ଜାତୀୟ |

ଅପରାଧୀକରଣକୁ ବିରୋଧ

ଅପରାଧୀକରଣକୁ ବିରୋଧ
ନୂଆଦିଲ୍ଲୀ, ୨୮।୧୨(ପି.ଟି.)- ମନଇଚ୍ଛା ଅଚାନକ୍‌ ତିନିଥର ‘ତଲାକ୍‌’ (ଟ୍ରିପଲ୍‌ ତଲାକ୍‌) କହି ସ୍ତ୍ରୀଙ୍କ ସହ ବୈବାହିକ ସମ୍ପର୍କ ତୁଟାଇବା ବେଆଇନ। ଏଭଳି ଅମାନବିକ କାଣ୍ଡ ଘଟାଉଥିବା ମୁସଲମାନ ପୁରୁଷଙ୍କୁ ଏଣିକି ଅପରାଧୀ ଭାବେ ପରିଗଣିତ କରାଯିବ ଏବଂ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯିବ। ମୁସଲମାନ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଏସବୁ ନିୟମ କଡ଼ାକଡ଼ି ପାଳନ ହେବ। ଏଥିଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଟ୍ରିପଲ୍‌ ତଲାକ୍‌ ନିରୋଧୀ ବିଲ୍‌ ଗୁରୁବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ମୁସଲମାନ ମହିଳାଙ୍କ ପାଇଁ ଏହା ଏକ ‘ଐତିହାସିକ ଦିବସ’ ବୋଲି ସରକାର କହିଛନ୍ତି। ଗୃହରେ ଉପସ୍ଥାପନ ହେବା ପରେ ପ୍ରଥମେ ପ୍ରସ୍ତାବିତ ବିଲ୍‌କୁ ବିରୋଧୀଙ୍କ ପୂର୍ଣ୍ଣ ସମର୍ଥନ ମିଳି ନ ଥିଲା। କିଛି ଦଳ ଏହାକୁ ସମର୍ଥନ କରିଥିବାବେଳେ ଆଉ କିଛି ବିଲ୍‌ରେ ଥିବା ଅପରାଧୀକରଣ ପ୍ରସ୍ତାବକୁ ନେଇ ଗୃହରେ ହଙ୍ଗାମା କରିଥିଲେ। ଏଥିରେ ଅନେକ ତ୍ରୁଟି ରହିଛି ବୋଲି ବିଜେଡି କହିଥିଲା। ତେବେ ଟ୍ରିପଲ୍‌ ତଲାକ୍‌ ନିରୋଧୀ ବିଲ୍‌କୁ କଂଗ୍ରେସ ସମର୍ଥନ କରିବା ସହ ମୁସଲମାନ ମହିଳାଙ୍କ ସଶକ୍ତୀକରଣ ପାଇଁ ସ୍ବତନ୍ତ୍ର ନିୟମ ଆଣିବାକୁ ଏହା ପ୍ରସ୍ତାବ ଦେଇଥିଲା। ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଟ୍ରିପଲ୍‌ ତଲାକ୍‌କୁ ଅପରାଧୀକରଣ କରିବାକୁ ସ୍ବତନ୍ତ୍ର ଆଇନ ଆଣିବାକୁ ସବୁ ବଳ ଲଗାଇଦେଇଛନ୍ତି। ଗତ ଅଗଷ୍ଟରେ ସୁପ୍ରିମ୍‌କୋର୍ଟ ଟ୍ରିପଲ୍‌ ତଲାକ୍‌କୁ ବେଆଇନ ତଥା ଅସାମ୍ବିଧାନିକ ଦର୍ଶାଇବା ସହ ଛଅମାସ ମଧ୍ୟରେ ଏ ସମ୍ପର୍କିତ ଏକ ଆଇନ ଆଣିବାକୁ କହିଥିଲେ। ତଦନୁଯାୟୀ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀଗୋଷ୍ଠୀ ଟ୍ରିପଲ୍‌ ତଲାକ୍‌ ନିରୋଧୀ ଡ୍ରାଫ୍ଟ ବିଲ୍‌ ପ୍ରସ୍ତୁତ କରିଛନ୍ତି। ମୁସଲିମ୍‌ ମହିଳା (ବିବାହ ସମ୍ପର୍କିତ ଅଧିକାର ସୁରକ୍ଷା) ବିଲ୍‌-୨୦୧୭କୁ ଗତ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଥିଲା। ଗୁରୁବାର ଲୋକ ସଭାରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ୍‌କୁ ଆଗତ କରିଥିଲେ, ଯାହାକି ଅନେକ ହଙ୍ଗାମା ପରେ ଗୃହୀତ ହୋଇଛି। ”ଏହା ଏକ ଐତିହାସିକ ଦିବସ। ଆଜି ମୋଦି ସରକାର ଏକ ଇତିହାସ ରଚିଛନ୍ତି“ ବୋଲି ସେ କହିଛନ୍ତି। କିନ୍ତୁ କେନ୍ଦ୍ରର ପ୍ରସ୍ତାବିତ ବିଲ୍‌କୁ ନେଇ ଗୃହରେ ଉପସ୍ଥିତ ସବୁଦଳର ନେତା ଖୁସି ନ ଥିଲେ। ମୁଖ୍ୟତଃ ଆଞ୍ଚଳିକ ଓ ମୁସ୍‌ଲିମ୍‌ ଦଳ ଅସନ୍ତୋଷ ବ୍ୟକ୍ତ କରିବା ସହ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଏହି ବିଲ୍‌କୁ ସମର୍ଥନ କରିଛି ସତ, ହେଲେ ଛାଡ଼ପତ୍ରଧାରୀ ମୁସଲମାନ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଉତ୍ତମ ବ୍ୟବସ୍ଥା ଆଣିବାକୁ ପ୍ରସ୍ତାବ ଦେଇଥିଲା। ପାର୍ଲାମେଣ୍ଟରେ ଆଜି ଭୋଟିଂ ନ କରି ତର୍ଜମା ପାଇଁ ବିଲ୍‌କୁ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଉ ବୋଲି କଂଗ୍ରେସ କହିଥିଲା। ବିଜୁ ଜନତା ଦଳ (ବିଜେଡି), ଆର୍‌ଜେଡି, ଏଆଇଏଡିଏମ୍‌କେ, ଏଆଇଏମ୍‌ଆଇଏମ୍‌ ଏବଂ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ଲିଗ୍‌ ଟ୍ରିପଲ୍‌ ତଲାକ୍‌ ନିରୋଧୀ ବିଲ୍‌କୁ ବିରୋଧ କରିଥିଲେ। କେନ୍ଦ୍ର ସରକାର ମନମୁଖି ଭାବେ ଏହି ବିଲ୍‌ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଅନେକ ତ୍ରୁଟି ରହିଛି ବୋଲି ଏମାନେ ମତବ୍ୟକ୍ତ କରିଥିଲେ। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍‌ ଓଓ୍ବାଇସିଙ୍କ କହିବା ଅନୁଯାୟୀ, ଡ୍ରାଫ୍ଟ ବିଲ୍‌ରେ ମୌଳିକ ଅଧିକାରର ଉଲ୍ଲଂଘନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଓଓ୍ବାଇସି କହିଛନ୍ତି, ଟ୍ରିପଲ୍‌ ତଲାକ୍‌ ନିରୋଧୀ ବିଲ୍‌ରେ ମୁସଲମାନ ମହିଳା ସ୍ବାମୀ ପରିତ୍ୟକ୍ତା ହେଉଥିବା କଥା ବାରମ୍ବାର ଦୋହରାଯାଇଛି। କିନ୍ତୁ ଦେଶରେ ବିଭିନ୍ନ ଧର୍ମର ପ୍ରାୟ ୨୦ ଲକ୍ଷ ମହିଳା ମଧ୍ୟ ସ୍ବାମୀ ପରିତ୍ୟକ୍ତା ହେଉଛନ୍ତି। ସେମାନଙ୍କ ବିଷୟରେ ସରକାର ଚିନ୍ତା କରିବା ଉଚିତ। ‘ଗୁଜରାଟରେ ଥିବା ଆମ ଭାଉଜ (ମୋଦିଙ୍କ ସ୍ତ୍ରୀ)ଙ୍କ ବିଷୟରେ ମଧ୍ୟ କେନ୍ଦ୍ର ଚିନ୍ତା କରୁ’ ବୋଲି ଓଓ୍ବାଇସି କହିଛନ୍ତି। ଏସବୁ ସମାଲୋଚନା ସତ୍ତ୍ୱେ ବିଲ୍‌କୁ ଗୃହୀତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁ ଦଳର ସହଯୋଗ ଓ ସମର୍ଥନ କାମନା କରିଥିଲେ। ଲୋକ ସଭାରେ ଟ୍ରିପଲ୍‌ ତଲାକ୍‌ ନିରୋଧୀ ବିଲ୍‌ ଆଗତ ହେବା ପରେ ଗୁରୁବାର ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। କଂଗ୍ରେସ ଏବଂ ବାମ ଦଳର ସଦସ୍ୟଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ। ସମାଜବାଦୀ ପାର୍ଟି ନେତା ମୁଲାୟମ୍‌ ସିଂ ଯାଦବ ମଧ୍ୟ ବିଲ୍‌କୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ବିଲ୍‌କୁ ସମର୍ଥନ କରିଥିଲେ ସୁଦ୍ଧା ଦଳର ବରିଷ୍ଠ ନେତା ପୂର୍ବତନ ଆଇନମନ୍ତ୍ରୀ ସଲ୍‌ମାନ ଖୁର୍ସିଦ କହିଥିଲେ ଯେ, ପ୍ରସ୍ତାବିତ ବିଲ୍‌ ମୁସଲମାନ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନରେ ସିଧାସଳଖ ହସ୍ତକ୍ଷେପ କରୁଛି। ଛାଡ଼ପତ୍ର ମାମଲାକୁ ଫୌଜଦାରି ଆଇନରେ ସାମିଲ କରାଯାଉଛି। ତେବେ ପୂର୍ବରୁ ଡ୍ରାଫ୍ଟ ବିଲ୍‌କୁ ବିରୋଧ କରିଆସୁଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଦସ୍ୟମାନେ ଗୃହରେ ଚୁପ୍‌ ରହିଥିଲେ। ଆର୍‌ଜେଡି ନେତା ଜେ.ପି.ଏନ୍‌. ଯାଦବ ବିଲ୍‌ରେ ଥିବା ତିନିବର୍ଷ ଜେଲ୍‌ଦଣ୍ଡ ଉପରେ ପ୍ରଶ୍ନ ଉଠାଇଥିଲେ। ମୁସ୍‌ଲିମ୍‌ ଲିଗ୍‌ର ସଦସ୍ୟ ଇ.