ରାଜ୍ୟ |

ଏୟାରଡିଫେନ୍ସ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ଏୟାରଡିଫେନ୍ସ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ,୨୮।୧୨- ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗୁରୁବାର ବାଲେଶ୍ୱର ଉପକୂଳବର୍ତ୍ତୀ ସମୁଦ୍ରରେ ଆଡ଼ଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର ମିଶାଇଲ ପରୀକ୍ଷଣ କରାଯାଇଛି। ଏହି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଆକାଶମାର୍ଗରେ ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିଥିଲା। ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଗୁରୁବାର ପୂର୍ବାହ୍ନ ୯ଟା ୪୪ ମିନିଟ୍‌ରେ ପ୍ରଥମେ ‘ଟାର୍ଗେଟ୍‌୍‌’କୁ ଉତ୍‌କ୍ଷେପଣ କରାଯାଇଥିଲା। ଏହି ସମୟରେ ଭଦ୍ରକ ଜିଲା ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଡଭାନ୍ସ ଏୟାର ଡିଫେନ୍ସ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ଛଡ଼ାଯାଇଥିଲା। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆଡ଼ଭାନ୍ସ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିଥିବା ବିଭାଗ ସୂତ୍ରରୁ ଜଣାପଡିଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ଲମ୍ବ ୭.୫ ମିଟର ଓ ଗୋଲେଇ ୦.୫ ମିଟର। ଏହାର ୧.୨ ଟନ୍‌ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ସଫଳ ପରୀକ୍ଷଣ କରାଯାଇଥିଲା।

All Right Reserved By

Model This Week

ନିକିତା

ରାଜ୍ୟ |

ପ୍ରତି ପରିବାର ପାଖରେ ପହଞ୍ଚିବ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ପ୍ରତି ପରିବାର ପାଖରେ ପହଞ୍ଚିବ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ମାର୍ଚ୍ଚ ୨୦୧୯ ସୁଦ୍ଧା ରାଜ୍ୟର ସହରାଞ୍ଚଳର ପ୍ରତି ପରିବାରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସଚିବାଳୟରେ ସହରାଞ୍ଚଳର ପାନୀୟ ଜଳ ଯୋଗାଣ ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସଂଖ୍ୟା କମିବ ମାତ୍ର ବିଜେଡି ସରକାର ଗଢିବ: ଦାମ

ସଂଖ୍ୟା କମିବ ମାତ୍ର ବିଜେଡି ସରକାର ଗଢିବ: ଦାମ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ବିଜେଡିର କ୍ଷତି ହେବାର ନାହିଁ। ବିଜେଡିର ସଂଖ୍ୟା ଟିକେ କମିଯାଇପାରେ ମାତ୍ର ବିଜେଡି ସରକାର ନିଶ୍ଚୟ ଗଢିବ ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି।

ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସରେ ସ୍ବତନ୍ତ୍ର ଗ୍ରାମସଭା: ନାରୀ ନିର୍ଯାତନା ବନ୍ଦ କରିବାକୁ ଶୋଭାଯାତ୍ରା

ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସରେ ସ୍ବତନ୍ତ୍ର ଗ୍ରାମସଭା: ନାରୀ ନିର୍ଯାତନା ବନ୍ଦ କରିବାକୁ ଶୋଭାଯାତ୍ରା

ମାଥିଲି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ପଞ୍ଚାୟତଠାରେ ମଙ୍ଗଳବାର ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ମାଥିଲି ସରପଞ୍ଚ ଗୌରୀ ବଟେଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମାଥିଲି ପିଇଓ ଅଶୋକ ମହାରଣା, ସମିତିସଭ୍ୟା ପୁଷ୍ପା ବୁରୁଡିଙ୍କ ସମେତ ବିଭିନ୍ନ ଓ୍ବାର୍ଡର ଓ୍ବାର୍ଡମେମ୍ବରମାନେ ଉପସ୍ଥିତ ଥିଲେ।

ପ୍ରଭାତଙ୍କୁ ମିଳିଲା ଜାମିନ୍‌

ପ୍ରଭାତଙ୍କୁ ମିଳିଲା ଜାମିନ୍‌

କଟକ ଅଫିସ୍‌,୨୪।୪: ସି ଶୋର ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି। ସେପ୍ଟେମ୍ବରୁ ଗିରଫ ହୋଇଥିବା ପ୍ରଭାତଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ୍‌ ମିଳିଛି।

ବଢିଲା ମହଙ୍ଗା ଭତ୍ତା

ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୪।୪(ବ୍ୟୁରୋ) : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି ହେବାପରେ ଏହା ୭ ପ୍ରତିଶତ ହୋଇଛି।

