Dharitri News
ଜାତୀୟ |

ଶୂନ୍ୟକାଳରେ ପୋଲାଭରମ୍‌ ପ୍ରସଙ୍ଗ ଉଠାଇଲା ବିଜେଡି

ନୂଆଦିଲ୍ଲୀ,୨୮।୧୨(ସ୍ବ.ପ୍ର.)ଲୋକସଭାରେ ଗୁରୁବାର ପୋଲାଭରମ୍‌ ପ୍ରକଳ୍ପ ପ୍ରସଙ୍ଗକୁ ବିଜେଡି ଉଠାଇ ଓଡ଼ିଶା ପ୍ରତି କରାଯାଉଥିବା ଅନ୍ୟାୟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପ୍ରସଙ୍ଗ ଉପରେ ବିଜେଡି ମୁଲତବୀ ପ୍ରସ୍ତାବ ଦେଇଥିଲେ ମଧ୍ୟ ବାଚସ୍ପତି ଏହାକୁ ସ୍ବୀକାର ନ କରି ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁମତି ଦେଇଥିଲେ। ବିଜେଡି ଏମ୍‌ପିମାନେ ନିଜ ନିଜ ଆସନରେ ଛିଡ଼ାହୋଇ ମୁଲତବୀ ପ୍ରସ୍ତାବ ଗ୍ରହଣ କରି ଆଲୋଚନା ପାଇଁ ଅନୁମତି ଦେବାକୁ ଦାବି କରିଥିଲେ ମଧ୍ୟ ବାଚସ୍ପତି ସୁମିତ୍ରା ମହାଜନ ଏଥିପାଇଁ ଅନୁମତି ଦେଇ ନ ଥିଲେ। ଶୂନ୍ୟକାଳରେ ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ପୋଲାଭରମ୍‌ ପ୍ରକଳ୍ପକୁ ଆମେ ବିରୋଧ କରୁନାହୁଁ କିନ୍ତୁ ଏହାଦ୍ୱାରା ଓଡ଼ିଶାର ସ୍ବାର୍ଥହାନି ହେବା ସହ କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହେବାକୁ ଯାଉଥିବାରୁ ବିଜେଡି ଏହାକୁ ବିରୋଧ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି। ପୋଲାଭରମ୍‌ ମାମଲା ସୁପ୍ରିମକୋର୍ଟ ଏବଂ ଗ୍ରୀନ ଟ୍ରିବ୍ୟୁନାଲରେ ଚାଲିଛି। ପ୍ରକଳ୍ପ ପାଇଁ ବିଭିନ୍ନ ଆଇନକୁ ଲଙ୍ଘନ କରାଯାଇଛି, ଏସବୁ ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ସେହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇଚାଲିଛନ୍ତି ଏବଂ ଓଡ଼ିଶା ପ୍ରତି ନିରନ୍ତର ଅବିଚାର କରିଚାଲିଛନ୍ତି ବୋଲି ଭର୍ତ୍ତୃହରି କହିଥିଲେ। ପ୍ରକଳ୍ପକୁ ଅଗ୍ରଗତି କରାଇବା ପୂର୍ବରୁ କ୍ଷତିଗ୍ରସ୍ତ ରାଜ୍ୟ ସହ ଆଲୋଚନା କରି ଏହି ସମସ୍ୟାର ଆଗ ସମାଧାନ କରାଯିବା ସହ ଓଡ଼ିଶାର ସ୍ବାର୍ଥକୁ କୌଣସି ପ୍ରକାରେ ଅଣଦେଖା କରା ନ ଯାଉ ବୋଲି ଭର୍ତ୍ତୃହରି କହିଥିଲେ।

ଜାତୀୟ |

 ୧୦ ଟଙ୍କିଆ କଏନ୍‌ର ସମସ୍ତ ୧୪ ଡିଜାଇନ୍‌ ବୈଧ

୧୦ ଟଙ୍କିଆ କଏନ୍‌ର ସମସ୍ତ ୧୪ ଡିଜାଇନ୍‌ ବୈଧ

ନୂଆଦିଲ୍ଲୀ, ୧୭।୧: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ୧୦ ଟଙ୍କିଆ କଏନ୍‌ର ସମସ୍ତ ୧୪ ଡିଜାଇନ୍‌ ବୈଧ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚିତ କରାଯାଇଛି।

