Dharitri News
ଖେଳ |

ରାଜ୍ୟ ଆଥ୍‌ଲେଟିକ ମିଟ୍‌ ଉଦ୍‌ଘାଟିତ

ରାଜ୍ୟ ଆଥ୍‌ଲେଟିକ ମିଟ୍‌ ଉଦ୍‌ଘାଟିତ କଟକ ଅଫିସ,୨୯ା୧୨: ବାରବାଟୀ ଷ୍ଟାଡିୟମରେ ୬୫ତମ ଓଡ଼ିଶା ରାଜ୍ୟ ଆଥ୍‌ଲେଟିକ ମିଟ୍‌ ଗୁରୁବାର ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆମେଚର ବେସ୍‌ବଲ ଫେଡେରେଶନ ଅଫ ଇଣ୍ଡିଆ ସଭାପତି ପଙ୍କଜ ଲୋଚନ ମହାନ୍ତି, ରାଜ୍ୟ ଆଥ୍‌ଲେଟିକ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ଜଗମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ୩ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ୩୪ଟି ୟୁନିଟର ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୧୫୯ଟି ଇଭେଣ୍ଟରେ ମୋଟ୍‌ ୧୫୧୪ଜଣ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ପ୍ରଥମ ଦିବସରେ ଅନୁଷ୍ଠିତ ୧୪ ବର୍ଷରୁ କମ୍‌ ବାଳକବର୍ଗ ଟ୍ରାଇଥଲନରେ ବିକ୍ରମ ଟୁନିକା, ୧୦୦ମିଟର ଦୌଡ଼ରେ ବିଶ୍ୱରଞ୍ଜନ ବେହେରା, ୧୬ ବର୍ଷରୁ କମ୍‌ ବାଳକ ୧୦୦ମିଟରରେ ରାହୁଲ ୱାଟେକା, ୮୦୦ମିଟରରେ ରବି ଖୋରା, ୧୮ ବର୍ଷରୁ କମ୍‌ ବାଳକ ୧୦୦ମିଟରରେ ମନୋଜ ଓରାମ, ୮୦୦ମିଟରରେ ଦିଲୀପ ନାୟକ, ଲଙ୍ଗଜମ୍ପରେ ଚନ୍ଦନ ବେତୀ, ଡିସ୍‌କସ୍‌ରେ ଗଙ୍ଗାଧର ମାଡ଼କାମୀ, ୨୦ବର୍ଷରୁ କମ୍‌ ବାଳକ ୧୦୦ମିଟରରେ ପ୍ରସନ୍ନଜିତ କୁଜୁର, ୮୦୦ମିଟରରେ ସୀମାଞ୍ଚଳ ରାଇତା, ୫ହଜାର ମିଟରରେ ଭୀମସେନ ଜାନକା, ଲଙ୍ଗଜମ୍ପରେ ସାରୁନ୍‌ ପ୍ରିୟସିଂ, ଡିସ୍‌କସ୍‌ରେ ଅଭିଷେକ ପଣ୍ଡା, ୧୪ବର୍ଷରୁ କମ୍‌ ବାଳିକା ୧୦୦ମିଟରରେ ଯମୁନା ଟୁଡ଼ୁ, ସଟ୍‌ପୁଟ୍‌ରେ ଅଂଶିକା ରାଉତରାୟ, ଟ୍ରାଇଥଲନ୍‌ରେ ମାଧବୀ ନାୟକ, ୧୬ବର୍ଷରୁ କମ୍‌ ବାଳିକା ୧୦୦ମିଟରରେ ଟିକିଲି କର୍ଜି, ୮୦୦ମିଟର ଦୌଡ଼ରେ ସୁସ୍ମିତା ଟିଗା, ସଟ୍‌ପୁଟ୍‌ରେ ବୁଦ୍ଧିନୀ ମାଝି, ଜାଭେଲିନ୍‌ରେ ଧନମତୀ ଖେସ୍‌, ୧୮ବର୍ଷରୁ କମ୍‌ ବାଳିକା ୧୦୦ମିଟରରେ ମନୀଷା ମେରେଲ, ୮୦୦ମିଟରରେ ବବିତା ସାନ୍ତା, ହାଇଜମ୍ପରେ ମୋନିକା କୁଜୁର, ସଟ୍‌ପୁଟ୍‌ରେ ଇଭା ଡାଙ୍ଗ, ଜାଭେଲିନ୍‌ରେ ଡୁଲି ସୋରେନ୍‌, ୨୦ବର୍ଷରୁ କମ୍‌ ବାଳିକା ୧୦୦ମିଟର ଦୌଡ଼ରେ ସଂଯୁକ୍ତା ମଲ୍ଲିକ, ୮୦୦ମିଟରରେ ଜୟନ୍ତୀ ବେହେରା, ୫ହଜାର ମିଟରରେ ରଞ୍ଜିତା ମହାନ୍ତି, ଲଙ୍ଗଜମ୍ପରେ ଶୋଭା ରାଣୀ ତିର୍କୀ, ହାଇଜମ୍ପରେ ମାନିନୀ ମେହେର, ସଟ୍‌ପୁଟ୍‌ରେ ପ୍ରିୟଙ୍କା ଟପ୍ପୋ, ଜାଭେଲିନ୍‌ରେ କାରମେଲା ବାର୍ଲା, ପୁରୁଷ ୧୦୦ମିଟରରେ ନିରଞ୍ଜନ ମହାନ୍ତି, ୮୦୦ମିଟରରେ ରୋଶନ ମିଞ୍ଜ, ୫ହଜାର ମିଟରରେ ଯୋଗେନ୍ଦ୍ର ତିରିଆ, ଲଙ୍ଗଜମ୍ପରେ ଆଶିଷ ପାତ୍ର, ଡିସ୍‌କସ୍‌ରେ ମନୋଜ କୁମାର ମହାରଣା, ମହିଳା ୧୦୦ମିଟର ଦୌଡ଼ରେ ଦୂତୀ ଚାନ୍ଦ, ୮୦୦ମିଟରରେ ନମିତା ପ୍ରଧାନ, ୫ହଜାର ମିଟର ଦୌଡ଼ରେ ସମସାଦ ଆରା ବେଗମ୍‌, ଲଙ୍ଗଜମ୍ପରେ ସେକୁନ୍ତା କୁଲୁ, ହାଇଜମ୍ପରେ ଲତିକା ବାସାରା, ସଟ୍‌ପୁଟ୍‌ରେ ଅପର୍ଣ୍ଣା ମହାନ୍ତି ଓ ଜାଭେଲିନ୍‌ରେ ସ୍ବାଗତିକା ଜେନା ସ୍ବର୍ଣ୍ଣପଦକ ବିଜୟୀ ହୋଇଛନ୍ତି।

