Dharitri News
ଉପକୂଳ ଓଡିଶା

ବାର୍ଷିକ ୮ ନିୟୁତ ମେଟ୍ରିକ୍‌ଟନ ସମ୍ପ୍ରସାରଣ ନିଷ୍ପତ୍ତି

ବାର୍ଷିକ ୮ ନିୟୁତ ମେଟ୍ରିକ୍‌ଟନ ସମ୍ପ୍ରସାରଣ ନିଷ୍ପତ୍ତି ଯାଜପୁର ଅଫିସ,୨୮।୧୨ କଳିଙ୍ଗନଗର ଟାଟା ଷ୍ଟିଲର ଉତ୍ପାଦନ କ୍ଷମତା ବୃଦ୍ଧି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ୨୩ ହଜାର ୫୦୦କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ଉତ୍ପାଦନକୁ ୩ ନିୟୁତ ମେଟ୍ରିକ ଟନ (ଏମଟିପିଏ)ରୁ ୮ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି କରାଯିବ। ଏହି ସମ୍ପ୍ରସାରଣ କାର୍ଯ୍ୟ ୪ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଟାଟା ଷ୍ଟିଲ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହା ମୋଟ ଘରୋଇ ଉପତ୍ାଦ(ଜିଡିପି) ବୃଦ୍ଧିହାରରେ ସହାୟକ ହେବା ସହିତ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ମିଳିବ ବୋଲି ଆଶାବ୍ୟକ୍ତ କରାଯାଇଛି। ଯାଜପୁର ଜିଲା କଳିଙ୍ଗନଗର ଡୁବୁରୀଠାରେ ଗତ ୨୦୧୫ ନଭେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଷ୍ଟିଲର ଲୋକାର୍ପଣ କରିଥିଲେ । ଏହା ୨୦୧୬ ମେରେ ବ୍ୟବସାୟିକ ଉପତ୍ାଦନ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ହଜାର କୋଟି ଟଙ୍କା ବିନିଯୋଗ କରାଯାଇ ବାର୍ଷିକ ୩ ନିୟୁତ ମେଟ୍ରିକ ଟନ ଷ୍ଟିଲ ଉପତ୍ାଦନର ଲକ୍ଷ୍ୟ ରହିଥିଲା । ଯାହାକି ଗତ ୧ ବର୍ଷ ମଧ୍ୟରେ ସଫଳତା ପାଇଥିବା ଜଣାପଡିଛି। ସମ୍ପ୍ରତି ଟାଟା ଷ୍ଟିଲ ଜାମସେଦପୁର ବାର୍ଷିକ ୧୦ ନିୟୁତ ମେଟ୍ରିକ ଟନ ଉପତ୍ାଦନ ଜାରି ରଖିଛି । ତେଣୁ କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ସଂପ୍ରସାରଣ ହେଲେ ନିଯୁକ୍ତି ସଂଖ୍ୟା ପ୍ରାୟ ଦେଢଗୁଣ ବୃଦ୍ଧି ଘଟିବ ବୋଲି ଆଶା କରାଯାଇଛି। ଏହାବାଦ ବର୍ତ୍ତମାନ ହଟଷ୍ଟ୍ରିପ ମିଲ ନିର୍ମାଣ ହୋଇଥିବାବେଳେ ସମ୍ପ୍ରସାରଣ ସମୟରେ କୋଲ୍‌ଡ ରୋଲିଂ ମିଲ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚିତ କରାଯାଇଛି । କଞ୍ଚାମାଲ ଉପତ୍ାଦନ କ୍ଷମତାର ସମ୍ପ୍ରସାରଣରେ ମଧ୍ୟ ଅର୍ଥ ବିନିଯୋଗ କରାଯିବ। ୨୦୧୬ ସୁଦ୍ଧା ଟାଟା ଷ୍ଟିଲ କାରଖାନାରେ ୩୫୦୦ରୁ ଊର୍ଦ୍ଧ୍ୱ ନିୟମିତ ଓ ପ୍ରାୟ ୧୪ ହଜାର ଲୋକ ଠିକା ଶ୍ରମିକ ଭାବେ ନିଯୁକ୍ତି ପାଇଛନ୍ତି ।ସେଥିରୁ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ରାଜ୍ୟ ବାହାରର ଅଟନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଆସୁଛି । ବିଭିନ୍ନ ସଂଗଠନ ପକ୍ଷରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଦାବି, ଆନ୍ଦୋଳନ, ବିକ୍ଷୋଭ ହୋଇ ଆସୁଥିଲେ ହେଁ ନିଯୁକ୍ତି କ୍ଷେତ୍ରରେ ଝାଡ଼ଖଣ୍ଡ ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। କାରଖାନାର ଲୋକାର୍ପଣ ଉସତ୍ବରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଟାଟା ଷ୍ଟିଲ ଦ୍ୱାରା ଜିଲାରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ସ୍ଥାୟୀ ନିଯୁକ୍ତି ପାଇ ସ୍ଥାନୀୟ ଲୋକଙ୍କ ଅବସ୍ଥାରେ ସୁଧାର ଆସିବ। ଓଡ଼ିଶାର ଅର୍ଥନୀତିରେ ଏହା ଉନ୍ନତି ଆଣିବ। ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ସହ ଜୀବନଧାରଣରେ ବଡ ପରିବର୍ତ୍ତନ ଆସିବ। ୨୦୨୫ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରି ୧୬ନିୟୁତ ଟନ ଷ୍ଟିଲ ଉପତ୍ାଦନ ଲକ୍ଷ୍ୟ ରଖାଯାଇଛି। ଆଗାମୀ ୪ବର୍ଷ ମଧ୍ୟରେ ୭୦ହଜାର କୋଟି ଟଙ୍କା ବିନିଯୋଗ କରି ୩ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି । ଏହାସହ ଅଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ହେଲେ କାରଖାନା ଲୋକାର୍ପଣର ୨ବର୍ଷ ଅତିକ୍ରାନ୍ତ ପରେ ସମ୍ପୂର୍ଣ୍ଣ ନିଯୁକ୍ତି ଓ ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ ହୋଇପାରି ନାହିଁ। ଟାଟାଷ୍ଟିଲ କାରଖାନାକୁ ଲାଗି ରହିଥିବା ବାରଗାଡିଆ ନୂଆଗାଁର ପ୍ରାୟ ୪୦ପରିବାର ପ୍ରଦୂଷଣ ଯୋଗୁ ବିସ୍ଥାପିତ ହେବାକୁ ଦାବି କରି ଆସୁଛନ୍ତି । ହେଲେ କମ୍ପାନୀ ପକ୍ଷରୁ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ କାରଖାନା ସମ୍ପ୍ରସାରଣ ହେଲେ କମ୍ପାନୀ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ବୋଲି ଟାଟା ଷ୍ଟିଲ ବୋର୍ଡ ପକ୍ଷରୁ କୁହାଯାଇଛି।

