ସମ୍ବଲପୁର

ଦିନଦ୍ୱିପହରେ ବନ୍ଧୁକ ଦେଖାଇ ଡକାୟତି

ଦିନଦ୍ୱିପହରେ ବନ୍ଧୁକ ଦେଖାଇ ଡକାୟତି

ସମ୍ବଲପୁର,୨୮।୧୨(ବ୍ୟୁରୋ)-ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ ଅଫିସ୍‌ରେ ଗୁରୁବାର ଅପରାହ୍ନ ସାଢ଼େ ୨ଟାରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ଏସ୍‌ପି ସଞ୍ଜୀବ ଅରୋରା, ଅଇଁଠାପାଲି ଓ ଧନୁପାଲି ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ସାଇଣ୍ଟିଫିକ୍‌ ଦଳ ତଥ୍ୟ ସଂଗ୍ରହ କରିଛନ୍ତି। ଅପରପକ୍ଷେ ଏହି ଡକାୟତି ବେଳେ ଜଣେ ଅଧିକାରୀ ଅବିନାଶ ନନ୍ଦ ଏବଂ ସୁରକ୍ଷାକର୍ମୀ ଶରତ ଚନ୍ଦ୍ର ପଣ୍ଡା ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଧଳାରଙ୍ଗର ଚାରିଚକିଆ ଗାଡ଼ିରେ ୫ଜଣ ବ୍ୟକ୍ତି ଓହ୍ଲାଇ ମୁଥୁଟ୍‌ ଫାଇନାନ୍ସ ଅଫିସକୁ ଯାଇଥିଲେ। ପ୍ରଥମେ ସେମାନେ ଗେଟ୍‌ ସମ୍ମୁଖ ସିସିଟିଭି କ୍ୟାମେରାରେ ସ୍ପ୍ରେ କରିଥିଲେ। ଏହା ଦେଖିବା ପରେ ସୁରକ୍ଷା କର୍ମୀ ଶରତ ଚନ୍ଦ୍ର ପଣ୍ଡା ଡକାୟତମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ୨ଜଣ ନିଜକୁ ଗ୍ରାହକ ପରିଚୟ ଦେଇ ଅଫିସ ଭିତରକୁ ପ୍ରବେଶ କରିଥିଲେ। କିଛି ସମୟ ପରେ ଅନ୍ୟ ଜଣେ ବ୍ୟକ୍ତି ବନ୍ଧୁକ ଧରି ଭିତରକୁ ପଶିଥିଲେ। ଏହା ପରେ ସେ ଅବିନାଶଙ୍କ ମୁଣ୍ଡକୁ ବନ୍ଧୁକର ପଛ ପାର୍ଶ୍ୱରେ ମାଡ଼ ମାରିଥିଲେ। ଫଳରେ ଅବିନାଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ୩ଜଣ ଡକାୟତ ଅଫିସରେ ଥିବା ୫ କର୍ମଚାରୀ ଓ ଜଣେ ଗ୍ରାହକଙ୍କୁ ଗୋଟିଏ ସ୍ଥାନରେ ବସାଇ ସମସ୍ତଙ୍କ ଫୋନ ମାଗି ନେଇଥିଲେ। ମ୍ୟାନେଜର ସୌମ୍ୟରଞ୍ଜନ ବାବୁଙ୍କୁ ବନ୍ଧୁକ ଦେଖାଇ ସମସ୍ତ ଡ୍ର ଓ ଲକର୍‌ ଚାବି ମାଗିଥିଲେ। କିଛି ସମୟ ପରେ ସେମାନେ ବ୍ୟାଗଗୁଡ଼ିକରେ ସୁନାଗହଣା ଓ ଟଙ୍କା ଭର୍ତ୍ତିକରି ଫେରାର୍‌ ହୋଇଯାଇଥିଲେ। ଖବର ପାଇ ଅଇଁଠାପାଲି ଓ ଧନୁପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସ୍‌ପି ଆରୋରା ମଧ୍ୟ ପହଞ୍ଚି କର୍ମଚାରୀ ଓ ଅଧିକାରୀଙ୍କୁ ପଚରାଉଚରା କରିଥିଲେ। ଏ ସମ୍ପର୍କରେ ଏସ୍‌ପି ସଞ୍ଜୀବ ଅରୋରା କହିଛନ୍ତି, ଡକାୟତି ହୋଇଥିବା ଜିନିଷ ଓ ଟଙ୍କାର ମୂଲ୍ୟ ଆକଳନ କରାଯାଇ ନାହିଁ। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଶାଖା ପରିଚାଳକ ସୌମ୍ୟରଞ୍ଜନ ବାବୁ କହିଛନ୍ତି, ସେମାନେ ଗ୍ରାହକ ଭାବେ ଆସିଥିଲେ। ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ। ସମସ୍ତଙ୍କ ମୁହଁରେ ମୁଖା ଥିଲା। ବନ୍ଧୁକ ଦେଖିବା ପରେ ଆମେ ସମସ୍ତେ ଭୟରେ ଡ୍ର ଓ ଲକର୍‌ ଚାବି ଦେବାକୁ ବାଧ୍ୟ ହୋଇଥିଲୁ। ଡକାୟତମାନେ ନେଇଥିବା ଟଙ୍କା ଓ ସୁନା ଗହଣାର ଆକଳନ କରାଯାଇ ନାହିଁ। ଅଇଁଠାପାଲି ଥାନାର ଲୋକେଶ ସାହୁ, ଟାଉନ ଥାନା ଅଧିକାରୀ ପ୍ରଦୀପ କୁମାର ସାହୁ, ସଦର ଏସଡିପିଓ ମିହିର ପଣ୍ଡା ତଦନ୍ତ ଚଳାଇଛନ୍ତି।

