ରାଜ୍ୟ |

ଘାରିଛି ପରାଜୟ ଭୟ

ଘାରିଛି ପରାଜୟ ଭୟ
ଭୁବନେଶ୍ୱର, ୨୮।୧୨(ବ୍ୟୁରୋ)- ନିର୍ବାଚନ କମିଶନ ଗୁରୁବାର ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା ୩ଟି ଲୋକ ସଭା ଏବଂ ୨ଟି ବିଧାନସଭା ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ରାଜସ୍ଥାନର ଆଜ୍‌ମେର, ଆଲଓ୍ବେର ଏବଂ ପଶ୍ଚିମବଙ୍ଗର ଉଲୁବେରିଆ ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କରାଯିବ। ଏହାସହ ରାଜସ୍ଥାନର ମାଣ୍ଡାଲଗଡ ଏବଂ ପଶ୍ଚିମବଙ୍ଗର ନୋଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ କରାଯିବ। ଏହି ୫ଟି ଉପନିର୍ବାଚନ ପାଇଁ ଜାନୁୟାରୀ ୨୮ତାରିଖରେ ଭୋଟ୍‌ ହେବା ସହିତ ଫେବୃୟାରୀ ୧ରେ ଗଣତି ହେବ। ମାତ୍ର ପୂର୍ବରୁ ଚର୍ଚ୍ଚା କରାଯାଉଥିଲା ଯେ, ଯେହେତୁ ଏହି ସବୁ ରାଜ୍ୟରେ ଉପନିର୍ବାଚନ ହେବାକୁ ରହିଛି ସେଥିପାଇଁ ଏକା ସାଙ୍ଗରେ ଓଡିଶାର ବିଜେପୁର ଉପନିର୍ବାଚନ ପାଇଁ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ତାରିଖ ଘୋଷଣା କରିପାରନ୍ତି । ହେଲେ ଏଭଳି ନ ହେବା ପରେ ବର୍ତ୍ତମାନ କେନ୍ଦ୍ରରେ ଥିବା ଭାଜପା ସରକାର ଏବଂ ସିଇସିଙ୍କ ମଧ୍ୟରେ ଆଲୋଚନା କରାଯାଇ ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହେଉ ନ ଥିବା କୁହାଯାଉଛି। ଚଳିତ ବର୍ଷ ଅଗଷ୍ଟ ୨୨ତାରିଖରେ ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ପରଲୋକ ଘଟିଥିଲା। ଏହାପର ଠାରୁ ସେଠାରେ ଆସନ ଖାଲି ରହିଛି। ନିୟମାନୁଯାୟୀ ଆସନ ଖାଲି ପଡିବାର ୬ମାସ ମଧ୍ୟରେ ଉପନିର୍ବାଚନ କରାଯିବ। ବର୍ତ୍ତମାନ ସମୟ ଅବଧି ମଧ୍ୟ ପୂରଣ ହେବାକୁ ବସିଲାଣି। ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏଥିପାଇଁ ପ୍ରସ୍ତୁତି କରାଯିବ। ହେଲେ ବର୍ତ୍ତମାନ ସ୍ଥିତିରେ ବିଜେପୁର ଉପନିର୍ବାଚନ କରାଗଲେ ଭାଜପାକୁ ସଫଳତା ମିଳିବ ନାହିଁ ବୋଲି ଉକ୍ତ ଦଳର ପର୍ଯ୍ୟବେକ୍ଷକମାନେ ମତ ଦେଇଥିବା ଶୁଣିବାକୁ ମିଳିଛି। ଦଳ ଆଗାମୀ ସାଧାରଣ ନିର୍ବାଚନରେ ୧୨୦ ଆସନ ପାଇ ସରକାର ଗଠନ କରିବାର ଦମ୍ଭୋକ୍ତି ଦେଖାଇଛି। ଏହି ଉପନିର୍ବାଚନର ଫଳାଫଳ ହିଁ ଆଗାମୀ ନିର୍ବାଚନ ଉପରେ ବେଶ୍‌ ପ୍ରଭାବ ପକାଇବ। ଯଦି ଉପନିର୍ବାଚନରେ ଫଳାଫଳ ଖରାପ ହୁଏ ତେବେ ଆଗକୁ ଥିବା ନିର୍ବାଚନ ପାଇଁ ଦଳ ପକ୍ଷରୁ ଦିଆଯାଇଥିବା ଦମ୍ଭୋକ୍ତି ମାଡ ଖାଇଯିବ। ଅନ୍ୟପଟେ ଓଡିଶା ଦଖଲ କରିବାକୁ ସ୍ବପ୍ନ ଦେଖିଥିବା ଭାଜପା କେନ୍ଦ୍ରୀୟ ନେତାଙ୍କ ମିଶନ୍‌ ମଧ୍ୟ ଫେଲ୍‌ ମାରିଯିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ବିଜେଡି ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେପୁର ଉପନିର୍ବାଚନ ବିଳମ୍ବିତ ହେବା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ ରହସ୍ୟଜନକ ମଧ୍ୟ। ଅନ୍ୟାନ୍ୟ ରାଜ୍ୟରେ ଖାଲିଥିବା ସ୍ଥାନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେଉଥିଲେ ମଧ୍ୟ ବିଜେପୁରରେ ଥିବା ଖାଲିସ୍ଥାନ ପାଇଁ ଅଦ୍ୟାବଧି ନିର୍ବାଚନ ତାରିଖ ଘୋଷଣା ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିଜେପୁର ଉପନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପଛରେ କ’ଣ କିଛି ଅନ୍ୟ ନିୟମ ରହିଛି କି? ଯେଉଁମାନେ ଉପନିର୍ବାଚନରେ ପରାଜୟର ସମ୍ଭାବନା ଦେଖି ପାରୁଛନ୍ତି ତାରିଖ ଘୋଷଣା ନ କରାଯିବା ପଛରେ ତାଙ୍କର କିଛି ସୁଚିନ୍ତିତ କାର୍ଯ୍ୟକ୍ରମ ନାହିଁ ତ? ଯାହା ବି ହେଉ ଯେ କୌଣସି ସମୟରେ ନିର୍ବାଚନ ହେଲେ ବିଜୁ ଜନତା ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି।କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଭାଜପା ଦଳର ପ୍ରସ୍ତୁତି ସରିପାରୁ ନାହିଁ। ସେମାନେ ନିର୍ବାଚନ ଜିତିବାକୁ ବହୁ ଉଦ୍ୟମ କରୁଛନ୍ତି। ସେଥିପାଇଁ ଉପନିର୍ବାଚନ ତାରିଖ ଘୋଷଣା ହେବାରେ ବିଳମ୍ବ ହେଉଛି। ହେଲେ ଏହି ନିର୍ବାଚନ ଶୀଘ୍ର କରନ୍ତୁ ବା ବିଳମ୍ବରେ କରନ୍ତୁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ମାତ୍ର ବିଜେଡି ଏବଂ କଂଗ୍ରେସ ଅଭିଯୋଗ ଅବାସ୍ତବ ବୋଲି ଭାଜପା ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂଦେଓ କହିଛନ୍ତି। ସେ କହିଛନ୍ତି, ନିର୍ବାଚନ କମିଶନ ଭାଜପା ଇଚ୍ଛାରେ ଚାଲୁ ନାହିଁ ଯେ ଆମେ ଯାହା ଚାହିଁବୁ ତାହା ହେବ। ଉଭୟ ବିଜେଡି ଏବଂ ଭାଜପା ଏଭଳି ମତ ଦେଇ ରାଜନୀତି କରୁଛନ୍ତି। ପୂର୍ବରୁ ମଧ୍ୟ ସେମାନେ ଏଭଳି ଅଯଥା ଯୁକ୍ତି ଉପସ୍ଥାପନା କରିସାରିଛନ୍ତି। ଉପନିର୍ବାଚନ ପାଇଁ ଭାଜପା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏଥିପାଇଁ ତାରିଖ କେବେ ଘୋଷଣା ହେବ ତାହା ସିଇସିଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।
All Right Reserved By

ରାଜ୍ୟ |

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା : ୨ଶହ ଟଙ୍କା ବୃଦ୍ଧିନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି କରିଛନ୍ତି। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି। ଏହା ଦ୍ୱାରା ୩୦୦ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ୫୦୦ ଟଙ୍କା ପାଇପାରିବେ। ସେହିପରି ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୭ଶହ ଟଙ୍କା ପାଇବେ।

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

ପିଠା ସ୍ଥଳୀରେ ମାର୍‌ପିଟ: ସରପଞ୍ଚଙ୍କ ଅନୁପସ୍ଥିତିରେ ପ୍ରୋତ୍ସାହନ ବାଣ୍ଟିଲେ ମନ୍ତ୍ରୀ

କଟକସଦର, ୧୯।୧(ଡି.ଏନ୍‌.ଏ.): କଟକସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ପିଠା କାର୍ଯ୍ୟକ୍ରମ ସ୍ଥଳରେ ଶନିବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ  ମାର୍‌ପିଟ୍‌ ହୋଇଛି। ଫଳରେ ସରପଞ୍ଚ ଗୋଷ୍ଠୀର ୨ ଜଣ ଆହତ ହୋଇଥିବା  ଜଣାପଡିଛି। 

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା:  ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା: ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି। ଛାତ୍ରୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବିହାର ଚାଲି ଯାଇଥିବା ଜଣାପଡିଛି । 

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ,  ସ୍ତ୍ରୀ, ଝିଅ ଗୁରୁତର

ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ସ୍ବାମୀ, ସ୍ତ୍ରୀ, ଝିଅ ଗୁରୁତର

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର ନଗର କେନାଲବନ୍ଧ ଅଞ୍ଚଳରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ଦମ୍ପତ୍ତି ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ସ୍ବାମୀ ଅଜୟ ଦାସ(୪୦), ସ୍ତ୍ରୀ ଜାନକୀ ଦାସ। ଏଥିରେ ସେମାନଙ୍କ ୩ ବର୍ଷିୟା ଝିଅ ମଧ୍ୟ ଆହତ ହୋଇଛନ୍ତି। 

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ରାଜଧାନୀରେ ଘନ କୁହୁଡ଼ି: ଯାତାୟାତ ବାଧାପ୍ରାପ୍ତ, ବିମାନ ସେବା ବିଳମ୍ବ

ଭୁବନେଶ୍ୱର,୧୯।୧: ଘନ କୁହୁଡ଼ିର ଆସ୍ତରଣ ମଧ୍ୟରେ ରାଜଧାନୀ ଭୂବନେଶ୍ୱର। ଶନିବାର ସକାଳେ ରାଜଧାନୀ ସମେତ କଟକରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ଜନଜୀବନ ସାଧାରଣ ବାଧାପ୍ରାପ୍ତ ହୋଇଛି। 

ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

ପଶ୍ଚିମ ଓଡିଶାରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର

 ଭୁବନେଶ୍ୱର,୧୯।୧(ବ୍ୟୁରୋ)-ପଶ୍ଚିମ  ଓଡିଶାରେ ଶୀତର ପ୍ରକୋପ ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲାରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଅଞ୍ଚଳରେ ପାରଦ ୧୦ ଡିଗ୍ରୀ ତଳେ ରହିବ।  କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ର ଆହୁରି ତଳକୁ ଖସିବ ବୋଲି ଅନୁମାନ କରାଯାଇଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି  ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଲୋକମାନଙ୍କ ବିପୁଳ ସମର୍ଥନ ପାଇ ୪ର୍ଥ ଥର ଲାଗି ବିଜେଡି କ୍ଷମତାକୁ ଫେରିଥିଲା। ହେଲେ ରାଜ୍ୟ ସରକାର ୨୦୧୯ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଲେ। 