ବିନା ଯୁଦ୍ଧରେ ୧୩ ବର୍ଷରେ ଶହୀଦ ହୋଇଛନ୍ତି ୧୬ ଶହ ଯବାନ

ବିନା ଯୁଦ୍ଧରେ ୧୩ ବର୍ଷରେ ଶହୀଦ ହୋଇଛନ୍ତି ୧୬ ଶହ ଯବାନ

ବମ୍ବେ, ୧୭।୧: ବିନା ଯୁଦ୍ଧରେ ଗତ ୧୩ ବର୍ଷ ମଧ୍ୟରେ ସୀମାରେ ଜାରି ରହିଥିବା ଗୁଳିଗୋଳା ବିନିମୟ ଘଟଣାରେ ୧,୬୮୪ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ଶିବସେନା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

ସୁଖୋଇରେ ଉଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ

ସୁଖୋଇରେ ଉଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ

ଯୋଧପୁର, ୧୭।୧: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରମଣ ବୁଧବାର ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-୩୦ ଏମ୍‌କେଆଇରେ ବସି ପ୍ରାୟ ୪୫ ମିନିଟ୍‌ ବୁଲିଛନ୍ତି।

 ୩ ବର୍ଷରେ ଅମରନାଥ ଯାତ୍ରା କରିଛନ୍ତି ୮ ଲକ୍ଷ ତୀର୍ଥଯାତ୍ରୀ

୩ ବର୍ଷରେ ଅମରନାଥ ଯାତ୍ରା କରିଛନ୍ତି ୮ ଲକ୍ଷ ତୀର୍ଥଯାତ୍ରୀ

ଜମ୍ମୁ, ୧୭।୧: ପ୍ରଭୁ ଅମରନାଥଙ୍କ ଦର୍ଶନ ପାଇଁ ଗତ ୩ ବର୍ଷ ମଧ୍ୟରେ ୮ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଆସିଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତରଦେଇ ସ୍ବାସ୍ଥ୍ୟମନ୍ତ୍ରୀ ବାଲି ଭଗତ୍‌ ଏହା ସୂଚିତ କରିଛନ୍ତି।

 ଉତ୍ତର-ପୂର୍ବ ରାଜ୍ୟରେ ଅନୁପ୍ରବେଶ ୮୫ ପ୍ରତିଶତ କମିଛି

ଉତ୍ତର-ପୂର୍ବ ରାଜ୍ୟରେ ଅନୁପ୍ରବେଶ ୮୫ ପ୍ରତିଶତ କମିଛି

ନୂଆଦିଲ୍ଲୀ, ୧୭।୧: ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ସୀମାପାର ଅନୁପ୍ରବେଶ ୮୫ ପ୍ରତିଶତ କମିଛି। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ବୁଧବାର ସୂଚନା ଦେଇଛନ୍ତି।

 ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ସେନା କ୍ୟାପଟେନ ଆହତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ସେନା କ୍ୟାପଟେନ ଆହତ

ଶ୍ରୀନଗର, ୧୭।୧: ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲା ଚଖନ ଦା ବାଗ୍‌ଠାରେ ଥିବା ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଏହା ପାଲଟା ଜବାବରେ ଭାରତୀୟ ସେନା ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଥିଲା।

ନିୟନ୍ତ୍ରଣ ରେଖାରେ ଉତ୍ତେଜନା: ସୀମାପାର ବ୍ୟବସାୟ ଉପରେ ପଡୁଛି ପ୍ରଭାବ

ନିୟନ୍ତ୍ରଣ ରେଖାରେ ଉତ୍ତେଜନା: ସୀମାପାର ବ୍ୟବସାୟ ଉପରେ ପଡୁଛି ପ୍ରଭାବ

ଶ୍ରୀନଗର, ୧୭।୧: ନିୟନ୍ତ୍ରଣ ରେଖାଠାରେ ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ସୀମାପାର ବ୍ୟବସାୟ ପ୍ରଭାବିତ ହେଉଛି ବୋଲି ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ସୂଚିତ କରାଯାଇଛି।

