ଉପକୂଳ ଓଡିଶା

ଗ୍ରହଣୀୟ ହେବନି ବିନା ଓଡ଼ିଆ ଭାଷାର ଫାଇଲ

ଗ୍ରହଣୀୟ ହେବନି ବିନା ଓଡ଼ିଆ ଭାଷାର ଫାଇଲ
ଯାଜପୁର ଅଫିସ,୨୮।୧୨- ଜାନୁୟାରୀ ପହିଲାରୁ ଯଦି କୌଣସି ଫାଇଲ ଓଡ଼ିଆ ଭାଷାରେ ନ ଆସେ ତେବେ ତାହା ଗ୍ରହଣୀୟ ହେବ ନାହିଁ ।ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଆ ଭାଷାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ହେବା ପରେ ଯାଜପୁର ଜିଲାପାଳ ଏହି ତପତ୍ରତା ପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସହ ସରକାରୀ ଭାଷା ଭାବେ ବ୍ୟବହୃତ ହେବା ପାଇଁ ନିର୍ଦ୍ଦେଶ ରହିଥିଲେ ବି କେତେକ ଅଧିକାରୀ ଓଡ଼ିଆ ଭାଷା ପ୍ରତି ଅଣହେଳା ପ୍ରଦର୍ଶନ କରିବା ଦୁର୍ଭାଗ୍ୟଜନକ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ପ୍ରକାଶ କରିଛନ୍ତି ।ଆସନ୍ତା ୧ତାରିଖ ସୁଦ୍ଧା ସମସ୍ତ ସରକାରୀ, ବେସରକାରୀ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କ ନାମ ଫଳକକୁ ସର୍ବାଗ୍ରେ ଓଡ଼ିଆରେ ଲେଖିବାକୁ ଜିଲାପାଳ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ କରିବାକୁ ସେ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ବାହାରକୁ ଓ ବିଶେଷ କ୍ଷେତ୍ରରେ ଓଡ଼ିଆ ବ୍ୟତୀତ ଇଂରାଜୀରେ ପତ୍ର ଲେଖାଯାଇପାରେ। କିନ୍ତୁ ଜିଲା ଓ ରାଜ୍ୟ ଭିତରର ପତ୍ର ଓ ନୋଟିସ ଇତ୍ୟାଦି ନିଶ୍ଚିତ ଭାବେ ଓଡ଼ିଆରେ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
All Right Reserved By

ଉପକୂଳ ଓଡିଶା

 ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମହାକାଳପଡା, ୧୫।୧୦(ଡି.ଏନ.ଏ.): କଂଗ୍ରେସ ପକ୍ଷରୁ ସ୍ଥାନୀୟ ମହାକାଳପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଲଘୁଚାପଜନିତ ଓ ତିତ୍‌ଲି ବାତ୍ୟା ପ୍ରଭାବରେ ସ୍ଥାନୀୟ ଚାଷୀଙ୍କୁ ପଲିଥିନ୍‌, କୃଷି ଋଣ ଛାଡ, ମତ୍ସ୍ୟଜୀବିଙ୍କୁ ସହାୟତା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅଟଳ ସମ୍ମାନ ସମାରୋହ

ଅଟଳ ସମ୍ମାନ ସମାରୋହ

ଆଳି,୧୫।୯(ଡି.ଏନ.ଏ.): ପ୍ରିନ୍ସ ଫାଉଣ୍ଡେସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ନିଆଳ ହାଟଠାରେ ଥିବା ହେଲିପ୍ୟାଡ ପଡିଆରେ ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଯାଜପୁର ଅଫିସ,୧୫।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁ ଚର୍ଚ୍ଚିତ ଡଙ୍କାରୀ ପାହାଡର ୬ଟି କଳାପଥର ଖାଦାନକୁ ସୋମବାର ସକାଳେ ସିଲ୍‌ କରି ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୪ ଜେସିବି ମେଶିନ ସହାୟତାରେ ଖାଦାନକୁ ଯାଇଥିବା ରାସ୍ତାରେ ପ୍ରାୟ ୧୦ ଫୁଟ ଗଭୀର ଏକ ଗାତ ଖୋଳାଯାଇଛି

ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳନ

ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳନ

ରାଜନଗର, ୧୫।୧୦(ଡି.ଏନ.ଏ.) ନ୍ଦ୍ରୋପଡା ଜିଲା ରାଜନଗର ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ସୋମବାର ପାଳନ ହୋଇଯାଇଛି। 

ସାହିତ୍ୟ ଆସରରେ ଗଳ୍ପ ଓ କବିତା ପାଠ

ସାହିତ୍ୟ ଆସରରେ ଗଳ୍ପ ଓ କବିତା ପାଠ

ବୋଲଗଡ଼,୧୫ା୧୦(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତଠାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। 

ମା’ କୋଶଳାଶୁଣି ମହୋସତ୍ବ ଉଦ୍‌ଘାଟିତ

ମା’ କୋଶଳାଶୁଣି ମହୋସତ୍ବ ଉଦ୍‌ଘାଟିତ

ବୋଲଗଡ଼,୧୫ା୧୦(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଆରିକମାଠାରେ ମା’ କୋଶଳାଶୁଣି ମହୋସତ୍ବ ଶନିବାରଠାରୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ସନ୍ଧ୍ୟାର ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ।

