ରାଜ୍ୟ |

କାର୍ଯ୍ୟାଳୟରେ ଝୁଣ୍ଟିପଡ଼ି ଆଇଜି ଅମିତାଭ ଠାକୁର ଆହତ

କାର୍ଯ୍ୟାଳୟରେ ଝୁଣ୍ଟିପଡ଼ି ଆଇଜି ଅମିତାଭ ଠାକୁର ଆହତ

କଟକ ଅଫିସ, ୨୮।୧୨- ପୋଲିସ ମୁଖ୍ୟାଳୟ ଆଇଜି (ଆଇନଶୃଙ୍ଖଳା) ଅମିତାଭ ଠାକୁର ଗୁରୁବାର ଅପରାହ୍ନରେ ଝୁଣ୍ଟିପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଠାକୁର କାର୍ଯ୍ୟାଳୟରେ ଯାଉଥିଲା ବେଳେ ହଠାତ୍‌ ଝୁଣ୍ଟିପଡ଼ି ଟିପଏ ଉପରେ ପଡ଼ି ଯାଇଥିଲେ। ଟିପଏ କାଚ ତାଙ୍କ ଦେହରେ ପଶି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ସର୍ଜରୀ ବିଭାଗର ଜରୁରିକାଳୀନ ଓଟିରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ଖବରପାଇ ଏସ୍‌ସିବିରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍‌ ଅଧିକାରୀମାନେ ପହଞ୍ଚତ୍ ଠାକୁରଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ।

All Right Reserved By

Model This Week

Model This Week

ରାଜ୍ୟ |

ଗଞ୍ଜାମରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଆଇନଜୀବୀ ସଂଘ ପକ୍ଷରୁ ୪ ଦିନିଆ ବନ୍ଦ ଡାକରା

ଗଞ୍ଜାମରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଆଇନଜୀବୀ ସଂଘ ପକ୍ଷରୁ ୪ ଦିନିଆ ବନ୍ଦ ଡାକରା

ବ୍ରହ୍ମପୁର ଅଫିସ,୨୭।୪: ଗଞ୍ଜାମ ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜିଲା ଆଇନଜୀବୀ ସଂଘ ପକ୍ଷରୁ ୪ ଦିନିଆ ବନ୍ଦ ଡାକରା ଦିଆଯାଇଛି। ଏହି ଉପଲକ୍ଷେ ସଂଘ କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ।

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ସାନତ୍ରିବିଡା ପଞ୍ଚାୟତର ୮ଟି ପ୍ରକଳ୍ପ ଲାଗି ୩୫ ଲକ୍ଷ ଅନୁମୋଦନ

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ସାନତ୍ରିବିଡା ପଞ୍ଚାୟତର ୮ଟି ପ୍ରକଳ୍ପ ଲାଗି ୩୫ ଲକ୍ଷ ଅନୁମୋଦନ

କଣିହାଁ,୨୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକର ସାନତ୍ରିବିଡା ପଞ୍ଚାୟତ ଶୁକ୍ରବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ସ୍ଥାନୀୟ ହାଇସ୍କୁଲ ପଡିଆଠାରେ ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତବାସୀଙ୍କ ସମସ୍ୟା ପଚାରି ବୁଝିଥିଲେ। ଏଥିସହ ସରପଞ୍ଚ ବାବୁଲା ସେଠୀଙ୍କ ପ୍ରସ୍ତାବଗୁଡିକ ମଧ୍ୟରୁ ୮ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫ ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ।

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଜଟଣୀ,୨୭।୪ (ଡି.ଏନ୍‌.ଏ.): ବିଭିନ୍ନ ଚୋରି ଓ ଡକାୟତି ଘଟଣାରେ ଜଟଣୀ ପୋଲିସ ଶୁକ୍ରବାର ସକାଳୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରକାଶ ଚନ୍ଦ୍ର ସିଂହ(୨୪), ଗୋଲାମ ଖାନ୍‌ (୨୩), ଅନ୍‌ସର ଖାନ୍‌(୨୧), ବୁଲୁ ଖାନ୍‌ (୨୦), ଅବ୍‌ଦୁଲ ମନ୍‌ସୁର୍‌(୨୧) ଓ ସାବିତ୍‌ ଖାନ୍‌ (୨୦)।

