ବ୍ରହ୍ମପୁର

କାର୍‌ରୁ ହଟିବ ବୁଲ୍‌ବାର୍‌

କାର୍‌ରୁ ହଟିବ ବୁଲ୍‌ବାର୍‌
ବ୍ରହ୍ମପୁର ଅଫିସ,୨୮।୧୨- ନିଜ କାର୍‌କୁ ନିଜ ପସନ୍ଦ ଅନୁଯାୟୀ ସଜାଇବା ଏବଂ ଡିଜାଇନ୍‌ରେ ପରିବର୍ତ୍ତନ କରିବାକୁ ଅନେକ ଆଗ୍ରହ ଦେଖାଇଥାନ୍ତି। ଭଳିକି ଭଳି ରୂପରେ ସଜାଇଥାନ୍ତି। ଆଉ ସାଜସଜା ବେଳେ ଆର୍ଷଣୀୟ ହୋଇଥାଏ ବୁଲ୍‌ବାର୍‌ ଏବଂ କ୍ରାସ୍‌ ଗାର୍ଡ଼। କାର୍‌ର ସମ୍ମୁଖ ପଟରେ ବିଭିନ୍ନ ଡିଜାଇନ୍‌ର ବୁଲ୍‌ବାର୍‌ ଲାଗିଥିବା ଦେଖିବାକୁ ମିଳୁଛି। କିନ୍ତୁ କେନ୍ଦ୍ର ସରକାର ବର୍ତ୍ତମାନ ଏଭଳି କୌଣସି ପ୍ରକାର ଡିଜାଇନ୍‌ ଉପରେ କଟକଣା ଜାରି କରିଛନ୍ତି। ସରକାରଙ୍କ ସଦ୍ୟ ନିର୍ଦ୍ଦେଶ ଅନୁଯାୟୀ, କେହି କାର୍‌ ସମ୍ମୁଖରେ ବୁଲ୍‌ବାର୍‌ ଲଗାଇ ପାରିବେ ନାହିଁ। ଯଦି ଲଗାଇବେ, ସେଥିପାଇଁ ଜରିମାନା ଦେବାକୁ ପଡ଼ିବ। ଏପରିକି ଯେଉଁମାନଙ୍କ ଗାଡିରେ ପୂର୍ବରୁ ବୁଲ୍‌ବାର୍‌ ଲାଗିଛି, ତାହାକୁ ତୁରନ୍ତ ହଟାଇ ଦିଆଯିବ। କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇସାରିଥିଲେ ମଧ୍ୟ ବ୍ରହ୍ମପୁର ସହରରେ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ବିଭାଗ ତରଫରୁ ଲୋକଙ୍କୁ ପ୍ରଥମେ ସଚେତନ ଏବଂ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଚାଲିଛି।ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ପ୍ରକାର ସଂସ୍କାରମୂଳକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଆଉ ଏକ ସଂସ୍କାରମୂଳକ ପଦକ୍ଷେପ ହେଲା, ଗାଡ଼ି ସମ୍ମୁଖରୁ ବୁଲ୍‌ବାର୍‌ ବା କ୍ରାସ୍‌ ଗାର୍ଡ଼କୁ ହଟାଇବା। ଡିସେମ୍ବର ୭ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଅନେକ କାର୍‌ର ସମ୍ମୁଖ ପଟରେ କ୍ରାସ୍‌ ଗାର୍ଡ଼ ବା ବୁଲ୍‌ବାର୍‌ ଲଗାଯାଉଛି। ଏଥିଯୋଗୁ ପଥଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଅନ୍ୟପଟେ ଗାଡ଼ି ଭିତରେ ବସିଥିବା ବ୍ୟକ୍ତି ମଧ୍ୟ ଗଭୀର ଆଘାତ ପାଉଛନ୍ତି। ମୋଟର ଯାନ ଆଇନ୍‌-୧୯୮୮ର ଧାରା ୫୨ରେ ଏ ନେଇ କଟକଣା ଜାରି କରାଯାଇଛି। ଗାଡ଼ି ସମ୍ମୁଖରେ ବୁଲ୍‌ବାର୍‌ ଲଗାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିୟମ ରହିଛି। ଧାରା ୧୯୨ ଏବଂ ୧୯୧ରେ ଏଥିପାଇଁ ଜରିମାନା ଦଣ୍ଡବିଧାନ କରାଯାଇଛି। ପ୍ରଥମ ଥର ଦୁର୍ଘଟଣା ହେଲେ ଏକ ହଜାର ଟଙ୍କା ଏବଂ ପରବର୍ତ୍ତୀ ଦୁର୍ଘଟଣା ପାଇଁ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି। ସେହିଭଳି