ରାଜ୍ୟସ୍ତରୀୟ କବାଡ଼ି ଟୁର୍ନାମେଣ୍ଟ : ବାରଙ୍ଗ ବିଜୟୀ

ରାଜ୍ୟସ୍ତରୀୟ କବାଡ଼ି ଟୁର୍ନାମେଣ୍ଟ : ବାରଙ୍ଗ ବିଜୟୀ

ବୋଲଗଡ଼,୧୫ା୧୦(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇ କଚେରିବର କବାଡି ଖେଳପଡ଼ିଆରେ ଚାଲିଥିବା ମା’ରାମଚଣ୍ଡୀ ରାଜ୍ୟସ୍ତରୀୟ କବାଡି ଟୁର୍ନ୍ନାମେଣ୍ଟର ୨ୟ ଦିବସୀୟ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଛି।

ରୋଗପୋକ, ବନ୍ୟଜନ୍ତୁ ପ୍ରାଦୁର୍ଭାବ: ଚାଷୀ ହନ୍ତସନ୍ତ

ଟାଙ୍ଗୀ(ଖୋର୍ଦ୍ଧା),୧୫ା୧୦(ଡି.ଏନ.ଏ.)-ରଣପୁର ବ୍ଲକ୍‌ର ମୟୂରଝାଲିଆ ଓ ରାଜଜଙ୍କିଆ ପଞ୍ଚାୟତର ଚାଷଜମିରେ ରୋଗପୋକ ଓ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ହାତୀ, ପାତିମାଙ୍କଡ଼, ରୋଗପୋକ ଓ ଶେଷକୁ ତିତ୍‌ଲି ଯୋଗୁ ଲଗାତର ବର୍ଷା ଏହି ଅଞ୍ଚଳର ଚାଷୀଙ୍କୁ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ କରାଇଛି ।

    କୃଷ୍ଣଙ୍କୁ ପାଇବା ପାଇଁ ୧ ମାସ ଧରି ମାନସିକ ବ୍ରତ

କୃଷ୍ଣଙ୍କୁ ପାଇବା ପାଇଁ ୧ ମାସ ଧରି ମାନସିକ ବ୍ରତ

ଖଣ୍ଡପଡା,୧୫ା୧୦(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ଶରଦ ରାସୋସତ୍ବ ଶନିବାରଠାରୁ ଆରମ୍ଭ ହୋଇଯାଇଛି ା ଉସତ୍ବର ପ୍ରଥମ ପର୍ବ ଆରମ୍ଭ ହୁଏ ଶୁକ୍ଳ ପଞ୍ଚମୀ ତିଥିରୁ ା ଏଥିନିମନ୍ତେ ନୀଳମାଧବ ପାଦଦେଶରେ ଥିବା ମହାନଦୀ ବାଲୁକା ଶଯ୍ୟା ଉତ୍ସବ ମୁଖରିତ ହୋଇଉଠେ ା 

ଦଶହରା ପାଳନ ନିମନ୍ତେ ୩ ପୂଜା କମିଟିଙ୍କ ପ୍ରସ୍ତୁତି

ଦଶହରା ପାଳନ ନିମନ୍ତେ ୩ ପୂଜା କମିଟିଙ୍କ ପ୍ରସ୍ତୁତି

ଖଣ୍ଡପଡା,୧୫ା୧୦(ସ୍ବ.ପ୍ର.)-ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଅଧିକ ସରସସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଖଣ୍ଡପଡ଼ା ବ୍ଲକ ଖଳିସାହି ଗ୍ରାମର ୩ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଦଶହରା ପର୍ବ ପାଳନ ନିମନ୍ତେ ଖଳିସାହି ଦୁର୍ଗା ବଜାର, ଲକ୍ଷ୍ମୀବଜାର ଓ ଗଣେଶ ବଜାର ପୂଜା କମିଟିର ସଦସ୍ୟମାନେ ଏକ ମାସ ପୂର୍ବରୁ ପ୍ରସ୍ତୁତି ଚଳାଇଛନ୍ତି। ଗ୍ରାମର ମୁଖ୍ୟ ବଜାର ମଧ୍ୟରେ ୧୦ଟି ତୋରଣ ନିର୍ମାଣ କାର୍ଯ୍ୟ ଚାଲୁରହିଛି।

ଦଶପଲ୍ଲା ମେଡିକାଲ ପରିସର ସଫେଇ

ଦଶପଲ୍ଲା ମେଡିକାଲ ପରିସର ସଫେଇ

ଦଶପଲ୍ଲା,୧୫ା୧୦(ଡି.ଏନ.ଏ.)- ରବିବାର ଦଶପଲ୍ଲାସ୍ଥିତ ତମନ୍ନା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ରାସ୍ତାଘାଟ ଓ ମେଡିକାଲ ପରିସର ସଫେଇ କରାଯାଇଛି।

ପ୍ରାତଃ ଭ୍ରମଣ ବେଳେ ଧକ୍କାଦେଲା ଟ୍ରକ୍‌: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନୂଆଗାଁ,୧୫ା୧୦ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ଥାନା ଅଧୀନ କୋରଡା ଗ୍ରାମରେ ରବିବାର ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରକ୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।