ରାଜ୍ୟ | ଉପକୂଳ ଓଡିଶା

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା କାର: ୧ ମୃତ, ୨ ଗୁରୁତର

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା କାର: ୧ ମୃତ, ୨ ଗୁରୁତର

ନୟାଗଡ ଅଫିସ, ୨୯।୧୨: ନୟାଗଡ଼-ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଟକ ଜିଲା ଚୌଦ୍ୱାର ଥାନା କୋଚିଲା ଗ୍ରାମର ରଶ୍ମୀ ରଞ୍ଜନ ସିନ୍ଧୁ। ପ୍ରକାଶ ଯେ, ରଶ୍ମୀ ରଞ୍ଜନ ନୟାଗଡ଼ ଷ୍ଟେଟ ବ୍ୟାଙ୍କ ମୁଖ୍ୟର ବ୍ୟାଙ୍କ ମ୍ୟାନେଜର। କୌଣସି କାମରେ ସେ ତାଙ୍କ ୨ ବନ୍ଧୁଙ୍କସହ ଖଣ୍ଡପଡ଼ାକୁ ଯାଇ ସେଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ରଶ୍ମୀ ରଞ୍ଜନଙ୍କୁ ମୃତ ଘୋଷଣା କରିଛନ୍ତି। ଆହତ ଦ୍ୱୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

କାଶୀନଗର,୧୬।୭(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାର ଖାଇଡ଼ା-ସୀତାପୁର ମଧ୍ୟରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଭୂପତି ଲକ୍ଷ୍ମୀପୁର ଗ୍ରାମର ଚିପୁରୁ ସଞ୍ଜୀବ ପାରଳାଖେମୁଣ୍ଡି ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ କାତିରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ପାପଡ଼ାହାଣ୍ଡି,୧୬।୭(ଡି.ଏନ୍‌.ଏ.): ଗତ ଚାରି ଦିନ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ସୋମବାର ସକାଳୁ ୧୦୨ ଆମ୍ବୁଲାନ୍ସ ଆସି ନ ପାରିବାରୁ ଦୀର୍ଘ ୧୦ କି.ମି. ରାସ୍ତା ଖଟିଆରେ ବୁହା ହୋଇ ଡାକ୍ତରଖାନା ଆସିଛନ୍ତି ଗର୍ଭବତୀ।

