ବ୍ରହ୍ମପୁର

ମଞ୍ଚରେ ନାଚିଲେ ବିଧାୟକ, ଜିଲାପାଳ

ମଞ୍ଚରେ ନାଚିଲେ ବିଧାୟକ, ଜିଲାପାଳ
ବ୍ରହ୍ମପୁର ଅଫିସ,୨୮।୧୨- ଦୀର୍ଘ ପାଞ୍ଚ ଦିନ ଲକ୍ଷାଧିକ ଲୋକଙ୍କୁ ମନୋରଞ୍ଜନର ସୁଯୋଗ ଦେବା ପରେ ଶେଷରେ ଗୁରୁବାର ସନ୍ଧ୍ୟାରେ ଶେଷ ହୋଇଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଶେଷ ସନ୍ଧ୍ୟାର ଆକର୍ଷଣ ଥିଲେ ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଗାୟକ ଏଲ୍‌.ଭି. ରେଭନ୍ଥ। ସେ ଉଭୟ ଭାଷାରେ ଅନେକ ଗୀତ ଗାଇ ଦର୍ଶକଙ୍କୁ ନଚାଇ ଦେଇଥିଲେ। ଏପରିକି ରେଭନ୍ଥଙ୍କ କଣ୍ଠର ଯାଦୁରୁ ନିଜକୁ ମୁକୁଳାଇପାରି ନ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ। ରେଭନ୍ଥ ‘ଗୁଲାବି ଆଖେଁ ଯୋ ତେରି ଦେଖି’ ଗୀତ ଗାଇଥିଲେ। ନିଜେ ଗୀତ ଗାଇବା ସହ ନାଚିବାକୁ ଉଭୟ ବିଧାୟକ ପାଣିଗ୍ରାହୀ ଏବଂ ଜିଲାପାଳ ଚୌଧୁରୀଙ୍କୁ ଟାଣିଆଣିଥିଲେ। ଗୀତର ତାଳେ ତାଳେ ଉଭୟେ ନାଚିଥିଲେ। ଉଭୟଙ୍କୁ ଉତ୍ସାହିତ କରିବାକୁ ଉପସ୍ଥିତ ଦର୍ଶକ ପ୍ରବଳ କରତାଳି ଦେଇଥିଲେ। ସେହିଭଳି ରେଭନ୍ଥ ବାହୁବଲିର ‘କୋନ୍‌ ହେ ୱୋ’କୁ ତେଲୁଗୁ ଏବଂ ହିନ୍ଦୀ ଭାଷାରେ ଗାଇଥିଲେ। ଏଥିସହ ଦିଲ୍‌ୱାଲେର ‘ଜନମ୍‌ ଜନମ୍‌’, ତେରେ ବିନା କେଶେ ଜିଏଁ, ମୋହ ମୋହ କେ ଧାଗେ ଓ ଆଉ କେତେକ ତେଲୁଗୁ ଗୀତ ପରିବେଷଣ କରିଥିଲେ। ଅନ୍ୟପଟେ ଶେଷ ସନ୍ଧ୍ୟାରେ ସ୍ଥାନୀୟ ନୃତ୍ୟ ଦଳଗୁଡ଼ିକ ମଧ୍ୟ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଦଧିବାମନ ଢ଼ୁମ୍ପା ସଂଗୀତ କଳାପୀଠ ତରଫରୁ ଢ଼ୁମ୍ପା ବାଦ୍ୟ, ଷ୍ଟାର୍‌ ବଏଜ୍‌ ଡ୍ୟାନ୍ସ ଗ୍ରୁପ୍‌ ତରଫରୁ ଆଧୁନିକ ନୃତ୍ୟ, ଏମ୍‌ଜିସି ଡ୍ୟାନ୍ସ ଗ୍ରୁପ୍‌ ତରଫରୁ ପାଇକ ଆଖଡ଼ା, ଅଙ୍ଗହାର ନୃତ୍ୟାୟନ ତରଫରୁ ଓଡ଼ିଶୀ ନୃତ୍ୟ, ଲିଟିଲ୍‌ ଡାଇମଣ୍ଡ ଷ୍ଟୁଡ଼ିଓ ତରଫରୁ ସମ୍ବଲପୁରୀ, ବ୍ରହ୍ମପୁର ସିଟି କଲେଜ ତରଫରୁ ଆଧୁନିକ ନୃତ୍ୟ, ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ଏବଂ ଓଡ଼ିଶୀ ସଂଗୀତ ପରିଷଦ ତରଫରୁ ଓଡ଼ିଶୀ ଓ କୋରାପୁଟର କଳାକାରମାନେ ଦୁରୁଆ ନୃତ୍ୟ ପରିବେଷଣ କରିଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ବ୍ରହ୍ମପୁର ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ଏବଂ ବ୍ରହ୍ମପୁର ଉପଜିଲାପାଳ ସିଦ୍ଧାର୍ଥ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ୱାରା ସ୍ମରଣିକା ‘ସାମୁକା’ ଉନ୍ମୋଚିତ ହୋଇଥିଲା।
All Right Reserved By

