Dharitri News
ବାଣିଜ୍ୟ |

ହେମଲତା ହସ୍ପିଟାଲ୍‌ର ଦ୍ୱାଦଶ ବର୍ଷ ପୂର୍ତ୍ତି

ହେମଲତା ହସ୍ପିଟାଲ୍‌ର ଦ୍ୱାଦଶ ବର୍ଷ ପୂର୍ତ୍ତି ଭୁବନେଶ୍ୱର, ୨୯-୧୨-ହେମଲତା ହସ୍ପିଟାଲ ଏଣ୍ଡ୍‌ ରିସର୍ଚ୍ଚ ସେଣ୍ଟର ଏହାର ଦ୍ୱାଦଶ ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅବସରରେ ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ବରିଷ୍ଠ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ରବି ଭାଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ। ସଚେତନତା, ପ୍ରାଥମିକ ସ୍ତରରେ ରୋଗନିରୁପଣ ଓ ବହୁମୁଖୀ ଚିକିତ୍ସା ଦ୍ୱାରା ମସ୍ତିଷ୍କ କର୍କଟ ରୋଗୀ ସଂମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ରଥ କହିଥିଲେ, ୨୦୦୫ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଶଲ୍ୟ, ବିକିରଣ ଓ ଅନ୍ୟ କର୍କଟ ରୋଗ ଚିକିତ୍ସାର ଏକ ପ୍ରମୁଖ କେନ୍ଦ୍ର ଭାବେ ଖ୍ୟାତି ଅର୍ଜନ କରିଛି। ଭବିଷ୍ୟତରେ ମଧ୍ୟ ଉଚ୍ଚମାନର ଯୁକ୍ତିଯୁକ୍ତ ଓ ସୁସଙ୍ଗତ ଚିକିତ୍ସା ଦେବାପାଇଁ ଏହା ପ୍ରତିଜ୍ଞାବଦ୍ଧ । ଦୀର୍ଘ ୧୨ବର୍ଷ ଏହି କେନ୍ଦ୍ର କର୍କଟରୋଗୀଙ୍କୁ ସଫଳତାର ସହିତ ଚିକିତ୍ସା ପ୍ରଦାନ କରିଆସୁଛି ବୋଲି ସେ କହିଛନ୍ତି ।

ବାଣିଜ୍ୟ |

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ,୨୧-୧ ୨୦୧୮ରେ ଭାରତ ଚାଇନାକୁ ଟପି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଘରୋଇ ବଜାରର ପୁଞ୍ଜି ବଜାର ବିଶ୍ୱର ପଞ୍ଚମ ବୃହତ୍ତ ବଜାର ହେବ ବୋଲି ସାଙ୍କଟମ୍‌ ଓ୍ବେଲଥ୍‌ ମ୍ୟାନେଜମେଣ୍ଟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଅଭିବୃଦ୍ଧି ଧାରା ଏତେଟା ଉନ୍ନତ ହେବ ନାହିଁ। ମାତ୍ର ଭାରତ ଏକ ସଂସ୍କାରମୂଳକ ଅର୍ଥନୀତି ହେବା ସହ ଅଭିବୃଦ୍ଧି ଧାରା ବଜାୟ ରହିବ ବୋଲି ସାଙ୍କଟମ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ନୂଆଦିଲ୍ଲୀ,୨୧-୧ ଘରୋଇ ବଜାରରେ ଏନ୍‌ପିଏ ଯୋଗୁ ବର୍ତ୍ତମାନ ବ୍ୟାଙ୍କଗୁଡିକ ବିଭିନ୍ନ ଅସୁବିଧା ଦେଇ ଗତିକରୁଛନ୍ତି। ଏନ୍‌ପିଏ ସମ୍ପତ୍ତିଗୁଡିକର ବିକ୍ରି ଲାଗି ଘରୋଇ ବଜାରରେ ଆମେରିକା ଭଳି ଅନ୍‌ଲାଇନ ଟ୍ରେଡିଂ ପ୍ଲାଟଫର୍ମ ଆସିବା ଉଚିତ୍‌। ଏହା ଆସିଲେ ଏନ୍‌ପିଏ ସମ୍ପତ୍ତି ବିକ୍ରି ପ୍ରକ୍ରିୟା ସହଜ ହେବା ସହ ଉନ୍ନତ ମୂଲ୍ୟ ଦ୍ୱାରା ପୁଞ୍ଜି ସଂଗ୍ରହ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ଭିରାଲ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି।

ହ୍ରାସ ହୋଇପାରେ ଟିକସ ସ୍ଲାବ

ହ୍ରାସ ହୋଇପାରେ ଟିକସ ସ୍ଲାବ

ନୂଆଦିଲ୍ଲୀ,୨୧-୧ ଆଗାମୀ ବଜେଟରେ ସରକାର ଟିକସ ସ୍ଲାବକୁ ହ୍ରାସ କରି ପାରନ୍ତି। ଏହା ହେଲେ ଲୋକଙ୍କ ଉପରେ ଟିକସ ବୋଝ ସାମାନ୍ୟ ହ୍ରାସ ହେବ ବୋଲି ଟିକସ କନସଲଣ୍ଟାଣ୍ଟ ଇଓ୍ବାଇ ପକ୍ଷରୁ ହୋଇଥିବା ଏକ ପ୍ରାକ୍‌ ବଜେଟ ସର୍ଭେରେ ଏହା ପ୍ରକାଶ ପାଇଛି।