ବିଜେଡି ଛାଡିଲେ ହେମା

ବିଜେଡି ଛାଡିଲେ ହେମା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ହେମା ଗମାଙ୍ଗ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏଥିନେଇ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। ତେବେ ବିଭିନ୍ନ କାରଣ ଦର୍ଶାଇ ସେ ଦଳ ଛାଡିଥିବା କହିଛନ୍ତି।

ସରକାରୀ ନିୟମକୁ ବେଖାତିର: ସ୍କୁଲ ବନ୍ଦ ନିର୍ଦ୍ଦେଶର ୩ ଦିନ ପରେ ବି ଚାଲିଛି ପାଠପଢ଼ା

ସରକାରୀ ନିୟମକୁ ବେଖାତିର: ସ୍କୁଲ ବନ୍ଦ ନିର୍ଦ୍ଦେଶର ୩ ଦିନ ପରେ ବି ଚାଲିଛି ପାଠପଢ଼ା

ବଅଁରପାଳ,୨୭।୪(ଡି.ଏନ୍‌.ଏ.): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁ ବୁଧବାରଠାରୁ ରାଜ୍ୟର ପ୍ରାୟ ସମସ୍ତ ସ୍କୁଲ ବନ୍ଦ ରହିଛି। ମାତ୍ର ସରକାରୀ ନିୟମକୁ ବେଖାତିର କରି ଅନୁଗୋଳ ଜିଲା ନାଲ୍‌କୋ ଦିଲ୍ଲୀ ପବ୍ଲିକ ସ୍କୁଲରେ ପାଠପଢ଼ା ଚାଲିଛି।

ସାଲେପୁର ପୀଡିତାଙ୍କ ଆଶୁ ଆରୋଗ୍ୟ ଲାଗି ସମୂହ ଦୀପଦାନ

ସାଲେପୁର ପୀଡିତାଙ୍କ ଆଶୁ ଆରୋଗ୍ୟ ଲାଗି ସମୂହ ଦୀପଦାନ

ବାଲେଶ୍ୱର ଅଫିସ,୨୭।୪: ରାଜ୍ୟରେ ନାବାଳିକା ମାନଙ୍କ ପ୍ରତି ବଳାତ୍କାର ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ସେଭଳି କୌଣସ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରି ଚୁପ୍‌ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

ବେକରେ ଓଢ଼ଣୀ ଲଗାଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବେକରେ ଓଢ଼ଣୀ ଲଗାଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବରଗଡ଼ ଅଫିସ, ୨୭।୪-ବରଗଡ଼ ସହର ଉପକଣ୍ଠ ପିପିଲିପାଲି (ବନ୍ଧପଡ଼ା) ଗ୍ରାମର ପ୍ରଗତୀ ବେହେରା (୨୦) ନାମ୍ନୀ ଜଣେ କଲେଜ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଶୋଇବା ଘରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରଗତୀ ବରଗଡ଼ ମହିଳା କଲେଜରେ ଯୁକ୍ତ ତିନି ଶେଷ ବର୍ଷ ବିଜ୍ଞାନ ଛାତ୍ରୀ ଥିଲେ।

ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ

ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ

ରାଉରକେଲା ଅଫିସ,୨୭।୪- ସିଭିଲ ଟାଉନଶିପସ୍ଥିତ ସଂଜୀବନୀ ଓ ମଧୁସୂଦନ ପାର୍କର ଉନ୍ନତୀକରଣ ନେଇ ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମତାମତ ଓ ସହଯୋଗ ଲୋଡ଼ିଥିଲା ସ୍ମାର୍ଟ ସିଟି ଲିମିଟେଡ୍‌। ଡ୍ରଇଁ ମାଧ୍ୟମରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ବରିଷ୍ଠ ନାଗରିକଙ୍କୁ ପ୍ରସ୍ତାବିତ ବିକାଶର ଚିତ୍ର ଉପସ୍ଥାପନ କରି ମତାମତ ଲୋଡ଼ିଥିଲେ। ଏହି ଉଦ୍ୟାନ ପରିସରରେ ପ୍ଲେ ଏରିଆ, ଓପନ ଜିମ୍‌, ବ୍ୟାଡ୍‌ମିଣ୍ଟନ କୋଟ୍‌, ଥେମାଟିକ୍‌ ଲନ୍‌ ଇଦ୍ୟାଦି ସୁବିଧା କରାଯିବ। ସେ ନେଇ ଆଲୋଚନା କରାଯାଇଥିଲା। ଏଥିରେ ଉପକାର୍ଯ୍ୟନିର୍ବାହୀ ମୀନକେତନ ସାହୁ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ପାଣିଗ୍ରାହୀ ଓ ଅକ୍ଷୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଅପର୍ତ୍ତିଙ୍କ ୧୪ଶ ସ୍ମୃତିଚାରଣ ଦିବସ