ବିକ୍ରେତାଙ୍କଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଏଣୁ ବେଆଇନ୍‌ ଭାବେ ଲାଗୁଥିବା ବୁଲ୍‌ବାର୍‌କୁ ତୁରନ୍ତ ଗାଡ଼ିରୁ ହଟାଇବା ପାଇଁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା। ଏହି ନିର୍ଦ୍ଦେଶନାମାକୁ ରାଜ୍ୟଗୁଡ଼ିକର ପରିବହନ ସଚିବମାନଙ୍କୁ ପ୍ରଦାନ କରାଯାଇଛି। ଇତିମଧ୍ୟରେ ୨୦ଦିନରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ। ସୂଚନା ଅନୁଯାୟୀ, ବୃଦ୍ଧି ପାଉଥିବା ଦୁର୍ଘଟଣା କାରଣ ସମ୍ପର୍କରେ ବିଗତ ଦିନରେ ବିଭାଗ ତରଫରୁ ଏକ ସର୍ଭେ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ, ଯେଉଁ ଗାଡ଼ି ସମ୍ମୁଖରେ ବୁଲ୍‌ବାର୍‌ ଲାଗିଛି, ସେହି ଗାଡ଼ିର ଧକ୍କାରେ ଦୁର୍ଘଟଣାଗ୍ରସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟୁଥିଲା। କାରଣ ବୁଲ୍‌ବାର୍‌ଗୁଡ଼ିକ କଠିନ ଷ୍ଟିଲ୍‌ କିମ୍ବା ଲୁହାରେ ତିଆରି। କ୍ଷିପ୍ର ଗତିରେ ଆସୁଥିବା କାର୍‌ କୌଣସି ବ୍ୟକ୍ତିଙ୍କୁ ଧକ୍କା ଦେଲେ ଗାଡ଼ି ସମ୍ମୁଖରେ ଷ୍ଟିଲ୍‌ ଲାଗିଥିବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟୁଛି। ସେହିଭଳି ବୁଲ୍‌ବାର୍‌ଟି ଚେସିସ୍‌ରେ ସହ ସଂଯୋଗ ରହୁଛି। ଏଣୁ କୌଣସି ପ୍ରକାର ଧକ୍କା ହେଲେ, ଗାଡ଼ିର ସମ୍ମୁଖ ପଟରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଘାତ ଲାଗିଥାଏ। କାରଣ ଏୟାର୍‌ ବ୍ୟାଗ୍‌ର ସେନ୍‌ସର ଗାଡ଼ିର ସମ୍ମୁଖ ପଟରେ ଲାଗିଥାଏ। ଏଣୁ ଗାଡ଼ି ଧକ୍କା ହେବା କ୍ଷଣି ଏୟାର୍‌ବ୍ୟାଗ୍‌ ଖୋଲିଥାଏ। ଯାହା ଫଳରେ ଗାଡ଼ିରେ ବସିଥିବା ବ୍ୟକ୍ତିମାନେ ଆଘାତ ପାଇବାରୁ ବଞ୍ଚିବା ସହ ଜୀବନ ରକ୍ଷା ହୋଇଥାଏ। କିନ୍ତୁ ସମ୍ମୁଖରେ ବୁଲ୍‌ବାର୍‌ ଲାଗିବା ଫଳରେ ଆଉ ଏୟାର୍‌ ବ୍ୟାଗ୍‌ ଖୋଲି ନ ଥାଏ। କାରଣ ସେନ୍‌ସର୍‌ କାମ ଦିଏନି। ଗାଡ଼ି ପ୍ରସ୍ତୁତ କରୁଥିବା କମ୍ପାନୀମାନେ ଏଥି ପ୍ରତି ଧ୍ୟାନ ଦେଇଥାନ୍ତି। ଏଣୁ ଗାଡ଼ି ନିର୍ମାଣ କରିବା ବେଳେ ସେଥିରେ ବୁଲ୍‌ ବାର୍‌ ଲାଗି ନ ଥାଏ। କେତେକ ଇନ୍‌ସ୍ୟୁରାନ୍ସ କମ୍ପାନୀ ଗାଡ଼ିରେ ବୁଲ୍‌ବାର୍‌ ଲଗାଇବାକୁ ଅନୁମତି ଦେଇ ନ ଥାନ୍ତି। ତଦ୍‌ଜନିତ ଦୁର୍ଘଟଣା ହେଲେ ବୀମା ଅର୍ଥ ପ୍ରଦାନ କରାଯାଏ ନାହିଁ। କିନ୍ତୁ ଅନେକ ଗାଡ଼ି ମାଲିକ, ଗାଡ଼ି କିଣିବା ପରେ ସେଥିରେ ବୁଲ୍‌ବାର୍‌ ଲଗାଇଥାନ୍ତି। ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି।
All Right Reserved By

