Dharitri News
ଜାତୀୟ |

କଂଗ୍ରେସ ବିଧାୟିକାଙ୍କୁ ଚାପୁଡା ମାରିଲେ ମହିଳା କନଷ୍ଟେବଳ

କଂଗ୍ରେସ ବିଧାୟିକାଙ୍କୁ ଚାପୁଡା ମାରିଲେ ମହିଳା କନଷ୍ଟେବଳ ସିମ୍‌ଲା, ୨୯।୧୨: ମହିଳା କନଷ୍ଟେବଳଙ୍କୁ ଚାପୁଡା ମାରିବା ଜଣେ କଂଗ୍ରେସ ବିଧାୟିକାଙ୍କୁ ମହଙ୍ଗା ପଡିଛି। ଏହାର ପ୍ରତିବଦଳରେ ବିଧାୟିକାଙ୍କୁ କନଷ୍ଟେବଳ ପାଲଟା ଚାପୁଡା ମାରିଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ଏଠାରେ କଂଗ୍ରେସର ସମୀକ୍ଷା ବୈଠକ ହେଉଥିବା ସ୍ଥାନରେ ଏପରି ଘଟଣା ଦେଖିବାକୁ ମିଳିଛି। ବୈଠକସ୍ଥଳ ବାହାରେ ନିୟୋଜିତ ଥିବା ଜଣେ ମହିଳା କନଷ୍ଟେବଳଙ୍କ ସହ ବିଧାୟିକା ଆଶା କୁମାରୀଙ୍କ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଶା ଉକ୍ତ ମହିଳାଙ୍କୁ ଚାପୁଡା ମାରିଥିଲେ। ମାତ୍ର କନଷ୍ଟେବଳ ମହିଳାଜଣଙ୍କ ପାଲଟା ଚାପୁଡା ତାଙ୍କୁ ମାରିବାରୁ ବିଧାୟିକା ତାଜୁବ ହୋଇଯାଇଥିଲେ। ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଜାତୀୟ |

ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲ ମାମଲା: ମୁହଁ ଖୋଲିଲେ ଅଭିଯୁକ୍ତ ଛାତ୍ରୀ

ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲ ମାମଲା: ମୁହଁ ଖୋଲିଲେ ଅଭିଯୁକ୍ତ ଛାତ୍ରୀ

ଲକ୍ଷ୍ନୌ,୨୨।୧: ଲକ୍ଷ୍ନୌର ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଛୁରିମାରିବା ଅଭିଯୋଗରେ ଅଭିଯୁକ୍ତ ଛାତ୍ରୀ ଜଣଙ୍କ ସୋମବାର ମୁହଁ ଖୋଲିଛନ୍ତି। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଥିବା ସେ କହିଛନ୍ତି।

ଯୋଗୀଙ୍କୁ ଟାର୍ଗେଟ୍‌ କଲେ ଅଖିଳେଶ

ଯୋଗୀଙ୍କୁ ଟାର୍ଗେଟ୍‌ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଯୋଗୀ ଆଦିତ୍ୟନାଥଙ୍କୁ ଦୋଷାରୋପ କରିଛନ୍ତି।

ସାଇବର ଯୁଦ୍ଧରେ ଜିତିଲେ କାରଗିଲ୍‌ ବୀର

ସାଇବର ଯୁଦ୍ଧରେ ଜିତିଲେ କାରଗିଲ୍‌ ବୀର

ନୂଆଦିଲ୍ଲୀ,୨୨।୧: ସେନା ଅଧିକାରୀ ଓ କାରଗିଲ୍‌ ସେନା ଏବେ ପ୍ରକୃତ ଯୁଦ୍ଧକ୍ଷେତ୍ରରେ ଲଢୁଛନ୍ତି। ନିକଟରେ ପାକିସ୍ତାନ ଓ ଚାଇନାର କିଛି ହ୍ୟାକର ଭାରତୀୟ ସେନାଙ୍କ ତଥ୍ୟ ଚୋରାଇବା ଓ ନଷ୍ଟ କରିବାକୁ ଚାହୁଁଥିବା ବେଳେ ଏହାକୁ ଅକାମୀ କରିଦେଇଛନ୍ତି କାରଗିଲ୍‌ ବୀର।

ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ପ୍ରକାଶ କରିବା ଉଚିତ: ରାଷ୍ଟ୍ରପତି

ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ପ୍ରକାଶ କରିବା ଉଚିତ: ରାଷ୍ଟ୍ରପତି

ବଦୋଦରା, ୨୨।୧: ଦେଶର ଶିକ୍ଷାର୍ଥୀମାନେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସି ଏବଂ ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସୂଚିତ କରିଛନ୍ତି।

