ବ୍ରହ୍ମପୁର

ଚାଇଲ୍ଡ ଲାଇନର ବୈଠକ, ୩ ସବ୍‌ ସେଣ୍ଟର ଖୋଲିବା ଉପରେ ଗୁରୁତ୍ୱ

ଚାଇଲ୍ଡ ଲାଇନର ବୈଠକ, ୩ ସବ୍‌ ସେଣ୍ଟର ଖୋଲିବା ଉପରେ ଗୁରୁତ୍ୱ

ଫୁଲବାଣୀ ଅଫିସ, ୨୮।୧୨- ଫୁଲବାଣୀ ପ୍ରେସ୍‌ କ୍ଲବରେ ଗୁରୁବାର ଚାଇଲ୍ଡ ଲାଇନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଇଲ୍ଡ ଲାଇନରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଫୁଲବାଣୀରେ ଥିବା ଏହି ଅନୁଷ୍ଠାନ ଫୁଲବାଣୀ ସମେତ ଫିରିଙ୍ଗିଆ ଏବଂ ଖଜୁରିପଡା ବ୍ଲକରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ସମସ୍ତ ବ୍ଲକକୁ ଯାଇ କାର୍ଯ୍ୟ କରିବା କଷ୍ଟକର ହୋଇପଡୁଛି। କର୍ମଚାରୀ ଅଭାବ ଏହାର ମୁଖ୍ୟ କାରଣ ହୋଇଛି। ବେଳେ ବେଳେ ଲୋକେ ମିଥ୍ୟା କଲ କରୁଛନ୍ତି। ଜଣେ କି ଦୁଇଜଣ କର୍ମଚାରୀ ଫୁଲବାଣୀରୁ ଜିଲାର ଦୂର ବ୍ଲକକୁ ଯାଇ ଫେରୁଛନ୍ତି। ଯଦି ବି ଠିକ୍‌ ତଥ୍ୟ ମିଳୁଛି ଏବଂ କର୍ମଚାରୀ ଯାଉଛନ୍ତି, ତାହାଲେ ଫେରିବା ଏକ ପ୍ରକାର ମୁସ୍କିଲ ହୋଇ ପଡୁଛି। ତେଣୁ ଜିଲାରେ ଆଉ ୩ ସବ୍‌ ସେଣ୍ଟର ଖୋଲିବାର ଆବଶ୍ୟକତା ରହିଛି। ଦାରିଙ୍ଗିବାଡି, ଜି. ଉଦୟଗିରି ଏବଂ ବାଲିଗୁଡାରେ ଏହି ସବ୍‌ ସେଣ୍ଟର ଖୋଲାଗଲେ ଚାଇଲ୍ଡ ଲାଇନ ଭଲ ଭାବରେ କାମ କରିବା ସହ ଆହୁରି ସୁଦୃଢ଼ୀକରଣ ହୋଇପାରିବ ବୋଲି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ତଥା ବନବାସୀ ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ଆମେ କୌଣସି କ୍ଷେତ୍ରରେ ପିଲାମାନଙ୍କୁ ଉଦ୍ଧାର କରି ଆଣିବା ପରେ ଶିଶୁ ମଙ୍ଗଳ କମିଟିରେ ହାଜର କରୁଛୁ। ସେଠାରୁ ସେମାନଙ୍କୁ ପଠାଇବା ବ୍ୟବସ୍ଥା କରାଯାଉଛି। ଫଳରେ ଶିଶୁ ହୁଅନ୍ତୁ ଅବା ଅନ୍ୟ ନାବାଳିକା ନାବାଳକ ସାମୟିକ ଭାବେ କେଉଁଠି ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାରେ ଏକ ଅସ୍ଥାୟୀ ଥଇଥାନ କେନ୍ଦ୍ର ଖୋଲାଗଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା। ଆମେ ଏ ସମ୍ପର୍କରେ ଜିଲାପାଳଙ୍କୁ ଜଣାଇଛୁ ବୋଲି ପଣ୍ଡା କହିଛନ୍ତି। ସେହିପରି ପ୍ରତି ବ୍ଲକରେ ସ୍ବେଚ୍ଛାସେବୀମାନଙ୍କୁ ଚୟନ କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ବନବାସୀ ସେବା ସମିତି ସମ୍ପାଦକ ଉଚ୍ଛବ ଚନ୍ଦ୍ର ଜେନା, କୋ ଅର୍ଡିନେଟର ମାନସ ରଞ୍ଜନ କାଟା, ଆଇନଜୀବୀ ନିରଦ ପାତ୍ର, ଶିବ ଶଙ୍କର ବେହେରାଙ୍କ ସମେତ ଚାଇଲ୍ଡ ଲାଇନର ସଦସ୍ୟ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