ଫେଲ୍‌ ମାରିଲା ଜଳସେଚନ ଯୋଜନା : ୨୫୦ ହେକ୍ଟର ଚାଷ ଜମି ପଡ଼ିଆ

ସମ୍ବଲପୁର,୧୬।୭(ବ୍ୟୁରୋ) ସମ୍ବଲପୁର ଜିଲା ଜୁଜୁମୁରା ବ୍ଳକ ଦେବଝରନ ଜଳପ୍ରପାତର ପ୍ରବାହିତ ପାଣିକୁ ଡ୍ୟାମ ନିର୍ମାଣ କରି ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ହୋଇଥିଲା ଯୋଜନା। ପ୍ରାୟ ୪୫ ବର୍ଷ ତଳେ ଡ୍ୟାମ ସହ କେନାଲ ନିର୍ମାଣ କରାଯାଇ ଜୁଜୁମୁରା ଅଞ୍ଚଳର ଚାଷୀମାନଙ୍କ ଜମିରେ ପାଣି ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପ୍ରକଳ୍ପ ଆରମ୍ଭରୁ ଲକ୍ଷ୍ୟଧାର୍ଯ୍ୟ ଜମିରେ ଚାଷ ହୋଇପାରିନାହିଁ। ବର୍ଷତମାମ୍‌ ଡ୍ୟାମରେ ପାଣି ଥିବା ବେଳେ କେନାଲଗୁଡ଼ିକ ଶୁଖିଲା ପଡ଼ିଛି। ଫଳରେ ଜୁଜୁମୁରା ଅଞ୍ଚଳରେ ୨୫୦ ହେକ୍ଟର ଜମି ପଡ଼ିଆ ପଡ଼ିଛି। ପ୍ରାୟ ୫୫୦ରୁ ଅଧିକ ଛୋଟବଡ଼ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷୀମାନେ ପ୍ରତିବର୍ଷ ଜଳକର ଦେଉଛନ୍ତି ହେଲେ ଜଳ ତାଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଚାଷ ଜମିରେ ପାଣି ନ ମାଡ଼ିଲେ ମଧ୍ୟ ଜଳକର ଦେଉଥିବାରୁ ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ପଡିଆବାହାଲ,୧୬।୭(ଡି.ଏନ.ଏ.) ଦୁହିତା ଦୁଇ କୂଳକୁ ହିତା। ଏହି ଉକ୍ତିଟି କିନ୍ତୁ ସ୍ବାମୀଙ୍କୁ ହରାଇଥିବା ଜଣେ ଅସହାୟା ମହିଳା ସୁଜାତାଙ୍କ ପକ୍ଷେ ଓଲଟା ହୋଇଛି। ସ୍ବାମୀ ଆରପାରିକୁ ଗଲାପରଠୁ ସେ ଶାଶୁଘର ଓ ବାପଘର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଶାଶୁଘର ଲୋକେ ଦୂର୍‌ଦୂର୍‌ ଭାଗ୍‌ଭାଗ୍‌ କରିବା ପରେ ୩ ପାଠପଢ଼ୁଆ ପିଲାଙ୍କୁ ଧରି ସୁଜାତା ବାପଘର କବରାପାଲି ପଞ୍ଚାୟତ କୁଟୁରାଜୁରୀ ଗଁ।କୁ ଚାଲିଆସିଛନ୍ତି। ସେଠାରେ ବାପା ଦେଇଥିବା ଏକ ମାଟିର କୁଡ଼ିଆ ଘରେ ମୁଣ୍ଡ ଗେଞ୍ଜିଛନ୍ତି। ବିନା କାହାର ସହାୟତାରେ ଏକୁଟିଆ ଜୀବନର ପ୍ରତିଟି ମୁହୂର୍ତ୍ତ ସହ ସଂଗ୍ରାମ ଚଳାଇଛନ୍ତି। ହତଭାଗା ସୁଜାତା ଜୟନ୍ତପୁର ପଞ୍ଚାୟତ ଫଟାବାହାଲ ଗାଁର ବିଦେଶୀ ବଢ଼େଇଙ୍କୁ ବିବାହ କରିଥିଲେ। ବୈବାହିକ ଜୀବନରେ କୌଣସି ସମସ୍ୟା ନଥିଲା। ଦୁଃଖେ କଷ୍ଟେ ଦୁହେଁ ସଂସାର ଡଙ୍ଗା ଚଳାଇଥିଲେ। ତାଙ୍କ ୩ ସନ୍ତାନ ମଧ୍ୟ ସ୍କୁଲ ଯାଉଥିଲେ। ହେଲେ ଜୀବନଯାତ୍ରାର ଝଡ଼ଝଞ୍ଜା ଭିତରେ ଅର୍ଥାଭାବ କଣ୍ଟକ ସାଜିଥିଲା। ମୁଣ୍ଡ ଉପରେ ପରିବାର ବୋଝ ଯୋଗୁ ବିଦେଶୀ ଋଣଗ୍ରସ୍ତ ହେଲେ। ଶେଷରେ ଶୁଝି ନ ପାରି କୀଟନାଶକ ଖାଇ ସୁବଦିନ ପାଇଁ ଆଖି ବୁଜିଦେଲେ। ଆଉ ସୁଜାତା ଶାଶୁଘର ପାଇଁ ଯେପରି ଅଭିଶାପ ପାଲଟିଗଲେ। ସେ ହେଲେ ନିର୍ଯାତିତା।

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ଚନ୍ଦ୍ରଶେଖରପୁର,୧୬।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କଲୋନୀଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ଛୋଟ ଛୋଟ ପିଲାଙ୍କୁ ଧରି ପ୍ରବଳ ବର୍ଷାରେ ବାଧ୍ୟହୋଇ ଲୋକେ ରାସ୍ତା ଉପରେ ଛିଡା ହୋଇଛନ୍ତି।

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ପାଟଣା,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦବଜା ଗ୍ରମାରେ ରବିବାର ପୂର୍ବାହ୍ନରେ ଜଣେ ମହିଳା ଏକ ଅଟୋରେ ପ୍ରସବ କରିବାର ୨୪ ଘଣ୍ଟା ନ ପୂରୁଣୁ ସୋମବାର ପୁଣି ୨ ଜଣ ଡାକ୍ତରଖାନା ଅଣାଯିବା ରାସ୍ତାରେ ପ୍ରସବ କରିଛନ୍ତି। ଉକ୍ତ ମହିଳା ଦ୍ୱୟ ହେଲେ କଳେଇପଶି ପଞ୍ଚାୟତ ସିଲିଦା ଗ୍ରାମର ଲତା ମୁଣ୍ଡା ଏବଂ ଡୁମୁରିଆ ପଞ୍ଚାୟତ ରହିଣିଦୁମା ଗ୍ରାମର କୁସୁମିତା ମହାନ୍ତ।

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ଜଣେ ଭକ୍ତଙ୍କ ଅନୁଭୂତି: କାଳିଆର ପ୍ରେମ ନିଆରା

ପୁରୀ ଅଫିସ,୧୬।୭ : ଗତ କିଛି ବର୍ଷ ହେବ ମୁଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବାକୁ ପୁରୀ ଆସୁଛି। ଯେତେ ଅସୁବିଧା ହେଉ ପଛେ ରଥଯାତ୍ରାରେ ମହାପ୍ରଭୁମାନଙ୍କୁ ନ ଦେଖିଲେ ମୋତେ ସାରା ବର୍ଷ ଭଲ ଲାଗେ ନାହିଁ। ଚଳିତବର୍ଷ ଘୋଷଯାତ୍ରାରେ ଆସିପାରିଲି ନାହିଁ। କିନ୍ତୁ ମନ ମାନିଲା ନାହିଁ। ତା’ ପର ଦିନ ସକାଳୁ ସକାଳୁ ପୁରୀରେ ପହଞ୍ଚତ୍ ଯାଇଥିଲି।

ନୟାଗଡ଼ ସହରରେ ବାଇପାସ୍‌ ରାସ୍ତା ପ୍ରସଙ୍ଗ: ମାର୍ଚ୍ଚ ୨୦୨୦ ସୁଦ୍ଧା ହୋଇପାରେ କାର୍ଯ୍ୟକାରୀ

ନୟାଗଡ଼ ଅଫିସ,୧୬।୭- ନୟାଗଡ଼ ସହର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ ଓ ୨୧ନଂ. ରାଜ୍ୟ ରାଜପଥ। ତେଣୁ ପ୍ରତିଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଚଳାଚଳ କରୁଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ଯାଇଥିବାରୁ ଅନେକ ସମୟରେ ଭିନ୍ନ ଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ ଓ ଧାରଣା ହୋଇଥାଏ।

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ରଣପୁର,୧୬।୭(ସ୍ବ.ପ୍ର.)- ଘୋଷଯାତ୍ରାରେ ରଣପୁର ଜଗନ୍ନାଥ ମନ୍ଦିରରୁ ଶ୍ରୀଜୀଉମାନେ ରଥାରୂଢ ହୋଇ ଜନ୍ମମାଟି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥିଲେ। ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ମାଉସୀମା’ ମନ୍ଦିର ରଥଖଳାରେ ପହଞ୍ଚାଇଥିଲେ।

ଛତୁଆ ବଦଳରେ ଦିଆଯାଉଛି ଜହର

ଗୋଲାମୁଣ୍ଡା,୧୬। ୭(ଡି.ଏନ.ଏ.) ସରକାର ରାଜ୍ୟର କୌଣସି ଶିଶୁ ଅପପୃଷ୍ଟିର ଶିକାର ନ ହେଉ ତେଣୁ ସମସ୍ତ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ବଣ୍ଟନ କରୁଛନ୍ତି ।

ଯାଜପୁର ଜିଲା ପୂର୍ତ୍ତ ବିଭାଗରେ ମହାଦୁର୍ନୀତି: ୧୭ ଦିନରେ ଫାଟିଲା ୧୭କୋଟି ଟଙ୍କାର ରାସ୍ତା

ଯାଜପୁର ଜିଲା ପୂର୍ତ୍ତ ବିଭାଗରେ ମହାଦୁର୍ନୀତି: ୧୭ ଦିନରେ ଫାଟିଲା ୧୭କୋଟି ଟଙ୍କାର ରାସ୍ତା

ଯାଜପୁର ଅଫିସ,୧୬।୭- ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ୧୭କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏକ ରାସ୍ତା ୧୭ଦିନରେ ଫାଟି ଆଁ କରିଛି। ଏହି ବିଭାଗରେ ଅନେକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏହି ରାସ୍ତା କାମ ତାହାର ଏକ ଉଦାହରଣ। ଏ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ।

୧୦ ବର୍ଷ ହେଲା ସରୁନି ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା: ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି ୧୭୫ ପ୍ରକଳ୍ପ

୧୦ ବର୍ଷ ହେଲା ସରୁନି ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା: ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି ୧୭୫ ପ୍ରକଳ୍ପ

ଯାଜପୁର ଅଫିସ,୧୬।୭- ଯାଜପୁର ଜିଲାରେ ୧୭୫ଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏଥିରେ ଜିଲାର ଗ୍ରାମ୍ୟ ନିର୍ମାଣ ଯାଜପୁର ଡିଭିଜନ-୧ ଅଧୀନରେ ୧୩୫ ଓ ଜାରକା ଡିଭିଜନ-୨ ଅଧିନରେ ୪୦ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି।

Model This Week

ରୂପେଶ