ରାଜ୍ୟ |

ନକଲି ଘିଅ କାରଖାନା: କଟକ, ଭୁବନେଶ୍ୱରରେ ଚଢାଉ

ନକଲି ଘିଅ କାରଖାନା: କଟକ, ଭୁବନେଶ୍ୱରରେ ଚଢାଉ
କଟକ ଅଫିସ, ୨୮।୧୨-କଟକରେ ଧରାପଡ଼ିଛି ନକଲି ଘିଅ କାରଖାନା। ଏନେଇ ତଦନ୍ତ କରୁଥିବା ମଙ୍ଗଳାବାଗ ଥାନା ପୋଲିସ ଗୁରୁବାର ନକଲି ଘିଅ କାରଖାନାକୁ ଡବା ଯୋଗାଉଥିବା ଭୁବନେଶ୍ୱରର ଏକ କମ୍ପାନୀ ଏବଂ କଟକର ନେତାଜୀନଗରରେ ଥିବା କମ୍ପାନୀ ଉପରେ ଚଢାଉ କରିଛି। ସେଠାରୁ ବିପୁଳ ପରିମାଣର ପ୍ଲାଷ୍ଟିକ୍‌ ଡବା ଜବତ ହୋଇଛି। କେବଳ ଘିଅ ନୁହେଁ ନକଲି ଗୁଟ୍‌ଖା କାରଖାନା କଟକରେ ଚାଲିଛି ଏବଂ ଜଗତପୁର ଶିଳ୍ପାଞ୍ଚଳରେ ନକଲି କାରଖାନାର ଗୋଦାମ ରହିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ନକଲି କାରଖାନାର ମାଲିକ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚରାଉଚରାବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ମାଲଗୋଦାମ ଓ ଚୌଦ୍ୱାରରେ ନକଲି ଘିଅକୁ ସପ୍ଲାଏ କରାଯାଇଥାଏ। ତଦନୁଯାୟୀ ପୋଲିସ ଅନୁସନ୍ଧାନ କରି ମାଲଗୋଦାମ ଓ ଚୌଦ୍ୱାର ଡିପୋକୁ ଚିହ୍ନଟ କରିଛି। ସେହିପରି ମାଲଗୋଦାମରେ ଅପମିଶ୍ରଣ ଖାଦ୍ୟପଦାର୍ଥ ପ୍ରସ୍ତୁତ ହେଉଥିବା ନେଇ ସୁବାସ ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ପୋଲିସ ଉକ୍ତ ସୂଚନା ଆଧାରରେ ତଦନ୍ତକୁ ଆଗକୁ ବଢାଇଛି। ମଙ୍ଗଳାବାଗ ଥାନା ଆଇଆଇସି ଅରୁଣ ସ୍ବାଇଁଙ୍କ କହିବା ଅନୁଯାୟୀ, ନକଲି ଘିଅ କାରଖାନା ସମ୍ପର୍କରେ ଅଧିକ ତଦନ୍ତ ଆବଶ୍ୟକ। ଏଣୁ ପର୍ଯ୍ୟାୟକ୍ରମେ ଏହାର ତଦନ୍ତକୁ ଅଗ୍ରଗତି କରାଯିବ। ଜବତ ହୋଇଥିବା ଘିଅର ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରର ଜନସ୍ବାସ୍ଥ୍ୟ ବିଭାଗ ପରୀକ୍ଷାଗାର ଓ ରାଜ୍ୟ ପୋଲିସ ପରୀକ୍ଷାଗାରକୁ ପଠାଯିବ। ଅନ୍ୟପକ୍ଷରେ ଏହିଭଳି ବେଆଇନ କାରବାର ଚାଲିଥିଲେ ସୁଦ୍ଧା କଟକ ମହାନଗର ନିଗମ(ସିଏମ୍‌ସି) ସ୍ବାସ୍ଥ୍ୟ ଅଧିକାରୀମାନେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ସେନେଇ କୈଫିୟତ ତଲବ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏଭଳି ବେଆଇନ କାରବାରକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୂଚନାଥାଉକି, ଡବା ଉପରେ ନାମୀଦାମୀ କମ୍ପାନୀର ନାମ ଓ ଲୋଗୋ ଲଗାଯାଇ ଏହି ନକଲି କାରଖାନା କଟକର ପ୍ରଫେସରପଡ଼ାରେ ଚାଲିଥିଲା। ମୋବିଲ ସହିତ ପାମୋଲିନ ତେଲ ଓ ରାସାୟନିକ ଦ୍ରବ୍ୟରୁ ତିଆରି ହେଉଥିଲା ଏହି ଘିଅ। ମଙ୍ଗଳାବାଗ ଥାନା ପୋଲିସ ପ୍ରଫେସରପଡ଼ା ଅଞ୍ଚଳରେ ବୁଧବାର ଚଢାଉ କରି ଏହି ନକଲି ଘିଅ କାରଖାନା ଠାବ କରିଥିଲା। ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଓ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ପୋଲିସ ଜବତ କରିଥିଲା। ଏଥିସହ କାରଖାନାର ମାଲିକ ସୁବାସଙ୍କୁ ଗିରଫ କରିଥିଲା।
All Right Reserved By