 ସୁପ୍ରିମ୍‌କୋର୍ଟ ସଙ୍କଟ: ଆଲୋଚନା ପୂର୍ବରୁ ଛୁଟିରେ ଗଲେ ଚେଲେମଶ୍ୱର

ସୁପ୍ରିମ୍‌କୋର୍ଟ ସଙ୍କଟ: ଆଲୋଚନା ପୂର୍ବରୁ ଛୁଟିରେ ଗଲେ ଚେଲେମଶ୍ୱର

ନୂଆଦିଲ୍ଲୀ, ୧୭।୧: ସୁପ୍ରିମ୍‌କୋର୍ଟ ସଙ୍କଟର ସମାଧାନ ପାଇଁ ପ୍ରଧାନ ବିଚାରପତି ଦୀପକ ମିଶ୍ର ବିଦ୍ରୋହୀ ବିଚାରପତିଙ୍କ ସହିତ ଆଲୋଚନା ପାଇଁ ବୁଧବାର ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ପୂର୍ବରୁ ବିଚାରପତି ଜେ.ଚେଲେମଶ୍ୱର ଛୁଟିରେ ଯାଇଛନ୍ତି।

 ଶହେ କୋଟି ଅଚଳ ଟଙ୍କା ଜବତ

ଶହେ କୋଟି ଅଚଳ ଟଙ୍କା ଜବତ

କାନପୁର, ୧୭।୧: ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର କାନପୁରଠାରୁ ବିପୁଳ ପରିମାଣର ଅଚଳ ଟଙ୍କା ଜବତ କରାଯାଇଛି। ଏହା ପ୍ରାୟ ଶହେ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଯୋଗାଉଛନ୍ତି ଆଣବିକ ଅସ୍ତ୍ରଶସ୍ତ୍ର

ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଯୋଗାଉଛନ୍ତି ଆଣବିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୭।୧: ଆତଙ୍କବାଦୀଙ୍କୁ ବିଦେଶୀ ରାଷ୍ଟ୍ର ଅତ୍ୟାଧୁନିକ ଆଣବିକ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି। ସେମାନଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କର ପ୍ରୋତ୍ସାହନ ମିଳୁଛି ବୋଲି ସେନାମୁଖ୍ୟ ବିପିନ ରାଓ୍ବତ ବୁଧବାର ସୂଚିତ କରିଛନ୍ତି।

ଭିକାରୀ ଚିହ୍ନଟ କଲେ ମିଳିବ ୫ଶହ ଟଙ୍କା ପୁରସ୍କାର

ଭିକାରୀ ଚିହ୍ନଟ କଲେ ମିଳିବ ୫ଶହ ଟଙ୍କା ପୁରସ୍କାର

ହାଇଦ୍ରାବାଦ୍‌, ୧୭।୧: ତେଲେଙ୍ଗାନାକୁ ଭିକାରୀ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏକ ଅନନ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଉଦ୍ୟମ ଅନ୍ତର୍ଗତ ଭିକାରୀକୁ ଚିହ୍ନଟ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ଶହ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ଚଳିତ ବର୍ଷରୁ ଶେଷ ହେବ ହଜ୍‌ ରିହାତି

ଚଳିତ ବର୍ଷରୁ ଶେଷ ହେବ ହଜ୍‌ ରିହାତି

ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷରୁ କେନ୍ଦ୍ର ସରକାର ହଜ ଯାତ୍ରା ପାଇଁ ରିହାତି ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍‌ ଆବ୍ବାସ୍‌ ନକ୍‌ଭି ମଙ୍ଗଳବାର ସୂଚନା ଦେଇଛନ୍ତି।