Dharitri News
ବାଲେଶ୍ୱର

ହାଟଡିହୀ ପଞ୍ଚାୟତ ସମିତି ବୈଠକ

ହାଟଡିହୀ ପଞ୍ଚାୟତ ସମିତି ବୈଠକ ହାଟଡିହୀ, ୨୯।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ ଓ ବିଡିଓ ଆନନ୍ଦ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସରକାରୀ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ ଆଗେଇ ନ ଥିବାରୁ ବିଡ଼ିଓ ସେଠୀ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଓ ଟିକି କିସ୍କୁ, ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ଜିପିଓ ନରହରି ନାୟକ, ଯନ୍ତ୍ରୀ ରତିକାନ୍ତ ଲେଙ୍କା, ସୁପ୍ରଭା ପ୍ରଧାନ ପ୍ରମୁଖ ବୈଠକରେ ଉପସ୍ଥିତଥିଲେ। ସରପଞ୍ଚ ବିମ୍ବାଧର ବିଶ୍ୱାଳ ବୈଠକ ପରିଚାଳନା କରିଥିଲେ।

ବାଲେଶ୍ୱର

ରଥ ପାଇଁ କାଠ ଅନୁକୂଳ

ରଥ ପାଇଁ କାଠ ଅନୁକୂଳ

ବାରିପଦା ଅଫିସ,୨୨।୧- ପବିତ୍ର ଶ୍ରୀପଞ୍ଚମି ଅବସରରେ ସୋମବାର ପରମ୍ପରା ଅନୁଯାୟୀ ବାରିପଦା ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ପାଇଁ କାଠ ଅନୁକୂଳ କରାଯାଇଛି।

ଗଙ୍ଗାମାତା ପୂଜା ଉତ୍ସବ ଉଦ୍‌ଯାପିତ

ଗଙ୍ଗାମାତା ପୂଜା ଉତ୍ସବ ଉଦ୍‌ଯାପିତ

ରୂପ୍‌ସା, ୨୨।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ୬୭ତମ ଗଙ୍ଗାମାତାଙ୍କ ବାର୍ଷିକ ପୂଜା ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ସଂଘ ସଭାପତି ବିକାଶ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଫେଇ

ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଫେଇ

ବାଲେଶ୍ୱର ଅଫିସ, ୨୨।୧-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସରକାରୀ ମେଡିକାଲ କଲେଜ ହସ୍‌ପିଟାଲ ଘୋଷଣା ପରେ ଆବଶ୍ୟକ ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି।

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ପାଟଣା,୨୨।୧(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ଥାନା ସରାସକୋଲା ପଞ୍ଚାୟତର ବାଉଁଶଡିହା ମକାବନ୍ଧ ସାହିର ଏକ ପରିତ୍ୟକ୍ତ କୂଅରୁ ସୋମବାର ପାଟଣା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଏକ ଗଳିତ ମୃତଦେହ ଉଦ୍ଧାର କରିଛନ୍ତି।

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

ବାସୁଦେବପୁର,୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତକ ହେଲେ ବ୍ରାହ୍ମଣଗାଁ ଗ୍ରାମର ଅଭିରାମ ସେଠୀ(୫୫)।

କେନ୍ଦୁଝରରେ ଫେଲ୍‌ ମାରିଛି ବିକାଶ

କେନ୍ଦୁଝର,୨୧।୧(ସ୍ବ.ପ୍ର)- କେନ୍ଦୁଝର ଜିଲାରେ ପ୍ରଶାସନିକ ଓ ରାଜନୈତିକ ଅବହେଳାରୁ ଜିଲାବାସୀ ଘୋର ସମସ୍ୟାରେ କାଳାତିପାତ କରୁଛନ୍ତି। ରାଜନୈତିକ ପଶାପାଲିରେ ବିକାଶ ଫେଲ୍‌ ମାରୁଛି।