ବ୍ରହ୍ମପୁର

 ଦିବ୍ୟାଙ୍ଗ ରିକ୍ସା ଚାଳକଙ୍କୁ ଧକ୍କା ଦେଲା ଅଟୋ : ୭ ଆହତ ୧ ଗୁରୁତର

ଦିବ୍ୟାଙ୍ଗ ରିକ୍ସା ଚାଳକଙ୍କୁ ଧକ୍କା ଦେଲା ଅଟୋ : ୭ ଆହତ ୧ ଗୁରୁତର

ବ୍ରହ୍ମପୁର ଅଫିସ,୨୩ା୧: ଗଞ୍ଜାମ ଜିଲା  ଖଲିକୋଟ କଲେଜ ଛକଠାରେ ବୁଧବାର ମଧ୍ୟାହ୍ନରେ କଥା କହି ପାରୁ ନ ଥିବା  ଜଣେ ଦିବ୍ୟାଙ୍ଗ ରିକ୍ସା ଚାଳକଙ୍କୁ ଏକ ପାସେଞ୍ଜର ଅଟୋ ଧକ୍କା ଦେଇଛି। ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ଜଣ ବୃଦ୍ଧା ରହିଥିବା ଜଣାପଡିଛି । 

ଦୀପରୁ ନିଆଁ ଲାଗି ବୃଦ୍ଧାଙ୍କ ମୃତ୍ୟୁ

ଦୀପରୁ ନିଆଁ ଲାଗି ବୃଦ୍ଧାଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୩ା୧: ଗଞ୍ଜାମ ଜିଲା କୋଦଳା ଥାନା ଅଧୀନ  ତଳରାମପାଲି ଗ୍ରାମରେ ଦୀପରୁ ନିଆଁ ଲାଗି ମଙ୍ଗଳବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ  ଘଟିଛି । ସେ ହେଲେ ମୁକ୍ତା ଲେଙ୍କା (୯୦) । 

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସାଧାରଣ ନିର୍ବାଚନ ପ୍ରସ୍ତୁତି:  ବଦଳିବେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ

ସାଧାରଣ ନିର୍ବାଚନ ପ୍ରସ୍ତୁତି: ବଦଳିବେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ

ଛତ୍ରପୁର,୨୩ା୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। 

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ବ୍ରହ୍ମପୁର ଅଫିସ,୨୩ା୧-ନବଗଠିତ ଗଞ୍ଜାମ ଜିଲା ବିଜୁ କୃଷକ ଜନତା ଦଳର ପ୍ରଥମ ବୈଠକ ମଙ୍ଗଳବାର ବ୍ରହ୍ମପୁର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ନିକଟରେ ହେବାକୁ ଥିବା କୃଷକ ମହାସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ନଦୀରେ ବୁଡ଼ି ଯୁବତୀ ମୃତ

ପୁରୁଷୋତ୍ତମପୁର,୨୩୧(ଡି.ଏନ୍‌.ଏ.) -ପୁରୁଷୋତ୍ତମପୁର ଥାନା ରଣଝାଲି ଗ୍ରାମ ଋଷିକୁଲ୍ୟା ନଦୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ସେ ହେଲେ ରିଲି ଦାସ। 

ମହିଳାଙ୍କୁ ବିଏମ୍‌ସିର ରାଜମିସ୍ତ୍ରି ତାଲିମ

ମହିଳାଙ୍କୁ ବିଏମ୍‌ସିର ରାଜମିସ୍ତ୍ରି ତାଲିମ

ବ୍ରହ୍ମପୁର ଅଫିସ,୨୩ା୧-ମହିଳାମାନେ ଅବଳା ଦୁର୍ବଳା ନୁହନ୍ତି ା ସେମାନେ ମଧ୍ୟ ପୁରୁଷ ସହ ସମକକ୍ଷ। ସେମାନେ ହୋଇଛନ୍ତି ସଶକ୍ତ ଓ ଆତ୍ମନିର୍ଭରଶୀଳ। 

ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ, ଏସ୍‌ପିଙ୍କୁ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌/କନିଷି,୨୩ା୧-ବ୍ରହ୍ମପୁର ଗୋଳନ୍ଥରା ଥାନା  ପଞ୍ଚମା ଗ୍ରାମରେ ସୋମବାର ଜଣେ ଦମ୍ପତିଙ୍କ ଘରେ ପଶି କେତେକ ଦୃର୍ବୃତ୍ତ ଦୁର୍ବବ୍ୟବହାର କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି| 