୨୦ ଫୁଟ୍‌ ତଳକୁ ଖସି ଶ୍ରମିକଙ୍କ ମୃତ୍ୟୁ

୨୦ ଫୁଟ୍‌ ତଳକୁ ଖସି ଶ୍ରମିକଙ୍କ ମୃତ୍ୟୁ

ଓଡାପଡା,୨୪।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଭୂଷଣ କମ୍ପାନୀରେ ମଙ୍ଗଳବାର କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁକଦେବ ସିଂହ(୪୨)। ଫେଜ-୨ର ବିଏସ୍‌ଜି ପାଇପଲାଇନରେ ରଙ୍ଗ ଦେଉଥିବାବେଳେ ୨୦ ଫୁଟ୍‌ ତଳକୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି।

ଶ୍ରୀମନ୍ଦିର ଜଗମୋହନ ମାମଲା: ମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀମନ୍ଦିର ଜଗମୋହନ ମାମଲା: ମନ୍ଦିର ବେଢାରେ ଥିବା ସମସ୍ତ ମନ୍ଦିର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ, ୨୪।୪: ଶ୍ରୀମନ୍ଦିର ଜଗମୋହନ ସମ୍ପର୍କିତ ମାମଲା ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ବେଳେ ହାଇକୋର୍ଟ ବେଢା ମଧ୍ୟରେ ଥିବା ସମସ୍ତ ପାର୍ଶ୍ୱ ମନ୍ଦିରଗୁଡିକର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ବେଢା ମଧ୍ୟରେ ଥିବା ସମସ୍ତ ମନ୍ଦିର ସହିତ ମୁକ୍ତି ମଣ୍ଡପର ସ୍ଥିତି ଯାଞ୍ଚ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନ, ଏଏସ୍‌ଆଇ ଓ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ନିମାପଡ଼ା, ୨୪।୪(ଡି.ଏନ୍‌.ଏ.): ନିମାପଡ଼ା ସେସୁ ଉପଖଣ୍ଡ ବାମନାଳ ସେକ୍ସନ(୨)ର କନିଷ୍ଠ ଯନ୍ତ୍ରୀ ଗ୍ରାହକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ବାସୁଦେବ ମହାରଣା।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୪।୪: ସ୍ଥାନୀୟ ଗୋପାଳପୁର ଥାନା ଅନ୍ତର୍ଗତ ପକୁଡ଼ିଆବନ୍ଧ ନିକଟରେ ଏକ ହୋଟେଲରେ ସୋମବାର ରାତିରେ ଶୋଇଥିବା ଜଣେ ଟ୍ରକ ଡ୍ରାଇଭରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତକ ହେଲେ ରମ୍ଭା ଥାନା ଡିଆଁଡେଇଁ ଗ୍ରାମର ସମୀର ନାହକ।

ଅବକାରୀ ବିଭାଗର ଚଢ଼ାଉ

ଅବକାରୀ ବିଭାଗର ଚଢ଼ାଉ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ଜିଲା ଅବକାରୀ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଛେଣ୍ଡିପଦା ଥାନା ବାଗେଡ଼ିଆରେ ଅବକାରୀ ବିଭାଗ ଚଢ଼ାଉ କରିଛି। ୧ ସେକ୍ସସନ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଏହି ଚଢ଼ାଉ କରାଯାଇ ୧୨୦ ଲିଟର ଦେଶୀ ମହୁଲି ଓ ୧୩୦ କେଜି ପୋଚ ଜବତ ହୋଇଛି।

ବିଦ୍ୟୁତ୍‌ ଆଘାତରେ ପାଲା ଗାୟିକା ମୃତ

ବିଦ୍ୟୁତ୍‌ ଆଘାତରେ ପାଲା ଗାୟିକା ମୃତ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ଥାନା ଛେଳିଆପଡା ଗ୍ରାମରେ ମଙ୍ଗଳବାର ସକାଳେ ପାଲା ଗାୟିକା ମଞ୍ଜୁଳା ନାୟକ(୩୨)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ପାଣି ପାଇଁ ରାସ୍ତାରୋକୋ

ବାରିପଦା ଅଫିସ,୨୪।୪: ବାରିପଦା ସହର ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଷ୍ଟେଶନ ବଜାର ଅଞ୍ଚଳରେ ପାନୀୟଜଳ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ସହରର ମୁଖ୍ୟରାସ୍ତାକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଅବରୋଧ କରିଛନ୍ତି।