ଉପକୂଳ ଓଡିଶା

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଯାଜପୁରରୋଡ,୨୩।୧(ନି.ପ୍ର.)- ଯାଜପୁର ସଦରଥାନା ଅନ୍ତର୍ଗତ ମୋଲପଡା ପଞ୍ଚାୟତର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ସୋମବାର ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ସଦରଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିଛି।

ବେଆଇନ ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା

ବେଆଇନ ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା

ମହାକାଳପଡା,୨୩।୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକର ଖରିନାସୀ ପଞ୍ଚାୟତର ଖରିନାସୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ବିରୋଧ କରି ମଙ୍ଗଳବାର ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିନିମନ୍ତେ ଉକ୍ତ ଗ୍ରାମରେ ଥିବା ନାଗମାତା ଆଞ୍ଚଳିକ ମହିଳା ମଞ୍ଚ ପକ୍ଷରୁ ୨୧ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀର ୧୦୦ରୁ ଊର୍ଦ୍ଧ୍ୱ ମହିଳା ଏକତ୍ରୀତ ହୋଇଥିଲେ। ମହିଳାମାନେ ଗ୍ରାମରେ ଥିବା ୫ଟି ବେଆଇନ ମଦ ବେପାରୀଙ୍କ ଘର ସହ ୨ଟି ଜୁଆଡିଙ୍କ ଘରକୁ ଯାଇ ମଦ, ଗଞ୍ଜେଇ ବେଆଇନ୍‌ ବିକ୍ରି ଓ , ଜୁଆ ଖେଳକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି।

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ସୁରେଶ ଆହତ

ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧି ସୁରେଶ ଆହତ

ନୟାଗଡ ଅଫିସ,୨୩।୧: ନୟାଗଡ ଜିଲା ବାରମାସୀ ଦଣ୍ଡା ନିକଟରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି। ସେ ହେଉଛନ୍ତି ଦଶପଲ୍ଲା ଥାନା ପୋଇବାଡି ଗ୍ରାମର ସୁରେଶ ରାଉତ। ପୋଲିସ ତାଙ୍କଠାରୁ ଗୋଟିଏ ମାଉଜର ଓ ବାଇକ୍‌ ଜବତ କରିଛି।

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ଗଣିଆ,୨୨।୧(ଡି.ଏନ.ଏ.)- ଗଣିଆ ତହସିଲ ଅନ୍ତର୍ଗତ ଛାମୁଣ୍ଡିଆ ରାଜସ୍ବ ସର୍କଲର ଈଶ୍ୱରପୁର ଗ୍ରାମରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ୨ ବଖରା ଜଳିଯାଇଛି। ଏଥିରେ ଗ୍ରାମର ଶରତ ଦଳେଇ, ନିରତ ଦଳେଇଙ୍କ ୧ ବଖରା ଲେଖାଏ ପୋଡିଯାଇଛି।

ଡମ୍ପର ଧକ୍କାରେ ବାଳକଙ୍କ ମୃତ୍ୟୁ

ଡମ୍ପର ଧକ୍କାରେ ବାଳକଙ୍କ ମୃତ୍ୟୁ

କଳିଙ୍ଗନଗର,୨୨।୧(ସ୍ବ.ପ୍ର.)- ଯାଜପୁର ଜିଲା କଳିଙ୍ଗନଗର ଥାନା ରାଇଟିକରଠାରେ ସୋମବାର ଏକ ଦୁର୍ଘଟଣା ଘଟି ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ଢୋଲପଥର ଗ୍ରାମର ସୁରେଶ ଓଝାଙ୍କ ପୁଅ କୃପାସିନ୍ଧୁ (୧୩)।

ଭାଜପା ସମର୍ଥିତ ମହିଳାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ଭାଜପା ସମର୍ଥିତ ମହିଳାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ରଣପୁର,୨୨।୧(ସ୍ବ.ପ୍ର.)- ରଣପୁର ଥାନା କାଣ୍ଡପଡା ପଞ୍ଚାୟତର କରଡାପଲ୍ଲୀ ଗ୍ରାମରେ ଜଣେ ଭାଜପା ସମର୍ଥିତ ମହିଳାଙ୍କୁ ସେହି ଗ୍ରାମର ବିଜେଡି କର୍ମୀ ରବିବାର ରାତିରେ ଆକ୍ରମଣ କରିଛନ୍ତି। ଆହତ ଅବସ୍ଥାରେ ମହିଳାଙ୍କୁ ରଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

୫୦ ବସ୍ତା ଧାନ ଜଳିଗଲା

୫୦ ବସ୍ତା ଧାନ ଜଳିଗଲା

ମହାକାଳପଡା, ୨୨।୧(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ବଳିପାଳ ପଞ୍ଚାୟତ ବଳିପାଳ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟି ୫୦ ବସ୍ତା ଅମଳ ଧାନ ଜଳି ଯାଇଛି। ଏଥିରେ ଗ୍ରାମର ୩ ପରିବାର ନିରଞ୍ଜନ ସେଠୀ, କ୍ଷୀରୋଦ ସେଠୀ ଓ ଅକ୍ଷୟ ସେଠୀ କ୍ଷତିଗ୍ରସ୍ତ ହୋଇଛନ୍ତି।

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର ଅଫିସ,୨୨।୧: ଯାଜପୁର ଜିଲା ସଦର ବ୍ଲକ ବୁଢ଼ାଘାଟ ନିକଟରୁ ସୋମବାର ସକାଳେ ପୋଲିସ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି।

