ସମ୍ବଲପୁର

ସ୍ମାର୍ଟ ସିଟି ରାଉରକେଲା ଆରଜିଏଚ୍‌ ମେଡିକାଲ, ୩ ଦିନରେ ଥରେ ରୋଗୀ ଦେଖୁଛନ୍ତି ଡାକ୍ତର

ସ୍ମାର୍ଟ ସିଟି ରାଉରକେଲା ଆରଜିଏଚ୍‌ ମେଡିକାଲ, ୩ ଦିନରେ ଥରେ ରୋଗୀ ଦେଖୁଛନ୍ତି ଡାକ୍ତର
ରାଉରକେଲା ଅଫିସ,୨୯।୧୨-ସ୍ମାର୍ଟ ସିଟିର ସ୍ମାର୍ଟ ମେଡିକାଲ ହେଉଛି ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌)। ରାଉରକେଲାକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି। ନିକଟରେ ଜିଲାପାଳ ଏହି ମେଡିକାଲ ପରିସରରେ ଏକ ୱାଟର ଏଟିଏମ୍‌ ଉଦ୍‌ଘାଟନ କରିଥିଲେ। ମେଡିକାଲକୁ ଉନ୍ନତ କରିବାକୁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ହେଲେ ଏଠାରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସେବା କରିବାର ମାନସିକତା ରହୁ ନ ଥିବା ମନେହେଉଛି। ଫଳରେ ମେଡିକାଲ ସବୁବେଳେ ଚର୍ଚ୍ଚାରେ ରହୁଛି। ଏଠାରେ ନିଯୁକ୍ତ ଡାକ୍ତରମାନେ ହାଜିରା ପକାଇ ଘରୋଇ ନର୍ସିଂ ହୋମ୍‌ରେ ଡ୍ୟୁଟି କରୁଛନ୍ତି। ତେଣୁ ରୋଗୀମାନେ ସେବା ନ ପାଇ ଛଟପଟ ହେଉଛନ୍ତି। ଗୁରୁତର ରୋଗୀମାନଙ୍କୁ ଡାକ୍ତର ୩ ଦିନରେ ଥରେ ଦେଖୁଛନ୍ତି। ଏପରି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୁନ୍ଦରଗଡ଼ ଡାକ୍ତରଖାନାରୁ ସ୍ଥାନାନ୍ତରିତ ହୋଇ ଗତ ୨୫ ତାରିଖରେ ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିଲେ ଆଶିଷ ହାଁସଦା (୨୫)। ତାଙ୍କୁ ଜରୁରିକାଳୀନ ଭିତ୍ତିରେ ଅକ୍ସିଜେନ୍‌ ଆବଶ୍ୟକତା ପଡ଼ିଥିଲା। ହେଲେ ତାଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଇ ନ ଥିଲା। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯାଇଥିଲା। ଖବର ପାଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପାର୍କର କର୍ମକର୍ତ୍ତାମାନେ ପହଞ୍ଚି ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅକ୍ସିଜେନ ଲଗାଇବା ପାଇଁ ଅନୁରୋଧ କରିଥିଲେ। ହେଲେ କେହି ଶୁଣି ନ ଥିଲେ। ସ୍ପାର୍କର ସଦସ୍ୟ ହିମାଂଶୁ ନାୟକ ବହିର୍ବିଭାଗ (ଓପିଡି)ରୁ ଡାକ୍ତରଙ୍କୁ ଆଶିଷଙ୍କ ନିକଟକୁ ଡାକି ଅକ୍ସିଜେନ ଲଗାଇଥିଲେ। କିନ୍ତୁ ସ୍ପାର୍କ ସଦସ୍ୟମାନେ ମେଡିକାଲରୁ ପଳାଇ ଆସିବା ପରେ ଆଶିଷଙ୍କୁ କେହି ଦେଖିଲେ ନାହିଁ। ଏପରିକି ଗୁରୁବାର ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ଦେଖିବା ପାଇଁ ଡାକ୍ତର ଉକ୍ତ ୱାର୍ଡକୁ ଆସି ନ ଥିବା ଆଶିଷ ଗଣମାଧ୍ୟମକୁ ଜଣାଇଛନ୍ତି। ଏହା ଜଣାପଡ଼ିବା ପରେ କେହି ଆଶିଷଙ୍କ କଥାକୁ ରେକର୍ଡିଂ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ଆର୍‌ଜିଏଚ୍‌ ସିଏମ୍‌ଓ ଡା. ରାମଚନ୍ଦ୍ର ବେହେରାଙ୍କୁ ପଚାରିବାରୁ କହିଲେ, ଡାକ୍ତରମାନେ ସବୁଦିନ ରାଉଣ୍ଡ କରୁଛନ୍ତି। ଯଦି କେହି ଠକୁଥିବେ ସେମାନଙ୍କୁ ତାଗିଦ କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ଡା. ବେହେରା କହିଥିଲେ। ବିକ୍ରି ହେଉଛି ବ୍ଲକ ବ୍ୟାଙ୍କ ରକ୍ତ: ଆର୍‌ଜିଏଚ୍‌ ପରିସରରେ ଏବେ ମାଳମାଳ ଦଲାଲ ସକ୍ରିୟ ରହିଛନ୍ତି। ଏମାନେ ରୋଗୀଙ୍କ ପାଖରେ ପହଞ୍ଚି ସେମାନଙ୍କ ମାନସିକତାକୁ ଠଉରଉଛନ୍ତି। ସେମାନଙ୍କର ରକ୍ତ ଦରକାର ଥିଲେ ତାହା କିପରି ବ୍ଲଡ ବ୍ୟାଙ୍କରୁ ଆସିବ ସେ ନେଇ ବାଟ ତିଆରି କରୁଛନ୍ତି। ବ୍ଲଡ ବ୍ୟାଙ୍କରେ ଥିବା ରକ୍ତ ଗରିବ, ଗୁରୁତର, ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ପାଇଁ ମାଗଣାରେ ଦିଆଯିବା ପାଇଁ ନିୟମ ଥିବାବେଳେ ଏହାକୁ ଏବେ ବିକ୍ରି କରାଯାଉଛି। ଆଶିଷଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି। ଆଶିଷଙ୍କର ରକ୍ତ ଦରକାର ହେଉଥିବା ବେଳେ ଜଣେ ଦଲାଲ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ସେ ବ୍ଲଡ ବ୍ୟାଙ୍କରୁ ରକ୍ତ କରାଇ ଦେବେ କହି ତାଙ୍କଠାରୁ ୧୫୦୦ ଟଙ୍କା ନେଇଥିଲେ। ଏହାବାଦ ରକ୍ତ ପରୀକ୍ଷା ପାଇଁ ଆଉ ୨୯୦ ଟଙ୍କା ନେଲେ। କିଛି ସମୟ ପରେ ଆଶିଷଙ୍କୁ ବ୍ଲଡ ବ୍ୟାଙ୍କରୁ ରକ୍ତ ମିଳିଗଲା। ତେଣୁ ବ୍ଲଡ ବ୍ୟାଙ୍କରେ ରକ୍ତ ବିକ୍ରି ହେଉଥିବା ସ୍ପଷ୍ଟ ହୋଇଯାଇଛି। ଏ ସମ୍ପର୍କରେ ବ୍ଲଡ ବ୍ୟାଙ୍କର ମୁଖ୍ୟ ଡା. ପଣ୍ଡିତ ସାହୁଙ୍କୁ ପଚାରିବାରୁ କହିଲେ, କାହାରିଠାରୁ ଟଙ୍କା ନେଇ ଆମେ ରକ୍ତ ଦେଉନାହୁଁ। କେବଳ ପରୀକ୍ଷା ବାବଦ ଅର୍ଥ ନିଆଯାଉଛି। ବ୍ଲଡ ବ୍ୟାଙ୍କକୁ ଅନେକ ଲୋକଙ୍କ ଅବାଧ ପ୍ରବେଶ ରହିଛି। କିଏ ଦଲାଲ ତାହା ଜାଣିବା କଷ୍ଟକର। ଯଦି ଏଥିରେ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼େ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା. ସାହୁ କହିଛନ୍ତି।
All Right Reserved By