ରାଜ୍ୟ |

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ:  କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ: କାର୍ଯ୍ୟାଳୟରେ ପ୍ରତିବାଦ କଲେ ଉପଭୋକ୍ତା

ପରଜଙ୍ଗ, ୧୬।୧୦(ଡି.ଏନ.ଏ.)-ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇନି। ଅଥଚ ଆସିଛି ବିଲ୍‌। ଏହାର ପ୍ରତିବାଦ କରିଛନ୍ତି ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅଧୀନ ଶୁଣ୍ଢିକାଟେଣୀ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ ଏବଂ ବିଲ୍‌ ସଂଶୋଧନ କରିବାକୁ ସମ୍ପୃକ୍ତ ଉପଭୋକ୍ତାମାନେ ମଙ୍ଗଳବାର ବିଭାଗୀୟ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ।

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧା ଅଫିସ,୧୬।୧୦: ପାର୍ବଣର ମହକରେ ମହକି ଉଠିଛି ଖୋର୍ଦ୍ଧା ସହର। ସହରର କଣ୍ଟାବଜାର ଦୁର୍ଗା ପୂଜା କମିଟି, ଦୁର୍ଗାମାଧବ ପୂଜା କମିଟି, ପୁରୁଣା ଫାୟାର ଷ୍ଟେଶନ, ଇଗଲ କ୍ଲବ ପୂଜା କମିଟି, ଗୁରୁଜଙ୍ଗ  ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ପୂଜା କରାଯାଉଛି। ସହରର ବାକି ୪ ଟି ମଣ୍ଡପ ଖୋର୍ଦ୍ଧା ଦୁଲଣାଛକ, ମାଛ ମାର୍କେଟ, ଟାଉନ ହଲ ନିକଟ ଓ ରାଜସ୍ବ ଡାକ ବଙ୍ଗଳା ରାସ୍ତାର ୪୦୭ ଟ୍ରକ ପାର୍କିଂ ଛକରେ ହର ପାର୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି। 

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ବ୍ରାହ୍ମଣୀ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

ଯାଜପୁର ଅଫିସ, ୧୬।୧୦: ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଦୁର୍ଗା ପଡ଼ିଆ ନିକଟ ବ୍ରାହ୍ମଣୀ ନଦୀରେ ମଙ୍ଗଳବାର ପୂର୍ବାହ୍ନରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଦଶରଥ ଜେନା(୬୫)। ଯାଜପୁର ଓଡ୍ରାଫ ଟିମ୍‌ ଓ ବରୀ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି। 

କଣ୍ଟାପଡାର ୩୧ ମଣ୍ଡପରେ ପୂଜା ପାଉଛନ୍ତି ହରପାର୍ବତୀ, ମା’ଦୁର୍ଗା

କଣ୍ଟାପଡାର ୩୧ ମଣ୍ଡପରେ ପୂଜା ପାଉଛନ୍ତି ହରପାର୍ବତୀ, ମା’ଦୁର୍ଗା

କଣ୍ଟାପଡା,୧୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକରେ ଚଳିତ ଶାରଦୀୟ ଦୁର୍ଗାପୂଜା ଅବସରରେ ୩୧ ମଣ୍ଡପରେ ହରପାର୍ବତୀ ଓ ମା’ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ପୂଜା ପାଉଛନ୍ତି। 

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

କାକଟପୁର, ୧୬।୧୦(ଡି.ଏନ.ଏ.): ଶାରଦୀୟ ପାର୍ବଣ ପୂଜା ପାଇଁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ଉତ୍ସବମୁଖର ହୋଇପଡିଛି। 

ଆଜି ମହାମାୟାଙ୍କ ମହାସପ୍ତମୀ

ଆଜି ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ। ନବରାତ୍ରୀ ପୂଜା ସବୁଠାରେ ଆରମ୍ଭ ହୋଇସାରିଛି। ରୀତି ମୁତାବକ ମଙ୍ଗଳବାର ପୀଠରେ ଦେବୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି। 

୭୩ ବର୍ଷରେ ନବୀନ ପଟ୍ଟନାୟକ

୭୩ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍‌ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। 

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି।