Dharitri News
ବାଲେଶ୍ୱର

୬ ଖଣି କମ୍ପାନୀରୁ ୨୩୦୮ କୋଟି ଜରିମାନା ଆଦାୟ

ଯୋଡ଼ା,୨୮।୧୨(ଡ଼ି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ୬ଟି ଖଣି କମ୍ପାନୀଙ୍କ ଠାରୁ ଏ ପର୍ଯ୍ୟନ୍ତ ୨୩୦୮ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛ। ଟାଟାଷ୍ଟିଲ, ରୁଙ୍ଗଟା, ଡି.ଆର. ପଟ୍ଟନାୟକ, କେ.ସି. ପ୍ରଧାନ, ଇନ୍ଦ୍ରାଣୀ ପଟ୍ଟନାୟକ ଏବଂ ଏସେଲ ମାଇନିଂ କମ୍ପାନୀ ଏହି ଜରିମାନା ଅର୍ଥ ଦେଇଛନ୍ତି। ଖଣି ଦୁର୍ନୀତିରେ ସମ୍ପୃକ୍ତ ଥିବା ଯୋଡା ଖଣିମଣ୍ଡଳର ଖଣି ସଂସ୍ଥା ନିକଟରୁ ମୋଟ ୧୨୧୫୯ କୋଟି ଟଙ୍କା ଆଦାୟ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଗୁରୁବାର ସୁଦ୍ଧା ଅଧିକାଂଶ ଖଣି କମ୍ପାନୀଙ୍କ ଠାରୁ ଜରିମାନା ଟଙ୍କା ଆଦାୟ କରାଯାଇ ପାରିନାହିଁ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଜରିମାନା ଅର୍ଥ ପୈଠ ନ କଲେ ଅଧିକାଂଶ ଖଣି ଏଠି ବନ୍ଦ ହେବା ଆଶଙ୍କା ଦେଖାଦେଇଛି ।

ବାଲେଶ୍ୱର

ରେଳଫାଟକ ନିକଟରୁ ନାବାଳକ ଉଦ୍ଧାର

ରେଳଫାଟକ ନିକଟରୁ ନାବାଳକ ଉଦ୍ଧାର

ଖନ୍ତାପଡ଼ା,୨୪।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଷ୍ଟେଶନ ନିକଟସ୍ଥ ରେଳଫାଟକ ନିକଟରୁ ବୁଧବାର ଜଣେ ୧୦ବର୍ଷର ନାବାଳକଙ୍କୁ ଖଇରା ଚାଇଲ୍ଡଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି।

ପାଳବଣୀ ଗୁଳିକାଣ୍ଡ ଘଟଣା: ପୋଲିସର ବିଫଳତା ନେଇ ବାରିପଦା ବନ୍ଦ

ପାଳବଣୀ ଗୁଳିକାଣ୍ଡ ଘଟଣା: ପୋଲିସର ବିଫଳତା ନେଇ ବାରିପଦା ବନ୍ଦ

ବାରିପଦା ଅଫିସ,୨୪।୧: ବାରିପଦା ଟାଉନ ଥାନା ଅଧୀନ ପାଳବଣୀ ଗୋଲେଇ ଛକ ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପ୍ରତିବାଦରେ ବୁଧବାର ୨୪ ଘଣ୍ଟିଆ ବାରିପଦା ବନ୍ଦ କରାଯାଇଛି। ଘଟଣାକୁ ୬ ଦିନ ବିତିଥିଲେ ମଧ୍ୟ ଅପରାଧୀକୁ ଧରିବାରେ ପୋଲିସ ବିଫଳ ହୋଇଛି।

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ବାଲେଶ୍ୱର ବନ୍ଦ

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ,୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରେ ଜିଲା କଂଗ୍ରେସ କର୍ମୀମାନେ ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ବନ୍ଦ କରିଥିଲେ।

ନୀଳଗିରିରେ କଂଗ୍ରେସ ପକ୍ଷରୁ ରାସ୍ତାରୋକୋ

ନୀଳଗିରି,୨୪।୧(ଡି.ଏନ.ଏ.): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ସରକାରଙ୍କ ଅପାରଗତା ଓ ଆନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ରାଜ୍ୟ କଂଗ୍ରେସ ଡାକରାରେ ବାଲେଶ୍ବର ଜିଲା ନୀଳଗିରି ବ୍ଲକ କଂଗ୍ରେସ ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି।

କେନ୍ଦୁଝରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

କେନ୍ଦୁଝରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

କେନ୍ଦୁଝର,୨୪।୧(ସ୍ବ.ପ୍ର.): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବୁଧବାର ଭାଜପା ଓ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କେନ୍ଦୁଝରରେ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ସମସ୍ତ ସରକାରୀ ଓ ବେସରକାରୀ ଅଫିସ ସମେତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି।