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ଭଙ୍ଗାଚାଳିଆରେ ଅସହାୟ ମା’ ଝିଅ

ତିହିଡ଼ି,୨୧।୧(ଡି.ଏନ.ଏ.)-ଗରିବ ବିଧବା ବୃଦ୍ଧା ରନତ୍ମଣି କର ଓ ତାଙ୍କ ଝିଅ ରଶ୍ମିତା ଏକ ଭଙ୍ଗାଛପର ଘରେ ମୁଣ୍ଡ ଗୁଞ୍ଜି ଦିନ ବିତାଉଛନ୍ତି। ଅର୍ଥାଭାବ ଯୋଗୁ ୩ ବର୍ଷ ହେଲା ଘର ଛପର କରି ପାରି ନାହାନ୍ତି। ଗତ ଚତୁର୍ମାସ୍ୟାରେ ଲଗାଣ ବର୍ଷା ଯୋଗୁ ତାଙ୍କ ଘରର କାନ୍ଥ ଭାଙ୍ଗି ପଡିଥିଲା। ବର୍ଷାପାଣି ଘର ଭିତରେ ଲହଡ଼ି ଭାଙ୍ଗିଥିଲା ।

ଏତିହ୍ୟର ସୁରକ୍ଷା ଲାଗି ଗବେଷଣା ଲୋଡ଼ା

ଏତିହ୍ୟର ସୁରକ୍ଷା ଲାଗି ଗବେଷଣା ଲୋଡ଼ା

ଭଦ୍ରକ ଅଫିସ, ୨୧।୧- ଏକଦା ନୌବାଣିଜ୍ୟ ପରମ୍ପରା ଭଦ୍ରକର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହାର ଏତିହ୍ୟ, କଳା, ସଂସ୍କୃତି ନିଆରା। ଏ ଦିଗରେ ଅଧିକ ଗବେଷଣା ହେଲେ ନୂଆ ତଥ୍ୟ ମିଳି ପାରିବ । ହଜି ଯାଉଥିବା ଐତିହ୍ୟ ଓ କଳା ସଂସ୍କୃତିର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବା ଅପରିହାର୍ଯ୍ୟ ବୋଲି ଭଦ୍ରକ ଇନ୍‌ଟାକ୍‌ ଶାଖାର ୮ମ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି।

କୋଇଲା ଅନ୍‌ଲୋଡିଂ ବେଳେ ଦୁର୍ଘଟଣା

ଚାନ୍ଦବାଲି,୨୧।୧(ଡି.ଏନ.ଏ.)-ଧାମରା ବନ୍ଦରର ପ୍ରଥମ ଜେଟିରେ ରବିବାର କୋଇଲା ଅନଲୋଡିଂ ବେଳେ ଏକ ଦୁର୍ଘଟଣା ଘଟିଛି ।

ବିଲୁଆ କାମୁଡାରେ ୪ ଗୁରୁତର

ବାସୁଦେବପୁର, ୨୧।୧(ଡି.ଏନ୍‌.ଏ.) - ବାସୁଦେବପୁର ପୌରପାଳିକାର ଜାଫରପୁର ଓ ଗୁଆଗାଁ ଗ୍ରାମରେ ବିଲୁଆ କାମୁଡାରେ ୪ ଜଣବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ଅଜଣା ଗାଡି ଧକ୍କା, ହେଲ୍‌ପର ମୃତ୍ୟୁ

ଭଣ୍ଡାରିପୋଖରୀ, ୨୧।୧(ଡି.ଏନ୍‌.ଏ.) - ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଛତାବରଛକଠାରେ ଏକ ଦୁର୍ଘଟଣାରେ ଜଣେ ହେଲ୍‌ପରଙ୍କ ମୃତ୍ୟୁ ଘଟିଛି।

ଆକାଂକ୍ଷା, ବିବେକ ପ୍ରଥମ

ଆକାଂକ୍ଷା, ବିବେକ ପ୍ରଥମ

ବାରିପଦା ଅଫିସ,୨୧।୧- ବାରିପଦା କଲ୍ୟାଣୀ ମହିଳା ସମିତିରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କଳ୍ପନା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୁନିୟର ଦଳରେ କୌତୂକ ପୋଷାକ ଓ ସିନିୟର ଦଳରେ ଦେଶାତ୍ମବୋଧକ ସଙ୍ଗୀତ ଉପରେ ଆଧାରିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।