ଖେଳ |

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌: ବୃହତ୍‌ ବିଜୟରୁ ଭାରତର ଅଭିଯାନ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌: ବୃହତ୍‌ ବିଜୟରୁ ଭାରତର ଅଭିଯାନ

ଟୌରଙ୍ଗ, ୧୭।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇନଭାଇଟେଶନାଲ ହକି ସିରିଜ୍‌ରେ ଭାରତୀୟ ଦଳ ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୬-୦ ଗୋଲ୍‌ରେ ଜାପାନକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ପଦାର୍ପଣକାରୀ ବିବେକ ସାଗର ଓ ଦିଲପ୍ରୀତ ସିଂ ୨ଟି ଲେଖାଏ ଗୋଲ କରିଛନ୍ତି। ଏମାନଙ୍କ ବ୍ୟତୀତ ରୂପିନ୍ଦର ପାଲ ସିଂ ଓ ହରମନପ୍ରୀତ ସିଂ ପ୍ରତ୍ୟେକେ ଗୋଟିଏ ଗୋଲ ଦେଇଛନ୍ତି।

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ନୂଆଦିଲ୍ଲୀ, ୧୭।୧- ନ୍ୟୁଜିଲାଣ୍ଡଠାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରେ ବୁଧବାର ବିଦର୍ଭ ପେସର ଆଦିତ୍ୟ ଠାକରେଙ୍କୁ ସାମିଲ କରାଯାଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଇଶାନ ପୋରେଲଙ୍କ ବଦଳ ଖେଳାଳି ଭାବେ ଆଦିତ୍ୟଙ୍କୁ ଡାକରା ଦିଆଯାଇଛି।

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ବ୍ରାସିଲା, ୧୭।୧- ବିଶ୍ୱକପ୍‌ ବିଜୟୀ ବ୍ରାଜିଲ ଦଳର ସଦସ୍ୟ ରୋନାଲ୍ଡିନୋ ଫୁଟ୍‌ବଲ ଖେଳାଳି ଭାବେ ମଙ୍ଗଳବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପେସାଦାର ଫଟ୍‌ବଲରୁ ଦୀର୍ଘ ୨ ବର୍ଷ କାଳ ଦୂରେଇ ରହିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୭ ବର୍ଷୀୟ ଷ୍ଟାର ଖେଳାଳି ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜ) ଓ ବ୍ରାଜିଲ ପକ୍ଷରୁ ଖେଳିଥିଲେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ମେଲବୋର୍ନ, ୧୭।୧- ପୁରୁଷ ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଟେନିସ୍‌ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୩ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାରେ ସେ ସିଧାସଳଖ ସେଟ୍‌ରେ ଲିଓନାର୍ଡୋ ମେୟରଙ୍କୁ ହରାଇଛନ୍ତି।

ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ରୁ ବାଦ୍‌

କଟକ ଅଫିସ,୧୬ା୧ ରାଞ୍ଚି ଜେଏସ୍‌ସିଏ ଅର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି୨୦ ପୂର୍ବାଞ୍ଚଳ କ୍ରିକେଟ ଲିଗ୍‌ର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଛି।

ଏକ ରନ୍‌ରେ ହାରିଲା ଓଡ଼ିଶା

କଟକ ଅଫିସ,୧୬ା୧: ମାଡ୍ରାସର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୧ରନ୍‌ରେ ଛତିଶଗଡ଼ଠାରୁ ପରାସ୍ତ ହୋଇଛି।

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ମେଲବୋର୍ନ, ୧୬ା୧ (ଏଏଫ୍‌ପି) ପୂର୍ବତନ ଚାମ୍ପିୟନ ମାରିଆ ଶାରାପୋଭା ଓ ଆଞ୍ଜେଲିକ୍‌ କର୍ବର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ବିଭାଗରେ ୬ଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ସେଞ୍ଚୁରିଅନ, ୧୬।୧- ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚତ୍ଛି। ଭାରତ ସମ୍ମୁଖରେ ୨୮୭ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଦଳ ମଙ୍ଗଳବାର ୪ର୍ଥ ଦିବସ ଶେଷସୁଦ୍ଧା ୩୫ ରନ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦରେ ପଡ଼ିଛି।

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ହାମିଲଟନ୍‌, ୧୬।୧(ଏଏଫ୍‌ପି)- କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

ସେଞ୍ଚୁରିୟନ, ୧୬।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଅନ୍ତିମ ତଥା ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ମାଂସପେଶୀଜନିତ ସମସ୍ୟା ଲାଗି ଶାହାଙ୍କୁ ବାଦ୍‌ ଦିଆଯାଇଛି। ଶାହାଙ୍କ ବଦଳ ଖେଳାଳିଭାବେ ଅନ୍ୟତମ ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କୁ ଦଳରେ ଯୋଗ ଦେବା ଲାଗି ଡାକରା ମିଳିଛି।

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

ମାଉଣ୍ଟ ମାଉନଗାନୁଇ, ୧୬।୧(ପି.ଟି.)- ତିନିଥର ଚାମ୍ପିୟନ ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ମେଲବୋର୍ନ,୧୬ ା୧(ଏ.ଏଫ.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ନାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।