ଅପରାଧ |

ବ୍ରାଉନସୁଗାର ଜବତ, ଜଣେ ଗିରଫ

ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା ଅଫିସ, ୨୯।୧୨: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ସହରର ଖ୍ରୀଷ୍ଟିଆନ ସାହିରେ ଶୁକ୍ରବାର ଚଢାଉ କରାଯାଇ ବୃନ୍ଦାବନ ପ୍ରଧାନଙ୍କ ଘରୁ ୧୦୫ ଗ୍ରାମ ବ୍ରାଉନସୁଗାର ଓ ନଗଦ ୫୮ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ପୋଲିସ ବୃନ୍ଦାବନଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା ହେବ। ଏହା ବାଲେଶ୍ୱରରୁ ଆସୁଥିବା ତଦନ୍ତରୁ ଜଣାପଡ଼ିଛି।
All Right Reserved By

ଅପରାଧ |

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତେଲକୋଇ,୧୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ଧନୁର୍ଯୟପୁର ଜୁଆଙ୍ଗ ବସ୍ତିରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ସ୍ବାମୀ ସୁକୁରା ଜୁଆଙ୍ଗ(୩୮)ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁବାରୀ(୩୫)ଙ୍କ ମୃତ୍ୟୁ ଘଟିଛି। 

୨ ଗୋଷ୍ଠୀ ମୁହାଁମୁହିଁ, ୨ ଆହତ

୨ ଗୋଷ୍ଠୀ ମୁହାଁମୁହିଁ, ୨ ଆହତ

ଭଞ୍ଜନଗର,୧୯।୧୦(ଡି.ଏନ୍‌.ଏ.): ଭଞ୍ଜନଗର ଅଗ୍ନିଶମ କେନ୍ଦ୍ର ନିକଟରେ ଗୁରୁବାର ରାତିରେ କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର ଯୁବକମାନେ ଜଣେ ଯୁବକଙ୍କୁ ଆକ୍ରମଣ  କରିଥିଲେ।

୨୪ଦିନ ପରେ ଲୁଟ୍‌ର ସୁରାକ ପାଇଲା ପୋଲିସ

୨୪ଦିନ ପରେ ଲୁଟ୍‌ର ସୁରାକ ପାଇଲା ପୋଲିସ

ଭଦ୍ରକ ଅଫିସ, ୧୯।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା  କୂଆପଡ଼ା ନିକଟରୁ ଗତ ୨୪ତାରିଖରେ ୩୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ବ୍ୟବହୃତ ହୋଇଥିବା କଳା ପଲସର ଗାଡିକୁ ପୋଲିସ ଗୁରୁବାର ସନ୍ଧ୍ୟାରେ ଦଇସିଂର ଭାସ୍କର ସାହୁଙ୍କ ଛଣ  ଗଦା ଭିତରୁ ଜବତ  କରିଛି l 

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

କଣ୍ଟାପଡା,୧୮।୧୦(ଡି.ଏନ୍‌.ଏ.)- ଦୟନୀୟ ଅବସ୍ଥାରେ ଏକ ପିକଅପ ଭ୍ୟାନରେ ନିଆଯାଉଥିବା ୧୦ଟି ଗୋରୁଙ୍କୁ ଓଲଟପୁର ପୋଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି। ଗୋଚାଲାଣରେ ବ୍ୟବହୃତ ଓଆର ୦୨ ଏଏନ୍‌ ୨୬୯୭ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଏହାର ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

କୋଣାର୍କରେ  ଯୁବତୀଙ୍କୁ ଗଣବଳାତ୍କାର ଘଟଣା:  ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

କୋଣାର୍କରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

ପୁରୀ ଅଫିସ,୧୮ା୧୦: କୋଣାର୍କରେ ଘଟିଥିବା ଗତ ବୁଧବାର ଲଜ୍ଜା ଘଟଣାରେ ବନ୍ଦ କୋଠରିରୁ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଗୁରୁବାର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ମହିଳା କଂଗ୍ରେସ ଓ ଭାଜପା ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ସହ ମିଶି ଆଲୋଚନା କରିଥିଲେ। ଭାଜପା ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଆସିଥିବା ୫ଜଣିଆ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ମିଶି ଘଟଣା ସମ୍ପର୍କରେ ବୁଝିଥିଲେ।

ଜୟପୁର ରଥ ପଡ଼ିଆ ଛକ ଗୁଳିକାଣ୍ଡ ମାମଲା:  ଆଉ ୩ ଗିରଫ

ଜୟପୁର ରଥ ପଡ଼ିଆ ଛକ ଗୁଳିକାଣ୍ଡ ମାମଲା: ଆଉ ୩ ଗିରଫ

ଜୟପୁର, ୧୮।୧୦ (ଡ଼ି.ଏନ.ଏ)-  ଜୟପୁର ରଥ ପଡ଼ିିଆ ଛକ ଗୁଳିକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଗୋଡ଼ିଆ ଧୋବା ସାହିର ସନ୍ତୋଷ ନାୟକ ଓରଫ ମୁନା, ସୁରି ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ । ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିଛି । ଏହି ମାମଲାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିଲେ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ର ବର୍ତ୍ତମାନ ସୁଧା ଫେରାର ଅଛନ୍ତି।

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମାଥିଲି, ୧୮।୧୦ (ଡି.ଏନ.ଏ.)- ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଉଁଲି ମା’ ମନ୍ଦିର ପରିସରରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୭ ଜୁଆଡିଙ୍କୁ ଗିରଫ କରିଛି । 

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

୭୫୦ ବୋତଲ ମଦ ସହ କାର ଜବତ, ୨ ଗିରଫ

ବାଲିଅନ୍ତା,୧୭।୧୦(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ପାହାଳ ଫାଣ୍ଡି ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ନଖରାଗଡ଼ ନିକଟରୁ ୭୫୦ ବୋତଲ(୩୦ ପେଟି) ଆସ୍କା ଫର୍ଟି ମଦ ସହ ଏକ କାର ଜବତ କରିଛି। 

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।