ଶ୍ମଶାନ ଜମି ଉଦ୍ଧାର ଦାବି ତେଜିଲା

ଶ୍ମଶାନ ଜମି ଉଦ୍ଧାର ଦାବି ତେଜିଲା

ଖଇରା,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ ପଞ୍ଚାୟତରେ ଅନେକ ଶ୍ମଶାନ କିସମ ଜମି ରହିଛି ା ଶହ ଶହ ବର୍ଷ ଧରି ଏହି ଜାଗାରେ ଗ୍ରାମବାସୀ ଶବଦାହ କାର୍ଯ୍ୟ କରି ଆସୁଥିଲେ ।

୪ ଦିନ ହେଲା ପାନୀୟ ଜଳଯୋଗାଣ ବନ୍ଦ

ବସ୍ତା,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଦର ମହକୁମାର ହସ୍‌ପିଟାଲ ରୋଡରେ ଥିବା ପାଇପ୍‌ ଜଳ ପ୍ରକଳ୍ପରୁ ଆଜକୁ ୪ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି।

ବାଲେଶ୍ୱରରେ କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ତାତି

ବାଲେଶ୍ୱରରେ କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ତାତି

ବାଲେଶ୍ୱର ଅଫିସ,୨୩।୧- କୁନ୍ଦୁଲି ପୀଡତାଙ୍କ ଆତ୍ମହତ୍ୟା ଘଟଣା ନେଇ ବାଲେଶ୍ୱରରେ ଭାଜପା ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ପକ୍ଷରୁ ମଙ୍ଗଳବାର ପୃଥକ୍‌ ପୃଥ୍‌କ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭଙ୍ଗା ଚାଳିଆରେ ବିତୁଛି ଜୀବନ

ଭଙ୍ଗା ଚାଳିଆରେ ବିତୁଛି ଜୀବନ

ତେଲକୋଇ, ୨୩।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ମୁଖ୍ୟାଳୟରୁ ମାତ୍ର ୩ କି.ମି. ଦୂର ଗଲେ ପଡ଼େ ଓରିଆ ପଞ୍ଚାୟତର ଯାମୁଦଲକ ସାହି। ଉକ୍ତ ସାହିରେ ୩ ଜୁଆଙ୍ଗ ପରିବାର ରହିଛନ୍ତି। ସ୍ବାଧୀନତାର ୭୦ ବର୍ଷ ପରେ ବି ସମ୍ପୃକ୍ତ ଜୁଆଙ୍ଗ ଜନଜାତିର ଲୋକେ ଦୁର୍ଦ୍ଦିନରେ ଜୀବନ ବଞ୍ଚାଉଥିବା ଦେଖିବାକୁ ମିଳିଛି।

ଧାମନଗରରେ ଉର୍ସ ଆରମ୍ଭ

ଧାମନଗରରେ ଉର୍ସ ଆରମ୍ଭ

ଧାମନଗର,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗରସ୍ଥିତ ଖାନକା ଶରିଫର ମୁଜାଦିଦ୍‌ ମିଲତ୍‌ ମୌଲାନା ହବିବୁର ରହେମାନଙ୍କ ୩୮ତମ ଉର୍ସ ଉତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।

ଅଗ୍ନି ବିପନ୍ନଙ୍କୁ ସହାୟତା

ଭଦ୍ରକ ଅଫିସ,୨୩।୧- ଧୂଷୁରୀ ଥାନା ଅନ୍ତର୍ଗତ ଖଡ଼ିମାହାରା ଭାରତୀସାହି ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡରେ ୨୮ ପରିବାରଙ୍କ ଅକଥନୀୟ କ୍ଷୟକ୍ଷତି ଘଟିଛି।

୨୨କୁଇଣ୍ଟାଲ ଚୋରା କୋଇଲା ସହ ପିକ୍‌ଅପ୍‌ ଜବତ

ବାସୁଦେବପୁର,୨୩।୧(ଡି.ଏନ.ଏ.)-ବାସୁଦେବପୁରର ବାଲିମେଦ ପଞ୍ଚାୟତ ଚାରିବାଟିଆ ଘାଟ ନିକଟରୁ ନାୟକାଣିଡିହୀ ପୋଲିସ ୨୨ କୁଇଣ୍ଟାଲ ଚୋରା କୋଇଲା ସହ ଏକ ପିକ୍‌ଅପ୍‌କୁ ଜବତ କରିଛି।