ବ୍ରହ୍ମପୁର

ଷ୍ଟୋଭ ଫାଟି ନାବାଳିକା ଗୁରୁତର

ଷ୍ଟୋଭ ଫାଟି ନାବାଳିକା ଗୁରୁତର

ବ୍ରହ୍ମପୁର ଅଫିସ, ୧୯।୧୦-ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ସାହିରେ ଶୁକ୍ରବାର ଷ୍ଟୋଭ ଫାଟି ଜଣେ ନାବାଳିକା ଗୁରୁତର ହୋଇଛନ୍ତି । ଘରେ ରୋଷେଇ ଚାଲିଥିବା ସମୟରେ ଷ୍ଟୋଭ ଫାଟିଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି। 

କୃଷ୍ଣସାର ମୃଗ ମୃତଦେହ ଉଦ୍ଧାର

କୃଷ୍ଣସାର ମୃଗ ମୃତଦେହ ଉଦ୍ଧାର

ଗଞ୍ଜାମ, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବାଟିମାଳ  ଗହୀରମଥା  ଅଞ୍ଚଳରେ ଏକ କୃଷ୍ଣସାର ମୃଗ ମୃତଦେହ ପଡିଥିବା ଶୁକ୍ରବାର ଦେଖିବାକୁ ମିଳିଥିଲା । ଗତ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତ କୃଷ୍ଣସାର  ମୃଗଟି କାଦୁଅରେ ପୋତିହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଦୁର୍ଗାପୂଜା, ଉତ୍ସବମୁଖର ଚନ୍ଦ୍ରଗିିରି

ଦୁର୍ଗାପୂଜା, ଉତ୍ସବମୁଖର ଚନ୍ଦ୍ରଗିିରି

ଚନ୍ଦ୍ରଗିରି, ୧୯ା୧୦(ଡି.ଏନ.ଏ.)-ଦୁର୍ଗାପୂଜା ଉପଲକ୍ଷେ ଗଜପତି ଜିଲା ଚନ୍ଦ୍ରଗିରି ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ।  ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।  ଏହା ବ୍ୟତୀତ ଚନ୍ଦ୍ରଗିରି, ମହେନ୍ଦ୍ରଗଡ, ଚାନ୍ଦିପୁଟ ଓ ବାଘମାରି ଅଞ୍ଚଳ ମଧ୍ୟ ମା’ଙ୍କ ପୂଜା ଲାଗି ଉତ୍ସବ ମୁଖର ହୋଇଛି ।

ଆସିକାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ବ୍ୟବସ୍ଥା

ଆସିକାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ବ୍ୟବସ୍ଥା

ଆସିକା, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ ଘଟି ଯାଇଥିବା ତିତ୍‌ଲି ବାତ୍ୟା ଓ ଏହା ପରବର୍ତ୍ତୀ ବନ୍ୟାରେ ବିଭିନ୍ନ ବ୍ୟାଙ୍କ ଶାଖାରେ ପାଣି ପଶି ବହୁ ଟଙ୍କା ଓ କାଗଜପତ୍ର ନଷ୍ଟ ହୋଇଯାଇଛି ।

ରମଣୀସାହିରେ ଓଷାକୋଠି ଯାତ୍ରା ଆରମ୍ଭ

ରମଣୀସାହିରେ ଓଷାକୋଠି ଯାତ୍ରା ଆରମ୍ଭ

ଶେରଗଡ, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ ଗ୍ରାମସ୍ଥିତ ରମଣୀସାହିରେ ଶୁକ୍ରବାର ଓଷାକୋଠି ଯାତ୍ରା ଆରମ୍ଭ ହୋଇଛି।  ରମଣୀସାହିର ଗ୍ରାମବାସୀ ବାଦ୍ୟବାଜଣା ସହ ବିରାଟ ପଟୁଆରରେ ରାମଚଣ୍ଡୀ ଠାକୁରାଣୀଙ୍କ ପୀଠକୁ ଯାଇଥିଲେ। 