ଅପର୍ତ୍ତିଙ୍କ ୧୪ଶ ସ୍ମୃତିଚାରଣ ଦିବସ

ରାଉରକେଲା ଅଫିସ,୨୭।୪- ସାମାଜିକ କର୍ମୀ ଅପର୍ତ୍ତି ବେହେରାଙ୍କ ୧୪ଶ ସ୍ମୃତିଚାରଣ ଦିବସ ସେକ୍ଟର-୫ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅପର୍ତ୍ତି ବେହେରା ସ୍ମୃତିସଂସଦ ସଭାପତି ହରିହର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଶ୍ରଦ୍ଧା ଷଡ଼ଙ୍ଗୀ ଓ ଶଶଧର ନନ୍ଦ ଅତିଥିଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପାଣ୍ଡବ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ କହିଲେ, ସ୍ବର୍ଗତ ବେହେରା କେବଳ ଜଣେ ଭଲ ବ୍ୟକ୍ତିତ୍ୱ ନ ଥିଲେ, ସେ ଥିଲେ ଏକ ଅନୁଷ୍ଠାନ।

ଛୁଟି ଘୋଷଣା ପରେ ସ୍କୁଲ ଆସୁନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ

ରାଉରକେଲା ଅଫିସ,୨୭।୪- ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ଆଗୁଆ ଅର୍ଥାତ ଏପ୍ରିଲ ୨୫ ତାରିଖରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କୁ ଛାଡ଼ି ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ କେହି ଅଭିଭାବକ କିମ୍ବା ଛାତ୍ରୀଛାତ୍ର ନାମଲେଖା ବା ଅନ୍ୟ କୌଣସି କାମରେ ସ୍କୁଲ ଆସିଲେ ଯେମତି ନିରାଶ ନ ହୁଅନ୍ତି। ତେବେ ଦେଖାଯାଇଛି ଯେ କିଛି ସ୍କୁଲ ଖୋଲା ଯାଉଥିବାବେଳେ ଏଠାରେ ଶିକ୍ଷକ ଉପସ୍ଥିତ ରହୁଛନ୍ତି। କିନ୍ତୁ ଆଉ କେତେକ ସ୍କୁଲ ମୁଖ୍ୟ ଫାଟକରେ ତାଲା ଝୁଲୁଛି। ଗୁରୁବାର ଲାଠିକଟା ବ୍ଲକ ଅନ୍ତର୍ଗତ କେତକ ସ୍କୁଲ ଫାଟକରେ ତାଲା ଝୁଲୁଥିବା ଦେଖାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କୁ ପଚରାଯିବାରୁ ସେମାନେ କହିଥିଲେ, ଆଜି କେହି ଶିକ୍ଷକ ଆସିନାହାନ୍ତି କି ବିଦ୍ୟାଳୟ ଖୋଲାଯାଇନି। ଏବେ ନାମଲେଖା ସାଙ୍ଗକୁ, ଟିସି ଓ ବ୍ୟାଙ୍କ ଆକାଉଣ୍ଟ ଆଦି ଖୋଲାଯାଉଛି। ଏପରିସ୍ଥଳେ ବିଦ୍ୟାଳୟ ଖୋଲା ରହିବା ନିହାତି ଆବଶ୍ୟକ। ତେବେ କିଛି ଶିକ୍ଷକଙ୍କ କହିବା କଥା ହେଲା ଏବେ ବିଭାଗୀୟ ତାଲିମ ସାଙ୍ଗକୁ ଅନ୍ୟ କାମ ବି ରହିଛି। ଏହା ବ୍ୟତୀତ ବିଦ୍ୟାଳୟ ଖୋଲିବା ନେଇ ସେମିତି କିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ମିଳି ନାହିଁ। ଏଣୁ କିଛି କ୍ଷେତ୍ରରେ ବିଦ୍ୟାଳୟ ଖୋଲିବା ନେଇ ହୁଏତ ତାଳମେଳ ରହୁନି।