All Right Reserved By

ସମ୍ବଲପୁର

ବିହନ ପାଇଁ ଦରାଣ୍ଡି ହେଉଛନ୍ତି ଚାଷୀ: ଖଡ଼ିଆଳ ବ୍ଲକରେ ବିହନ ସଙ୍କଟ

ବିହନ ପାଇଁ ଦରାଣ୍ଡି ହେଉଛନ୍ତି ଚାଷୀ: ଖଡ଼ିଆଳ ବ୍ଲକରେ ବିହନ ସଙ୍କଟ

ନୂଆପଡା ଅଫିସ/ଖଡିଆଳ,୨୧।୬- ସରକାର ଚାଷୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଦେବାକୁ ସଙ୍କଳ୍ପ ନେଇଥିବା ଘୋଷଣା କରୁଥିବାବେଳେ ବର୍ତ୍ତମାନ ଚାଷ ସମୟ ପହଞ୍ଚି ସାରିଥିଲେ ହେଁ ଚାଷୀଙ୍କୁ ଦରକାର ମୁତାବକ ବିହନ ନିଅଣ୍ଟ ହେଲାଣି। ଚାଷୀ କ୍ଷେତରେ ଚାଷ କାମ ଛାଡି ଦିନ ତମାମ ବିହନ କେନ୍ଦ୍ରରେ ଜଗି ଜଗି ହତାଶ ହୋଇ ଘରକୁ ଫେରୁଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି।

ମଦ ହେଲା କାଳ: ବାପା,ପୁଅ ଗଣ୍ଡଗୋଳ: ଠେଙ୍ଗାମାଡ଼ରେ ୫ ବର୍ଷର ନାତି ମୃତ

ଝାରସୁଗୁଡ଼ା ଅଫିସ/କିର୍ମିରା(ଡି.ଏନ.ଏ.)୨୧।୬-ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ଏବଂ ପୁଅର ଗଣ୍ଡଗୋଳ ଯୋଗୁ ଜଣେ ୫ ବର୍ଷର ନାତିର ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲେ ଦିନେଶ ନାଏକଙ୍କ ପୁଅ ଶୁଭମ (୫)। ଏ ବାବଦରେ ଲଇକେରା ଥାନାରେ ଏକ ମାମଲା (ନଂ.୧୦୮/୧୮) ରୁଜୁ ହୋଇଛି । ପୋଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଛି । ଶୁଭମ୍‌ଙ୍କ ବାପା ଓ ଜେଜେଙ୍କୁ ପୋଲିସ ଅଟକ ରଖିଛି ।