ସମ୍ବଲପୁର

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଲୁଣ୍ଡା, ୧୦।୧୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏସଡିସିଏ ସୋନପୁର ଦଳ ଜେସିସି ସିଣ୍ଢୋଳ ଦଳକୁ ୪୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସ୍ଥାନୀୟ ପତ୍ରାଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚରେ ସିଣ୍ଢୋଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। 

ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଅସନ୍ତୋଷ: ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଏମ୍‌ପିଙ୍କ ଚେତାବନୀ

ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଅସନ୍ତୋଷ: ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଏମ୍‌ପିଙ୍କ ଚେତାବନୀ

ଅମରପାଲି, ୧୦।୧୨ (ଡି.ଏନ.ଏ.): ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂଦେଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମ ପଞ୍ଚାୟତର ସଦରଠାରେ ପଥପ୍ରାନ୍ତ ସଭା କରିଛନ୍ତି। ସେ ଗ୍ରାମବାସୀଙ୍କ ସହିତ ସାମ୍ପ୍ରତିକ ଖରିଫ ଚାଷ, ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପରିଚାଳନା, ଗ୍ରାମବାସୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଚାଷ ଜମିକୁ ଜଳସେଚନ ପାଇଁ ମେଗାଲିଫ୍ଟର କିଭଳି ବ୍ୟବସ୍ଥା ହୋଇପାରିବ ସେ ନେଇ ବିଭାଗୀୟ ଏସଡିଓଙ୍କୁ ଉକ୍ତ ଅଞ୍ଚଳକୁ ଆସି ସର୍ଭେ କରିବା ପାଇଁ ପଥପ୍ରାନ୍ତ ସଭାରୁ ଫୋନ ଯୋଗେ କହିଥିଲେ । 