ଖଣି ଅଞ୍ଚଳରୁ ମହିଳାଙ୍କୁ ରାଜ୍ୟ ବାହାରକୁ ଚାଲାଣ ଅଭିଯୋଗ

କାଳିଆପାଣି,୨୨।୧(ଡି.ଏନ୍‌.ଏ) ଯାଜପୁର ଜିଲା କ୍ରୋମାଇଟ ଖଣି ଅଞ୍ଚଳକୁ ରତ୍ନଗର୍ଭା ବୋଲି କୁହାଯାଉଥିବାବେଳେ ଏହି ଅଞ୍ଚଳରୁ ମହିଳାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ପରିବାର ଲୋକଙ୍କ ଅନୁପସ୍ଥତିରେ ଜଣେ ବିବାହିତା ମହିଳାଙ୍କୁ ଅନ୍ୟଜଣେ ସମ୍ପର୍କିୟା ମହିଳା ଦଲାଲଙ୍କ ମାଧ୍ୟମରେ ଶୁକ୍ରବାର ବାହାର ରାଜ୍ୟକୁ କାମ କରିବାକୁ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସୁକିନ୍ଦା ବ୍ଲକର ରାଁସୋଳ ଗ୍ରାମରେ ରାଜାରାମ ମହାନ୍ତ ସ୍ତ୍ରୀ ମାମିନାଙ୍କ ସହ ବାସ କରନ୍ତି। ଶୁକ୍ରବାର ମଧ୍ୟାହ୍ନରେ ସେ ୪ବର୍ଷର ପୁଅକୁ ନେଇ ଟାଟା କାରଖାନାସ୍ଥିତ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରୁ ଫେରି ସ୍ତ୍ରୀ ମାମିନା ଘରେ ନ ଥିବା ରାଜାରାମ ଜାଣିବାକୁ ପାଇଥିଲେ। ଏନେଇ ସେ ପଡ଼ୋଶୀଙ୍କୁ ପଚାରିବାରେ ସେମାନେ ମାମିନା କୁଆଡ଼େ ଯାଇଥିବା ସମ୍ପର୍କରେ ଜାଣି ନ ଥିବା କହିଥିଲେ।

ତତ୍‌କ୍ଷଣାତ କ୍ଷତିପୂରଣ ପ୍ରଦାନ କରିବାକୁ ପରାମର୍ଶ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୨୨।୧ ବ୍ୟବସାୟକୁ ଗୁରୁତ୍ୱ ଦେଇ କଳିଙ୍ଗନଗରରେ ଗଢି ଉଠିଥିବା ଟାଟା ଷ୍ଟିଲ କାରଖାନା କର୍ତ୍ତୃପକ୍ଷ ମାନବିକତାକୁ ଭୁଲି ଯାଇଛନ୍ତି। ଜଣେ କର୍ତ୍ତବ୍ୟରତ ଜବାନ ଓ ତାଙ୍କ ପରିବାରବର୍ଗଙ୍କ ଆଖିରେ ଲୁହ ଦେଇ ଜିଲା ପ୍ରଶାସନକୁ ନ ଜଣାଇ ଜୋର ଜବରଦସ୍ତ ବିସ୍ଥାପନ କରିବା ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦୁର୍ବଳତାର ସୁଯୋଗ ନେଇ ଆଦିବାସୀ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ପନତ୍ୀଙ୍କୁ ଅଶାଳୀନ ବ୍ୟବହାର କରି ମାଡ଼ ମାରିବା ଘଟଣାର ଅଭିଯୋଗ ହୋଇଥିଲେ ହେଁ ଅନୁସୂଚିତ ଜନଜାତି ଓ ଜାତି ନିର୍ଯାତନା ନିରାକରଣ ଆଇନରେ କୌଣସି ମାମଲା ଏଯାଏ ରୁଜୁ ହୋଇନାହିଁ ।

