ବାଲେଶ୍ୱର

ଚା’ କଫି ଚାଷକୁ ଅଣଦେଖା

ଚା’ କଫି ଚାଷକୁ ଅଣଦେଖା
କେନ୍ଦୁଝର, ୨୮।୧୨ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ପାହାଡିଆ ଜମି ଓ ଥଣ୍ଡା ପରିବେଶ କଫି, ଚା, ହଳଦୀ ଚାଷ ଲାଗି ଉପଯୋଗୀ ହୋଇଥିଲେ ବି ଆବଶ୍ୟକ ଯୋଜନା ଓ ପ୍ରୋତ୍ସାହନ ଅଭାବ ଯୋଗୁଁ ଏହି ଚାଷ ହୋଇପାରୁ ନାହିଁ। ଏହି ଜିଲାର ଜଳବାୟୁ କଫି ଓ ଚା’ ଚାଷ ପାଇଁ ଉତ୍କୃଷ୍ଟ। ଏଣୁ ପରୀକ୍ଷାମୂଳକ ଭାବରେ ବାଂଶପାଳ ବ୍ଲକର ଉପରକାଇପୁରନ୍‌ଠାରେ ଏକ ଘରୋଇ ସଂସ୍ଥା ପକ୍ଷରୁ କଫି ଚାଷ ଏବଂ ତରମାକାନ୍ତଠାରେ ଯୌଥ ଉଦ୍ୟମରେ ଚା’ ଚାଷ ଆରମ୍ଭ କରାଯାଇଥିଲା। ଏଠାକାର ଚା ଓ କଫିର ସ୍ବାଦ ଉତ୍କୃଷ୍ଟ ମାନର ହୋଇଥିବାରୁ ଏହା ବାହାରେ ଆଦୃତି ଲାଭ କରିଥିଲା। ଏପରି କି ଏଠାରୁ ଉତ୍ପାଦିତ ଚା’ ସିଧାସଳଖ ବିଦେଶକୁ ରପ୍ତାନି ହେଉଥିଲା। ସେହିପରି କୋରାପୁଟସ୍ଥିତ କଫି ବୋର୍ଡ ଓ କଫି ଗ୍ରୋଅର ଆସୋସିଏଶନକୁ କଫି ପଠାଯାଉଥିଲା। କଫି ଉଦ୍ୟୋଗୀ ପ୍ରୀତମ ରାଠୋର, ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଗରୁ ପାଖାପାଖି ଏକର ପ୍ରତି ୪ ଟନ କଫି ଫଳ ଉତ୍ପାଦନ ହେଉଥିଲା । ଏବେ ମାତ୍ର ୧.୫ ଟନ ଉତ୍ପାଦନ ହେଉଛି। ଏହି ଚାଷ କାର୍ଯ୍ୟ ଲାଗି କୌଣସି ପ୍ରୋତ୍ସାହନ ମିଳୁ ନାହିଁ । ସରକାର ଯୋଜନାବଦ୍ଧ ପଦକ୍ଷେପ ନେଲେ ଏଠାରେ ଅନ୍ୟମାନେ ଚା’ ଓ କଫି ଚାଷ କରିପାରିବେ। ତେବେ ଭୂୟାଁ ପୀଢ ଠାରେ ଥିବା ବଗିଚା ରକ୍ଷଣାବେକ୍ଷଣ ଅଭାବରୁ ଏବେ ଶ୍ରୀହୀନ ହୋଇପଡିଛି। ସେହିପରି ଚା’ ପ୍ରସ୍ତୁତ ପାଇଁ ଥିବା କାରଖାନା ଅକାମି ହୋଇପଡିଛି । କାମ କରିଥିବା ଭୂୟାଁ ଶ୍ରମିକ ମାନେ କାମଧନ୍ଦା ହରାଇ ଅନ୍ୟ ବୃତ୍ତି ଆଦରିଥିବା କହିଛନ୍ତି। ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ଭୂୟାଁ ପୀଢ ଚା’ ଓ ଜୁଆଙ୍ଗ ପୀଢ କଫି ଚାଷ ପାଇଁ ଉତ୍କୃଷ୍ଟ ସ୍ଥାନ। ଏହାର ବିକାଶ କରାଗଲେ କନ୍ଧମାଳ, କୋରାପୁଟ ଭଳି ଅମଳ ମିଳିବା ସହ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ। ଚା’ ବା କଫି ଚାଷ ପାଇଁ ଥରେ ଅର୍ଥ ବିନିଯୋଗ କରିବାକୁ ପଡିଥାଏ । ୪/୫ ବର୍ଷ ପର୍ଯ୍ୟନ୍ତ ଗଛର ଯତ୍ନ ନିଆଯାଏ । ଗଛ ବଡ ହୋଇ ଗଲେ ବହୁ ବର୍ଷ ପର୍ଯ୍ୟନ୍ତ ଅମଳ ମିଳେ। କେବଳ ଏହାର ରକ୍ଷଣାବେକ୍ଷଣର ଆବଶ୍ୟକତା ପଡିଥାଏ। ଅମଳ ସମୟରେ ମଞ୍ଜି ତୋଳିବା ଓ ଶୁଖାଇବା କାମ କରିବାକୁ ହୁଏ। ଏଭଳି ଲାଭଜନକ ଫସଲର ପ୍ରସାର ଘଟିଲେ ଆଦିବାସୀଙ୍କ ଜୀବନଧାରଣ ମାନ ବୃଦ୍ଧି ପାଇପାରିବ ବୋଲି ସେମାନେ ମତ ଦେଉଛନ୍ତି। ସେହିପରି ଜିଲାରେ ଥଣ୍ଡା ପରିବେଶ ରହୁଥିବା ଗଡାଣିଆ ଅଞ୍ଚଳରେ ହଳଦୀ ଚାଷ ହୋଇପାରିବ। ଆଦିବାସୀମାନେ ଏହି ଚାଷ କରି ଲାଭବାନ ହୋଇପାରିବେ। ବର୍ତ୍ତମାନ କେତେକ ଅଞ୍ଚଳରେ ଚାଷୀ ବ୍ୟକ୍ତିଗତ ଉଦ୍ୟମରେ ହଳଦୀ ଚାଷ କରୁଛନ୍ତି। ସେମାନଙ୍କୁ ଉତ୍ସାହିତ କରାଗଲେ ହଳଦୀ ଚାଷର ପ୍ରସାର ହୋଇପାରିବ ବୋଲି ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ ନାଥ କହିଛନ୍ତି, କେନ୍ଦୁଝର ଜିଲାରେ ହଳଦୀ ଚାଷ ଭଲ ଭାବରେ ହୋଇପାରିବ । ଏହାକୁ ସମତଳ ଜମିରେ ଆମ୍ବ ବାଗାନ ମଧ୍ୟରେ ଆନ୍ତଃ ଫସଲ ଭାବେ ମଧ୍ୟ ଚାଷ କରାଯାଇପାରିବ ବୋଲି ସେ କହିଛନ୍ତି। ପରିବେଶବିତ ଡ. ବିମ୍ବାଧର ବେହେରା କହିଛନ୍ତି, ଭୌଗୋଳିକ ପରିବେଶକୁ ଦୃଷ୍ଟିରେ ରଖି କଫି, ହଳଦୀ ଚାଷ କରାଗଲେ ଏହା ଦେଖିବାକୁ ଅନେକ ପର୍ଯ୍ୟଟକ ଜିଲାକୁ ଆସନ୍ତେ। ଏହାଦ୍ୱାରା ଆଦିବାସୀମାନେ ଉପକୃତ ହୋଇପାରନ୍ତେ। ଜିଲା ପର୍ଯ୍ୟଟନ ଅଧିକାରୀ ଆର.କେ. ନାୟକ କହିଛନ୍ତି ଯେ, ଜିଲାରେ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରୁଛି। ପର୍ଯ୍ୟଟନ ବିଭାଗ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ କାର୍ଯ୍ୟ କରୁଛି।
All Right Reserved By