ରାଜସ୍ବ କୃଷି ବିଭାଗର କ୍ଷୟକ୍ଷତି ଆକଳନ

ରାଜସ୍ବ କୃଷି ବିଭାଗର କ୍ଷୟକ୍ଷତି ଆକଳନ

ଶେରଗଡ, ୧୯ା୧୦-ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ୨୨ ପଞ୍ଚାୟତର ୯୫ ଗ୍ରାମରେ ୯ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଜରିଆରେ ଗୁରୁବାର ସନ୍ଧ୍ୟାରୁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ କରାଯାଇଛି  । ଉକ୍ତ ଟିମ୍‌ରେ ରାଜସ୍ବ ବିଭାଗ ଓ କୃଷି ବିଭାଗ ଏବଂ ଉଦ୍ୟାନ ବିଭାଗ କର୍ମଚାରୀ ମିଳିତଭାବେ କ୍ଷୟକ୍ଷତି ଆକଳନ କରୁଛନ୍ତି  । 

ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ  ସହାୟତା, ଆଇଟିଆଇର ହେଲ୍‌ପିଙ୍ଗ ହ୍ୟାଣ୍ଡ କାର୍ଯ୍ୟକ୍ରମ

ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ ସହାୟତା, ଆଇଟିଆଇର ହେଲ୍‌ପିଙ୍ଗ ହ୍ୟାଣ୍ଡ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ, ୧୯ା୧୦-ତିତ୍‌ଲି ବାତ୍ୟା ଓ ଏହାର ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳବାସୀଙ୍କୁ ସହାୟତା କରିବା ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ହେଲ୍‌ପ୍‌ ହ୍ୟାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ରାଜ୍ୟର ୧୭ ଆଇଟିଆଇର ଛାତ୍ର ଓ ଶିକ୍ଷକଙ୍କୁ ନେଇ ଏକ ୫୦ ଜଣିଆ ଟିମ୍‌ ଶୁକ୍ରବାର ଗଜପତି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । 

ରାଇକିଆରେ ବିଜୟା ଦଶମୀ, ଶ୍ରଦ୍ଧାଳୁଙ୍କ ଭିଡ

ରାଇକିଆରେ ବିଜୟା ଦଶମୀ, ଶ୍ରଦ୍ଧାଳୁଙ୍କ ଭିଡ

ରାଇକିଆ, ୧୯ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବିଜୟା ଦଶମୀ ମହା ସମାରୋହରେ ପାଳନ କରାଯାଉଛି ।  ରାଇକିଆରେ ହୋଇଥିବା ମା’ଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।  ଶନିବାର ମା’ଙ୍କ ବିସର୍ଜନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । 

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ଅଫିସ,୧୯ା୧୦-ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୃଦ୍ଧା ଏକ ବ୍ଲେଡ୍‌ରେ ନିଜ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସିକା ବ୍ଲକ ସିଦ୍ଧନଇ ପଞ୍ଚାୟତ ମହାରାଜା ଗ୍ରାମର ଟୁଙ୍ଗୁରୁ ବେହେରା ସୁରତ୍‌ରେ କାମ କରୁଛନ୍ତି । 

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶୁକ୍ରବାର  ଦଶହରା ପର୍ବ ବା ବିଜୟା ଦଶମୀ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ସିମନବାଡ଼ିଠାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଉଛି। ଦଶମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଥିଲେ ।

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର ଅଫିସ,୧୯।୧୦: ବ୍ରହ୍ମପୁର ଷ୍ଟେଶନ ନିକଟ ହଳଦିଆପଦର ପାଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଯାଇଛି । ଫଳରେ ବ୍ରହ୍ମପୁର ଠାରୁ ବିଶାଖାପାଟଣା ମଧ୍ୟରେ ଟ୍ର୍ରେନ ଚଳାଚଳ ପ୍ରଭାବିତ ହୋଇଛି। 

୨ ଗୋଷ୍ଠୀ ମୁହାଁମୁହିଁ, ୨ ଆହତ

୨ ଗୋଷ୍ଠୀ ମୁହାଁମୁହିଁ, ୨ ଆହତ

ଭଞ୍ଜନଗର,୧୯।୧୦(ଡି.ଏନ୍‌.ଏ.): ଭଞ୍ଜନଗର ଅଗ୍ନିଶମ କେନ୍ଦ୍ର ନିକଟରେ ଗୁରୁବାର ରାତିରେ କୌଣସି କାରଣକୁ ନେଇ ଗୋଟିଏ ଗୋଷ୍ଠୀର ଯୁବକମାନେ ଜଣେ ଯୁବକଙ୍କୁ ଆକ୍ରମଣ  କରିଥିଲେ।