ବିପଦରେ ବୌଦ୍ଧପୀଠ ଉଦୟଗିରି

ବିପଦରେ ବୌଦ୍ଧପୀଠ ଉଦୟଗିରି

ଚଣ୍ଡିଖୋଲ,୨୨।୧(ଡି.ଏନ୍‌.ଏ.) ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଜାତୀୟସ୍ତରରେ ଏକ କୀର୍ତ୍ତିରାଜୀ ଭାବେ ପରିଗଣିତ ହୋଇଥିବାବେଳେ ଏଠାରେ ୩ଥର ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇସାରିଲାଣି। ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ପଥର ମାଫିଆଙ୍କ ଯୋଗୁ ଏହି ବୌଦ୍ଧପୀଠ ପାହାଡ଼ର ପାଚେରି କଡ଼ରୁ ବେଆଇନ ଖନନ କରାଯାଇ ଚାଲାଣ କରାଯାଉଅଛି। ଫଳରେ ଖୁବ୍‌ଶୀଘ୍ର ଏହି ପାଚେରି ଭୁଶୁଡ଼ି ପଡ଼ିବ ବୋଲି ସମ୍ଭାବନା ରହିଛି।

ଦଳ ଭିତରେ ଚାଲିଛି ଛାୟାଯୁଦ୍ଧ

ଦଳ ଭିତରେ ଚାଲିଛି ଛାୟାଯୁଦ୍ଧ

ଯାଜପୁର ଅଫିସ,୨୨।୧ ଯାଜପୁର ଜିଲାରେ ଏବେ କୌଣସି ରାଜନୈତିକ ଉଷ୍ମତା ନ ଥିଲେ ହେଁ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ନିର୍ବାଚନକୁ ନେଇ ଚର୍ଚ୍ଚା ଥମୁନି। ଅନ୍ୟସ୍ଥାନର ଫଳାଫଳ ସହିତ ନିଜ ନିର୍ବାଚନ ମଣ୍ଡଳୀକୁ ଯୋଡି ରାଜନୈତିକ ବିଶ୍ଲେଷକମାନେ ବିଭିନ୍ନ ମତପୋଷଣ କରି ଚାଲିଛନ୍ତି। ଏହି କ୍ରମରେ ଜିଲାର ଗୋଟିଏ ସ୍ବତନ୍ତ୍ର ବ୍ଲକକୁ ନେଇ ଗଠିତ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ନିର୍ବାଚନ ମଣ୍ଡଳୀରେ ଗତ ୩୫ବର୍ଷ ମଧ୍ୟରେ କଂଗ୍ରେସ ୧୫ବର୍ଷ ଏବଂ ବିଜେଡି ଓ ଏନ୍‌ସିପି ମିଳିତ ଭାବେ ୨୦ବର୍ଷ ସଫଳତା ପାଇଛନ୍ତି । ତେବେ ୨୦୧୪ ନିର୍ବାଚନ ପରେ ଏବେ ବିଜେଡି ସାମ୍ନାରେ ଏକ ନୂଆ ବିକଳ୍ପ ଭାବେ କଂଗ୍ରେସ ଲେଉଟୁ ଥିବାବେଳେ ଭାଜପା ଛିଡ଼ା ହେବାକୁ ଉଦ୍ୟମ କରୁଛି। ହେଲେ କଂଗ୍ରେସ ଓ ଭାଜପା ଦଳ ଭିତରେ କର୍ମୀଙ୍କ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଏବେଠୁ ଛାୟାଯୁଦ୍ଧ ଦେଖା ଦେଉଛି। ବିଭିନ୍ନ ସାମଗ୍ରୀ ସହ ଗ୍ୟାସ, ଡିଜେଲ ଓ ପେଟ୍ରୋଲର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ କେନ୍ଦ୍ରରେ ଶାସିତ ଭାଜପାର ହାୱା କ୍ରମଶଃ ହ୍ରାସ ପାଉଥିବା ପରିଲ୍ଲକ୍ଷିତ ହୋଇଛି। କଳାଧନ ଫେରାଇ ଆଣିବାରେ ବିଫଳ ଭାଜପାର ଦମ୍ଭ ଆଉ ପୂର୍ବବତ ଦେଖିବାକୁ ମିଳୁ ନାହିଁ। ଅନ୍ୟପକ୍ଷେ ବିଜେଡି ନିର୍ବିକାର ଭାବେ ଜଣେ ନେତାଙ୍କୁ ନେଇ ବିବିଧ ରଣନୀତି ଆପଣାଇ ଚାଲିଛି।