All Right Reserved By

ବ୍ରହ୍ମପୁର

ଟ୍ରେନରେ କଟି ନାବାଳକଙ୍କ ମୃତ୍ୟୁ

ଟ୍ରେନରେ କଟି ନାବାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୮। ୬: ସ୍ଥାନୀୟ ଜିଆରପି ଥାନା ଅନ୍ତର୍ଗତ ଖୋଡାସିଙ୍ଗି ହନୁମାନ ମନ୍ଦିର ପଛପାର୍ଶ୍ୱ ରେଳ ଲାଇନ୍‌ରେ ରବିବାର ସକାଳେ ଜଣେ ନାବାଳକଙ୍କ ଖଣ୍ଡବିଖଣ୍ଡିତ ଶରୀର ପଡିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ନାବାଳିକା ଉଦ୍ଧାର, ନାବାଳକ ଅଟକ

ଫୁଲବାଣୀ ଅଫିସ, ୧୮ା୬- ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଫୁଲବାଣୀ ଟାଉନ ଥାନା ପୋଲିସ ସମ୍ପୃକ୍ତ ନାବାଳକଙ୍କୁ ଅଟକ ରଖିଛି। ଏଥିସହ ନାବାଳିକାଙ୍କୁ ଉଦ୍ଧାର କରିଛି।

ଛତ୍ରପୁରରେ ଶୀତଳଷ୍ଠୀ

ଛତ୍ରପୁରରେ ଶୀତଳଷ୍ଠୀ

ଛତ୍ରପୁର,୧୮।୬(ଡି.ଏନ.ଏ) ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ରବିବାର ଶୀତଳଷଷ୍ଠୀ ତଥା ଶିବ-ପାର୍ବତୀଙ୍କ ବିବାହ ଉସତ୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଶେଶ୍ୱର ମନ୍ଦିରରେ ଶିବ ବିବାହ ପାଇଁ ପୂର୍ବାହ୍ନରେ ବାଟ ବରଣ ହୋଇଥିଲା ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ବନରକ୍ଷୀ ଆହତ

ଭଞ୍ଜନଗର,୧୮।୬(ଡି.ଏନ.ଏ.)- ତାରସିଂ ରେଞ୍ଜ ମଣ୍ଡାପଥର ବିଟ୍‌ ବନରକ୍ଷୀ ଏ.ସାମି ଶନିବାର ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଛି। ଏ ନେଇ ସେ ଶନିବାର ରାତିରେ ତାରସିଂ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏତଲା ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।

ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

କ.ନୂଆଗଁା/ବାଲିଗୁଡା,୧୮ା୬(ଡି.ଏନ୍‌.ଏ.) - କନ୍ଧମାଳ ଜିଲା କ.ନୂଆଗଁା ବ୍ଲକ ସାରଙ୍ଗଗଡ ଥାନାରେ ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର ନେଇ ଅଭିଯୋଗ ହୋଇଛି। ଏନେଇ ପୋଲିସ ନଂ.୫୨/୧୮ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଦୁର୍ଗନ୍ଧରେ ଫାଟି ପଡ଼ୁଛି ଋଷିକୁଲ୍ୟା ବେଳାଭୂମି

ଦୁର୍ଗନ୍ଧରେ ଫାଟି ପଡ଼ୁଛି ଋଷିକୁଲ୍ୟା ବେଳାଭୂମି

ଗଞ୍ଜାମ,୧୮ା୬(ଡି.ଏନ.ଏ.)- ଗଞ୍ଜାମ ସହର ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ବେଳାଭୂମି କିଛିଦିନ ହେଲା ଅପରିଷ୍କାର ହୋଇ ପଡ଼ିରହିଛି। ଅଲିଭ ରିଡେଲଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ ଏହି ବେଳାଭୂମି ପ୍ରତି ବନ ବିଭାଗ ପକ୍ଷରୁ ଅଣଦେଖା କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏକାଠି ନମାଜ ପଢ଼ିବାକୁ ଆହ୍ବାନ