ସରସ୍ବତୀ ପୂଜା ପେଣ୍ଡାଲ ପୋଡ଼ିଲେ ଅସାମାଜିକ ବ୍ୟକ୍ତି

ସରସ୍ବତୀ ପୂଜା ପେଣ୍ଡାଲ ପୋଡ଼ିଲେ ଅସାମାଜିକ ବ୍ୟକ୍ତି

କଲିକତା, ୨୨।୧: ପଶ୍ଚିମବଙ୍ଗ ହାଓ୍ବଡା ଜିଲା ଦାସନଗର ଅଞ୍ଚଳରେ ଏକ ସରସ୍ବତୀ ପୂଜା ପେଣ୍ଡାଲ ରବିବାର ବିଳମ୍ବିତ ରାତିରେ ପୋଡ଼ିଯାଇଛି। କେତେକ ଅସାମାଜିକ ବ୍ୟକ୍ତତି ସଂଘବଦ୍ଧ ଭାବେ ଏହା କରିଥିବା କୁହାଯାଇଛି

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ନୂଆଦିଲ୍ଲୀ,୨୨।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ପିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ବିବାଦ ଥମୁନାହିଁ। ଫିଲ୍ମର ରିଲଜ୍‌ ଡେଟ୍‌ ପାଖେଇ ଆସୁଥିବା ବେଳେ ବିବାଦ ବଢିବାରେ ଲାଗିଛି।

ରୁଷ ସହିତ ଭାରତର ୩୯ ହଜାର କୋଟି ପ୍ରତିରକ୍ଷା ଚୁକ୍ତି

ରୁଷ ସହିତ ଭାରତର ୩୯ ହଜାର କୋଟି ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୨୨।୧: ରୁଷ ସହିତ ଭାରତ ଖୁବ୍‌ ଶୀଘ୍ର ଏସ୍‌-୪୦୦ ଆଣ୍ଟି ମିଜାଇଲ ଡିଫେନ୍ସ ସିଷ୍ଟମର ୩୯ ହଜାର କୋଟି ଟଙ୍କାର ଚୁକ୍ତି ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବ। ୩୯ ହଜାର କୋଟି ଟଙ୍କାର ଏହି ଚୁକ୍ତିକୁ ନେଇ ଭାରତ ଓ ରୁଷ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି।

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୨୨।୧: ଜାନୁୟାରୀ ୨୬ ପୂର୍ବରୁ ଇଣ୍ଡିଆନ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ସଦସ୍ୟ ଅବଦୁଲ୍‌ ସୁବାହନ କ୍ୟୁରେଶୀଙ୍କୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଗିରଫ କରିଛି।

୫ ଦିନରେ ୫ ଯବାନ ଶହୀଦ

୫ ଦିନରେ ୫ ଯବାନ ଶହୀଦ

ଶ୍ରୀନଗର, ୨୨।୧: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ତଥା ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଗତ ୫ ଦିନ ମଧ୍ୟରେ ଏହି ଘଟଣାରେ ଅଖନୁର୍‌, ଆର୍‌.ଏସ୍‌.ପୁରା ଏବଂ କାନାଚକ ଅଞ୍ଚଳରେ ୭ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି।

ଏଏପିକୁ ସମର୍ଥନ କଲେ ଶତ୍ରୁଘ୍ନ

ଏଏପିକୁ ସମର୍ଥନ କଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ, ୨୨।୧: ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଏହି ଘଟଣା ପରେ ଭାଜପା ଏମ୍‌ପି ଶତ୍ରୁଘ୍ନ ସିହ୍ନା ଟୁଇଟ୍‌ କରି ଏଏପି ପ୍ରତି ସମବେଦନା ଜଣାଇଛନ୍ତି।

ରାଓ୍ବତ୍‌ ମୁଖ୍ୟ ନିର୍ବାଚନ କମିଶନର

ରାଓ୍ବତ୍‌ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୨୧।୧(ପି.ଟି.): ନିର୍ବାଚନ କମିଶନର ଓମ୍‌ପ୍ରକାଶ ରାଓ୍ବତ୍‌ଙ୍କୁ ରବିବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ନିଯୁକ୍ତ କରାଯାଇଛି। ସେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବେ

ସର୍ଭେ ପରେ ଫାଇଲ ବନ୍ଦ

ସର୍ଭେ ପରେ ଫାଇଲ ବନ୍ଦ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ରାୟଗଡ଼ା-ଗୋପାଳପୁର ପ୍ରସ୍ତାବିତ ରେଳ ପ୍ରକଳ୍ପର ସର୍ଭେ କାମ ୨୦୧୧-୧୨ ମସିହାରୁ ସରିଛି। ଏହି ୨୮୫ କିଲୋମିଟର ଲମ୍ବ ରେଳପଥରେ ମୋଟ ୨୫ଟି ଷ୍ଟେଶନ ରହିବ।