ଦୁଇଟି ବ୍ଲକରେ ଦନ୍ତାହାତୀ ଆତଙ୍କ

ଦୁଇଟି ବ୍ଲକରେ ଦନ୍ତାହାତୀ ଆତଙ୍କ

ନୂଆପଡା ଅଫିସ,୨୭।୪-ଆଜକୁ ଦୁଇ ବର୍ଷ ହେଲା ଖରାଦିନ ଆସିଲେ କୁଆଡୁ ହାତୀ ପଲ ମାଡିଆସିଥାନ୍ତି । ଠିକ ଏହି ବର୍ଷ ମଧ୍ୟ ଦନ୍ତା ହାତୀମାନେ ଜିଲାକୁ ପଶିଆସିଥିବା ବେଳେ ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇ ଦେଉଛନ୍ତି । ଗତ ସୋମବାର ପ୍ରଥମେ କୋମନା ବ୍ଲକ ଅଞ୍ଚଳରେ ପ୍ରଥମେ ୩ଟି ହାତୀ ଦେଖାଯାଇଥିବାବେଳେ ଗୁରୁବାର ବୋଡେନ ବ୍ଲକ ଅଞ୍ଚଳରେ ୩ ଛୁଆ ସମେତ ୭ଟି ହାତୀ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏଥିରେ ୪ଟି ବଡ ଦନ୍ତାହାତୀଙ୍କ ସହ ୩ଟି ଛୁଆ ହାତୀ ରହିଥିବା ଦେଖଣାହାରୀମାନେ କହିଛନ୍ତି । ଏମାନେ ସାଧାରଣତଃ ଖାଦ୍ୟ ସାଙ୍ଗରେ ପାଣି ଖୋଜୁଥିବା ପରିଲକ୍ଷିତ ହେଉଛି ।

ପାଣି ପାଇଁ ଲୋକେ ଡହଳବିକଳ

ପାଣି ପାଇଁ ଲୋକେ ଡହଳବିକଳ

ଭବାନୀପାଟଣା,୨୭।୪(ଡି.ଏନ.ଏ.)- କଳାହାଣ୍ଡି ଜିଲାର ଭବାନୀପାଟଣା ସହରରେ ଦିନକୁ ଦିନ ଗ୍ରୀଷ୍ମ ତାତି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ସହରରେ ୧ କୋଟି ୧୫ ଲକ୍ଷ ଲିଟର ପାନୀୟ ଜଳର ଆବଶ୍ୟକତା ଥିବାବେଳେ ଜଳ ଓ ପରିମଳ ବିଭାଗ ପକ୍ଷରୁ ମାତ୍ର ୭୫ ଲକ୍ଷ ଲିଟର ଜଳ ଯୋଗାଣ ହୋଇପାରୁଛି । ବାକି ୪୦ ଲକ୍ଷ ଲିଟର ଜଳ ପାଇଁ ସହରବାସୀ ଡହଳବିକଳ ହେଉଛନ୍ତି । କଳାହାଣ୍ଡି ଜିଲାରେ ୧୯୨୬ରେ ଭବାନୀପାଟଣା ସହରରେ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ପାଇପ୍‌ ପାଣି ଜଳ ଯୋଗାଣ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ୨୦୧୧ ଜନଗଣନା ପ୍ରାଥମିକ ରିପୋର୍ଟ ଅନୁଯାୟୀ ସହରର ଜନସଂଖ୍ୟା ୬୯ ହଜାର ୪୫ ଥିବାବେଳେ ଇତି ମଧ୍ୟରେ ଜନସଂଖ୍ୟାର ବୃଦ୍ଧି ହୋଇ ଏହା ଲକ୍ଷାଧିକ ହୋଇଛି । ଅପରପକ୍ଷେ ସହରକୁ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ବସ, ୨ଟି ଟ୍ରେନ୍‌ ଚଳାଚଳ କରୁଥିବାରୁ ପ୍ରାୟ ୨୦ ହଜାର ଭ୍ରାମ୍ୟମାଣ ଲୋକଙ୍କ ସମାଗମ ହେଉଛି। ପୁଣି କାମଧନ୍ଦା ଅନ୍ବେଷଣରେ ଦୈନିକ ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ସହରକୁ ଆସୁଛନ୍ତି।