୨ମାସ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିତ ରଣପୁର ବ୍ଲକର  ୮ ଗ୍ରାମ

୨ମାସ ହେଲା ବିଦ୍ୟୁତ୍‌ ଆଲୋକରୁ ବଞ୍ଚିତ ରଣପୁର ବ୍ଲକର ୮ ଗ୍ରାମ

ରଣପୁର,୧୯ା୧ (ସ୍ବ.ପ୍ର.)- ରଣପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ବନ୍ଧମୁଣ୍ଡା ପଞ୍ଚାୟତ। ୨୦୧୨ରେ ଏଠାକୁ ବିଦ୍ୟୁତ୍‌ ସଂଯୋଗ ଦେବା ପଇଁ ରାଜୀବ ଗାନ୍ଧୀ ବିଦ୍ୟୁତ୍‌ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ୨୦୧୭ରେ ପଞ୍ଚାୟତର କେତେକ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ପ୍ରଥମ କରି ବିଦ୍ୟୁତ୍‌ ଆଲୋକ ପାଇ ସ୍ଥାନୀୟ ଗ୍ରାମବାସୀ ଖୁସି ପ୍ରକଟ କରିଥିଲେ।

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁରେ ଯୁବକଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର ମାମଲା: ଉନ୍ମତ୍ତ ଯୁବକ ଜେଲ ଗଲେ

ଓଡ଼ଗାଁ,୧୯।୧(ସ୍ବ.ପ୍ର.)-ଓଡ଼ଗାଁ ଥାନା ଅଞ୍ଚଳରେ ଯୁବକଙ୍କ ଉନ୍ମତ୍ତ କାଣ୍ଡରେ ୨ଜଣଙ୍କ ମୃତ୍ୟୁ ଘଟିବା ଓ ୨ଗୁରୁତର ହେବା ଘଟଣାରେ ପୋଲିସ ହେପାଜତରେ ଥିବା ଆକ୍ରମଣକାରୀ ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

ନୟାଗଡ଼ ଜିଲାର ଚାଷୀଙ୍କୁ ହତୋତ୍ସାହ କରୁଛି ଉଦ୍ୟାନ ବିଭାଗ,  ୭ ଦିନ ଭିତରେ ସମାଧାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ

ନୟାଗଡ଼ ଜିଲାର ଚାଷୀଙ୍କୁ ହତୋତ୍ସାହ କରୁଛି ଉଦ୍ୟାନ ବିଭାଗ, ୭ ଦିନ ଭିତରେ ସମାଧାନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ

ନୟାଗଡ଼ ଅଫିସ,୧୯।୧-ନୟାଗଡ଼ ଜିଲା ଉଦ୍ୟାନ ବିଭାଗ ଚାଷୀଙ୍କ ଉନ୍ନତି ନିମନ୍ତେ କାମ ନ କରି ଅବନତି ପାଇଁ କାର୍ଯ୍ୟ  କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଚାଷୀମାନେ ଉଦ୍ୟାନ ବିଭାଗଠାରୁ କାର୍ଯ୍ୟାଦେଶ ପାଇ ଚାଷ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଉ ନାହିଁ। ।

୨୦୨୦ ସୁଦ୍ଧା ସରିବ ବ୍ୟାଖ୍ୟାନ କେନ୍ଦ୍ର କାମ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ, ଖର୍ଚ୍ଚ ହେବ ୫ କୋଟି

୨୦୨୦ ସୁଦ୍ଧା ସରିବ ବ୍ୟାଖ୍ୟାନ କେନ୍ଦ୍ର କାମ: ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ବେଶ, ଖର୍ଚ୍ଚ ହେବ ୫ କୋଟି

ପୁରୀ ଅଫିସ,୧୯ା୧: ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ବତନ୍ତ୍ର। ଶ୍ରୀମନ୍ଦିର ଏବଂ ବିସ୍ତୀର୍ଣ୍ଣ ବେଳାଭୂମିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କେନ୍ଦ୍ର ସରକାରଙ୍କ ଆଇକନିକ ସିଟି ତାଲିକାରେ ସ୍ଥାନ ପାଇଥିବା ପୁରୀ ସହରରେ ରହିଛି ବହୁ ପୁରାତନ ମଠ ଓ ମନ୍ଦିର। ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଏଠାକୁ ଛୁଟି ଆସନ୍ତି।