ମାରୁତି ଆଣିବ ୪ ନୂଆ ମଡେଲ

ମାରୁତି ଆଣିବ ୪ ନୂଆ ମଡେଲ

ନୂଆଦିଲ୍ଲୀ,୨୧-୧ ପ୍ରମୁଖ ୪ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଆଗାମୀ ୧୨-୧୮ ମାସ ମଧ୍ୟରେ ୪ ନୂଆ ମଡେଲ ଆଣିବ। ଆଗାମୀ ଦିନରେ ଘରୋଇ ବଜାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରାକୁ ବଜାୟ ରଖିବାକୁ ଏହି ଭଳି ପଦକ୍ଷେପ ନିଆଯାଉଥିବା କମ୍ପାନୀ ପ୍ରକାଶ କରିଛି।

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ନୂଆଦିଲ୍ଲୀ,୨୧-୧ କମ୍ପାନୀ ପଞ୍ଜୀକରଣ ଧାରାକୁ ତ୍ୱରାନ୍ବିତ କରିବାକୁ ସରକାର ଯୋଜନା କରୁଛନ୍ତି। ନୂତନ କମ୍ପାନୀଙ୍କ ପଞ୍ଜିକରଣ ଧାରାରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ରହିଛି।

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

ନୂଆଦିଲ୍ଲୀ,୨୧-୧ ୨୦୧୮-୧୯ ଆର୍ଥତ୍କ ବର୍ଷରେ ବିତ୍ତିୟ ନିୟଣ୍ଟ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩.୫% ଛୁଇଁପାରେ। ମାତ୍ର ଏହା ଦେଶରେ ମୌଳିକ ସଂରଚନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଶ୍ୱସ୍ତରୀୟ ଆର୍ଥତ୍କ ସେବା ପ୍ରଦାନକାରୀ ମୋର୍ଗାନ ଷ୍ଟାନଲି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

୮ ଖଣିଜ ବ୍ଲକର ନିଲାମ ହେବ

୮ ଖଣିଜ ବ୍ଲକର ନିଲାମ ହେବ

ନୂଆଦିଲ୍ଲୀ,୨୧-୧ ୮ ନୂଆ ଖଣିଜ ବ୍ଲକକୁ ନିଲାମ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବ୍ଲକଗୁଡିକରେ ପ୍ରାୟ ୧,୧୩୩ ନିୟୁତ ଟନ୍‌ ଖଣିଜ ପଦାର୍ଥ ଗଚ୍ଛିତ ହୋଇ ରହିଛି। ବ୍ଲକଗୁଡିକ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ ଭଳି ରାଜ୍ୟଗୁଡିକରେ ରହିଛି।

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ନୂଆଦିଲ୍ଲୀ,୨୧-୧-ଟୋଲ୍‌ ପ୍ଲାଜା ଗୁଡିକରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଚା’, କଫି, ପ୍ୟାକେଜ୍‌ଡ୍‌ ଫୁଡ୍‌ ମିଳିବ। ଏଥିପାଇଁ ‘ହାଇଓ୍ବେ ନେଷ୍ଟ୍‌’ ନାମରେ ଛୋଟ ଦୋକାନ ପରି ବ୍ୟବସ୍ଥା କରାଯିବ।

 କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

ନୂଆଦିଲ୍ଲୀ, ୨୧।୧- ଟେଲିକମ୍‌ ଅପରେଟରଙ୍କ ପାଇଁ ର଼୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ଉପଭୋକ୍ତାମାନେ କମ୍ପାନୀଗୁଡିକୁ ରେଟିଂ ପ୍ରଦାନ କରିପାରିବେ।

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର, ୨୧।୧- ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି(ବିଜିୟୁ) ଏବଂ ପବ୍ଲିକ୍‌ ରିଲେସନ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ପିଆର୍‌ସିଆଇ) ପକ୍ଷରୁ ‘ଲୋକ ସମ୍ପର୍କ: ଉତ୍ତମ ସାଶନ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ’ ଶୀର୍ଷ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

ପୁରୀ ଅଫିସ,(୨୧।୧):ଦେଶର ଅଗ୍ରଣୀ ହାଇପର ମାର୍କେଟ ବିଗ୍‌ବଜାର ଆସନ୍ତା ୨୪ରୁ ୨୮ ପର୍ଯ୍ୟନ୍ତ ପାଳନ କରିବାକୁ ଯାଉଛି ‘ସବସେ ଶସ୍ତେ ୫ ଦିନ୍‌’ ଅଫର ।

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୦-୧-ଚଳିତ ମାସ ୨୯ରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥି ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍‌ ଛପା ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି।