିଛି ବର୍ଷ ଧରି ଏପରି ଟ୍ରେଣ୍ଡ ବଢିବାରେ ଲାଗିଛି। ଛେଣ୍ଡ କଲୋନୀଠାରୁ ନେଇ ସେକ୍ଟର-୨ ଦୁର୍ଗା ପୂଜା ମଣ୍ଡପ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତାରେ ସନ୍ଧ୍ୟା ନଇଁବା ପରେ ଲାଗୁଥିବା ଭିଡକୁ ନଜରରେ ରଖି ପରିସ୍ଥିତି ବଦଳିଥିବା କୁହାଯାଇଛି। କୁହାଯାଇଛି 

 ସିଆଇଏସ୍‌ସିଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା: ବେଲପାହାଡ଼ର ୨ଛାତ୍ରଙ୍କ ସଫଳତା

ସିଆଇଏସ୍‌ସିଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା: ବେଲପାହାଡ଼ର ୨ଛାତ୍ରଙ୍କ ସଫଳତା

ବେଲପାହାଡ଼,୧୮।୧୦(ଡ଼ି.ଏନ୍‌.ଏ.)
ଗତ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେଠାରେ କାଉନସିଲ ଅଫ୍‌ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଜାତୀୟ ଦୌଡ଼କୁଦ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ଝାରସୁଗୁଡ଼ା ଜିଲା ବେଲପାହାଡ଼ ଇଂଲିଶ ମିଡ଼ିୟମ ବିଦ୍ୟାଳୟର ଦୁଇ ଜଣ ଛାତ୍ର ତୁଷାର ଶର୍ମା ଓ ରାଜବୀର ସିଂ ଭଲ ସଫଳତା ଅର୍ଜନ କରିଛନ୍ତି । ପ୍ରତିଯୋଗିତାରେ ୧୯ବର୍ଷରୁ କମ ବାଳକ ବିଭାଗ ଟ୍ରିପଲ ଜମ୍ପରେ ତୁଷାର ଶର୍ମା ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ 

ମା’ ମାହେଶ୍ୱରୀ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମବେଳେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଆକ୍ରମଣରେ ୨ ଗୁରୁତର, ପୋଲିସ ମୁତୟନ

ମା’ ମାହେଶ୍ୱରୀ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମବେଳେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଆକ୍ରମଣରେ ୨ ଗୁରୁତର, ପୋଲିସ ମୁତୟନ

ଅତାବିରା, ୧୮।୧୦ (ଡି.ଏନ.ଏ.)-ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ପୋଡ଼ବାଡ଼ି ମା’ ମାହେଶ୍ୱରୀ ମନ୍ଦିରରେ ପୂଜା ଉପଲକ୍ଷେ ମନ୍ଦିର ନିକଟରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବୁଧବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗୋଟିଏ ଗୋଷ୍ଠୀର ଭୁଜାଲି ଆକ୍ରମଣରେ ପୂଜା କମିଟିର ସନ୍ୟାସୀ ସୁସାରୀ ଓ ଆଲୋକ ମହାପାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ କାଦୋବାହାଲ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା 

ମାହେଶ୍ୱରୀ ପୀଠରେ ଷୋହଳ ପୂଜା ସମ୍ପନ୍ନ

ମାହେଶ୍ୱରୀ ପୀଠରେ ଷୋହଳ ପୂଜା ସମ୍ପନ୍ନ

ଅତାବିରା, ୧୮।୧୦ (ଡି.ଏନ.ଏ)
ବରଗଡ଼ ଜିଲା ଅତାବିରା ବ୍ଲକ ଅଞ୍ଚଳର ଶକ୍ତି ଉପାସନା ପୀଠ ଦେବୀ ମାହେଶ୍ୱରୀ ମନ୍ଦିରରେ ଦୀର୍ଘ ଷୋହଳ ଦିନ ପର୍ଯ୍ୟନ୍ତ ଡୁମ୍ବାଳ ସମାଜର ଆରାଧ୍ୟ ଦେବୀ ମାହେଶ୍ୱରୀଙ୍କ ଷୋହଳ ପୂଜା ବୁଧବାର ସମ୍ପନ୍ନ ହୋଇଛି। ମଙ୍ଗଳବାର ଭାଇ ଜିଉଁତିଆ ଦିନ ମନ୍ଦିର ଗୁଡିକରେ ବରୁଆଙ୍କୁ ପୂଜା କରାଯାଇଥିଲା । ବିଧି ନିୟମ ପରମ୍ପରା ଅନୁସାରେ ମାହେଶ୍ୱରୀ ଦେବୀଙ୍କ ବାଡିକୁ ଦେହେରୀ, ପୂଜକ ଉପାସନ କରିଥିବା ବ୍ୟକ୍ତିମାନେ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇଥିଲେ । ମାନସିକଧାରୀ ଉପାସକଙ୍କ ଦ୍ୱାରା 

ଲୋଇସିଂହାରେ ୩ ଦିନିଆ ରାବଣ ଦରବାର ଆରମ୍ଭ

ଲୋଇସିଂହାରେ ୩ ଦିନିଆ ରାବଣ ଦରବାର ଆରମ୍ଭ

ଲୋଇସିଂହା,୧୮।୧୦(ଡି.ଏନ.ଏ)- ବଲାଙ୍ଗୀର ଜିଲା ଲୋଇସିଂହା ମା’ ଦୁର୍ଗା କ୍ଲବ ପକ୍ଷରୁ  ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ପୂଜା କମିଟି ପକ୍ଷରୁ ୩ଦିନିଆ ରାବଣ ଦରବାର କାର୍ଯ୍ୟକ୍ରମ ରଖାଯାଇଛି। ବୁଧବାର ସନ୍ଧ୍ୟାରେ ରାବଣ ଦରବାର ଆରମ୍ଭ ହୋଇଥିଲା।  ଏହା ଗୁରୁବାର ଓ ଶୁକ୍ରବାର ଚାଲିବ। ବିଶିଷ୍ଟ କଳାକାର ରବୀନ୍ଦ୍ର ସାହୁ ରାବଣ ଭୂମିକାରେ ଅଭିନୟ କରି ଲୋଇସିଂହା ବସ୍ତିରେ ଦିଗବିଜୟ ଆରମ୍ଭ କରିଥିଲେ। ପରେ ପୂଜାମଣ୍ଡପ ନିକଟରେ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କିକ୍‌ ବକ୍ସିଂ ଓ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭେଲି ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କିକ୍‌ ବକ୍ସିଂ ଓ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭେଲି ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ଟିଟିଲାଗଡ/ଲୋଇସିଂହା,୧୮।୧୦(ଡି.ଏନ.ଏ)-ରାଉରକେଲା ଦୀପିକା ଇଂଲିଶ ମିଡିୟମ ସ୍କୁଲରେ ୧୧ତମ  ରାଜ୍ୟସ୍ତରୀୟ ଟାଏକୋଣ୍ଡା କିକ ବକ୍ସିଂ ଓ କରାଟେ ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିଟିଲାଗଡ ଓମ ଭେଲି ସ୍କୁଲର ଛାତୀଛାତ୍ର୍ର ଭାଗନେଇ ଉତ୍ତମ ପ୍ରଦର୍ଶନ କରି ୩ ସ୍ବର୍ଣ୍ଣ , ୪ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଛାତ୍ରଙ୍କ ସଫଳତା ନେଇ ସ୍କୁଲ କର୍ତ୍ତୃପକ୍ଷ, ଅଭିଭବାକ ଓ ଟିଟିଲାଗଡବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଗତ ୧୪ ଓ ୧୫ ତାରିଖ 

ଡକାୟତି ଯୋଜନା ଧରାପଡ଼ିଲା: କଂଗ୍ରେସ ନେତାଙ୍କ ସମେତ ୭ ଗିରଫ, ମାରଣାସ୍ତ୍ର ସହ ବୋଲେରୋ,ବାଇକ୍‌ ଜବତ

ଡକାୟତି ଯୋଜନା ଧରାପଡ଼ିଲା: କଂଗ୍ରେସ ନେତାଙ୍କ ସମେତ ୭ ଗିରଫ, ମାରଣାସ୍ତ୍ର ସହ ବୋଲେରୋ,ବାଇକ୍‌ ଜବତ

ସୁନ୍ଦରଗଡ଼, ୧୮।୧୦ (ଡି.ଏନ୍‌.ଏ) -ଦୁର୍ଗାପୂଜାରେ ବଡ଼ଧରଣର ଡ଼କାୟତି କରିବା ପାଇଁ ଯୋଜନା ଚାଲିଥିବାବେଳେ ପୋଲିସ ଭଣ୍ଡୁର କରିଛି। ସୁନ୍ଦରଗଡ଼-ବାମରା ରାସ୍ତାର କିରେଇ ସୂତାକଳ ନିକଟରେ ଚାଲିଥିବା ଡକାୟତି ଯୋଜନା ଧରାପଡ଼ିଛି। ଏକ ଡକାୟତ ଦଳର ୭ଜଣଙ୍କୁ ସୁନ୍ଦରଗଡ଼ ସଦର ଥାନା ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପୋଲିସ ସେମାନଙ୍କ ନିକଟରୁ ୩ ଭୁଜାଲି, ୩ ଛୁରି, ଗୋଟିଏ ବାଇକ୍‌ ଓ ଜାଲ ନମ୍ବର ଥିବା ଏକ ବୋଲେରୋ ଗାଡି ଜବତ କରିଛି। 

ଜୁଆଆଡ୍ଡା ଉପରେ ଚଢାଉ: ୬ ଗିରଫ,  ୪,୨୮,୪୪୪ ଟଙ୍କା ଜବତ

ଜୁଆଆଡ୍ଡା ଉପରେ ଚଢାଉ: ୬ ଗିରଫ, ୪,୨୮,୪୪୪ ଟଙ୍କା ଜବତ

ସୁନ୍ଦରଗଡ଼, ୧୮।୧୦ (ଡି.ଏନ୍‌.ଏ.) -ଦୁର୍ଗାପୂଜାକୁ ଆଖିଆଗରେ ରଖି ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ଉପରେ କଡ଼ା ନଜର ରଖାଯାଇଛି। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଗୁରାବସା ଜଙ୍ଗଲରେ ଏକ ଜୁଆଆଡ୍ଡା ଚାଲିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। ସେଠାରୁ ୬ଜଣଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କ ନିକଟରୁ ନଗଦ ୪ଲକ୍ଷ ୨୮ହଜାର ୪୪୪ ଟଙ୍କା ସହ ୫ଟି ବାଇକ୍‌ ଓ ୯ ମୋବାଇଲ ଫୋନ୍‌ ଜବତ କରିଛି।