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା ଏସବିଆଇ ଶାଖାରୁ ଚୋରି

କର୍ଲାମୁଣ୍ଡା,୧୦।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଡ ଧରଣର ଡକାୟତି ହୋଇଛି।

ଯୁବକଙ୍କ ମୃତଦେହ ଉଦ୍ଧାର: ଟାୟାର ଜାଳି ରାସ୍ତା ଅବରୋଧ

ଯୁବକଙ୍କ ମୃତଦେହ ଉଦ୍ଧାର: ଟାୟାର ଜାଳି ରାସ୍ତା ଅବରୋଧ

କଣ୍ଟାବାଞ୍ଜି,୧୦।୧୨ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା କଣ୍ଟାବାଞ୍ଜି କେ.ଭି. କଲେଜ ନିକଟରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଖଡିଆଳ, ୧୦।୧୨(ଡି.ଏନ.ଏ.): ଗଞ୍ଜେଇ ଚୋରା ଚାଲାଣବେଳେ ଖଡିଆଳ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ କୁଇଣ୍ଟାଲ ୪୦ କେଜି ୬୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ଜିଲାପାଳ ଅଫିସ ଆଗରେ ଗର୍ଜିଲେ ଭୂମିହୀନ

ବରଗଡ଼ ଅଫିସ୍‌,୧୦।୧୨: ଭୂମି ନାହିଁ ତ ଭୋଟ୍‌ ନାହିଁ, ସ୍ଥାୟୀ ଜମିପଟ୍ଟା ଆମର ଦାବି, ଏଭଳି ନାରାବାଜି କରି ସୋମବାର ସ୍ଥାନୀୟ ଜୟ କୋସଲ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ସ୍ବଚ୍ଛତା ବଜାୟ ରଖିବାକୁ ସଂକଳ୍ପ

ସ୍ବଚ୍ଛତା ବଜାୟ ରଖିବାକୁ ସଂକଳ୍ପ

ଅମରପାଲି, ୧୦।୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତର ବାସୁଦେବପୁର ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ବିଶ୍ୱାସ କାର୍ଯ୍ୟକ୍ରମର ଷଷ୍ଠ ଅଭିଯାନ ବ୍ୟକ୍ତିଗତ ଓ ଗୃହ ପରିଚ୍ଛନ୍ନତା ଦିବସ ପାଳିତ ହୋଇଯାଇଛି।

ଦକ୍ଷତା ଦେଖାଇଲେ ପ୍ରତିଯୋଗୀ

ଦକ୍ଷତା ଦେଖାଇଲେ ପ୍ରତିଯୋଗୀ

ଅମରପାଲି, ୧୦।୧୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଓ ଲୁତୁରପଙ୍କ ଗ୍ରାମ ପଞ୍ଚାୟତରେ ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଡୁଙ୍ଗୁରିପାଲି, ୯ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ୧୦ମ ବର୍ଷ ଆଞ୍ଚଳିକ ଧନୁଯାତ୍ରା ମହୋସତ୍ବ ପାଇଁ କଂସ କଳାକାର ବରଣ ହୋଇଛି ା ବରଗଡ ଜିଲା ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ରଙ୍କୁ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ। 

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ସୋନପୁର,୯।୧୨(ନି.ପ୍ର.): ପରୀକ୍ଷାରେ କେବଳ ଭଲ ନମ୍ବର ରଖିଲେ ହେବନି। ଶିଶୁଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ପ୍ରତିଯୋଗିତାମୂଳକ ସମାଜରେ ଶିଶୁର ସାମଗ୍ରିକ ବିକାଶ କିଭଳି ହୋଇ ପରିବ ସେଥିପ୍ରତି ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସୋନପୁର ଭୀମଭୋଇ କଳା ମଣ୍ଡପଠାରେ ଦୟାନନ୍ଦ ପ୍ଲେ/ପବ୍ଲିକ୍‌ ସ୍କୁଲର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲାପାଳ ମଧୁସୂଦନ ମିଶ୍ର ମତବ୍ୟକ୍ତ କରିଛନ୍ତି। 

କଫ ସିରଫ ଜବତ: ୩ଗିରଫ

କଫ ସିରଫ ଜବତ: ୩ଗିରଫ

ନୂଆପଡା ଅଫିସ/କୋମନା, ୯। ୧୨-ନୂଆପଡା ଜିଲା କୋମନା ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଜନ୍ଦ୍ରାମୁଣ୍ଡା ଗାଁରେ ଚଢାଉ କରି ବିଭିନ୍ନ ଜାଗାରୁ ୪୨୦ଟି କଫ ସିରଫ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ୨୧(ଖ) ଏନଡିପିଏସ ଆକ୍ଟ, ୨୭(ଖ) ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟରେ ମାମଲା (ନଂ.୨୯୮/୧୮) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ହେଲେ ଡାଳିନ୍ଦ୍ର ମାଝୀ (୩୪), ନବଘନ ମାଝୀ(୨୮) ଏବଂ ଲାଲମନ ମାଝୀ (୩୨)।