ବାଲେଶ୍ୱର

ନିଆଁରେ ପୋଡ଼ି ହୋଇ ମହିଳା ମୃତ

ନିଆଁରେ ପୋଡ଼ି ହୋଇ ମହିଳା ମୃତ

ପଦ୍ମପୁର,୧୬।୧୧(ଡି.ଏନ୍‌.ଏ.): ଭଦ୍ରକ ବ୍ଲକ ଅଧିନ ବ୍ରହ୍ମପୁର ପଞ୍ଚାୟତ ପଦ୍ମପୁର ଗ୍ରାମରେ ଗୁରୁବାର ରାତିରେ  ନିଆଁରେ ପୋଡ଼ି ହେବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅଳକା ଓଝା।

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାଶିଷ୍ଟ ସଞ୍ଜିବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାଶିଷ୍ଟ ସଞ୍ଜିବ କୁମାର ପତି

ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସିଚଉରା ନିବାସି ସନ୍ଦିପ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସନ୍ଦିପ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାଶିଷ୍ଟ ଭାବେ କାର୍ଯ୍ୟ କରନ୍ତି। 

ମା’ ପାଇଁ କାନ୍ଦୁଛି ପୁଅ

ମା’ ପାଇଁ କାନ୍ଦୁଛି ପୁଅ

ହାଟଡ଼ିହୀ, ୧୬।୧୧(ଡି.ଏନ.ଏ.): ମା’ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ଲାଗି ପାଖରେ ଅର୍ଥର ଅଭାବ ରହିଛି। ଦାରିଦ୍ର୍ୟତା ମଧ୍ୟରେ ପରିବାର ଚଳୁଥିବାରୁ ମା’ଙ୍କୁ ଭଲ କରିବା ପାଇଁ ଅସହାୟ ପ୍ରକାଶ କରୁଛି।

ଗୁଳି ଚଳାଇ ଚମ୍ପଟ ମାରିଥିବା ୩ ଡକାୟତଙ୍କ ପତ୍ତା ମିଳିନି

ବାସୁଦେବପୁର,୧୬।୧୧(ଡି.ଏନ.ଏ.)- ଭଦ୍ରକ ଜିଲାର ବାସୁଦେବପୁର ଅଞ୍ଚଳରେ ଘରଭଡ଼ା ନେଇ ଆଡ୍ଡା ଜମାଇଥିବା ଡକାୟତ ଦଳର ୨ ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୩ ଜଣ ଚମ୍ପଟ ମାରିଛନ୍ତି। 

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ ଅଫିସ,୧୬ା୧୧- ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ  ପୁଣି ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ। ଭୁଲ ଔଷଧ ଦିଆଯିବା  ସହ ଉପଯୁକ୍ତ ଚିକିତ୍ସା କରା ନ ଯିବାରୁ  ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବାର ପରିବାର ଲୋକେ ଗୁରୁବାର ସିଡିଏମଓଙ୍କ ସମେତ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ଏହି ଅଭିଯୋଗର ତଦନ୍ତ କରାଯାଉଥିବା ସିଡିଏମଓ ଡା. ମହମ୍ମଦ ଅବଦୁଲ ରସିଦ କହିଛନ୍ତି। 

ସରିଲା କାଳୀପୂଜା, ଆଜି ଭସାଣି

ସରିଲା କାଳୀପୂଜା, ଆଜି ଭସାଣି

ଭଦ୍ରକ ଅଫିସ, ୧୬।୧୧-ଗୁରୁବାର ଥିଲା ଭଦ୍ରକ କାଳୀପୂଜାର ଶେଷଦିନ। ଶୁକ୍ରବାର ସକାଳେ ମା’ କାଳୀ ନେବେ ମେଲାଣି। ପାରମ୍ପାରିକ ବାଦ୍ୟ ଓ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମା’ କାଳୀଙ୍କୁ ବିଦାୟ ଦେବା ଲାଗି ପୂଜା ମଣ୍ଡପ କର୍ମକର୍ତ୍ତା ତତ୍ପର ହୋଇଉଠିଛନ୍ତି। 