ରୁକୁଣୀଲାଠ ଶିଶୁଯତ୍ନ ଅନୁଷ୍ଠାନରେ ଆଦର୍ଶ ବିବାହ : ଅଞ୍ଜନାଙ୍କ ହାତ ଧରିଲେ ଗୁଡ୍ଡୁ

ରୁକୁଣୀଲାଠ ଶିଶୁଯତ୍ନ ଅନୁଷ୍ଠାନରେ ଆଦର୍ଶ ବିବାହ : ଅଞ୍ଜନାଙ୍କ ହାତ ଧରିଲେ ଗୁଡ୍ଡୁ

ଧମା,୨୧। ୬(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ରୁକୁଣୀଲାଠ ଶିଶୁ ଯତ୍ନ ଅନୁଷ୍ଠାନରେ ଗୁରୁବାର ଏକ ଆଦର୍ଶ ବିବାହ ସମ୍ପନ୍ନ ହୋଇଛି। ଅନୁଷ୍ଠାନର ପାଳିତ କନ୍ୟା ଅଞ୍ଜନା ଥାଟିଙ୍କ ବିବାହ ବରଗଡ଼ ଜିଲା ବରପାଲି ଗ୍ରାମର ସ୍ବର୍ଗତ ଦେବୀପ୍ରସାଦ ଅଗ୍ରୱାଲଙ୍କ ପୁଅ ଗୁଡ୍ଡୁ ଅଗ୍ରଓ୍ବାଲଙ୍କ ସହ ବିନା ଯୌତୁକରେ ଶେଷ ହୋଇଛି।

୧୨ ଚାଷୀଙ୍କ ଜମି ଛତିଶଗଡ଼ ରାଜସ୍ବ ବିଭାଗ ଛଡାଇ ନେବା ଘଟଣା: ସ୍ବତନ୍ତ୍ର ଟିମ ଦ୍ୱାରା ସୀମା ନିର୍ଦ୍ଧାରଣ ଆରମ୍ଭ ;ନୂଆମାଲପଡାରେ ପହଞ୍ଚିଲେ ଜିଲାପାଳ

୧୨ ଚାଷୀଙ୍କ ଜମି ଛତିଶଗଡ଼ ରାଜସ୍ବ ବିଭାଗ ଛଡାଇ ନେବା ଘଟଣା: ସ୍ବତନ୍ତ୍ର ଟିମ ଦ୍ୱାରା ସୀମା ନିର୍ଦ୍ଧାରଣ ଆରମ୍ଭ ;ନୂଆମାଲପଡାରେ ପହଞ୍ଚିଲେ ଜିଲାପାଳ

ସିନାପାଲି, ୨୧।୬(ଡି.ଏନ.ଏ.)- ଓଡ଼ିଶା ସୀମାନ୍ତରେ ନୂଆପଡ଼ା ଜିଲାର ନୂଆମାଲପଡା ଗ୍ରାମର ଜମିକୁ ଛତିଶଗଡ଼ ସରକାର ନିଜ ରାଜ୍ୟର ଭୂମିହୀନଙ୍କୁ ବଣ୍ଟନ କରିଥିବା ପ୍ରସଙ୍ଗରେ ଗୁରୁବାର ନୂଆପଡା ଜିଲାପାଳ ଡାକ୍ତର ପୋମା ଟୁଡୁ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମଧ୍ୟାହ୍ନରେ ଜିଲାପାଳ ମାଓବାଦୀ ଅଧ୍ୟୁଷିତ ନୂଆମାଲପଡା ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି।

ଏମ୍‌ଆର ଉଦ୍ୟୋଗ ପାଚେରି ନିର୍ମାଣ ଘଟଣା: ପେସା ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ: ପ୍ରତିବାଦରେ ରାସ୍ତାରୋକୋ

ଏମ୍‌ଆର ଉଦ୍ୟୋଗ ପାଚେରି ନିର୍ମାଣ ଘଟଣା: ପେସା ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ: ପ୍ରତିବାଦରେ ରାସ୍ତାରୋକୋ

କୁତ୍ରା, ୨୧।୬ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଥାନା ବିରିଙ୍ଗାଟୋଲି ଗ୍ରାମ ପଞ୍ଚାୟତ ଅଧିନ ଗଡପୋଷ ଛକଠାରେ ଏମ୍‌ଆର ଉଦ୍ୟୋଗର ପାଚେରି ନିର୍ମାଣକୁ ନେଇ ମଙ୍ଗଳବାର ପେସା ସମର୍ଥକ ଓ ବୁଡାକଟା ଗ୍ରାମର କେତେକ ଗ୍ରାମବାସୀ ମଧ୍ୟରେ ହୋଇଥିବା ସଂଘର୍ଷରେ ପେସା ସମର୍ଥକଙ୍କ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବୁଡାକଟା ଗ୍ରାମର ଡମ୍ବରୁ ସେଠ (୩୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି।