ଏକାଠି ନମାଜ ପଢ଼ିବାକୁ ଆହ୍ବାନ

ଭଞ୍ଜନଗର,୧୮।୬(ଡି.ଏନ.ଏ.): ଭଞ୍ଜନଗର ମୁସଲିମ୍‌ ସମାଜ ମଧ୍ୟରେ କୌଣସି ଗୋଷ୍ଠୀ ନାହିଁ। ଆମେ ସମସ୍ତେ ଏକାଠି ଅଛୁ। କିଛି ବ୍ୟକ୍ତି ଅପପ୍ରଚାର କରି ଗୋଷ୍ଠୀ କରିବା ପାଇଁ ଚେଷ୍ଟା କରୁଛନ୍ତି।

ବିଏମ୍‌ସିରୁ ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ହେଉ

ବିଏମ୍‌ସିରୁ ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ହେଉ

ବ୍ରହ୍ମପୁର ଅଫିସ,୧୮ା୬ ଓଡ଼ିଶା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ସ୍ବତନ୍ତ୍ର ସମାବେଶ ରବିବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ଆଉଟସୋର୍ସିଂ ମ୍ୟୁନିସିପାଲ କର୍ମଚାରୀ ସଂଘ ଗଠନ କରାଯାଇଛି। ସମାବେଶରେ ରବି କୁମାର ସାହାଣୀ ଅଧ୍ୟକ୍ଷତା କରିଥିଲେ।

ହୋମଗାର୍ଡଙ୍କୁ ବଳାତ୍କାର ମାମଲା

ହୋମଗାର୍ଡଙ୍କୁ ବଳାତ୍କାର ମାମଲା

ଜି.ଉଦୟଗିରି,୧୮ା୬(ଡି.ଏନ.ଏ.):ଜି.ଉଦୟଗିରିଠାରେ ଶୁକ୍ରବାର ମହିଳା ହୋମଗାର୍ଡଙ୍କୁ ଯବାନଙ୍କ ବଳାତ୍କାର ଅଭିଯୋଗ ରବିବାର ନୂଆମୋଡ଼ ନେଇଛି। ଆପୋଷ ସମାଧାନ ପରେ ମହିଳା ଗୃହରକ୍ଷୀଙ୍କ ସହ ଯବାନଙ୍କର ଜି.ଉଦୟଗିରି ତାରିଣୀ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି।

ବଜ୍ରପାତରେ ମହିଳା ମୃତ, ୨ ଆହତ

ପୁରୁଷୋତ୍ତମପୁର,୧୮ା୬(ଡି.ଏନ୍‌.ଏ.) ସ୍ତ୍ରୀର ମୃତଦେହକୁ ଦାନ ମାଝୀ କାନ୍ଧରେ ବୋହିବା ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣା ସରକାରୀ ଯୋଜନା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ପରେ ସରକାର ମୃତଦେହ ନେବା ପାଇଁ ମହାପ୍ରୟାଣ ଯୋଜନା ପ୍ରଣୟନ କରିଥିଲେ।

ଗଞ୍ଜାମ ପୋଲିସ ଜିଲା ଅପରାଧ ସମୀକ୍ଷା

ଗଞ୍ଜାମ ପୋଲିସ ଜିଲା ଅପରାଧ ସମୀକ୍ଷା

ଛତ୍ରପୁର,୧୭।୬(ଡି.ଏନ.ଏ)- ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଏସପିଙ୍କ ସମ୍ମିଳନୀ ଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଯୋଗଦେଇ ସମୀକ୍ଷା କରିଥିଲେ । ଦିନ ତମାମ ସମୀକ୍ଷା ବୈଠକ ଚାଲିଥିଲା ।

ଦୁଇ ଜୁଆ ଆଡ୍ଡାରେ ଚଢ଼ାଉ, ୭ ଗିରଫ

ଦୁଇ ଜୁଆ ଆଡ୍ଡାରେ ଚଢ଼ାଉ, ୭ ଗିରଫ

ଆସିକା,୧୭।୬ (ଡି.ଏନ୍‌.ଏ): ଗାଙ୍ଗପୁର ଥାନା ଇଲାକାର ବଡବୋରସିଙ୍ଗି ଓ ପାଲକଷଣ୍ଢା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଶନିବାର ରାତିରେ ପୋଲିସ ଚଢାଉ କରି ୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୫ହଜାର ୮ଶହ ଟଙ୍କା, ୪ ବାଇକ ଓ ୬ ମୋବାଇଲ ଜବତ କରାଯାଇଛି ।

Model This Week

ପ୍ରଭାତ