ଟି. ମହମ୍ମଦ ବଶିର୍‌ କହିଥିଲେ ଯେ, ପ୍ରସ୍ତାବିତ ଆଇନ ବ୍ୟକ୍ତିଗତ ଆଇନର ଉଲ୍ଲଂଘନ କରୁଛି ଏବଂ ରାଜନୈତିକ ଫାଇଦା ପାଇଁ କେନ୍ଦ୍ର ଏହି ପଦକ୍ଷେପ ନେଇଛି। ସେହିପରି ବିଜେଡି ସଦସ୍ୟ ଭର୍ତ୍ତୃହରି ମହତାବ କହିଥିଲେ ଯେ, ବିଲ୍‌ର ସକାରାତ୍ମକ ଦିଗ ଉପରେ ସେ କିଛି କହିବେ ନାହିଁ। କିନ୍ତୁ ଏଥିରେ ଅନେକ ତ୍ରୁଟି ରହିଛି। ଟ୍ରିପଲ୍‌ ତଲାକ୍‌ କିମ୍ବା ତଲାକ୍‌-ଇ-ବିଦାଦତ୍‌ କ୍ଷେତ୍ରରେ କେବଳ ମୁସଲିମ୍‌ ମହିଳା (ବିବାହ ସମ୍ପର୍କିତ ଅଧିକାର ସୁରକ୍ଷା) ବିଲ୍‌ କାର୍ଯ୍ୟକାରୀ ହେବ। ଏଥିରେ ମୁସଲମାନ ମହିଳାଙ୍କ ଅଧିକାର ରକ୍ଷା ପାଇଁ ଅନେକ ବ୍ୟବସ୍ଥା ରହିଛି। ଏହି ଆଇନ ବଳରେ ତିନି ତଲାକ୍‌ ଜରିଆରେ ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା ନିଜ ପାଇଁ ଏବଂ ପିଲା (ନାବାଳିକା/ନାବାଳକ)ଙ୍କ ପାଇଁ ଭରଣପୋଷଣ ପାଇବାକୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଦାବି କରିପାରିବେ। ମାଜିଷ୍ଟ୍ରେଟ୍‌ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସେହିପରି ତିନିଥର ତଲାକ୍‌ ଶବ୍ଦ ଉଚ୍ଚାରଣ କରିଦେଲେ କିମ୍ବା ଇମେଲ୍‌, ଏସ୍‌ଏମ୍‌ଏସ୍‌ ଓ ହ୍ବାଟ୍ସଆପ୍‌ରେ ତଲାକ୍‌ କହିଦେଲେ ତାହା ଗ୍ରହଣୀୟ ହେବ ନାହିଁ ବୋଲି ଡ୍ରାଫ୍ଟ ବିଲ୍‌ରେ ଉଲ୍ଲେଖ ରହିଛି। ଅଚାନକ୍‌ ଟ୍ରିପଲ୍‌ ତଲାକ୍‌ ଜରିଆରେ ଛାଡ଼ପତ୍ର ଦେଇ ଜଣେ ମହିଳାଙ୍କ ଜୀବନକୁ ଦୁର୍ବିଷହ କରୁଥିବା ସ୍ବାମୀଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି ହେବ ଏବଂ ସେ ତିନିବର୍ଷ ଜେଲ୍‌ଦଣ୍ଡ ଭୋଗିବେ। ଲୋକ ସଭାରେ ଗୃହୀତ ହୋଇଯାଇଥିବାରୁ ଏବେ ଏହି ବିଲ୍‌ ରାଜ୍ୟ ସଭାରେ ଉପସ୍ଥାପନ ହେବ। ଉଚ୍ଚ ସଦନରେ ଗୃହୀତ ହୋଇଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପାଇଁ ପଠାଯିବ। ସେଠାରୁ ସବୁଜ ସଙ୍କେତ ମିଳିଗଲେ ଟ୍ରିପଲ୍‌ ତଲାକ୍‌ ନିରୋଧୀ ଆଇନ କାର୍ଯ୍ୟକାରୀ ହୋଇପାରିବ। ତେବେ ଜମ୍ମୁ-କଶ୍ମୀରକୁ ଛାଡ଼ିଦେଲେ ଦେଶବ୍ୟାପୀ ଟ୍ରିପଲ୍‌ ତଲାକ୍‌ ସମ୍ପର୍କିତ ନୂଆ ଆଇନ ଲାଗୁ ହେବ।
All Right Reserved By