ଟାଟା ବିସ୍ଥାପିତଙ୍କ ପ୍ରତିଶ୍ରୁତି ପୂରଣ ଦାବି:  ଶିବସେନାର ବିକ୍ଷୋଭ, ଆରଡିସିଙ୍କୁ ଦାବିପତ୍ର

ଟାଟା ବିସ୍ଥାପିତଙ୍କ ପ୍ରତିଶ୍ରୁତି ପୂରଣ ଦାବି: ଶିବସେନାର ବିକ୍ଷୋଭ, ଆରଡିସିଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୧-ଟାଟା କମ୍ପାନୀ ଦ୍ୱାରା ବିସ୍ଥାପିତ ଲୋକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପ୍ରତିବାଦରେ  ଶିବସେନାର ଯୁବସେନା  ପକ୍ଷରୁୂ ମଙ୍ଗଳବାର ଏକ ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା| 

ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

ଅଭିଯୋଗ ପରେ ମଣ୍ଡିରୁ ଧାନ ଉଠାଇବାକୁ ନିର୍ଦ୍ଦେଶ

ବୁଗୁଡ଼ା,୨୩।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଖୋଳଖାଳି ଓ ମୋଟାବାଡ଼ି ମଣ୍ଡିରେ ଧାନ ବସ୍ତା ପଡି ରହିଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ମଣ୍ଡିରେ ଅବ୍ୟବସ୍ଥା ଓ ଧାନର ପ୍ରକୃତ ମୂଲ୍ୟ ନ ଦେବା ପ୍ରତିବାଦରେ ସୋମବାର ବଳଦେବ କୃଷକ ସଂଘର ସଭାପତି ବିପିନ ବିହାରୀ ସ୍ବାଇଁ, ସମ୍ପାଦକ ସନ୍ତୋଷ କୁମାର ସାହୁ ଏନେଇ ଭଞ୍ଜନଗର ଜିଲାପାଳଙ୍କ ଅଭିଯୋଗ ଶୁଣାଣି କକ୍ଷରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଖୋଳଖାଳି ମଣ୍ଡିରେ ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ପହଞ୍ଚତ୍ ସେଠାରେ ଥିବା ୫୦ ବସ୍ତା ଧାନର ଉପଯୁକ୍ତ ନିର୍ଣ୍ଣାୟକ ମାନ ପରୀକ୍ଷା କରି ଏହା ସରକାରୀ ମୂଲ୍ୟ ପାଇଁ ପ୍ରଯୁଜ୍ୟ ବୋଲି କହିଥିଲେ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଧାନ ଉଠି ନ ଥିବା ଜଣାପଡିଛି।

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ଭଞ୍ଜନଗର, ୨୩।୧(ଡି.ଏନ.ଏ.)- ଭଞ୍ଜନଗର ମେଡିକାଲ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମେଡିକାଲର ଉନ୍ନୟନ, ଗତମାସର ଖର୍ଚ୍ଚ, ମଶାରି ବ୍ୟବସ୍ଥା, ସମନ୍ବିତ ପରାମର୍ଶ କେନ୍ଦ୍ର, ସଫେଇ, ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଫେବୃୟାରୀ ୮,୯ ଓ ୧୦ତାରିଖ ୩ଦିନ ବାତ ରୋଗ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ହେବ। ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ବୁଲି ଔଷଧ ବଣ୍ଟନ କରିବ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ପୋଲସରା,୨୨।୧(ଡି.ଏନ.ଏ.)-ପୋଲସରା ବ୍ଲକ ସୋଡ଼କ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାଳୀ ଚରଣ ନାୟକଙ୍କୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ଜଣେ ବ୍ୟକ୍ତି କଳାକାର ଭତ୍ତା ଲାଗି କାଳୀଚରଣଙ୍କୁ ୬ ଶହ ଟଙ୍କା ଦେଉଥିଲେ।  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଉକ୍ତ ଟଙ୍କା ଗ୍ରହଣ କରିବା ସମୟରେ ଷ୍ଟେଟ୍‌ବ୍ୟାଙ୍କ ଛକ ନିକଟରେ ପୂର୍ବରୁ ଲୁଚି ରହିଥିବା ଦୁର୍ନୀତି ନିବାରଣ ବିଭାଗ ଅଧିକାରୀମାନେ ଧରିଥିଲେ। ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ନାୟକଙ୍କୁ ବ୍ରହ୍ମପୁର ନେଇ ଚାଲି ଯାଇଥିଲେ। ଉକ୍ତ ଘଟଣାକୁ ନେଇ ବିଡିଓ ଶମ୍ଭୁନାଥ ନନ୍ଦି କଳାକାର ଭତ୍ତା ଲାଗି ୬ ଶହ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ସୋଡ଼କ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଧରି ନେଇଥିଲେ ବୋଲି କହିଥିଲେ।