ଦିନ ଦ୍ୱିପ୍ରହରରେ ୬୦ ହଜାର ଟଙ୍କା ଲୁଟ୍‌: ପିଙ୍ଗା ଯାଇଥିବା ଭ୍ୟାନଟି ବ୍ୟାଗରୁ ମିଳିଲା ୬୦ ହଜାର

ରାଜଗାଙ୍ଗପୁର, ୨୧।୬ (ଡି.ଏନ.ଏ)-ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ସହରର ଷ୍ଟେଟ ବ୍ୟାଙ୍କରୁ ଜନୈକା ମହିଳା ଟଙ୍କା ଉଠାଇ ଭ୍ୟାନଟି ବ୍ୟାଗରେ ରଖିଥିବାବେଳେ ଦିନ ଦ୍ୱିପହରରେ ଲୁଟ୍‌ ହୋଇଛି। ତେବେ ୬୦ ହଜାର ଟଙ୍କା ଲୁଟ୍‌ ହୋଇଥିବାବେଳେ ୬୦ ହଜାର ସୁରକ୍ଷିତ ରହିଛି।

ହାତୀ ଭାଙ୍ଗିଲା ଘର କାନ୍ଥ  ଶିଶୁ କନ୍ୟା ମୃତ, ୩ ଗୁରୁତର

ହାତୀ ଭାଙ୍ଗିଲା ଘର କାନ୍ଥ ଶିଶୁ କନ୍ୟା ମୃତ, ୩ ଗୁରୁତର

ରେଙ୍ଗାଲି,୨୧ା୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବନଖଣ୍ଡର ଛତରବଗା ଥାନା ଅଧୀନ ପଟାମାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ହାତୀ ପଶି ଆସି ବ୍ୟାପକ କ୍ଷୟକ୍ଷତି କରିଛି ା

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ରାଉରକେଲା ଅଫିସ,୨୧।୬- ସହରର ବିଭିନ୍ନ ଶପିଂ ମଲ, ହୋଟେଲ, ଆପାର୍ଟମେଣ୍ଟ, କଲ୍ୟାଣ ମଣ୍ଡପ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁବାର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଇଛି।

ଯୋଗମୟ ଷ୍ଟିଲ ସିଟି  ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ଯୋଗମୟ ଷ୍ଟିଲ ସିଟି ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ରାଉରକେଲା ଅଫିସ,୨୧।୬- ଗୁରୁବାର ଷ୍ଟିଲ୍‌ ସିଟିର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ସହରରେ ଯୋଗମୟ ପରିବେଶ ସୃଷ୍ଟି ହୋଇଥିଲା।

ପଞ୍ଚାୟତ କମିଟି ଉପରେ ଗୁରୁତ୍ୱ

ପଞ୍ଚାୟତ କମିଟି ଉପରେ ଗୁରୁତ୍ୱ

କୋକସରା,୨୧।୬(ଡି.ଏନ.ଏ.)କୋକସରାଠାରେ ଥିବା ଆରଏମସି ପରିସରରେ କୋକସରା ବ୍ଲକ ବିଜୁ ଜନତା ଦଳର ମହିଳା ଓ ଯୁବ ବାହୀନିର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସଚେତନତା ସଭା ଗୁରବାର ଅନୁଷ୍ଠିତ ହୋଇଯାଇଛି।

 ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ଜୁନାଗଡ଼,୨୧।୬(ଡି.ଏନ୍‌.ଏ)ରାଜ୍ୟ ଖାଦ୍ୟ ସଚିବ ତଥା କଳାହାଣ୍ଡି ଜିଲା ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ବୀର ବିକ୍ରୟ ୟାଦବ ଗୁରୁବାର ଜୁନାଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି। ପ୍ରଥମେ ବ୍ଲକର ବଳଦିଆମାଲ ଓ ପରେ ମହିଚଲା ପଞ୍ଚାୟତ ପରିଦର୍ଶନ କରିଥିଲେ।

ଆଶଙ୍କାରେ ଭଟଲି ରଥଯାତ୍ରା

ଆଶଙ୍କାରେ ଭଟଲି ରଥଯାତ୍ରା

ଭଟଲି,୨୧।୬(ଡି.ଏନ.ଏ) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଦଧିବାମନ ପୀଠରେ ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ୬ ଦିନ ବାକି ରହିଛି ।

Model This Week

ପ୍ରଭାତ