ଜାତୀୟ |

ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଗମ୍ଭୀର

ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଗମ୍ଭୀର

ନୂଆଦିଲ୍ଲୀ, ୧୬।୧: ହାଇକୋର୍ଟର ତିନିଜଣ ବିଧାୟକଙ୍କ ବରିଷ୍ଠତାକୁ ଅଣଦେଖା କରି ଦୁଇଜଣ କନିଷ୍ଠ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କଲେଜିୟମ କରିଥିବା ସୁପାରିଶକୁ ନେଇ ବିବାଦ ଦେଖାଦେଇଛି।

ଭାଜପାରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗୋଙ୍ଗ ଅପାଙ୍ଗ

ଭାଜପାରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗୋଙ୍ଗ ଅପାଙ୍ଗ

ଇଟ୍ଟାନଗର, ୧୬।୧: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗେଗୋଙ୍ଗ ଅପାଙ୍ଗ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ପଠାଇଛନ୍ତି। 

ଘନଉଛି କର୍ନାଟକ ସଙ୍କଟ

ଘନଉଛି କର୍ନାଟକ ସଙ୍କଟ

ବେଙ୍ଗାଲୁରୁ, ୧୬।୧:କର୍ନାଟକରେ ଜେଡିଏସ ଓ କଂଗ୍ରେସ ମେଣ୍ଟ ଭୁଶୁଡିବା ପରିସ୍ଥିତି ଉପୁଜିଛିି। ମଙ୍ଗଳବାର ଦୁଇ ସ୍ବାଧୀନ ବିଧାୟକ ଆର୍‌ ଶଙ୍କର ଓ ଏଚ ନାଗେଶ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବାବେଳେ 

ସୋନାକ୍ଷୀଙ୍କ ନାଁରେ ଠକେଇ ଅଭିଯୋଗ: ପଠାଗଲା ନୋଟିସ୍‌

ସୋନାକ୍ଷୀଙ୍କ ନାଁରେ ଠକେଇ ଅଭିଯୋଗ: ପଠାଗଲା ନୋଟିସ୍‌

ନୂଆଦିଲ୍ଲୀ, ୧୬।୧: ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ମଙ୍ଗଳବାର ପୋଲିସ ସୋନାକ୍ଷୀଙ୍କ ସହ ଏହି ମାମଲାରେ ଜଡିତ ୪ଜଣଙ୍କୁ ନୋଟିସ୍‌ ପଠାଇଛି। 

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ଇନ୍ଦ୍ରା ନୁୟୀ

ନ୍ୟୁୟର୍କ/ନୂଆଦିଲ୍ଲୀ, ୧୬।୧: ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୁୟୀ ବିଶ୍ୱବ୍ୟାଙ୍କ୍‌ର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି ବୋଲି ଜଣାପଡିଛି। ଏହି ପଦବୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ଇନ୍ଦ୍ରାଙ୍କ ନାମ

କାନ୍ଦିବାରୁ ପ୍ରେମିକାଙ୍କ ଶିଶୁକୁ ପିଟିପିଟି ମାରିଦେଲେ ପ୍ରେମିକ

କାନ୍ଦିବାରୁ ପ୍ରେମିକାଙ୍କ ଶିଶୁକୁ ପିଟିପିଟି ମାରିଦେଲେ ପ୍ରେମିକ

ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀର କାପସହେଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୫ ବର୍ଷର ଶିଶୁ କାନ୍ଦିବାରୁ ତାଙ୍କ ମା’ଙ୍କ ପ୍ରେମିକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାକୁ ଚପାଇଦେବା ପାଇଁ ଯୁବକ ଜଣଙ୍କ ଶିଶୁଟିକୁ ଡାକ୍ତରଖାନା ନେଇଥିଲେ। 

କ୍ରିକେଟରଙ୍କୁ ବିବାହ କରିବା ପୂର୍ବରୁ କ’ଣ କରୁଥିଲେ ଏମାନେ

କ୍ରିକେଟରଙ୍କୁ ବିବାହ କରିବା ପୂର୍ବରୁ କ’ଣ କରୁଥିଲେ ଏମାନେ

ଭାରତୀୟ କ୍ରିକେଟରମାନେ ପଡିଆ ଭିତରେ ଯେତିକି ପପୁଲାର୍‌ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ରୋଚକ। ବିବାହ ପୂର୍ବରୁ ପପୁଲାର କ୍ରିକେଟରମାନଙ୍କ ପତ୍ନୀ କ’ଣ କରୁଥିଲେ ତାହାକୁ ନେଇ ଉପସ୍ଥାପନା...

ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କ ପରଲୋକ

ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କ ପରଲୋକ

ନୂଆଦିଲ୍ଲୀ, ୧୬।୧: ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ହରି ଡାଲମିଆଙ୍କର ପରଲୋକ ଘଟିଛି। ଅଯୋଧ୍ୟା ରାମଜନ୍ମ ଭୂମି ଆନ୍ଦୋଳନର ମୁଖ୍ୟ କର୍ନଧାର ଥିଲେ ବିଷ୍ଣୁ ହରି ଡାଲମିଆ। 

ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ଶିଲା ଦୀକ୍ଷିତ

ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ଶିଲା ଦୀକ୍ଷିତ

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏହି ପଦବୀରେ ଥିବା ଅଜୟ ମାକେନ ଶୁକ୍ରବାର ଇସ୍ତଫା ଦେବା ପରେ ୮୦ବର୍ଷୀୟ ଶିଲା ତାଙ୍କ ସ୍ଥାନ ନେଇଛନ୍ତି।

ପତ୍ନୀଙ୍କ ସହ ହସିକି କଥା ହେବାରୁୁ ପରିବା ବିକ୍ରେତାଙ୍କ ବେକ କାଟିଲେ ସ୍ବାମୀ

ପତ୍ନୀଙ୍କ ସହ ହସିକି କଥା ହେବାରୁୁ ପରିବା ବିକ୍ରେତାଙ୍କ ବେକ କାଟିଲେ ସ୍ବାମୀ

ଜୟପୁର, ୧୬।୧: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ସହ ଜଣେ ପରିବା ବିକ୍ରେତା ହସିକି ପଦେ କଥା ହେବାରୁ ତାଙ୍କ ବେକ କାଟି ଦେଇଛନ୍ତି ସ୍ବାମୀ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଶୀଘ୍ର ଚିକିତ୍ସା କରିବାକୁ କହିବାରୁ ରୋଗୀଙ୍କୁ  ପିଟିଲେ ୩ ଡାକ୍ତର

ଶୀଘ୍ର ଚିକିତ୍ସା କରିବାକୁ କହିବାରୁ ରୋଗୀଙ୍କୁ ପିଟିଲେ ୩ ଡାକ୍ତର

ନୂଆଦିଲ୍ଲୀ,୧୬।୧: ଡାକ୍ତର ରୋଗୀଙ୍କ ପାଇଁ ଦେବଦୂତ। ତେବେ ଜଣେ ରୋଗୀ ଶୀଘ୍ର ଚିକିତ୍ସା କରାଇବାକୁ ଅନୁରୋଧ କରିବାରୁ ତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର ୩ ଜଣ ଡାକ୍ତର ପିଟିଛନ୍ତି।

ଯୋଗୀ ସରକାରଙ୍କ ନୂଆ ନିୟମ: ଜେଲ୍‌ରେ ରହିବେ ବୁଲା ଗୋରୁ

ଯୋଗୀ ସରକାରଙ୍କ ନୂଆ ନିୟମ: ଜେଲ୍‌ରେ ରହିବେ ବୁଲା ଗୋରୁ

ଲକ୍ଷ୍ନୌ,୧୬।୧: ଉତ୍ତରପ୍ରଦେଶରେ ବୁଲା ଗୋରୁଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିୟମ ପ୍ରଣୟନ କରିଛନ୍ତି।