
କାବୁଲ, ୨୯।୧୨: ଆଫଗାନିସ୍ତାନର ଦକ୍ଷିଣ ଉରୁଜ୍ଗାନ ଅଞ୍ଚଳରେ ହୋଇଥିବା ବିମାନ ଆକ୍ରମଣରେ ୮ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଆଫଗାନ୍ ବାୟୁସେନା ତରଫରୁ ଏହି ଆକ୍ରମଣ କରାଯାଇଥିବା ଉରୁଜ୍ଗାନ ପୋଲିସ ମୁଖ୍ୟ ଅବଦୁଲ କ୍ୟାରି ଓମାରି ସୂଚନା ଦେଇଛନ୍ତି। ଘଟଣାକୁ ନେଇ ତାଲିବାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେବେ ଉକ୍ତ ଅଞ୍ଚଳରେ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଚାଲିଥିବାରୁ ଏପରି ଆକ୍ରମଣ କରାଯାଇଥିବା ଜଣାପଡିଛି।