ହାର୍‌ ମାନିନାହାନ୍ତି ପଞ୍ଚାନନ

ହାର୍‌ ମାନିନାହାନ୍ତି ପଞ୍ଚାନନ

ବନ୍ତ, ୧୬।୧୧(ସ୍ବ.ପ୍ର.)- ଗାଁ କୁ ଗାଁ ବୁଲି ମାଛ ବିକିବା ତାଙ୍କ ପେସା। ଦି’ ପଇସା ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ସାହା ହୋଇପାରିଛନ୍ତି ଦିବ୍ୟାଙ୍ଗ ପଞ୍ଚାନନ ଜେନା(୫୯)।  ନିଜର ଚଳିତ ଶକ୍ତି ନ ଥିବାରୁ ଏକ ଟ୍ରାଇସାଇକେଲ ମାଛ ବେପାର ଲାଗି ସହାୟକ ହେଉଛି। ଅନ୍ୟ ଉପରେ ବୋଝ ନ ହୋଇ ନିଜ ପାଇଁ ରୋଜଗାର ବାଟ ଫିଟାଇଥିବା ପଞ୍ଚାନନ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। 

ହାତୀ ମୃତ୍ୟୁ ନେଇ କାର୍ଯ୍ୟାନୁଷ୍ଠାନ: ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ହାତୀ ମୃତ୍ୟୁ ନେଇ କାର୍ଯ୍ୟାନୁଷ୍ଠାନ: ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ବାରିପଦା ଅଫିସ,୧୬।୧୧- ବାରିପଦା ବନଖଣ୍ଡ ଦେଉଳି ବନାଞ୍ଚଳ ଅନ୍ତର୍ଗତ ସୁନାପୋଷି ନିକଟରେ ଓହଳି ପଡିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ  ଆସି ଏକ ଦନ୍ତା ହାତୀର ମୃତ୍ୟୁ  ହେବା ଘଟଣା ନେଇ  ବନ ବିଭାଗ ତଦନ୍ତ ଜାରି ରଖିଛି। 

ଫ୍ଲୋରାଇଡ଼ ଖେଳାଉଛି ଆତଙ୍କ

ଫ୍ଲୋରାଇଡ଼ ଖେଳାଉଛି ଆତଙ୍କ

ରେମୁଣା, ୧୬ା୧୧(ଡି.ଏନ.ଏ.)-ସମଗ୍ର ରେମୁଣା ବ୍ଲକର ଭୂତଳ ଜଳରେ ଏବେ ଫ୍ଲୋରାଇଡ଼ ଆତଙ୍କ। ଶୁଦ୍ଧ ପାନୀୟ ଜଳ ପରିବର୍ତ୍ତେ ବାହାରୁଛି ମାରାମତ୍କ ଫ୍ଲୋରାଇଡ଼। ଫଳରେ ଜଳ ଜହର ପାଲଟିଛି। 

ସାର ଦୋକାନରୁ ୭ଲକ୍ଷ ଲୁଟ୍‌

ରୂପ୍‌ସା,୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ପରିକ୍ଷୀ ଫାଣ୍ଡି ଅନ୍ତର୍ଗତ ପରିକ୍ଷୀ ବଜାରର ଏକ ସାର ଦୋକାନରୁ ବୁଧବାର ରାତିରେ ଦୁର୍ବୃତ୍ତମାନେ ୭ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। 

ଦେଢ଼ମାସ ହେଲା ବିଦ୍ୟାଳୟ ବନ୍ଦ: ଥାନାଧିକାରୀଙ୍କୁ ଜଣାଇଲେ ଅଭିଭାବକ

ଦେଢ଼ମାସ ହେଲା ବିଦ୍ୟାଳୟ ବନ୍ଦ: ଥାନାଧିକାରୀଙ୍କୁ ଜଣାଇଲେ ଅଭିଭାବକ

ଖଇରା, ୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡ଼ପୋଖରୀସ୍ଥିତ ପ୍ରକୃତି ବିଦ୍ୟାମନ୍ଦିର ନାମକ ଘରୋଇ ଅନୁଷ୍ଠାନର ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଗତ ଦେଢ଼ମାସ ହେଲା ବିଦ୍ୟାଳୟ ବନ୍ଦ ରହିଛି। 

ଡାକ୍ତରଖାନା ପଛପଟେ ପଡିଛି ସରକାରୀ ଔଷଧ

ଡାକ୍ତରଖାନା ପଛପଟେ ପଡିଛି ସରକାରୀ ଔଷଧ

ବସ୍ତା, ୧୬।୧୧(ସ୍ବ.ପ୍ର.)-ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଔଷଧ ରୋଗୀଙ୍କୁ ଦିଆ ନ ଯାଇ ଫୋପାଡି ଦିଆଯାଉଥିବା ନଜରକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।